Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଯଦି ଛାତ ଉପରେ ଲୁଗା ସୁଖାଏ ତେବେ ସ୍ୱାମୀ ବହୁତ ଶୀଘ୍ର ହୋଇଯାଏ ଦାଣ୍ଡର ଭିକାରୀ,ଜାଣନ୍ତୁ ଲୁଗା ସଫାର ସଠିକ ନିୟମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ସ୍ତ୍ରୀ ଯଦି ଛାତ ଉପରେ ଲୁଗା ସୁଖାଏ ସ୍ୱାମୀ ବହୁତ ଜଲଦି ହୋଇଯାଏ ଦାଣ୍ଡର ଭିକାରୀ।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ସଫା ରଖିବା ସହିତ ବ୍ୟବହାର କରୁଥିବା ଲୁଗାପଟା ଆଦି ସଫା ରଖିବା ଉଚିତ। ସେହିପରି ଜୀବନରେ ଏମିତି କିଛି କାର୍ଯ୍ୟ ଅଛି ଯାହାର ଶୁଭ ନଚେତ ଅଶୁଭ ଫଳ ମନୁଷ୍ୟର ଜୀବନ ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଗା ସଫା ଠାରୁ ଆରମ୍ଭ କରି ତାହାକୁ ଶୁଖାଇବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ। ସୁଖଶାନ୍ତି ଭରା ଜୀବନକୁ କିଛି କ୍ଷଣରେ ବଦଳାଇ ଦେଇଥାଏ। ତେଣୁ କପଡା ସହିତ ଜଡ଼ିତ ମୁଖ୍ୟତଃ ସ୍ତ୍ରୀ ଲୋକମାନେ କଦାପି ଏହିସବୁ ଭୁଲ କରିବା ଅନୁଚିତ। ଯାହାର ଭୟଙ୍କର ପ୍ରଭାବ ଆପଣ କେବେବି ଭାବି ନଥିବେ। ଆଜି ଆମେ ଜାଣିବା ଯେ କପଡା ସହିତ ଜଡ଼ିତ କେତୋଟି ବାସ୍ତୁ ଜନିତ କଥା। ଯାହାକୁ ସଠିକ ଭାବରେ ଜୀବନରେ ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ପାଇଁ ବହୁତ ଭୟଙ୍କର ହୋଇପାରେ। ତେବେ ଆସନ୍ତୁ ଜାଣିବା।

ବ୍ୟସ୍ତବହୁଳ ଜୀବନରେ ଦିନସାରା କାମ କରି ରାତି କିମ୍ବା ସନ୍ଧ୍ୟା ସମୟରେ ପ୍ରତ୍ୟକ ଘରର ସ୍ତ୍ରୀ କିମ୍ବା ପୁରୁଷମାନେ ନିଜ ଘରର କପଡା ସଫା କରିଥାନ୍ତି କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ। ରାତ୍ର ଓ ସନ୍ଧ୍ୟା ଏହି ଦୁଇଟି ସମୟ ନକରାତ୍ମକ ହୋଇଥାଏ ତେଣୁ ଏହି ସମୟରେ କଦାପିବି ଲୁଗା ସଫା କରିବା ଅନୁଚିତ ହୋଇଥାଏ ଯାହାକି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି ହେବା ସହିତ ଘରର ଉନ୍ନତିର ଅନେକ ବାଧା ଆସିଥାଏ।

ସଫା କରୁଥିବା ଲୁଗାକୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ଶୁଖାଇବା ଅନୁଚିତ ହୋଇଥାଏ। ଏହା ଘରର ଆୟ କିମ୍ବା ଇନକମ ମାର୍ଗକୁ କମ କରିଥାଏ। ଏହା ସହିତ ଏପରି କରିବା ଦ୍ୱାରା ଘରର ବାସ୍ତୁ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡିବା ଦ୍ୱାରା ଘରର ବାସ୍ତୁ ମଧ୍ୟ ବିଗିଡି ଯାଇଥାଏ। ତେଣୁ ସର୍ବଦା ଘରର ଅଗଣା କିମ୍ବା ଘର ଭିତରେ ଲୁଗା ଶୁଖାଇବା ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ସପ୍ତାହର ବୃହସ୍ପତି ବାର ବା ଗୁରୁବାର ଦିନ ଲୁଗା ସଫା କରିବା ଶାସ୍ତ୍ରରେ ବର୍ଜିତ ଅଛି। ଏହି ବୃହସ୍ପତି ବାର ମା ଲକ୍ଷ୍ମୀଙ୍କର ଦିନ। ଏହି ଦିନରେ ଘର ମଧ୍ୟରେ ଲଗା ସଫା କରିବା ଘର ମଧ୍ୟରେ ମା ଲକ୍ଷ୍ମୀଙ୍କର ବାସ ଛଡେଇ ଦେବା ସହିତ ସମାନ ହୋଇଥାଏ। ତେଣୁ ଏହିଦିନରେ ଭୁଲରେ ମଧ୍ୟ ଲୁଗା ସଫା କରନ୍ତୁ ନାହିଁ।

ଆଧୁନିକ ଯୁଗରେ ଚିରା ଫଟା ବସ୍ତ୍ର ବା ଷ୍ଟାଇଲିସ ବସ୍ତ୍ର ଚାଲିଥିବା ବେଳେ ଏପରି ବସ୍ତ୍ର ପିନ୍ଧିବା ଅନୁଚିତ। ହୋଇଥାଏ। ମୁଖ୍ୟତଃ ଘରର ସ୍ତ୍ରୀ କିମ୍ବା ଝିଅମାନେ ଏପରି ଚିରା ଫଟା ବସ୍ତ୍ର ଧାରଣ କରିବା ଅନୁଚିତ ହୋଇଥାଏ। ଏହା ଆପଣଙ୍କର ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରିବା ସହିତ ଆପଣଙ୍କର ଧନ ଜନିତ ଅଭାବର କାରଣ ମଧ୍ୟ ସାଜିଥାଏ।

ବ୍ୟବହାର କରିଥିବା ବସ୍ତ୍ର କଦାପି ନ ସଜାଡି ରଖନ୍ତୁ ନାହିଁ। ଏହା ଶୁଭ ହୋଇନଥାଏ। ଏପରି ରଖିବା ଦ୍ୱାରା ଅନେକ ନକରାତ୍ମକ ଶକ୍ତି ଘର ମଧ୍ୟକୁ ଅଧିକ ଆକର୍ଷିତ ହୋଇଥାଏ। ତେଣୁ ସର୍ବଦା କପଡାକୁ ଭଲ ଭାବରେ ସଫା କରି ଭଲ ଭାବରେ ଭାଙ୍ଗିକି ରଖନ୍ତୁ। କାରଣ ପିନ୍ଧୁଥିବା ବସ୍ତ୍ରକୁ ଅସଜଡ଼ା ରଖିବା ଅନୁଚିତ ହୋଇଥାଏ।

ତେଣୁ ବନ୍ଧୁଗଣ ଲୁଗା ସଫା କରିବା ସମୟରେ ଏହିସବୁ ନିୟମକୁ ମାନି ଚଳିଲେ ଆପଣଙ୍କର ମଙ୍ଗଳ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *