Excuse Me Odisha

ଯାହା କହିବୁ ସତ କହିବୁ

ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା, ଦୀପ ଜୋରରେ ଜଳିବା,ହାଇ ଆସିବା,ଫୁଲ ପଡିବାର ରହସ୍ୟ କଣ ହୋଇଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା କରିବା ସମୟରେ ଆଖିରେ ଲୁହ ଆସିବା, ହାଇ ଆସିବାର ଅର୍ଥ କଣ ହୋଇଥାଏ? ଆସନ୍ତୁ ଜାଣିବା ସେହି ଚମତ୍କାର ବିଷୟରେ।

ବନ୍ଧୁଗଣ ଆମ ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମାଣ୍ଡ ଆରମ୍ଭରୁ କେବଳ ଅଦ୍ଧକାରମୟ ଥିଲା। ଅଚାନକ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହୋଇଥିଲା। ଯାହା ଦ୍ୱାରା ପୁରା ବ୍ରହ୍ମାଣ୍ଡ ଶକ୍ତିରେ ପରିପୂର୍ଣ୍ଣ ହୋଇଥିଲା। ଏହାର କିଛି ସମୟ ପରେ ବ୍ରହ୍ମାଣ୍ଡରେ ଧୀରେ ଧୀରେ ଜଳ ଧାତୁ ବାୟୁ ଓ ଅଗ୍ନି ଆଦିର ପଦାର୍ଥର ନିର୍ମାଣ ହୋଇଥିଲା। ସେଥିପାଇଁ ଏହି ସମସ୍ତ ପଦାର୍ଥରେ ଭଗବାନ ଶିବଶଙ୍କର ବାସ କରନ୍ତି ବୋଲି କୁହାଯାଇଥାଏ। ସମସ୍ତ ବ୍ରହ୍ମାଣ୍ଡରେ ବାସ କରୁଥିବା ଅସୀମ ଶକ୍ତି ହିଁ ଶିବ ଅଟନ୍ତି। ଶିବ ହିଁ ଆଦି ଓ ଅନ୍ତ ହୋଇଥାନ୍ତି। ବନ୍ଧୁଗଣ ଆମ ଶାସ୍ତ୍ର ଅନୁସାରେ ଯେତେବେଳେ ବି ଆମେ ମାନେ ପୂଜା ପାଠ ଓ ଇଶ୍ୱରଙ୍କ ଧ୍ୟାନ କରିଥାଉ ଆମର ଆତ୍ମାର ସଂଯୋଗ ଇଶ୍ୱରଙ୍କ ସହ ହୋଇଥାଏ। କାରଣ ଇଶ୍ଵର ସର୍ବବ୍ୟାପି ଅଟନ୍ତି। ସେ ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁରେ ମଧ୍ୟ ବାସ କରିଥାନ୍ତି। ଏହି କାରଣରୁ ଯେତେବେଳେ ଆପଣଙ୍କ ଅନ୍ତରଆତ୍ମାର ମିଳନ ଇଶ୍ୱରଙ୍କ ସହିତ ହୋଇଥାଏ ସେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି। ଏହି ସଂକେତ ଗୁଡିକ ବହୁତ ସାଧାରଣ ହୋଇଥିଲେ ମଧ୍ୟ ଆମେ ସେସବୁ କୁ ନବୁଝି ଅଣଦେଖା କରିଦେଉ। କାରଣ ବନ୍ଧୁଗଣ ଆମେ ଜେବେବି ପୂଜାପାଠ କରିଥାଉ ଆମର ଚତୁର୍ପାର୍ଶ୍ଵ ସକାରାତ୍ମକ ଶକ୍ତିରେ ପରିପୂର୍ଣ ହୋଇଥାଏ। ଏହା ଯୋଗୁ ଆମକୁ ପ୍ରସନ୍ନତା ମିଳିଥାଏ।ଯାହା ଆମର ସମସ୍ତ ମନର ବ୍ୟାକୁଳ ଓ ଦୁଃଖକୁ ସୁଖରେ ବଦଳେଇ ଦେଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଜାଣିବା ଯଦି ଆମେ ପୂଜାପାଠ କରିବା ସମୟରେ ଏପରି କିଛି ସଂକେତ ମିଳୁଛି ତେବେ ଆମେ ବୁଝିନେବା ଉଚିତ ଯେ ଇଶ୍ଵର ଆମ ପାଖରେ ରହିଛନ୍ତି। ଏଣୁ ଏହାକୁ ଅଣଦେଖା କେବେବି କରିବା ଉଚିତ ନୁହେଁ।

ପ୍ରଥମ କଥା। ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା। ଏମତିରେ ତ ବନ୍ଧୁଗଣ ଆଖିରେ ଲୁହ ଆସିବା ଏକ ସାଧାରଣ କଥା। କିନ୍ତୁ ଆପଣ ଯେବେ ପୂଜାପାଠ କରୁଛନ୍ତି ଓ ଆପଣଙ୍କ ମନ ଭଗବାନଙ୍କ ପାଇଁ ବ୍ୟାକୁଳତା ହୋଇ ଆଖିରେ ଲୁହ ଝରି ଆସୁଛି ତେବେ ଏହାର ଅର୍ଥ ବୁଝିନିଅନ୍ତୁ ଯେ ଇଶ୍ଵର ଆପଣଙ୍କ ସାଥୀରେ ରହିଛନ୍ତି। ଏହା ଇଶ୍ୱରଙ୍କର ଏକ ସଂକେତ ଅଟେ କି ଆମର ଆତ୍ମା ତାଙ୍କ ସହ ସଂଯୋଗ ହୋଇଛି। ତେଣୁ ଏହି ସମୟରେ ଇଶ୍ୱରଙ୍କ କିଛି ମାଗିବାର ସର୍ବତମ ସମୟ। ଏହି ସମୟରେ ଇଶ୍ଵରଙ୍କୁ ଆପଣଙ୍କର ସମସ୍ତ ମନକାମନା ଜଣାଇ ନିଅନ୍ତୁ। କାରଣ ଏହି ସମୟରେ ଇଶ୍ଵରଙ୍କୁ କରିଥିବା ସମସ୍ତ ପ୍ରାର୍ଥନାର ଆପଣଙ୍କୁ ଉତ୍ତର ମିଳିଥାଏ। ଆଉ ମଧ୍ୟ କୁହାଯାଏ ଯେ ପୂଜା ସମୟରେ ଆଖିରେ ଲୁହ ଆସିବା ଦ୍ୱାରା ଆମ ଅନ୍ତକରଣର ସମସ୍ତ ମନ୍ଦତା ପରିସ୍କୃତ ହୋଇ ଶୁଦ୍ଧତାରେ ପରିଣତ ହୋଇଥାଏ।

ଦ୍ୱିତୀୟ କଥା। ଜଳାଇଥିବା ଦୀପର ଜ୍ୟୋତି ହଠାତ ବୃଦ୍ଧି ପାଇବା। ବନ୍ଧୁଗଣ ଅଗ୍ନି ପଞ୍ଚତତ୍ୱ ମଧ୍ୟରୁ ଗୋଟିଏ ହୋଇଥାଏ। ଏଥିରେ ଭଗବାନ ଶିବ ବାସ କରିଥାନ୍ତି। ପୂଜା କରିବା ସମୟରେ ଏହାର ଜ୍ୟୋତି ବୃଦ୍ଧି ପାଇବାର ଅର୍ଥ ହେଉଛି ଏହା ଇଶ୍ଵରଙ୍କ ସଂକେତ ଯେ ଆପଣଙ୍କ ପୂଜା ଓ ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୋଇଛନ୍ତି। ଏହି ସମୟରେ ଇଶ୍ୱରଙ୍କ ଠାରେ ଆପଣ ପ୍ରାର୍ଥନା କରି ଆପଣଙ୍କର ମନସ୍କାମନା ଆଦି ନିଶ୍ଚୟ ଜଣାଇ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚିତ ଭାବେ ପୂର୍ଣ୍ଣ ହେବ।

ତୃତୀୟ କଥା। ଯଦି ଆପଣ ପୂଜା କରିବା ସମୟରେ ଆପଣ ଜଳାଇ ଥିବା ଅଗର୍ବତୀର ଧୂଆଁ ଇଷ୍ଟ ଦେବ କିମ୍ବା ଆପଣଙ୍କ ଇଷ୍ଟ ଦେବୀଙ୍କ ପ୍ରତିମା ଆଡ଼କୁ ଯାଇଥାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପୂଜାକୁ ଇଶ୍ଵର ସ୍ୟୁକାର କରିଛନ୍ତି।

ଚତୃର୍ଥ କଥା। ପୂଜା କରିବା ସମୟରେ ଯଦି ଆପଣ ଠାକୁରଙ୍କ ଉପରେ ଚଢ଼ାଇ ଥିବା ଫୁଲ ହଠାତ ତଳେ ପଡିଯାଉଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହାର ଅର୍ଥ ଇଶ୍ଵର ଆପଣଙ୍କ ପୂଜା ଆରୋଧନାକୁ ସ୍ୟୁକାର କରିଛନ୍ତି ଓ ଏହାର ଉଚିତ ଫଳ ଆପଣଙ୍କୁ ତୁରନ୍ତ ପ୍ରଦାନ କରିବେ।

ପଞ୍ଚମ କଥା। ଯଦି ଆପଣ ଭଗବାନଙ୍କ ପୂଜା କରିବା ସମୟରେ କିମ୍ବା ଭଗବାନଙ୍କ ଆରତୀ କରିବା ସମୟରେ ଯଦି ଆପଣଙ୍କ ଦ୍ୱାର ନିକଟକୁ ଗାଈ ଆସିଥାଏ ତେବେ ଏହାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ସମୟରେ ଆପଣ ଗାଈକୁ ଦ୍ୱାର ନିକଟରେ ଖାଇବାକୁ ଦେଇ ତାର ପୂଜାର୍ଚ୍ଚନା କରନ୍ତୁ। ଓ ନିଜର ସମସ୍ତ ମନସ୍କାମନା ଗୋ ମାତାଙ୍କୁ ଜଣାନ୍ତୁ ଦେଖିବେ ଆପଣଙ୍କର ଇଛା ନିଶ୍ଚିତ ଭାବେ ପୁର୍ଣ ହେବ।

ତ ବନ୍ଧୁଗଣ ଏହା ଥିଲା କିଛି ସଂକେତ ବିଷୟରେ ଯଦି ଆପଣ ପୂଜା କରିବା ସମୟରେ ଏସବୁକୁ ଦେଖୁଛନ୍ତି ତେବେ ବୁଝିଯାଅନ୍ତୁ ଯେ ଆପଣଙ୍କ ଉପରେ ଇଶ୍ୱରଙ୍କର କୃପା ରହିଛି। ଏଣୁ ଏହାକୁ କେବେବି ଅଣଦେଖା କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *