Excuse Me Odisha

ଯାହା କହିବୁ ସତ କହିବୁ

ମ-ରିଗଲେ ବି ଏହି ମହିଳା ମାନେ ତୁଳସୀ ପୁଜା କେବେବି କରନ୍ତୁ ନାହିଁ…. ଲାଗିଥାଏ ମହାପା-ପ ହୋଇଥାଏ ସ୍ବାମୀଙ୍କ ମୃ-ତ୍ୟୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମ-ରିଗଲେ ବି ଏହି ମହିଳାମାନେ ତୁଳସୀର ପୂଜା କରନ୍ତୁ ନାହିଁ।

ବନ୍ଧୁଗଣ ଏହି ୩ ଜଣ ମହିଳାଙ୍କୁ ତୁଳସୀ ପୂଜା କରିବା ଉଚିତ ନୁହେଁ। ତୁଳସୀ ଗଛ ପ୍ରତ୍ୟକ ହିନ୍ଦୁ ଘରେ ଥାଏ। ପ୍ରାଚୀନ ଗ୍ରନ୍ଥରେ ତୁଳସୀ ଗଛର ମହତ୍ୱ ବିଷୟରେ କୁହାଯାଇଛି। ତୁଳସୀ ଗଛ ପୃଥିବୀରେ ଥିବା ସବୁ ବନସ୍ପତି ମଧ୍ୟରୁ ଅନ୍ୟତମ। ତୁଳସୀ ପତ୍ର କେତେ ପ୍ରକାରର ରୋଗକୁ ନାଶ କରିଥାଏ ଏବଂ ସକାରାତ୍ମକ ଉର୍ଜାକୁ ସଂଚାର କରିଥାଏ। ତୁଳସୀ ଗଛ ଘରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ। ଘରୁ ରୋଗ ବେମାର ଦୂରେଇ ଯାଏ। ଏଥିପାଇଁ ପ୍ରାଚୀନ କାଳରୁ ଋଷି ମୁନି ମାନେ ତୁଳସୀ ପୂଜା କରିବାର ବିଧିବିଧାନ ରଖିଛନ୍ତି। ସବୁଦିନ ଯେଉଁ ବ୍ୟକ୍ତି ତୁଳସୀ ପତ୍ରକୁ ଖାଇଥାଏ ତ କେତେ ପ୍ରକାରର ରୋଗ ଠାରୁ ଦୂରରେ ରହିଥାଏ ସେ। ଏହା ମନୁଷ୍ୟ ଶରୀର ପାଇଁ ଗୁଣକାରୀ ଔଷଧ ଅଟେ। ଆଜିର ବିଜ୍ଞାନ ମଧ୍ୟ ଏହି କଥାକୁ ମାନିଥାଏ। କିନ୍ତୁ ଶାସ୍ତ୍ରରେ ତୁଳସୀ ସହିତ ଜଡ଼ି ରହିଥିବା କିଛି ମାନ୍ୟତା ଯାହାକୁ ତୁଳସୀ ଗଛ ଲଗାଇବା ସମୟରେ ଧ୍ୟାନ ରଖିବେ। ତୁଳସୀ ଗଛକୁ କେଉଁ ବି ବୃହସ୍ପତି ବାରରେ ଆପଣ ଲଗାଇ ପାରିବେ। ତୁଳସୀ ଗଛକୁ ଲଗାଇବା ପାଇଁ କାର୍ତ୍ତିକ ମାସକୁ ଭଲ ବୋଲି ମାନାଯାଏ। କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସବୁ ମନକାମନା ପୂରଣ ହୋଇଥାଏ। ତୁଳସୀ ଗଛକୁ ଘରର ଅଗଣାରେ ଲଗାଇବା ଉଚିତ। ଆପଣ ଶୋଇବା ଘରର ବାଲକୁନିରେ ମଧ୍ୟ ଲଗାଇପାରିବେ। ସକାଳେ ତୁଳସୀ ଗଛରେ ପାଣି ଦେଇ ପରିକ୍ରମା କରିବା ଉଚିତ। ସନ୍ଧ୍ୟାରେ ତୁଳସୀ ଗଛ ତଳେ ଘିଅର ଦୀପ ଜଳେଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବନି ରହିଥାଏ। ତୁଳସୀ ପୂଜାରେ ଏହି ଭୁଲ ଭୁଲରେ ବି କରନ୍ତୁ ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ ତୁଳସୀକୁ ନେଇ କିଛି ବିଶେଷ ନିୟମ କୁହାଯାଇଛି ଯାହାର ଧ୍ୟାନ ରଖିବା ଉଚିତ।

ତୁଳସୀର ପତ୍ରକୁ ଆପଣ ସକାଳେ ତୁଳନ୍ତୁ। ରବିବାର ଦିନ ତୁଳସୀ ପାଖରେ ଦୀପ ଲଗାନ୍ତୁ ନାହିଁ।ଭଗବାନ ବିଷ୍ଣୁ ଏବଂ ତାଙ୍କର ଅବତାରକୁ ତୁଳସୀ ଜଳ ଅର୍ପଣ କରନ୍ତୁ। ଭଗବାନ ଗଣେଶ ଏବଂ ମା ଦୁର୍ଗାଙ୍କୁ ତୁଳସୀ କେବେ ଚଢାନ୍ତୁ ନାହିଁ। ତୁଳସୀ ପତ୍ର କେବେହେଲେ ବାସୀ ହୁଏ ନାହିଁ। ଏହି କାରଣରୁ ପୂଜାରେ ତୁଳସୀର ପୁରୁଣା ପତ୍ରକୁ ମଧ୍ୟ ପ୍ରୟୋଗ କରାଯାଇ ପାରିବ। ଚନ୍ଦ୍ରଗ୍ରହଣ ସମୟରେ ଅନ୍ନରେ ତୁଳସୀ ପତ୍ରକୁ ପକାଇଲେ ଗ୍ରହଣର ପ୍ରଭାବ ପଡିନଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ମାନଙ୍କୁ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ ବା ଏହାର ପୂଜା କେଉଁ ମହିଳାମାନେ କରିପାରିବେ ନାହିଁ।

ତୁଳସୀ ଗଛ ବୁଧଙ୍କର ପ୍ରତିନିଧିତ୍ୱ। ଯାହା ଭଗବାନ ଶ୍ରୀକୃଷ୍ଣଙ୍କର ଏକ ସ୍ୱରୂପ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅଧିକ ପ୍ରିୟ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କୁ କେଉଁ ବି ଭୋଗ ବିନା ତୁଳସୀରେ କରାଯାଏ ନାହିଁ। ଯେଉଁ ପରିବାରର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାନନ୍ତି ସେମାନଙ୍କର ଘରେ ତୁଳସୀ ଗଛ ରହିବା ଜରୁରୀ ଅଟେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ତୁଳସୀର ପୂଜା କରିବା ଉଚିତ। ସେ ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। ତୁଳସୀକୁ ପରମବିଷ୍ଠ ମାନାଯାଏ। କାହିଁକିନା ଭଗବାନ ବିଷ୍ଣୁଙ୍କର ପ୍ରିୟ ଗଛ ଅଟେ। ଯେଉଁ ପ୍ରକାରରେ ଭଗବାନ ବିଷ୍ଣୁଙ୍କର ପୂଜାରେ ତାମସିକ ଜିନିଷର ବ୍ୟବହାର କରାଯାଏ ନାହିଁ ସେହି ପ୍ରକାରରେ ତାମସିକ କ୍ରିୟା କରୁଥିବା ଲୋକଙ୍କୁ ନିଜ ଘରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। ଅର୍ଥାତ ଯେଉଁ ଘରେ ମାଂସ ରଖାଯାଏ ବା ଖୁଆଯାଏ ସେହି ଘରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ଭଗବାନ ବିଷ୍ଣୁଙ୍କ ଭକ୍ତ ପାଇଁ ମଦ୍ୟପାନ କରିବା ବର୍ଜିତ ଅଟେ ଯେଉଁ ଘରେ ଲୋକେ ପଶିଲି ମଦ୍ୟପାନ କରନ୍ତି ସେହି ଘରେ ତୁଳସୀ ଗଛ ରଖିବା ଉଚିତ ନୁହେଁ। ସେହି ଜାଗାରେ ତୁଳସୀକୁ ରଖିବା ଦ୍ୱାରା ଲାଭ ବଦଳରେ ହାନି ହୋଇଥାଏ। ଯଦି ଆପଣ ଏହି ନିୟମର ପାଳନ କରିପାରୁନାହାନ୍ତି ତ ଘରେ ତୁଳସୀ ଗଛ ଭୁଲରେ ବି ଲଗାନ୍ତୁ ନାହିଁ। କେବେବି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। କାରଣ ଏହି ଦିଗରେ ରଖାଯାଇଥିବା ତୁଳସୀ ଅଶୁଭ ଫଳ ଦେଇଥାଏ। ତୁଳସୀକୁ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ। ଯାହାକୁ ବୁଧଙ୍କ ଦିଗ ମାନାଯାଏ। ତୁଳସୀକୁ କେବେ ମଧ୍ୟ ଜମିରେ ଲଗାନ୍ତୁ ନାହିଁ। ସବୁବେଳେ ତୁଳସୀକୁ ମାଣ୍ଡଣାରେ ଲଗାନ୍ତୁ। ଜମିରେ ଲଗେଇବା ଦ୍ୱାରା ତୁଳସୀ ଅଶୁଭ ଫଳ ଦେଇଥାଏ ଯେଉଁ କାରଣରୁ ଘରର ସଦସ୍ୟଙ୍କ ଶରୀରରେ ଅଶୁଭ ଶକ୍ତି ବଢିଥାଏ। କୌଣସି ସ୍ତ୍ରୀର ଯଦି ମାସିକ ଧର୍ମ ଚାଲିଥାଏ ତ ସେ ତୁଳସୀ ମାଙ୍କର ପୂଜା କରିବା ଅନୁଚିତ। ଦ୍ରୋପତିଙ୍କୁ ଯେତେବେଳେ ବସ୍ତ୍ର ହରଣ କରିବା ପାଇଁ ଦୁଃଶାସନ ତାଙ୍କୁ ଆଣିବା ପାଇଁ ଯାଇଥିଲେ ସେହି ସମୟରେ ଦ୍ରୋପତିଙ୍କର ମାସିକ ଧର୍ମ ଚାଲିଥିଲା। ସେହି କାରଣରୁ ସେ ତାଙ୍କ କକ୍ଷରେ ନରହି ଅନ୍ୟ କକ୍ଷରେ ରହୁଥିଲେ। ଏଥିରୁ ଜଣାପଡେ କି ପ୍ରାଚୀନ କାଳରୁ ହିଁ ଏହାକୁ ମାନାଯାଇ ଆସୁଅଛି। ଏହି କାରଣରୁ ଏହି ସମୟରେ ସ୍ତ୍ରୀଙ୍କୁ କୌଣସି ପବିତ୍ର ଜାଗାକୁ ଯିବା କିମ୍ବା ତୁଳସୀଙ୍କର ପୂଜା କରିବା ଅନୁଚିତ ବୋଲି ମାନାଯାଏ। ଅନ୍ୟ ଜଣଙ୍କ ଚରିତ୍ରହୀନ ନାରୀ। ତୁଳସୀ ସତୀ ଏବଂ ପବିତ୍ର ଗଛ। ଏହାର ପୂଜା କେବଳ ଜଣେ ପତିବ୍ରତା ନାରୀ ହିଁ କରିବା ଉଚିତ। ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖେ ତାଙ୍କୁ ତୁଳସୀ ପୂଜା କରିବାର ଖରାପ ଫଳ ମିଳିଥାଏ। ତୃତୀୟ ଜଣଙ୍କ ଦୁଷ୍ଟ ସ୍ତ୍ରୀ। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଦୁଷ୍ଟ କପଟୀ ଅଟେ ଅନ୍ୟର ଭଜନରେ ବିଷ ଢାଳେ ଏପରି ସ୍ତ୍ରୀଙ୍କ ଦ୍ୱାରା ତୁଳସୀଙ୍କର ପୂଜା କରାଯାଏ ତ ଏହାର ଅଶୁଭ ଫଳ ମିଳିଥାଏ। ତ ବନ୍ଧୁଗଣ ଏହା ଥିଲା ତୁଳସୀ ସହିତ ଜଡ଼ିତ କିଛି ନିୟମ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଯଦି ଆପଣ ନିଜ ଘରର ଅଶାନ୍ତିକୁ ଦୂର କରିବା ପାଇଁ ଚାହୁଁଛନ୍ତି ତାହେଲେ କେଉଁ ଉପାୟ କରିବେ।

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ମୟୁରପଙ୍ଖ ଅତ୍ୟନ୍ତ ଶୁଭ। କାରଣ ମୟୁରପଙ୍ଖରେ ସବୁ ଦେବୀ ଦେବତାମାନେ ବାସ କରିଥାନ୍ତି। ଏହା ସହିତ ଆପଣ ସମସ୍ତେ ଜାଣିଛନ୍ତି କି ମୟୁର ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକଙ୍କର ବାହନ ଅଟେ। ମୟୁର ଏକ ପବିତ୍ର ପକ୍ଷୀ ଅଟେ। ଏହା ସହିତ ଆପଣ ଦେଖିଥିବେ କି ଭଗବାନ ଶ୍ରୀକୃଷ୍ଣ ଙ୍କ ମଥାରେ ବି ମୟୁରପଙ୍ଖ ସୁସଜ୍ଜିତ ଅଛି। ଜ୍ୟୋତିଷ ଶାସ୍ତ୍ରରେ ବି ମୟୁରପଙ୍ଖକୁ ବହୁତ ମାନ୍ୟତା ଦିଆଯାଇଛି। ଯଦି ଆପଣ ନିୟମ ଅନୁସାରେ ମୟୁରପଙ୍ଖକୁ ସଠିକ ଦିଗରେ ଏବଂ ସଠିକ ସ୍ଥାନରେ ରଖୁଛନ୍ତି ତେବେ ଆପଣଙ୍କୁ ଏହା ଦ୍ୱାରା ବୁଭିନ୍ନ ପ୍ରକାରର ଚମତ୍କାରିତା ଲାଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମୟୁରପଙ୍ଖ ଘରର ବାସ୍ତୁଦୋଷକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ।

ଏବେ ଆସନ୍ତୁ ଜାଣିବା କି ମୟୁରପଙ୍ଖ କେଉଁ ଭଳି ଭାବରେ ବ୍ୟବହାର କରିବା ଉଚିତ। ଯଦି ଘରେ ନକରାତ୍ମକ ଉର୍ଜା ଅଛି ଓ ପରିବାରର ସଦସ୍ୟଙ୍କର ଉନ୍ନତିରେ ବାଧା ଆସୁଛି ତେବେ ଆପଣ ମୁଖ୍ୟ ଦ୍ୱାର ଉପରେ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମା ରଖନ୍ତୁ। ଏହା ସହିତ ଏହି ପ୍ରତିମାର ଦୁଇ ପାର୍ଶ୍ଵରେ ଦୁଇଟି ମୟୁରପଙ୍ଖ ରଖନ୍ତୁ। ଏହା ଦ୍ୱାରା ଘରର ନକରାତ୍ମକ ଉର୍ଜା ଶେଷ ହୋଇଯିବ। ଏହା ବ୍ୟତୀତ ଆପଣ ଯଦି ଘରର ଦ୍ୱାର ବାସ୍ତୁ ଅନୁସାରେ ନାହିଁ ତାହେଲେ ଦ୍ୱାର ଉପରେ ୩ ଟି ମୟୁରପଙ୍ଖ ରଖିଦିଅନ୍ତୁ। ଯଦି ଘର ଉପରେ ଗ୍ରହର ପ୍ରଭାବ ରହିଛି ତେବେ ମୟୁରପଙ୍ଖ ନିଅନ୍ତୁ ଏବଂ ତାହା ଉପରେ ଗଙ୍ଗା ପାଣି ପକାନ୍ତୁ ଓ ଏହା ପରେ ଏହି ମୟୁରପଙ୍ଖକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯାହାକୁ କେହିବି ଦେଖିପାରିବେ ନାହିଁ। ଏହା ଦ୍ୱାରା ଗ୍ରହର ପ୍ରଭାବ କମ ହୋଇଯାଏ। ଯଦି ଘରର କୌଣସି ସଦସ୍ୟ କିମ୍ବା ଛୋଟ ପିଲା ଉପରେ ଖରାପ ନଜର ଲାଗିଛି ତେବେ ଶୋଇବା ସମୟରେ ସେହି ବ୍ୟକ୍ତିର ତଳିଆ ତଳେ ମୟୁରପଙ୍ଖ ଅବଶ୍ୟ ରଖିଦିଅନ୍ତୁ। ଏହା ପରେ ଏହି ମୟୁରପଙ୍ଖକୁ କୌଣସି ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏହିଭଳି କରିବା ଦ୍ୱାରା ଖରାପ ନଜରର ଦୋଷ କମ ହୋଇଯାଏ। ଯଦି ପିଲା ମାନଙ୍କର ମନ ପାଠ ପଢାରେ ଲାଗୁନାହିଁ ତେବେ ବିଦ୍ୟାର୍ଥୀ ମାନେ ମା ସ୍ୱରସ୍ୱତୀଙ୍କ ସାମ୍ନାରେ ମୟୁରପଙ୍ଖ ରଖି ଓଁମ ଅୟମ ସ୍ୱରସ୍ୱତୀ ନମଃ ମନ୍ତ୍ରର ଜପ କରନ୍ତୁ। ଏବଂ ଏହା ପରେ ଏହି ମୟୁରପଙ୍ଖ ନିଜ ବହିରେ ରଖିଦିଅନ୍ତୁ। ଏହା ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ଏକାଗ୍ରତା ବଢିବାକୁ ଲାଗିବ। ଯଦି ଟଙ୍କାର ଅଭାବ ଅଛି ତେବେ ଘରର ତେଜରୀକୁ ପଶ୍ଚିମ ଦିଗରେ ରଖନ୍ତୁ ଓ ଏହାର ମୁହଁ ପୂର୍ବ ଦିଗରେ ରହିବା ଉଚିତ। ଏହା ସହିତ ମା ଲକ୍ଷ୍ମୀଙ୍କ ପାଖରେ ମୟୁରପଙ୍ଖ ରଖି ପୂଜା କରିବା ପରେ ତାକୁ ତେଜରିରେ ରଖି ଦିଅନ୍ତୁ। ଏହିପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖାଦେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *