Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ୨୦୨୧: ଘରକୁ ନେଇ ଆସନ୍ତୁ ଏହି ୪ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ, ସାତ ଜନ୍ମ ପର୍ଯ୍ୟନ୍ତ ଦୂର ଯିବ ଦାରିଦ୍ର୍ୟତା, ରାସ୍ତା କଡ ଭିକାରୀ ମଧ୍ୟ ହୋଇଯାଏ କୋଟିପତି।

ସେୟାର୍ କରନ୍ତୁ

ନବରାତ୍ରି ବା ମା ଦୁର୍ଗାଙ୍କୁ ଉପାସନା କରିବା ପାଇଁ ଏହି ନଅ ଦିନ ଅତ୍ୟନ୍ତ ଖାସ୍ ହୋଇଥାଏ। ଏହି ସମୟରେ ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ଦେବୀ ଦୁର୍ଗାଙ୍କର ପୂଜା କରିବା ଦ୍ୱାରା ମାଆ ପ୍ରସନ୍ନ ହୋଇଥାନ୍ତି। ଏହାଦ୍ବାରା ଆମ ଜୀବନ ଧନଧାନ୍ୟ ଏବଂ ସୁଖରେ ପରିପୂର୍ଣ ହୋଇ ଯାଇଥାଏ। ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଉପାସନା କରିବା ସହିତ ଅନ୍ୟ କିଛି ଉପାୟ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ଚାରୋଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଘରକୁ ଆଣି ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରି ପାରିବେ। ତେଣୁ ଚାଲନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିବା।

ନବରାତ୍ରିରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ ତାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଦ୍ୱାରା ଘରେ ସୁଖଶାନ୍ତି ବିରାଜମାନ ହୋଇଥାଏ ଏବଂ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ମଧ୍ୟ ପ୍ରାପ୍ତ ହୋଇଥାଏ। ମାତା ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରୁଥିବା ମହିଳା ନିଜେ ମଧ୍ୟ ଷୋହଳ ଶୃଙ୍ଗାର କରିବା ଉଚିତ। ନବରାତ୍ରି ପରେ ଆପଣ ଏହି ଷୋହଳ ଶୃଙ୍ଗାର ସାମଗ୍ରୀ ଗୁଡିକ କୌଣସି ସଧବା ବ୍ରାହ୍ମଣୀ କିମ୍ବା କୌଣସି ଗରିବ ସ୍ତ୍ରୀଲୋକକୁ ଦାନ କରି ପାରିବେ।

ଦେବୀ ଦୁର୍ଗାଙ୍କ ପ୍ରସାଦ ରୂପେ ଆପଣ ମଧ୍ୟ ଏହି ସାମଗ୍ରୀ ଗୁଡ଼ିକୁ ବ୍ୟବହାର କରି ପାରିବେ। ନବରାତ୍ରିରେ ଘରକୁ ରୁପାର ମୁଦ୍ରା ଆଣିବା ଶୁଭ ବୋଲି ମାନା ଯାଇଥାଏ। ଏହି ରୁପାର ମୁଦ୍ରା ଆଣି ଦେବୀ ଦୁର୍ଗାଙ୍କ ପୂଜା ସ୍ଥାନରେ ରଖି ନଅ ଦିନ ପର୍ଯ୍ୟନ୍ତ ଏହାକୁ ପୂଜା କରନ୍ତୁ। ନବରାତ୍ରି ପରେ ଘରେ ଟଙ୍କା ରଖୁଥିବା ସ୍ଥାନ ବା ଧନଭଣ୍ଡାରରେ ଏହି ରୁପାର ମୁଦ୍ରାକୁ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସର୍ବଦା ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଘରର ସବୁ ଆର୍ଥିକ ଅଭାବ ଦୂର ହୋଇ ଯାଇଥାଏ।

ନବରାତ୍ରିରେ ଦେବୀ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଉଚିତ, ଏହାଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଥାନ୍ତି। ଏଭଳି କରିବା ଦ୍ଵାରା ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ଯଦି ପଦ୍ମ ଫୁଲ ମିଳୁ ନାହିଁ ତାହେଲେ , ତାହେଲେ ଆପଣ ପଦ୍ମ ଫୁଲର ଏକ ଫଟୋ ଆଣି ଏହାକୁ ଘରର ଉତ୍ତର ଦିଗରେ ଲଗାଇ ଦିଅନ୍ତୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ। ଏଭଳି କରିବା ଦ୍ଵାରା ଘରେ କେବେବି ଧନ ଏବଂ ଅନ୍ନର ଅଭାବ ହୋଇ ନଥାଏ।

ଶାସ୍ତ୍ର ଅନୁସାରେ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ମାନ୍ୟତା ଅନୁସାରେ ଏହି ଶଙ୍ଖ ଯେଉଁ ଘରେ ରହିଥାଏ, ସେହି ଘରେ କେବେବି ଧନର ଅଭାବ ହୋଇ ନଥାଏ। ସେଥିପାଇଁ ନବରାତ୍ରି ସମୟରେ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଆଣି ଘରେ ସ୍ଥାପନ କରିବା ଉଚିତ। ଏହି ଶଙ୍ଖକୁ ସ୍ଥାପନ କରିବା ଘରର ପରିବେଶ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ବିଧିବିଧାନ ଅନୁସାରେ ଏହି ଶଙ୍ଖକୁ ସ୍ଥାପନ କରିବା ଦ୍ୱାରା ଘର ମଧ୍ୟକୁ ଭୂତ ପ୍ରେତ ବା କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ।

ଆମର ପୋଷ୍ଟକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ ଏବଂ ଆମ ସହିତ ସବୁବେଳେ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *