Excuse Me Odisha

ଯାହା କହିବୁ ସତ କହିବୁ

ବେଶ୍ୟାଳୟ ମାଟିରେ କାହିଁକି ମାଆ ଦୁର୍ଗାଙ୍କ ମୂର୍ତ୍ତି ତିଆରି ହୋଇଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମା ଦୁର୍ଗାଙ୍କ ପ୍ରତିମା କେଉଁ ମାଟିରେ ତିଆରି କରାଯାଏ।

ବନ୍ଧୁଗଣ ଆମର ଏହି ସମାଜ ଯେତେବେଳେ ବେଶ୍ୟାମାନଙ୍କ କଥା ଶୁଣିଥାଏ ତେବେ ସେମାନଙ୍କ ମନରେ ଏକ ପ୍ରକାରର ଘୃଣାର ଭାବ ଚାଲିଆସେ। ବର୍ତ୍ତମାନ ମା ଦୁର୍ଗାଙ୍କର ପୂଜାର ପର୍ବ ଚାଲୁଅଛି। ମା ଦୁର୍ଗାଙ୍କର ମୂର୍ତ୍ତି ତିଆରି କରିବା ପାଇଁ ବିଭିନ୍ନ ଜାଗାରୁ ମାଟି ଆସେ। କିନ୍ତୁ ମାନ୍ୟତା ଅନୁସାରେ ବେଶ୍ୟାଳୟଙ୍କ ଘରୁ ପ୍ରଥମ ମାଟି ଆସିବା ପରେ ହିଁ ମା ଦୁର୍ଗାଙ୍କ ପ୍ରତିମା ତିଆରି କରାଯାଏ। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ମା ଦୁର୍ଗାଙ୍କ ପ୍ରତିମା ତିଆରି କରିବା ପାଇଁ ବେଶ୍ୟାଳୟଙ୍କ ଘରୁ ମାଟି କାହିଁକି ଆସିଥାଏ। ଏବଂ ଏହି ମାଟି ସତରେ କଣ ଏତେ ପବିତ୍ର ଅଟେ। ତେବେ ଆସନ୍ତୁ ଆଜିର ଏହି ପୋଷ୍ଟ ମାଧ୍ୟମରେ ଏହାର ରହସ୍ୟ ବିଷୟରେ ଜାଣିନେବା।

ବନ୍ଧୁଗଣ ଦଶହରା ପର୍ବ ପୁରା ଭାରତର ପର୍ବ ଅଟେ। କିନ୍ତୁ ପଶ୍ଚିମବଙ୍ଗ ଓଡିଶା ଓ ଅନ୍ୟ କେତେକ ସ୍ଥାନରେ ଏହି ପର୍ବକୁ ବିଶେଷ ରୂପେ ବହୁତ ଧୁମଧାମରେ ପାଳନ କରାଯାଏ। ଦଶହରା ସମୟରେ ମା ଦୁର୍ଗାଙ୍କର ଆଖପାଖରେ ସୁସଜିତ କରାଯାଏ। ମା ଦୁର୍ଗାଙ୍କ ପ୍ରତିମା ତିଆରି କରିବା ପାଇଁ ସମସ୍ତେ ବେଶ୍ୟାଳୟକୁ ମାଟି ଆଣିବା ପାଇଁ ଯାଇଥାନ୍ତି। ଏହା ପଛରେ ଏକ କାରଣ ବି ଅଛି। ପୌରାଣିକ କଥା ଅନୁସାରେ ପ୍ରାଚୀନ ସମୟରେ ଜଣେ ବେଶ୍ୟା ମା ଦୁର୍ଗାଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେହି ବେଶ୍ୟା ମା ଦୁର୍ଗାଙ୍କର ପୂଜା କରିବାକୁ ଯାଇ ଲୋକମାନଙ୍କର ବହୁତ ଅପମାନ ସହୁ ଥିଲେ ଯାହାକୁ ଦେଖି ମା ଦୁର୍ଗା ସହି ପାରୁନଥିଲେ କାରଣ ସେ ଜଣେ ମା। ନିଜ ସନ୍ତାନର ଦୁଃଖକୁ କେବେବି ସହି ପାରନ୍ତି ନାହିଁ। ତେଣୁ ମା ଦୁର୍ଗା ଆଦେଶ ଦେଲେ କି ବେଶ୍ୟା ମାନଙ୍କ ଘରୁ ମାଟି ଆଣି ସେହି ମାଟିରେ ତାଙ୍କର ମୂର୍ତି ତିଆରି କରିବା ପରେ ହିଁ ତାଙ୍କର ପୂଜା କାର୍ଯ୍ୟ ହୋଇପାରିବ। ମା ଦୁର୍ଗା ନାରୀ ଶକ୍ତିର ପ୍ରତୀକ। ଯେତେବେଳେ ଗୋଟିଏ ନାରୀ ବେଶ୍ୟା ହୋଇଥାଏ ତେବେ ସେଥିପାଇଁ ଏହି ସମାଜ ଏବଂ ସମାଜର ଲୋକମାନେ ହିଁ ଦାୟୀ ହୋଇଥାନ୍ତି। ଏହି କାରଣରୁ ମା ଦୁର୍ଗାଙ୍କ ପ୍ରତିମା ତିଆରି କରିବା ପାଇଁ ବେଶ୍ୟାଙ୍କ ଘରର ମାଟି ବ୍ୟବହାର ହୋଇଥାଏ। ଏହିଭଳି ଭାବରେ ମା ଦୁର୍ଗାଙ୍କର ପୂଜାରେ ବେଶ୍ୟା ମାନଙ୍କୁ ସମ୍ମାନ ଦିଆଯାଏ। ପୁରାଣ ଏବଂ ଶାସ୍ତ୍ର ଅନୁସାରେ ଯେତେବେଳେ ମହିଳା କିମ୍ବା ପୁରୁଷ ବେଶ୍ୟା ଘରକୁ ଯାଏ ତାହାର ପୂର୍ବରୁ ବେଶ୍ୟାଳୟର ଘର ବାହାରେ ସେମାନେ ନିଜର ସମସ୍ତ ଭଲ କର୍ମ ପବିତ୍ରତା ଓ ଭଲ ଗୁଣ ଆଦି ଛାଡି ଦିଅନ୍ତି। ବ୍ୟକ୍ତି ଜଣଙ୍କ ସମସ୍ତ ପ୍ରକାରର ପବିତ୍ରତାକୁ ବାହାରେ ତ୍ୟାଗ କରିବା ପରେ ହିଁ ଜଣେ ବେଶ୍ୟା ଘରେ ପ୍ରବେଶ କରେ। ସେଥିପାଇଁ ବେଶ୍ୟା ଘରର ମାଟି ପବିତ୍ର ବୋଲି ମାନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *