Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗା ପୂଜା ୨୦୨୧: ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ଚମତ୍କାରି ଫୁଲ, ଭାଗ୍ୟ ବଦଳିବ…

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁର୍ଗା ପୂଜାରେ ମା ଦୁର୍ଗାଙ୍କୁ ଏହି ଫୁଲ ଅର୍ପଣ କରନ୍ତୁ ଭାଗ୍ୟ ବଦଳିଯିବ।

ବନ୍ଧୁଗଣ ମାତାରାଣୀଙ୍କର ଆଗମନ ହୋଇସାରିଛି। ଅର୍ଥାତ ନବରାତ୍ରୀର ଆରମ୍ଭ ହୋଇସାରିଛି। ଆମେ ସମସ୍ତେ ଜାଣିଛୁ କି ନବରାତ୍ରୀ ବର୍ଷରେ ୨ ଥର ଆସିଥାଏ। ଯାହାକୁ ଆମେ ଚଇତ୍ର ଶାରଦୀୟ ନବରାତ୍ରୀ ରୂପେ ଜାଣିଅଛେ। ବନ୍ଧୁଗଣ ଏହି ବର୍ଷର ନବରାତ୍ରୀ ୧୬ ଅକ୍ଟୋବର ବୁଧବାର ଠାରୁ ଆରମ୍ଭ ହୋଇସାରିଛି ଏବଂ ଏହା ଆସନ୍ତା ୧୫ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯିବ। ହିନ୍ଦୁ ଧର୍ମରେ ଏହି ସମୟକୁ ଅଧିକ ଖାସ ବୋଲି କୁହାଯାଇଥାଏ। କେବଳ ଏତିକି ନୁହେଁ ଭକ୍ତମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁରହିଥାନ୍ତି। କୁହାଯାଏ କି ନବରାତ୍ରୀର ଏହି ୯ ଦିନରେ ଭକ୍ତମାନେ ମାଙ୍କୁ ପ୍ରସନ୍ନ କରିଥାନ୍ତି ଏବଂ ମା ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି। ଏହି ୯ ଦିନରେ ମାଙ୍କର ୯ ଟି ରୂପକୁ ପୂଜା କରାଯାଇଥାଏ ଏବଂ ଦଶମୀ ତିଥିକୁ ଦଶହରା ନାମରେ ପ୍ରସିଦ୍ଧ ହୋଇଥାଏ। ନବରାତ୍ରୀ ବର୍ଷକୁ ୪ ଥର ଆସିଥାଏ। ପୌଷ, ଚଇତ୍ର, ଆଷାଢ଼, ଆସିନ ମାସର ପ୍ରତିପଦରୁ ଏହା ଆରମ୍ଭ ହୋଇ ନବମୀ ଯାଏ ଏହା ପାଳନ କରାଯାଇଥାଏ। ନବରାତ୍ରୀର ଏହି ୯ ଟି ରାତିରେ ୩ ଟି ଦେବୀଙ୍କୁ ଯଥା ମହା ଲକ୍ଷ୍ମୀ,ମା ସ୍ୱରସ୍ୱତୀ ଏବଂ ମା ଦୁର୍ଗାଙ୍କର ୯ ଟି ସ୍ୱରୂପକୁ ପୂଜା କରାଯାଇଥାଏ ଯାହାକୁ ନବଦୁର୍ଗା କୁହାଯାଇଥାଏ। କୁହାଯାଏ ଯେ ମା ଦୁର୍ଗା ଭଗବାନ ଶିବଙ୍କୁ ସ୍ୱାମୀଙ୍କ ରୂପରେ ପାଇବା ପାଇଁ ଯେଉଁଭଳି ଭାବରେ କଠିନ ତପସ୍ୟା କରିଥିଲେ ଠିକ ସେହିପରି ଯେଉଁ ମହିଳାମାନେ ୯ ଦିନରେ ମା ଦୁର୍ଗାଙ୍କୁ ପୂଜା କରିଥାନ୍ତି ମା ଦୁର୍ଗା ସେମାନଙ୍କୁ ବିଶେଷ ବରଦାନ ପ୍ରଦାନ କରିଥାନ୍ତି। ତେଣୁ ଏହି ଦଶହରା ଅବସରରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ଚମତ୍କାରୀ ଫୁଲ ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ ହେବ। ତେବେ ଆସନ୍ତୁ ଜାଣିନେବା।

ବନ୍ଧୁଗଣ ପୂଜାପାଠରେ ଫୁଲର ଏକ ଅଲଗା ମହତ୍ୱ ରହିଥାଏ। କେଉଁ ଭଗବାନଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି ଏହି ବିଷୟରେ ନିଶ୍ଚୟ ଜାଣିବା ଆବଶ୍ୟକ ହୋଇଥାଏ। ବନ୍ଧୁଗଣ ସେହି ଫୁଲ ମଧ୍ୟରୁ ଆଜି ଆମେ ଜାଣିବା ଅତି ଦୁର୍ଲ୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ। ଯାହାର ଅନ୍ୟନାମ ହେଉଛି ପାରିଜାତ ଫୁଲ। ଦେବୀଙ୍କର ପୂଜାରେ ନାଲି ରଙ୍ଗର ଫୁଲର ବହୁତ ମହତ୍ୱ ରହିଥାଏ ଏବଂ ଦେବତାଙ୍କ ପୂଜାରେ ହଳଦିଆ ରଙ୍ଗର ଫୁଲ ବହୁତ ଶୁଭ ମାନିଥାନ୍ତି। ଏଣୁ ଆମେ ଆଜି ଆଲୋଚନା କରିବା ମନ୍ଦାର ଫୁଲର କିଛି ଚମତ୍କାରୀ କଥା ବିଷୟରେ ଏବଂ ଏହି ମନ୍ଦାର ଫୁଲ ଦ୍ୱାରା କିପରି ଦରିଦ୍ରତା ଦୂର କରି ମଣିଷକୁ ଧନୀ କରାଯାଇଥାଏ ଏହି ବିଷୟରେ ଆଜି ଆମେ ଜାଣିବା। ତେବେ ନବଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ୯ ଟି କିମ୍ବା ୧୧ଟି କିମ୍ବା ୨୧ ଟି ମନ୍ଦାର ଫୁଲର ମାଳା ଅର୍ପଣ କରନ୍ତୁ ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯାଇଥାଏ। ଆପଣ ଦେବୀ ମାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳାକୁ ଅଧିକ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ ଆମର ସମସ୍ତ ପ୍ରକାରର ମନସ୍କାମନା ପୂରଣ କରିଥାନ୍ତି। ବନ୍ଧୁଗଣ ମା ଦୁର୍ଗା ଏବଂ ମା ଲକ୍ଷ୍ମୀ ଏ ଦୁହିଁଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ଏବଂ ଏହା ସହିତ ଭଗବାନ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ କାହିଁକିନା ହନୁମାନ ଲାଲ ରଙ୍ଗ ପ୍ରତି ଆକୃଷ୍ଟ ଅଟନ୍ତି। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ କିମ୍ବା ନବଦୁର୍ଗାଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲର ମାଳା ଅର୍ପଣ କଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ଭଳି ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ। ଏଥିରେ ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ, ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯେଉଁମାନେ ନବଦୁର୍ଗା ଏବଂ ସୁର୍ଯ୍ୟ ନାରାୟଣଙ୍କର ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅଧିକ ସୁଫଳ ଦାୟକ ଅଟେ। ଏହା ମାନ୍ୟତା ଅଛି କି ଏହି ମନ୍ଦାର ଫୁଲରୁ ମାତ୍ର ଗୋଟିଏ ମନ୍ଦାର ଫୁଲ ପ୍ରତିଦିନ ଯଦି ନବଦୁର୍ଗାଙ୍କୁ ଅର୍ପଣ କରାଯାଏ ତେବେ ଆପଣଙ୍କର ସମସ୍ତ ଶତ୍ରୁ ମାନଙ୍କୁ ଦମନ କରିଥାନ୍ତି। ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୁର୍ଯ୍ୟ ନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ରୋଗ ନାଶ ହୋଇଥାଏ। ଘରେ ଥିବା ଫୁଲ ତୋଡ଼ାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ବଢିଥାଏ ଏବଂ ପରିବାରରେ ଏକତା ଦେଖାଦେଇଥାଏ ଏବଂ ପରିବାରର ସମସ୍ତ ସଦସ୍ୟମାନେ ମିଳିମିଶି ଚଳିବାକୁ ପସନ୍ଦ କରିଥାନ୍ତି। ଯଦି ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥାଏ ସର୍ବଦା ଦୁଃଖ ଏବଂ ନିରାଶର ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ ଦେଖିବେ ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟା ମାନ ଦୂର ହୋଇଯିବ ଏବଂ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ଖୁସିରେ ଜୀବନ ଅତିବାହିତ କରିବେ। ପ୍ରତ୍ୟକ ଫୁଲ ଏବଂ ଗଛ ମାନଙ୍କରେ ଅନ୍ୟ ପ୍ରକାରର ଦେବୀ ଏବଂ ଦେବତା ମାନଙ୍କର ଶକ୍ତି ସମାହିତ ରହିଥାଏ କେବଳ ଆମ ମାନଙ୍କୁ ତାହା ଜାଣିବାର ଅଛି। ତେବେ ବନ୍ଧୁଗଣ ଆପଣ ମାନେ ଏହି ଦଶହରା ପର୍ବ ଅବସରରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ମନ୍ଦାର ଫୁଲ ଦେଖିବେ ଆପଣଙ୍କର ଭାଗ୍ୟ ଚମକି ଉଠିବ। ଆପଣଙ୍କର ଗୃହକୁ ଧନର ଆଗମନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *