Excuse Me Odisha

ଯାହା କହିବୁ ସତ କହିବୁ

୧୧୦ଟି ସ୍ୱପ୍ନ ଓ ତାହାର ଅର୍ଥ,କେଉଁ ସ୍ୱପ୍ନ ଶୁଭ ଓ କେଉଁ ସ୍ବପ୍ନ ଅଶୁଭ ଜାଣନ୍ତୁ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୧୦ ଟି ସ୍ୱପ୍ନ ଓ ତାହାର ଅର୍ଥ। କେଉଁ ସ୍ୱପ୍ନ ଶୁଭ ଅଶୁଭ।

ବନ୍ଧୁଗଣ ରାତିରେ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି ଅଲଗା ଅଲଗା ସ୍ୱପ୍ନ ଦେଖନ୍ତି। ସ୍ୱପ୍ନରେ ଅଲଗା ଅଲଗା ଜିନିଷ ଦେଖିଥାନ୍ତି। ଏମିତି ସ୍ୱପ୍ନ ବି ଦେଖିଥାନ୍ତି ଯାହା ଆପଣଙ୍କ ଜୀବନରେ କିଛି ବି ମହତ୍ୱ ମୂଲ୍ୟ ରହିଥାଏ। କିନ୍ତୁ ସ୍ୱପ୍ନ ବେଳେବେଳେ ସତ ହୋଇଯାଏ ଏବଂ ସ୍ୱପ୍ନର ମାଧ୍ୟମରେ ଆମ ଜୀବନରେ ଅନେକ ପ୍ରକାର ସଂକେତ ଦେଖିବାକୁ ମିଳିଥାଏ। ତ ଆଜି ଏମିତି ଅନେକ ସ୍ୱପ୍ନ ବିଷୟରେ ଆପଣଙ୍କୁ ଆମେ କହିବୁ କେଉଁ କେଉଁ ସ୍ୱପ୍ନ ଦେଖିବା ଦ୍ୱାରା ଆପଣଙ୍କୁ କେଉଁ ଫଳ ମିଳିବ। ପଶୁ ପକ୍ଷୀ ପରିଜନ ସାଙ୍ଗସାଥି ବିବାହ ମୃତ୍ୟୁ ଦୁର୍ଘଟଣା ଗଛ ପତ୍ର ଭଗବାନ ଏହା ସହିତ ଭୋର ସ୍ୱପ୍ନ ସ୍ୱପ୍ନରେ ସଫଳତାର ସ୍ୱପ୍ନ ବିନାଶର ସ୍ୱପ୍ନ ଏମତି କି କିଛି ବି ସ୍ୱପ୍ନ ଆପଣ ଦେଖୁଛନ୍ତି। ଏହା ସହିତ ଜାଣିବା କେଉଁ ସ୍ୱପ୍ନ ଆମ ସହ ଖରାପ ହେବାକୁ ଯିବ ଏବଂ କେଉଁ ସମୟରେ ଦେଖାଯାଇଥିବା ସ୍ୱପ୍ନ କେତେ ଦିନରେ ସତ ହେବାରେ ସମ୍ଭାବନା ରହିଛି। ସୁଖ ସ୍ୱପ୍ନ ଦେଖିଲେ କଣ କରିବାକୁ ପଡିବ। ଦୁଃଖ ସ୍ୱପ୍ନ ଦେଖିଲେ କଣ କରିବାକୁ ପଡିବ। ସ୍ୱପ୍ନକୁ ନେଇ ସ୍ୱପ୍ନ ଶାସ୍ତ୍ରର କଥା ଆମେ ଆପଣଙ୍କୁ କହିବୁ। ତା ସହିତ ଆମେ ଆପଣଙ୍କୁ କହିବୁ ସ୍ୱପ୍ନ କେତେବେଳେ ଦେଖିଲେ କେଉଁ ଫଳ ମିଳିଥାଏ।

ବନ୍ଧୁଗଣ ପୁରାଣ ଅନୁସାରେ ଭଲ ସ୍ୱପ୍ନର କିଛି ଜରୁରୀ କଥା ଆପଣ ଜାଣି ରଖିବା ଉଚିତ। ଭଲ ସ୍ୱପ୍ନ ଦେଖିବା ପରେ ନିଦ ଭାଙ୍ଗିଗଲେ ଆମକୁ ପୁଣି ଥରେ ଶୋଇବା ଉଚିତ। ସେହି ଭଲ ସ୍ୱପ୍ନ ପାଇଁ ଭଗବାନଙ୍କୁ ଧନ୍ୟବାଦ ନିଶ୍ଚୟ କରନ୍ତୁ। ଶେଜ ଉପରେ ବସିକି ଭଗବାନଙ୍କୁ ଧ୍ୟାନ କରନ୍ତୁ। ତା ସହିତ ଭଲ ସ୍ୱପ୍ନ ଦେଖିବା ପରେ ଧ୍ୟାନ ରଖିଥିବେ କେବେ କାହାକୁ କହିବେ ନାହିଁ। ଅନ୍ୟଥା ଏହି ସ୍ୱପ୍ନ କେବେବି ସାକାର ହେବନାହିଁ। ଏଥିପାଇଁ ଚେଷ୍ଟା କରନ୍ତୁ ଭଲ ସ୍ୱପ୍ନ ଦେଖିବା ପରେ ଗପନ ରଖନ୍ତୁ।

ଯଦି ଭୟଙ୍କର ସ୍ୱପ୍ନ ୧୨ଟା ରୁ ୨ ଟା ଭିତରେ ଦେଖୁଛନ୍ତି ତେବେ ତୁରନ୍ତ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଧ୍ୟାନ କରିବା ଉଚିତ କିମ୍ବା ଓଁ ନମଃ ଶିବାୟର ଜପ କରିବା ଉଚିତ। ସକାଳେ ଉଠିବା ପରେ ଗାଧୋଇ ସାରି ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ପୂଜା ନିଶ୍ଚୟ କରନ୍ତୁ। ଏମିତି କରିବା ଦ୍ୱାରା ଦେଖିଥିବା ଖରାପ ସ୍ୱପ୍ନର ପ୍ରଭାବ ସମାପ୍ତ ହୋଇଯିବ। ଯଦି ଭୟଙ୍କର ସ୍ୱପ୍ନ ଆପଣ ବାରମ୍ବାର ଦେଖୁଛନ୍ତି ତାହେଲେ ଆପଣ ଭଗବାନ ଶିବଙ୍କ ସହିତ ଭଗବାନ ହନୁମାନଙ୍କ ଧ୍ୟାନ ନିଶ୍ଚୟ କରନ୍ତୁ। ହନୁମାନଙ୍କ ଧ୍ୟାନ କରିବା ସହିତ ହନୁମାନ ଚାଳିସା ହନୁମାନ ଅଷ୍ଟକମ ପାଠ ନିଶ୍ଚୟ ରୂପେ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ଖରାପ ସ୍ୱପ୍ନର ଖରାପ ଫଳ ମିଳିନଥାଏ।

ରାତି ୧୨ ଟା ପୂର୍ବରୁ ଦେଖିଥିବା ସ୍ୱପ୍ନ ମନର ବିକୃତି ପାଇଁ ହୋଇଥାଏ। ଅର୍ଥାତ ଏହି ସ୍ୱପ୍ନ ଅର୍ଥହୀନ ମାନାଯାଏ। ଏହି ସ୍ୱପ୍ନକୁ ଭୁଲି ଯାଆନ୍ତୁ। ଏହି ସ୍ୱପ୍ନର ଖରାପ ବା ଭଲ ଫଳ ଆପଣଙ୍କୁ ମିଳିବ ନାହିଁ।

ରାତି ୧୨ଟା ରୁ ୧ ମଧ୍ୟରେ ଯଦି ଆପଣ ସ୍ୱପ୍ନ ଦେଖିଛନ୍ତି ତାହେଲେ ଏହି ସ୍ଵପ୍ନକୁ ପୁରା ହେବା ପାଇଁ ୩ ବର୍ଷ ଲାଗିଯାଇଥାଏ ଏଥିପାଇଁ ଏହି ସ୍ୱପ୍ନର ବେସି ମହତ୍ୱ ନଥାଏ।

ରାତି ୧ ରୁ ୨ଟା ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ ୧ ବର୍ଷ ମଧ୍ୟରେ ଆପଣଙ୍କୁ ମିଳିଯିବ।

ରାତି ୩ଟା ରୁ ୪ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୬ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ।

ସକାଳ ୪ଟା ରୁ ୫ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୩ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ।

ସକାଳ ୫ଟା ରୁ ୬ଟା ମଧ୍ୟରେ ଯଦି ଆପଣ ସ୍ୱପ୍ନ ଦେଖିଥାନ୍ତି ତାହେଲେ ସେହି ସ୍ୱପ୍ନର ଫଳ ୧ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ। ତା ସହିତ ଦିନରେ ଦେଖାଯାଇଥିବା ସ୍ୱପ୍ନକୁ ଭୁଲି ଯିବା ଭଲ ହୋଇଥାଏ। କାରଣ ଏହାର କିଛି ଫଳ ନଥାଏ।

ଏବେ ଆସନ୍ତୁ ଜାଣିବା ୧୦୦ ଟି ସ୍ୱପ୍ନ ଏବଂ ତାର ସଂକେତ।

ଏବେ ଆସନ୍ତୁ ଜାଣିବା କିଛି ବିଶେଷ ସ୍ୱପ୍ନ ଏବଂ ତାର ଫଳ ବିଷୟରେ।

ସ୍ୱପ୍ନରେ ଛୋଟ ପିଲାକୁ କୋଳରେ ଧରିବା ଦେଖିବା। ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଆସୁଛି ସେଥିରେ ଗୋଟେ ଛୁଆକୁ ଆପଣ ଧରୁଛନ୍ତି କିମ୍ବା କୋଳରେ ନେଇଛନ୍ତି ଏହାର ଅର୍ଥ ଆପଣଙ୍କୁ ଜୀବନରେ ସୁଖ ସମୟ ଆସିବାର ସଂକେତ ଦେଉଛି। ଏବଂ ଏହିପରି ସ୍ୱପ୍ନ ଆପଣଙ୍କୁ ଲାଭ ଦେବ। ଏହିପରି ସ୍ୱପ୍ନ ଦେଖିଲେ ତୁରନ୍ତ ଭଗବାନଙ୍କୁ ଧନ୍ୟବାଦ କରି ଧ୍ୟାନ କରନ୍ତୁ।

ସ୍ୱପ୍ନରେ ପାରା ଦେଖିବା। ଯଦି ଆପଣ ସ୍ୱପ୍ନରେ ପାରା ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ଏହି ସଂକେତ ଦେଇଥାଏ କି ଆପଣଙ୍କୁ ଭୟଙ୍କର ରୋଗରୁ ମୁକ୍ତି ମିଳିବାକୁ ଯାଉଛି।

ସ୍ୱପ୍ନରେ ନିଜ ଭାଇକୁ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ଏହି ସଂକେତ ଦେଇଥାଏ କି ଆପଣଙ୍କର ଜୀବନରେ ବହୁତ ଶୀଘ୍ର ନୂଆ ମିତ୍ର ଆସିବାକୁ ଯାଉଛି।

ସ୍ୱପ୍ନରେ ନିଜର ମୃତ୍ୟୁ ଦେଖିବା। ବନ୍ଧୁଗଣ ବେଳେବେଳେ ଏମିତି ହୋଇଥାଏ କି ଯେବେ ଆମେ ସ୍ୱପ୍ନରେ ନିଜର ମୃତ୍ୟୁ ଦେଖିଥାଉ କିନ୍ତୁ ବନ୍ଧୁଗଣ ସେହି ସ୍ୱପ୍ନ ପାଇଁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ଏହି ସ୍ୱପ୍ନ ଆମକୁ ସଂକେତ ଦେଇଥାଏ କି ଆପଣ ଆପଣଙ୍କର ଜୀବନରେ ଖରାପ ଗୁଣ ସବୁ ପଛରେ ଛାଡି ସବୁ ପ୍ରକାରର ରୋଗରୁ ମୁକ୍ତି ପାଇ ଆଗକୁ ବଢିବାର ଇଚ୍ଛାକୁ ପୁରା କରୁଛନ୍ତି।

ମଶାଣୀର ଶବ ଦେଖିବା। ଯଦି ଆପଣ ମଶାଣୀର ଶବ ଦେଖୁଛନ୍ତି ତାହେଲେ ଏହା ଶୁଭ ଲାଭ ପାଇଁ ସଂକେତ ଦେଇଥାଏ। ଏମିତି ସ୍ୱପ୍ନ ଆସିବା ପରେ ଆପଣଙ୍କ ଜୀବନରେ ଉନ୍ନତି ହୋଇଥାଏ।

ସ୍ୱପ୍ନରେ ତ୍ରିଶୂଳ ଦେଖିବା। ଯଦି ଆପଣ ସ୍ୱପ୍ନରେ ତ୍ରିଶୂଳ ଦେଖୁଛନ୍ତି ତାହେଲେ ଏହା ସଂକେତ ମିଳିଥାଏ କି ଆପଣ ଆପଣଙ୍କର ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଯାଇଛି।

ସ୍ୱପ୍ନରେ ବନ୍ଧୁ ବାନ୍ଧବଙ୍କୁ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ଏହା ସଂକେତ ଦେଇଥାଏ କିଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

ସ୍ୱପ୍ନରେ ମନ୍ଦିର ଦେଖିବା। ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ରାତିରେ ଆସୁଛି ତାହେଲେ ଆପଣଙ୍କ ଦ୍ୱାରା ଧାର୍ମିକ କାର୍ଯ୍ୟ ହେବ।

ସ୍ୱପ୍ନରେ ଫକୀର ବାବାଙ୍କୁ ଦେଖିବା। ବନ୍ଧୁଗଣ ଯଦି ଆପଣ ଏମିତି ସ୍ୱପ୍ନ ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

ସ୍ୱପ୍ନରେ ଘର ଜଳିବା ଦେଖିଲେ। ଯଦି ଆପଣ ସ୍ୱପ୍ନରେ କାହାର ଘର ଜଳିବାର ଦେଖୁଛନ୍ତି ତାହେଲେ ଏହା ଶୁଭ ସମୟର ସଂକେତ ଦେଇଥାଏ।

ସ୍ୱପ୍ନରେ ସାପ ଦେଖିବା। ଯଦି ଆପଣ ସ୍ୱପ୍ନରେ ଅଜଗର ସାପ ଦେଖନ୍ତି ତାହେଲେ ଏହା ସଂକେତ ମିଳିଥାଏ କି ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି।

ସ୍ୱପ୍ନରେ କାଉ ଦେଖିବା। ଯଦି ଆପଣ ସ୍ୱପ୍ନରେ କାଉ ଦେଖୁଛନ୍ତି ତାହେଲେ ଆପଣଙ୍କୁ ଗୋଟେ ଖରାପ ସୂଚନା ମିଳିବାର ସଂକେତ ଦେଇଥାଏ।

ସ୍ୱପ୍ନରେ ଝିଟିପିଟି ଦେଖିବା। ଯଦି ଆପଣ ସ୍ୱପ୍ନରେ ଝିଟିପିଟି ଦେଖନ୍ତି ତାହେଲେ ଆପଣ ସତର୍କ ହୋଇ ରୁହନ୍ତୁ। କାରଣ ଏହା ସଂକେତ ଦେଇଥାଏ କି ବହୁତ ଜଲଦି ଆପଣଙ୍କ ଘରେ ଚୋରି ହେବାକୁ ଯାଉଛି।

ସ୍ୱପ୍ନରେ ନିଜକୁ ପଡିବା ଦେଖିବା। ସ୍ୱପ୍ନରେ ଯଦି ଆପଣ ରାସ୍ତାରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ପଡିବାର ଦେଖନ୍ତି ତାହେଲେ ଏହି ସ୍ୱପ୍ନ ଆପଣଙ୍କ ଜୀବନରେ ଆସିବାକୁ ଥିବା ସଂକଟ ପାଇଁ ସଂକେତ ଦେଇଥାଏ। ଧନ ବ୍ୟବସାୟ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ଅସୁବିଧା ଆପଣଙ୍କ ଉପରକୁ ଆସିପାରେ।

ଯଦି ସ୍ୱପ୍ନରେ ନିଜକୁ ପଡିବା ଏବଂ ପଡିକି ଉଠିବା ଦେଖନ୍ତି ତାହେଲେ ଆଗକୁ ଜୀବନରେ ଆହୁରି ପ୍ରଗତି କରିବେ।

ସ୍ୱପ୍ନରେ କାହାର ଶେଷ ଯାତ୍ରା ଦେଖିବା। ଏହାର ଅର୍ଥ ଆପଣଙ୍କର ଖରାପ କାମ ସବୁ ବହୁତ ଜଲଦି ଠିକ ହେବାକୁ ଯାଉଛି।

ଆସନ୍ତୁ ଜାଣିବା ୧୦୦ ଟି ସ୍ୱପ୍ନର ଅର୍ଥ।

ଚାନ୍ଦ ଦେଖିବା- ସମ୍ମାନ ମିଳିବା।

ଚିଲ ଦେଖିବା- ଶତ୍ରୁଙ୍କ ଠୁ ହାନି।

ତାରା ମଣ୍ଡଳ ଦେଖିବା- ସୌଭାଗ୍ୟରେ ବୃଦ୍ଧି।

ତାସ ଦେଖିବା- ସମସ୍ୟା ଆସିବା।

ତୀର ଦେଖିବା ସଫଳତା ମିଳିବା।

ଘାସ ଦେଖିବା- ଜୀବନରେ ସମସ୍ୟା

ତ୍ରିଶୂଳ ଦେଖିବା- ଶତ୍ରୁଙ୍କ ଠାରୁ ମୁକ୍ତି।

କ୍ଷୀର ଦେଖିବା- ଆର୍ଥିକ ଉନ୍ନତି।

ଶତ୍ରୁ ଦେଖିବା- ଉତ୍ତମ ଧନ ଲାଭ।

ରୁଦ୍ରାକ୍ଷ ଦେଖିବା- ଶୁଭ ସମାଚାର ମିଳିବ।

ନଦୀ ଦେଖିବା- ସୌଭାଗ୍ୟରେ ବୃଦ୍ଧି।

ନୀଳ ଗାଈ ଦେଖିବା- ସୁଖର ପ୍ରାପ୍ତି।

ନେଉଳ ଦେଖିବା- ଶତ୍ରୁ ଭୟରୁ ମୁକ୍ତି।

ପଗଡ଼ି ଦେଖିବା- ମାନ ସମ୍ମାନର ବୃଦ୍ଧି।

ଗରିବକୁ ଦେଖିବା- ଅତ୍ୟଧିକ ଶୁଭ ଫଳ।

ବସନ୍ତ ଋତୁ ଦେଖିବା- ସୌଭାଗ୍ୟରେ ବୃଦ୍ଧି।

ବେଲ ପତ୍ର ଦେଖିବା- ଧନ ଧାନ୍ୟର ବୃଦ୍ଧି।

ଭାଇକୁ ଦେଖିବା- ନୂଆ ମିତ୍ର ମିଳିବା।

ଭିକ ମାଗିବା- ଧନହାନୀ ହେବା।

ମହୁ ଦେଖିବା- ଜୀବନରେ ଅନୁକୂଳତା।

ଟଙ୍କା ଦେଖିବା- ଧନ ଲାଭ ହେବା।

ସ୍ୱର୍ଗ ଦେଖିବା- ଭୌତିକ ସୁଖର ବୃଦ୍ଧି।

ସ୍ତ୍ରୀକୁ ଦେଖିବା- ଦାମ୍ଫତ୍ୟରେ ପ୍ରେମ ବଢିବା।

ପାରାକୁ ଦେଖିବା- ରୋଗରୁ ମୁକ୍ତି।

ଅଜଗର ଦେଖିବା- ବ୍ୟାପାରରେ ହାନି।

ଝିଟିପିଟି ଦେଖିବା- ଘରେ ଚୋରି ହେବା।

ପକ୍ଷୀ ଦେଖିବା- ଚାକିରୀରେ ସଫଳତା।

ଶୁଆ ଦେଖିବା- ସୌଭାଗ୍ୟରେ ବୃଦ୍ଧି।

ଅଳେଇଚ ଦେଖିବା- ମାନ ସମ୍ମାନ ପ୍ରାପ୍ତି।

ଖାଲି ଥାଳି ଦେଖିବା- ଧନ ପ୍ରାପ୍ତିର ଯୋଗ।

ବାଘ ଦେଖିବା- ଶତ୍ରୁ ଉପରେ ବିଜୟ।

ହାତୀ ଦେଖିବା-ଐଶ୍ଵର୍ଯ୍ୟର ପ୍ରାପ୍ତି।

ଧଳା ବିଲେଇ ଦେଖିବା- ଧନର ହାନି।

ଥଣ୍ଟ ଥିବା ପକ୍ଷୀ ଦେଖିବା- ବ୍ୟବସାୟରେ ଲାଭ।

ଶୁଖିଲା ଜଙ୍ଗଲ ଦେଖିବା- ସମସ୍ୟା ଆସିବା।

ସଳିତା ଜଳେଇବା- ଧନର ପ୍ରାପ୍ତି।

ମୃତ୍ୟୁ ଶରୀର ଦେଖିବା- ବିମାରୀ ଦୂର ହେବା।

ଆଭୂଷଣ ଦେଖିବା- କାମ ପୁରା ହେବା।

ଜାମୁନ ଖାଇବା- ସମସ୍ୟା ଦୂର ହେବା।

ଜୁଆ ଖେଳିବା- ବେପାରରେ ଲାଭ।

ଚାନ୍ଦି ଦେଖିବା- ଧନ ଲାଭ।

କାଦ ଦେଖିବା- ଚିନ୍ତା ବଢିବା।

କଇଁଚି ଦେଖିବା- ଘରେ ଝଗଡା ହେବା।

ସୁପାରୀ ଦେଖିବା- ରୋଗରୁ ମୁକ୍ତି।

ବାଡ଼ି ଦେଖିବା- ଯଶ ବଢିବା।

ଫଳ ଖାଇବା ଧନ ଲାଭ ହେବା।

ସୁନା ମିଳିବା- ଧନ ହାନି।

ଧୂଆଁ ଦେଖିବା ବ୍ୟାପାରରେ ହାନି।

ଭୂକମ୍ପ ଦେଖିବା- ସନ୍ତାନ କୁ କଷ୍ଟ।

ରୁଟି ଖାଇବା- ଧନ ଲାଭ ଆଉ ରାଜଭୋଗ।

ଘୋଡା ଦେଖିବା- ସଂକଟ ଦୂର ହେବା।

କାନ୍ଥ ଦେଖିବା- ସମ୍ମାନ ବଢିବା।

ମୋତି ଦେଖିବା- ପୁତ୍ର ପ୍ରାପ୍ତି।

ବଜାର ଦେଖିବା- ଦରିଦ୍ରତା ଦୂର ହେବା।

ଡାଳିମ୍ବ ଦେଖିବା- ଧନ ପ୍ରାପ୍ତିର ଯୋଗ।

ଅଧିକ ଧନ ଦେଖିବା- ହଠାତ ଧନ ଲାଭ।

ଶୁଖିଲା ଅନ୍ନ ଖାଇବା-ସମସ୍ୟା ବଢିବା।

କୋକେଇ ଦିଖିବା ବିମାରରୁ ମୁକ୍ତି।

ଝରଣା ଦେଖିବା-ଦୁଃଖର ଅନ୍ତ ହେବା।

ବିଜୁଳି ପଡିବ- ସଙ୍କଟରେ ପଡିବା।

ଚାଦର ଦେଖିବା–ନିନ୍ଦିତ ହେବା।

ଜଳୁଥିବା ଦୀପ ଦେଖିବା- ଆୟୁର ବୃଦ୍ଧି।

ଧୂପ ଦେଖିବା ପଦନ୍ନତି ଏବଂ ଆଉ ଧନ ଲାଭ।

ରତ୍ନ ଦେଖିବା- ଅଧିକ ଖର୍ଚ୍ଚ।

କୂଅର ପାଣି ଦେଖିବା- ଧନ ଲାଭ।

ଆକାଶ ଦେଖିବା- ପୁତ୍ର ପ୍ରାପ୍ତି।

ଅସ୍ତ୍ର ଶସ୍ତ୍ର ଦେଖିବା- ଲଢେଇରେ ହାର।

ଇନ୍ଦ୍ରଧନୁ ଦେଖିବା- ଉତ୍ତମ ଶରୀର।

ସ୍ମଶାନ ଦେଖିବା- ସମାଜରେ ସମ୍ମାନ ମିଳିବା।

ହଳଦିଆ ଫୁଲ ଦେଖିବା- ରୋଗରୁ ମୁକ୍ତି।

ସୁନ୍ଦରୀ ସ୍ତ୍ରୀ ଦେଖିବା- ପ୍ରେମର ସଫଳତା ।

ଚୁଡ଼ି ଦେଖିବା- ସୌଭାଗ୍ୟର ବୃଦ୍ଧି

କୂଅ ଦେଖିବା- ସ୍ନମ୍ମାନ ବଢିବା।

ସ୍ୱସ୍ତିକ ଦେଖିବା- ଧନ ଲାଭ ହେବା।

ମା ସ୍ୱରସ୍ୱତୀଙ୍କୁ ଦେଖିବା- ବୁଦ୍ଧି ବଢିବା।

ଛୁରୀ ଦେଖିବା- ସଂକଟରୁ ମୁକ୍ତି।

ଚାବୁକ ଦେଖିବା- ଝଗଡା ହେବା।

ଓଢଣୀ ଦେଖିବା- ସୌଭାଗ୍ୟର ପ୍ରାପ୍ତି।

ଗୁରୁଙ୍କୁ ଦେଖିବା- ସଫଳତା ପ୍ରାପ୍ତି।

ବାଳକ ଦେଖିବା- ସନ୍ତାନ ପ୍ରାପ୍ତି।

ବାତ୍ୟା ଦେଖିବା- ବେପାରରେ ହାନି।

ଜାଲ ଦେଖିବା- ଲଢେଇରେ ହାନି।

ଚୋରି ହେବା- ବ୍ୟାପାରରେ ନଷ୍ଟ।।

ଚନ୍ଦନ ଦେଖିବା- ଶୁଭ ସମାଚାର ମିଳିବା।

ଫୁଲମାଳ ଦେଖିବା- ନିନ୍ଦା ହେବା।

ଜୁଗୁନୁ ଦେଖିବା- ଖରାପ ସମୟ ଆରମ୍ଭ ହେବା।

ଧଳା ସାପ ଦେଖିବା- ଧନଲାଭ।

ଡାକଘର ଦେଖିବା ବ୍ୟପାରରେ ଉନ୍ନତି।

ତପସ୍ୱୀ ଦେଖିବା- ଦାନ କରିବା।

ଦେବୀଙ୍କ ଦର୍ଶନ- ରୋଗରୁ ମୁକ୍ତି|

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *