Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଲବଙ୍ଗ ପ୍ରୟୋଗ ଦ୍ଵାରା ଖୋଲିଯିବ ଭାଗ୍ୟ, ଭିକାରି ମଧ୍ୟ ବନିବ କୋଟିପତି

ସେୟାର୍ କରନ୍ତୁ

ଶାରଦାୟ ଦୂର୍ଗାପୂଜାରେ ମା ଦୂର୍ଗାଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜା ପାଠ କରାଯାଏ । ଏହି ନବରାତ୍ରିରେ ଲବଙ୍ଗର ବ୍ୟବହାର କରିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ । ଏହି ନଅ ଦିନରେ ଦେବୀ ଦୂର୍ଗାଙ୍କର ବିଶେଷ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଇଥାଏ। ଦୁର୍ଗାପୂଜା ସମୟରେ ଲବଙ୍ଗର ବ୍ୟବହାର କଲେ ଆପଣଙ୍କ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇ ପାରିବ । ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗକୁ କିପରି ବ୍ୟବହାର କଲେ ମା ଦୂର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଆପଣ ନିଜର ସମସ୍ତ ଦୁଖ କଷ୍ଟ ଦୂର କରି ପାରିବେ, ସେହି ବିଷୟରେ କହିବାକୁ ଯାଉଛୁ।

ଯଦି ଆପଣଙ୍କ ଜୀବନରେ କୌଣସି ଶତ୍ରୁର ଭୟ ରହୁଛି ବା କିଛି ଖରାପ ପ୍ରଭାବ ପଡୁଛି, ତେବେ ଏହି ନବରାତ୍ରିରେ ଦୁଇଟି ଲବଙ୍ଗ ମା ଦୂର୍ଗାଙ୍କ ପାଖରେ ଭୋଗ ଲଗାଇ ପର ଦିନ ଏହାକୁ ପ୍ରସାଦ ସ୍ୱରୂପ ଗ୍ରହଣ କରନ୍ତୁ । ଏପରି କରିବା ଦ୍ଵାରା ଶତ୍ରୁ ମାନଙ୍କର ବିନାଶ ହୋଇଥାଏ । କିଛି କ୍ଷେତ୍ରରେ ଆପଣଙ୍କର ଚାକିରି ପାଇବା, ବିବାହ ହେବା ବା ଅନ୍ୟ କୌଣସି ମନସ୍କାମନା ସମ୍ପନ୍ନ ହେଉ ନଥିବା କାରଣରୁ ଆପଣ ଚିନ୍ତିତ ରହୁଥିବେ, ତେବେ ଏହି ନବରାତ୍ରିରେ ୨୭ଟି ଲବଙ୍ଗକୁ ଏକ ନାଲି ସୂତାରେ ବାନ୍ଧି ଏହାର ମାଳ ପ୍ରସ୍ତୁତ କରନ୍ତୁ । ଯଦି ଆପଣ ପୁରୁଷ, ତାହେଲେ ମା ଦୂର୍ଗାଙ୍କ ଚରଣରେ ଏହି ମାଳାକୁ ରଖି ଦିଅନ୍ତୁ । ଯଦି ଆପଣ ମହିଳା, ତାହେଲେ ଏହି ମାଳକୁ ମା ଦୂର୍ଗାଙ୍କୁ ପିନ୍ଧାଇ ଦିଅନ୍ତୁ ।

ଏହା ପରେ ନବରାତ୍ରି ସରିବା ପରେ ଲବଙ୍ଗର ମାଳାକୁ ପାଣିରେ ଭସାଇ ଦିଅନ୍ତୁ । ପୁଣି ଆସନ୍ତା ବର୍ଷ ଏହି ପ୍ରକ୍ରିୟା ଜାରି ରଖନ୍ତୁ । ଏହି ଉପାୟଟି କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ନିଶ୍ଚୟ ପୂରଣ ହେବ। କିଛି କ୍ଷେତ୍ରରେ ଅନେକ ଲୋକ ମାନଙ୍କର ଦୁଃଖକଷ୍ଟ ଶେଷ ହୋଇ ନଥାଏ । ଯେପରି ଯଦି ଆପଣ ଚାକିରି କରୁଛନ୍ତି କିନ୍ତୁ ଆପଣଙ୍କର ପଦୋନ୍ନତୀ ହେଉ ନାହିଁ ବା ଆପଣ ଚାକିରିରୁ ଅବସର ନେଇ ସାରିଛନ୍ତି, କିନ୍ତୁ ଦରମା ଆପଣଙ୍କୁ ମିଳୁନାହିଁ ବା ଘର ତିଆରି କରିଛନ୍ତି କିନ୍ତୁ ଘରେ ସୁଖଶାନ୍ତି ରହୁ ନାହିଁ, ତେବେ ଏହି ସବୁ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଆପଣ ଏହି ନବରାତ୍ରିରେ ଦୁଇଟି ଲବଙ୍ଗ ନେଇ ପାନ ପତ୍ରରେ ରଖନ୍ତୁ । ଏହି ଉପାୟଟି ଆପଣ ଯେ କୌଣସି ଦିନ କରି ପାରିବେ।

ଏହା ପରେ ଏହି ପାନ ପତ୍ରକୁ କୌଣସି ନଡିଆରେ ରଖି ପାଣିରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୋଇଯିବ। ଯଦି କୌଣସି ବ୍ୟକ୍ତିର ବିବାହରେ ବିଳମ୍ବ ହେଉଛି, ଯେଉଁଥିପାଇଁ ଅନେକ ସମସ୍ଯା ସୃଷ୍ଟି ହେଉଛି। ତେବେ ଏହାର ନିରାକରଣ ପାଇଁ ଆପଣଙ୍କର ବୟସ ଅନୁସାରେ ଲବଙ୍ଗକୁ ନେଇ ନାଲି ସୂତାରେ ବାନ୍ଧି ଦିଅନ୍ତୁ। ଏହା ପରେ ୬ ମାସ ପରେ ଏହି ମାଳାକୁ ପାଣିରେ ଭସାଇ ଦିଅନ୍ତୁ ।

ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି, ତେବେ ଧନ ପ୍ରାପ୍ତି ପାଇଁ ନବରାତ୍ରିର ୩ ଦିନ ଯାଏଁ ସନ୍ଧ୍ୟା ସମୟରେ ପାନ ପତ୍ରରେ ଦୁଇଟି ଲବଙ୍ଗ ରଖି ମା ଦୂର୍ଗାଙ୍କୁ ଭୋଗ ଲଗାଇ ପ୍ରସାଦ ରୂପରେ ଏହାକୁ ଗ୍ରହଣ କରନ୍ତୁ । ଏହା ସହ ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କର ଆଳତି କରିବା ସମୟରେ କର୍ପୁର ସହ ଲବଙ୍ଗ ମିଶାଇ ଆଳତି କରନ୍ତୁ । ଏହା ଦ୍ଵାରା ଘରେ ସୁଖଶାନ୍ତିର ବିରାଜମାନ ହୋଇଥାଏ । ବନ୍ଧୁଗଣ ଆମର ପୋଷ୍ଟ ଅଧିକରୁ ଅଧିକ ପଢିବା ପାଇଁ , ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *