Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି ରାଶିର ଲୋକମାନଙ୍କୁ ଭଗବାନ ଶନିଦେବ ବନାଇବେ ଧନୀ !

ସେୟାର୍ କରନ୍ତୁ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦିଗ ବଦଳି ଯାଇଥାଏ ବା ଗ୍ରହ ଚଳନରେ ପରିବର୍ତ୍ତନ ଆସିଥାଏ, ସେତେବେଳେ ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ। କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରି ନଥାଉ ଏବଂ କିଛି ନା କିଛି ଘଟଣା ଘଟି ଯାଇଥାଏ। କିନ୍ତୁ ଏଠାରେ ଆମେ କହି ରଖୁଛୁ ଯେ ପ୍ରତ୍ୟେକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ ଏବଂ ଆସନ୍ତୁ ଜାଣିବା ଶନି ଗ୍ରହ ବିଷୟରେ।

ବନ୍ଧୁଗଣ ଆମର ହିନ୍ଦୁଧର୍ମରେ ଭଗବାନ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ଯେତେବେଳେ ଶନିଦେବ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି, ସେତେବେଳେ ସେହି ବ୍ୟକ୍ତିର ଜୀବନ ଅତ୍ୟନ୍ତ ସୁଖମୟ ହୋଇଯାଏ। ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ପଡ଼ିଥାଏ, ତାଠାରୁ ଅଧିକ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଶନିଦେବ କାହାର ଶତ୍ରୁ ନୁହନ୍ତି, ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି।

ଭଗବାନ ଶନିଦେବ ଜଣେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି, ଯିଏ ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି।କିନ୍ତୁ ଯେଉଁ ଲୋକମାନେ ଭୁଲ କାର୍ଯ୍ୟ କରିଥାନ୍ତି ବା ଭୁଲ ମାର୍ଗରେ ଚାଲିଥାନ୍ତି, ସେମାନଙ୍କୁ ଶନିଦେବଙ୍କ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଶନି ଗ୍ରହ ଯେତେବେଳେ ନିଜର ଚଳନ ବଦଳାଇ ଥାଆନ୍ତି, ସେତେବେଳେ ସେ କିଛି ଲୋକଙ୍କ ଉପରେ ଭାରୀ ପଡିଥାନ୍ତି ତ ଆଉ କିଛି ଲୋକଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।କହିବାକୁ ଗଲେ ୧୨ଟି ରାଶିର ଲୋକଙ୍କ ଉପରେ ଶନିଙ୍କ ପ୍ରଭାବ ରହିଥାଏ।କିନ୍ତୁ ଏହି ଅନୁସାରେ ଜ୍ୟୋତିଷଙ୍କ ମତ ଅନୁସାରେ ଏପରି କିଛି ରାଶି ରହିଛି, ସେହି ରାଶିର ଲୋକଙ୍କ ଉପରେ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଶନିଦେବଙ୍କ କୃପା ଦୃଷ୍ଟି ରହିବ ବୋଲି କୁହାଯାଇଛି।

ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।

ପ୍ରଥମେ ହେଉଛି ମେଷ ରାଶି, ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଦେବ ଅଧିକ ପ୍ରସନ୍ନ ରହିବେ ଏବଂ ଏହି ରାଶିର ଲୋକଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ସର୍ବଦା ରହିବ, ତାହା ପୁଣି ୨୧ ବର୍ଷ ପର୍ଯ୍ୟନ୍ତ ରହିବ। ଏହାଦ୍ବାରା ଏହି ରାଶିର ଲୋକଙ୍କୁ କେବେବି ଧନର ଅଭାବ ହେବ ନାହିଁ ଏବଂ ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଦ୍ୱିତୀୟ ରାଶି ହେଉଛି ସିଂହ ରାଶି, ସିଂହ ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ସର୍ବଦା ରହିବ। ଏମାନଙ୍କ ମଧ୍ୟରେ କେବେବି ଆତ୍ମବିଶ୍ବାସ କମ୍ ହେବନାହିଁ। ଏମାନଙ୍କର ସମସ୍ତ ମନସ୍କାମନା ବା ଇଛା ଭଗବାନ ଶନିଦେବ ସର୍ବଦା ପୂରଣ କରି ଦେବେ।

ତୃତୀୟ ରାଶି ହେଉଛି କନ୍ୟା ରାଶି, ଭଗବାନ ଶନିଦେବ ଏହି ରାଶିର ଲୋକଙ୍କୁ ସବୁ ସଙ୍କଟରୁ ଉଦ୍ଧାର କରିବେ। ଏହି ରାଶିର ଲୋକମାନଙ୍କୁ ନିଜ ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବା ଉଚିତ। ଏହାଦ୍ବାରା ଭଗବାନ ଶନିଙ୍କ ଆଶୀର୍ବାଦ ଆପଣଙ୍କୁ ସର୍ବଦା ପ୍ରାପ୍ତ ହେବ।

ଚତୁର୍ଥ ରାଶି ହେଉଛି ତୁଳା ରାଶି, ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।ଆପଣଙ୍କୁ କୌଣସି ଝଗଡ଼ା ବା ବିବାଦ ଠାରୁ ଦୂରେଇ ରହିବା ଉଚିତ। ଆପଣଙ୍କ ଘରେ ସୁଖଶାନ୍ତି ବିରାଜମାନ କରିବ। ଭଗବାନ ଶନିଙ୍କ କୃପାରୁ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ।

ଏଭଳି ପୋଷ୍ଟ ସବୁବେଳେ ପଢ଼ିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *