Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀ କୃଷ୍ଣଙ୍କ ଠାରୁ ସିଖନ୍ତୁ ଜୀବନର 5ଟି ମନ୍ତ୍ର

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଜୀବନରେ କେତେ କଣ ହରାଇଛନ୍ତି। ଜୀବନ ଆରମ୍ଭରୁ ବାପା ମାଙ୍କୁ ହରାଇଲେ ପୁଣି ଯେଉଁ ନନ୍ଦ ଓ ଜୋସଦା ମିଳିଲେ ସେଠି ସେମାନଙ୍କୁ ମଧ୍ୟ ହରାଇଲେ। ରାଧାଙ୍କୁ ହରାଇଲେ ଗକୁଳଙ୍କୁ ହରାଇଲେ। ମଥୁରା ବି ହରାଇଲେ। ତାଙ୍କର ଜୀବନସାରା କିଛି ନାଁ କିଛି ହରାଇଛନ୍ତି। କିନ୍ତୁ ସେ ଯାହା ସବୁ ହରାଇ ନାହାନ୍ତି ତାହା ଥିଲା ଭଗବାନଙ୍କ ସକାରାତ୍ମକ ଏବଂ ହସ। ଜୀବନରେ ସବୁକିଛି ହରାଇବା ପରେ ମଧ୍ୟ ଆପଣ କେମିତି ସକାରାତ୍ମକ ରହିପାରିବେ ଓ ହସି ପାରିବେ ତାହା ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଶିଖନ୍ତୁ। ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ୫ ଟି କଥା ଯାହା ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଶିଖିବା ଆବଶ୍ୟକ। ଯେତେବେଳେ ଆପଣ ଆପଣଙ୍କ ଜୀବନରେ କୌଣସି ମୋଡ଼ରେ କିଛି ବୁଝିପାରୁନାହାନ୍ତି ତେବେ ଗୋଟିଏ କାମ କରନ୍ତୁ। ଆମର ଯେଉଁ ପବିତ୍ର ଗ୍ରନ୍ଥ ଅଛି ଶ୍ରୀମଦ ଭାଗବତ ଗୀତା ଅଛି ତାକୁ ପଢିବା ଆରମ୍ଭ କରିଦିଅନ୍ତୁ। ଏଥିରୁ ଆପଣଙ୍କୁ ସମସ୍ତ ବା ସବୁ ପ୍ରକାରର ସମସ୍ୟାର ସମାଧାନ ମିଳିଯିବ। ଆସନ୍ତୁ ଜାଣିନେବା ସେହି ୫ ଟି କଥା କଣ।

ପ୍ରଥମ ଶିକ୍ଷା। ଯେତେବେଳେ ଅର୍ଜୁନ ଯୁଦ୍ଧ କରିବା ପାଇଁ ମନା କରି କହିଲେ ମୁଁ ଯୁଦ୍ଧ କରିପାରିବି ନାହିଁ। ଯୁଦ୍ଧରେ ରହିପାରିବି ନାହିଁ। ମୁଁ କଣ ପାଇଁ ଯୁଦ୍ଧ କରିବି,କଣ ମିଳିବ ଏହି ଯୁଦ୍ଧରୁ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଲେ କର୍ମ ଆଡ଼କୁ ଧ୍ୟାନ ରଖ। ଫଳର ଚିନ୍ତା କରନାହିଁ। ଏବଂ ଫଳ ପାଇବାର ଯେଉଁ ମୋହ ଅଛି ତାକୁ ବାହାର କରିଦିଅନ୍ତୁ। ଏହି ଯେଉଁ ଯାତ୍ରା ରହିଛି ଶେଷ ପର୍ଯ୍ୟନ୍ତ ପହଂଚିବା ପାଇଁ ଯାତ୍ରାକୁ ବାସ ଉପଭୋଗ କର। ଯଦି ଆମେ ଏହିଠାରେ ଆମ ଲାଇଫ ବିଷୟରେ କଥା ହେବା ଆମ ନିତିଦିନିଆ ବିଷୟରେ କଥା ହେବା ଏଠାରେ କର୍ମର ଯେଉଁ ଅର୍ଥ ରହିଛି ବା ମହତ୍ୱ ରହିଛି ଏଥିରୁ ଏହା ବାହାରି ଆସୁଛି କି ଆପଣ ଆପଣଙ୍କର କାମ ଉପରେ ସବୁବେଳେ ଧ୍ୟାନ ରଖନ୍ତୁ ଫୋକ୍ସ କରନ୍ତୁ ଭଲ କାମ ଉପରେ। ଯେଉଁ ଯାତ୍ରା ରହିଛି ଶେଷ ପର୍ଯ୍ୟନ୍ତ ପହଁଚିବା ପାଇଁ ଆପଣ ସେହି ଜନିକୁ ଉପଭୋଗ କରନ୍ତୁ। ବାକି ସବୁ ଭୁଲି ଯାଆନ୍ତୁ। ଭଗବାନଙ୍କ ଉପରେ ଛାଡି ଦିଅନ୍ତୁ ସେସବୁ ମେନେଜ କରିନେବେ। ଯିଏ ଭଲ କାମ କରେ ତା ସହିତ କେବେ ମଧ୍ୟ ଖରାପ ହୁଏ ନାହିଁ।

ଦ୍ୱିତୀୟ କଥା। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହା ବୁଝାଇବା ପାଇଁ ଚାହୁଁଥିଲେ କି ପୃଥିବୀରେ ଯାହା କିଛି ବି ହେଉଛି ତାହା ପଛରେ କିଛି ନାଁ କିଛି କାରଣ ରହିଛି ଏବଂ ଆମେ ଜଣେ ଜଣେ ଉପରବାଲା ଗଢିଥିବା ସନ୍ତାନ ଏବଂ ଉପରବାଲା କେବେ ମଧ୍ୟ ନିଜ ସନ୍ତାନଙ୍କ ସହିତ ଖରାପ କରନ୍ତି ନାହିଁ। ଯଦି କେବେ କେଉଁଠି ଖରାପ ହେଉଛି ତାହେଲେ ଏହା ଆପଣଙ୍କର କର୍ମର ହିଁ ପରିଣାମ ଯାହା ଫେରିକି ଆପଣଙ୍କ ପାଖକୁ ଆସୁଛି। ଗୋଟେ ଛୋଟ କାହାଣୀ ଜାଣିବା। ଯେତେବେଳେ ମହାଭାରତ ଯୁଦ୍ଧ ପାଇଁ ରଣ ଭୂମି ପ୍ରସ୍ତୁତ ଚାଲିଥିଲା ସେତେବେଳେ ଗୋଟେ ପକ୍ଷୀ ଉଡି ଆସି କହିଲା ଗଛ ଲତା ଭାଙ୍ଗିବା ବେଳେ ମୋ ବସା ମାଟି ଉପରେ ପଡିଯାଇଛି ମତେ ସାହାର୍ଯ୍ୟ କରନ୍ତୁ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଲେ କି ମୁଁ ବିଧାନକୁ ଟାଳି ପାରିବି ନାହିଁ। ଯାହା ହେବାକୁ ଥିବ ତାହା ହିଁ ହେଇକି ରହିବ। ତାପରେ ପକ୍ଷୀ କହିଲା ଠିକ ଅଛି କଣ ମୁଁ ଆପଣଙ୍କ ଉପରେ ବିଶ୍ୱାସ ରଖିବି ବାସ ମତେ ଏତିକି କୁହନ୍ତୁ। ଭଗବାନ କହିଲେ ଠିକ ଅଛି ବିଶ୍ୱାସ ରଖ। ପର ଦିନ ଅର୍ଜୁନଙ୍କୁ ତିର ମାଗିଲେ। ଭଗବାନ ସଙ୍କୁଚିତ ହୋଇ କହିଲେ କଣ କରିବେ ଆପଣ ତିରର। ଭଗବାନ କହିଲେ ମତେ ଆବଶ୍ୟକ ଅଛି, ମତେ ଦିଅ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ତିର ଦେଲେ। ସାମ୍ନାରେ ଗୋଟିଏ ହାତୀ ଥିଲା ସେହି ହାତୀ ବେକରେ ଗୋଟେ ବଡ଼ ଘଣ୍ଟି ଝୁଲୁଥିଲା ସେହି ଘଣ୍ଟିକୁ ଭଗବାନ ଶ୍ରୀକୃଷ୍ଣ ତିର ଲଗାଇଲେ ଏବଂ ସେହି ଘଣ୍ଟିଟି ତଳେ ପଡ଼ିଗଲା। ଅର୍ଜୁନ ସେତେବେଳେ ହସିବାକୁ ଲାଗିଲେ ଓ କହିଲେ କଣ ଆପଣ ଏମିତି ତିର ଚଳାଉଛନ୍ତି ଦିଅନ୍ତୁ ମୁଁ ସେହି ହାତୀକୁ ତିର ଲଗାଇ ତଳେ ପକାଇଦେବି। ଭଗବାନ ଶ୍ରୀକୃଷ୍ଣ କହିଲେ ମୋର କାମ ହୋଇଗଲା। ୧୮ ଦିନ ପରେ ଯେତେବେଳେ ଯୁଦ୍ଧ ଶେଷ ହେଲା ସେତେବେଳେ ରଣ ଭୂମିର ସଫା ସୁତରା କରାଯାଉଥିଲା। ଭଗବାନ ଶ୍ରୀକୃଷ୍ଣ କହିଲେ ଅର୍ଜୁନଙ୍କୁ ସେହି ଘଣ୍ଟି ଉଠାଇ ଦିଅ ସେହି ଘଣ୍ଟି ଉଠାଇବା ମାତ୍ରେ ସେହି ପକ୍ଷୀ ଓ ତାର ଛୁଆମାନେ ସେଠାରୁ ମୁକୁଳି ଚାଲିଗଲେ। ସେହି ପକ୍ଷୀଟି କେବଳ ବିଶ୍ୱାସ ରଖିଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବାକି ସବୁ ଭଗବାନ ଦେଖିନେଲେ।

ତୃତୀୟ କଥା। ସଚେତନ ହେବା। ସଚେତନର ଅର୍ଥ ଆପଣଙ୍କୁ ଆଜିକୁ ନେଇ ବଞ୍ଚିବା ବା ଏହି କ୍ଷଣକୁ ନେଇ ରହିବା। ଏହି ସଚେତନତା ଆପଣଙ୍କ ଭିତରେ ରହିବା ଉଚିତ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ କି ତୁମେ ଆଜି ମଧ୍ୟରେ ରହିବାକୁ ଆରମ୍ଭ କର ପରବର୍ତ୍ତୀ ସମୟରେ ଯାହା ହେବ ଦେଖାଯିବ। ଗୋଟେ ଛୋଟିଆ ଘଟଣା ମହାଭାରତର। ଗୋଟିଏ ଦିନ ଦ୍ରୋପତି ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଗଲେ ଓ କହିଲେ ପିତାମହ ଭୀଷ୍ମ ମୋ ସ୍ୱାମୀ ମାନଙ୍କୁ ମାରିଦେବା ପାଇଁ ପ୍ରତିଜ୍ଞା ନେଇଛନ୍ତି। ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଲେ ତୁମେ ଚିନ୍ତା କର ନାହିଁ। ତୁମେ ପିତାମହ ଭୀଷ୍ମଙ୍କ ପାଖକୁ ଯାଅ ଏବଂ ତାଙ୍କ ପାଦ ଛୁଇଁ ପ୍ରଣାମ କର। ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ଦ୍ରୋପତି ପିତାମହ ଭୀଷ୍ମଙ୍କ ପାଖକୁ ଗଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କଲେ। ସେତେବେଳେ ପିତାମହ ଭୀଷ୍ମ ତାଙ୍କୁ ସୌଭାଗ୍ୟବତୀର ଆଶୀର୍ବାଦ ଦେଇଦେଲେ। ତାପରେ ପିତାମହ ଭୀଷ୍ମ କହିଲେ ମୁଁ ଏ କଣ କଲି ମୁଁ ତ ଏବେ ଏବେ ତୁମ ସ୍ୱାମୀ ମାନଙ୍କୁ ମାରିବା ପାଇଁ ପ୍ରତିଜ୍ଞା ନେଇଥିଲି। କିନ୍ତୁ ମୁଁ ତୁମ ସ୍ୱାମୀମାନଙ୍କୁ ଲମ୍ବା ଆୟୁଷ ବଞ୍ଚନ୍ତୁ ବୋଲି ଆଶୀର୍ବାଦ ଦେଇଦେଲି ଓ କହିଲେ ନିଶ୍ଚିତ ଏହିସବୁ କାମ ଶ୍ରୀକୃଷ୍ଣ କରିଥିବେ। ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଏ ଦୁନିଆର ସମସ୍ତ ସମସ୍ୟାର ସମାଧାନ ଅଛି।

ଚତୁର୍ଥ କଥା। ରାଗକୁ କଣ୍ଟ୍ରୋଲ କରିବା। ଯେତେବେଳେ କ୍ରୋଧ ଆସିଥାଏ ସେତେବେଳେ ଭ୍ରମ ଜନ୍ମ ନିଏ। ଭ୍ରମ ଜନ୍ମ ନେବା ଦ୍ୱାରା ବୁଦ୍ଧିକୁ ନଷ୍ଟ କରି ଦେଇଥାଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୋଇଯାଏ ସେତେବେଳେ ସେହି ମଣିଷର ବିନାଶ ହୋଇଯାଏ କାହିଁକିନା ବିନାଶ କାଳେ ବିପରୀତ ବୁଦ୍ଧି। କ୍ରୋଧ କାରଣରୁ ହିଁ ମହାଭାରତ ଆରମ୍ଭ ହୋଇଥିଲା। କାହିଁକିନା ଦୁର୍ଯ୍ୟୋଧନଙ୍କୁ ଅଧିକ କ୍ରୋଧ ଆସୁଥିଲା। ସେ ଏମିତି ଏକ ଖେଳ ରଚିଥିଲେ ଯେଉଁଠି ଦ୍ରୋପତିଙ୍କୁ ସଭାକୁ ଆଣି ଦୁର୍ଯ୍ୟୋଧନଙ୍କ ଛୋଟ ଭାଇ ଦୁଃଶାସନ ଦ୍ରୋପତିଙ୍କ ଚିରହରଣ କରିବା ପାଇଁ ଚେଷ୍ଟା କରାଗଲା। ଏମିତି ଗୋଟିଏ ଘଟଣା ଥିଲା ଯାହା ପାଇଁ ଦୁର୍ଯ୍ୟୋଧନ ଏବଂ ତାଙ୍କ ଭାଇ ମାନଙ୍କ ବିନାଶ ହୋଇଥିଲା। ମହାଭାରତର ଏମତି କେତେକ ଘଟଣା ଅଛି ଯାହା ଆମକୁ ଏହି ଶିକ୍ଷା ଯିଏକି ନିଜ କ୍ରୋଧକୁ କାବୁ କରିବା ବହୁତ ଜରୁରୀ।

ପଞ୍ଚମ କଥା। କୁହାଯାଏ କି ପାଣ୍ଡବମାନେ ମହାଭାରତ ଯୁଦ୍ଧ ଜିତିଥିଲେ କିନ୍ତୁ ପ୍ରକୃତରେ ବିନା ଭଗବାନ ଶ୍ରୀକୃଷ୍ଣଙ୍କ ସାହାର୍ଯ୍ୟରେ ସେମାନେ ଜିତି ପାରିନଥାନ୍ତେ। ଏହି ଶିକ୍ଷାକୁ ଧ୍ୟାନ ଦେଇ ବୁଝନ୍ତୁ। ଏଦୁନିଆର କୌଣସି କାମ ଛୋଟ କିମ୍ବା ବଡ଼ ହୁଏନାହିଁ। ସବୁକାମ ମହତ୍ୱପୂର୍ଣ୍ଣ କାହିଁକିନା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ହେବା ପାଇଁ ମଧ୍ୟ ରାଜି ହୋଇଯାଇଥିଲେ। କାହିଁକିନା ତାଙ୍କୁ ଏମିତି ଲାଗିଲା ମୋର ଏହି କାମ ମୋର ସଖାକୁ ଜିତିବାର ସଫଳତା ଦେଇପାରିବ। ତେଣୁ ସମସ୍ତ କାମକୁ ସମ୍ମାନ ଦିଅନ୍ତୁ। ସମସ୍ତ ସମ୍ପଦକୁ ସମ୍ମାନ କରନ୍ତୁ। ସମସ୍ତ ବ୍ୟକ୍ତିକୁ ସମ୍ମାନ କରନ୍ତୁ। ଏହା ଭଗବାନ ଶ୍ରୀକୃଷ୍ଣ ଶିକ୍ଷା ଦେଇଛନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *