Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ଏହି ୩ ଟି ଜିନିଷ ଦେଖନ୍ତୁ। ଯାହାବି ଇଛା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠିବା ମାତ୍ରେ ଏହି ୩ ଟି ଜିନିଷ ଦେଖନ୍ତୁ। ଯାହାବି ଇଛା ପୂରଣ ହୋଇଯିବ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଏହି ୩ ଟି କାର୍ଯ୍ୟ କରିବେ ର ଦୂର ହୋଇଥାଏ ଦରିଦ୍ରତା। ଭଗବାନ ଶ୍ରୀକୃଷ୍ଣଙ୍କର ଗୀତା ମାଧ୍ୟମରେ ମନୁଷ୍ୟର କଲ୍ୟାଣ ପାଇଁ ଅନେକ ଗୁଡିଏ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି। ଭଗବତ ଗୀତା ସମଗ୍ର ସଂସାରର ସର୍ବଶ୍ରେଷ୍ଠ ଗ୍ରନ୍ଥ ଅଟେ। ଏହା ବେଦ ଏବଂ ପୁରାଣ ଠାରୁ ମଧ୍ୟ ମହାନ ଅଟେ। ଏହା ପ୍ରରମତ୍ମା ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଅଟେ। ତେଣୁ ବ୍ୟକ୍ତିକୁ ନିଜ ଜୀବନର କଲ୍ୟାଣ ପାଇଁ ଭଗବତ ଗୀତା ଅଧ୍ୟୟନ କରିବା ଅତି ଆବଶ୍ୟକ ଅଟେ। ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ତେବେ ରୁକ୍ମଣୀଙ୍କୁ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ରୁକ୍ମଣୀଙ୍କ ମାଧ୍ୟମରେ ଭଗବାନ କେଶବ ଏ ସମଗ୍ର ଦେଶକୁ ଦେଇଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏପରି ୩ ଟି କାମ ବିଷୟରେ ଯାହାକୁ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ତୁରନ୍ତ କରିବା ଦ୍ୱାରା ବ୍ୟକ୍ତିର ଜୀବନରୁ ଦୁଃଖ ଦରିଦ୍ର କ୍ଳେଶ ଶେଷ ହୋଇଯାଇଥାଏ ଏବଂ ମା ଲକ୍ଷ୍ମୀ ସର୍ବଦା ଏପରି ଘରେ ବାସ କରନ୍ତି। ପରିବାରରେ ପରସ୍ପର ମଧ୍ୟରେ ଭଲପାଇବା ବଢିଥାଏ ଏବଂ ସମସ୍ତ ଅସୁବିଧା ଦୂର ହୋଇଥାଏ। ଏହି ୩ ଟି କାମ ଏତେ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ପ୍ରତ୍ୟକ ମଣିଷ ଏହାକୁ ପ୍ରତିଦିନ କରିବା ଉଚିତ। ଏହି ବ୍ୟସ୍ତବହୁଳତା ଜୀବନରେ ଲୋକମାନେ ପିତୃପୁରୁଷଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାକୁ ଭୁଲି ଯାଉଛନ୍ତି ଏବଂ ସକାଳେ ଯେଉଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସର୍ବପ୍ରଥମେ କରିବା ଉଚିତ ତାହା କରିବା ବନ୍ଦ କରି ଦେଉଛନ୍ତି। ବିନା କାରଣରେ ଧନ ସମ୍ପତ୍ତି ପାଇବା ଆଶାରେ ଅନୁସରଣ କରିବା ଜାରି ରଖନ୍ତି। ଯେଉଁ କାରଣରୁ ସେମାନେ ପାଇଥିବା ଧନ ସମ୍ପତ୍ତି ସୁଖ ଏବଂ ଶାନ୍ତି ଦେଇନଥାଏ। ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ଏହି କାମ କରନ୍ତି ତେବେ ତାଙ୍କୁ ଧନ ସମ୍ପତ୍ତି ସହ ସୁଖ ଶାନ୍ତି ସହିତ ଆଧ୍ୟାତ୍ମିକ ଶାନ୍ତି ମିଳିଥାଏ ତା ସହିତ ଇଶ୍ୱରଙ୍କ ଆଶୀର୍ବାଦ ସବୁବେଳେ ତାଙ୍କ ମସ୍ତକରେ ରହିଥାଏ ନଚେତ ଏପରି ଧନର ବ୍ୟବହାର କଣ ଯାହା ନିଜ ସହିତ ଦୁଃଖ କଷ୍ଟ ଦାରିଦ୍ର୍ୟତା ଆଣିଥାଏ। ତେଣୁ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟଙ୍କୁ ଉପଦେଶ ଦେଇଛନ୍ତି ପ୍ରତିଦିନ ସକାଳେ ଏହି ୩ ଟି କାମ ନିଶ୍ଚିତ ରୁପରେ କରନ୍ତୁ। ସେଥିପାଇଁ ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ କଣ କରିବା ଉଚିତ ଏବଂ କଣ ନକରିବା ଉଚିତ।

ସର୍ବପ୍ରଥମେ ଜାଣିବା ସକାଳୁ ଉଠିବା ପରେ କଣ କରିବା ଉଚିତ ନୁହେଁ।

ପ୍ରଥମ କଥା ସକାଳେ ଉଠିବା ପରେ କୌଣସି ଦୁଷ୍ଟ ବ୍ୟକ୍ତିକୁ ଦେଖିବା ଉଚିତ ନୁହେଁ। ଦୁଷ୍ଟ ଦର୍ଜନ ପାପୀ ଓ ଚରିତ୍ରହୀନ ବ୍ୟକ୍ତିଙ୍କୁ ଦର୍ଶନ କରିଲେ ବ୍ୟକ୍ତିର ଜୀବନରେ ନକରାତ୍ମକ ବଢିଥାଏ ତା ସହିତ କୌଣସି ଚରିତ୍ରହୀନ ବ୍ୟକ୍ତିଙ୍କ ଚେହେରା ଦେଖିବା ଉଚିତ ନୁହେଁ।

ଦ୍ୱିତୀୟ କଥା। ସକାଳୁ ଉଠିବା ପରେ ମନୁଷ୍ୟ କେବେବି ଅଶୁଭ କଥା କହିବା ଉଚିତ ନୁହେଁ। ଅନ୍ୟ କାହାକୁ ଅପବ୍ୟବହାର କରିବା ଉଚିତ ନୁହେଁ ଏବଂ ସ୍ନାନ ନକରି ଭଗବାନଙ୍କ ପୂଜା ସ୍ଥଳକୁ ଯିବା ଉଚିତ ନୁହେଁ। ସ୍ନାନ କରି ପବିତ୍ର ହେବା ପରେ ସେହି ସ୍ଥାନକୁ ଯିବା ଉଚିତ।

ତୃତୀୟ କଥା। ମନୁଷ୍ୟ ସକାଳୁ ଉଠିବା ପରେ କେବେବି ଭୁଲରେ ଆଇନାରେ ମୁହଁ ଦେଖିବା ଉଚିତ ନୁହେଁ। ଏମତି କରିବା ଅଶୁଭ ମାନାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବ୍ୟକ୍ତି ଦର୍ପଣ ଦେଖିଲେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଆସିପାରେ। ଯେମିତି ଘରେ ଝଗଡା ଲାଗି ରହିବା ଘରେ ବିମାରୀ ହେବା ଘରର ଅଭାବ ହେବା ଯେମିତି ଅନେକ ସମସ୍ୟା ଆସିପାରେ।

ଚତୁର୍ଥ କଥା। ମନୁଷ୍ୟ ସକାଳୁ ଉଠିବା ପରେ ନିଜ ଛାଇକୁ ଦେଖିବା ଉଚିତ ନୁହେଁ। ଛାଇ ଦ୍ଵନ୍ଦ ସୃଷ୍ଟି କରିବା ସହିତ ସକାଳୁ ସକାଳୁ ଦେଖିବା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ।

ଏବେ ଆସନ୍ତୁ ଜାଣିବା ସକାକୁ ଉଠିବା ପରେ କେଉଁ ୩ ଟି ଜିନିଷ ସର୍ବପ୍ରଥମେ ଦେଖିବା ଉଚିତ ହୋଇଥାଏ।

ପ୍ରଥମ କଥା। ସର୍ବପ୍ରଥମେ ସକାକୁ ଉଠି ନିଜ ହାତ ପାପୁଲିକୁ ଦେଖିବା ଶୁଭ ହୋଇଥାଏ। ମନୁଷ୍ୟ ସକାଳୁ ଶେଯରୁ ଉଠିବା ପରେ ସର୍ବପ୍ରଥମେ ନିଜ ହାତ ପାପୁଲିର ଦର୍ଶନ କରିବା ଉଚିତ। ପାପୁଲିର ଅଗ୍ରଭାଗରେ ମା ଲକ୍ଷ୍ମୀଙ୍କ ବାସସ୍ଥାନ ହୋଇଥାଏ ମଧ୍ୟମରେ ମା ସ୍ୱରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ବାସସ୍ଥାନ ହୋଇଥାଏ। ତେଣୁ ସକାଳୁ ଉଠିବା ପରେ ହିଁ ଏହି ୩ ଭଗବାନଙ୍କ ଦର୍ଶନ କରିଲେ ମନୁଷ୍ୟର ଭାଗ୍ୟର ଦ୍ୱାର ଖୋଲି ଯାଇଥାଏ। ଏପରି ବ୍ୟକ୍ତି ଜୀବନରେ ଅଗ୍ରଗତି କରନ୍ତି ଏବଂ ତାଙ୍କ ଘର ସୁଖ ସମୃଦ୍ଧତାରେ ପରିପୂର୍ଣ୍ଣ ହୋଇଯାଇଥାଏ।

ଦ୍ୱିତୀୟ କଥା। ବୟସ୍କ ମାନଙ୍କ ଆଶୀର୍ବାଦ। ଆଜିକାଲିର ଯୁବମାନେ ବୟସ୍କ ମାନଙ୍କ ପାଦ ଛୁଇଁବା ଏବଂ ଆଶୀର୍ବାଦ ନେବା ପାଇଁ ଲଜ୍ୟାଜନକ ଲାଗିଥାଏ ସେଥିପାଇଁ ଯୁବମାନେ ଖରାପ ଅଭ୍ୟାସର ଶିକାର ହୁଅନ୍ତି। ଯେଉଁ ମନୁଷ୍ୟ ପ୍ରତିଦିନ ସକାଳେ ଉଠିବା ପରେ ସେମାନଙ୍କ ପିତା ମାତା କିମ୍ବା ବୟସ୍କ ମାନଙ୍କ ପାଦ ଛୁଇଁ ଦର୍ଶନ କରନ୍ତି ଏବଂ ସେମାନଙ୍କ ଆଶୀର୍ବାଦ ନିଅନ୍ତି ସେମାନଙ୍କ ଜୀବନରେ ଆସୁଥିବା ବାଧା ଓ ଅସୁବିଧା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ। ଆଉ ସେମାନେ ସବୁବେଳେ ସଫଳତା ପାଆନ୍ତି।

ତୃତୀୟ କଥା। କ୍ଷେତ ଜମି କଥା ଯଦି ଦେଖିବା ତାହେଲେ ଗରୁଡ଼ ପୁରାଣ ଅନୁସାରେସକାଳୁ ଉଠିବା ପରେ କ୍ଷେତ ଜମିରେ ସବୁଜ ଫସଲ ବା କ୍ଷେତର ଅମଳ ଫସଲ ଦେଖୁଛନ୍ତି ତାହେଲେ ଆପଣଙ୍କୁ ପୁଣ୍ୟ ଓ ଲାଭ ନିଶ୍ଚୟ ମିଳେ। ତା ସହିତ ସକାଳ ସମୟରେ ଗାଈର ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ବ୍ୟକ୍ତିର ସମସ୍ତ ଇଛା ଓ ମନକାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *