Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗା ପୂଜା ୨୦୨୧: ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ,ତା ପରେ ହେବ ଧନର ବର୍ଷା ହେବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଦୁର୍ଗା ପୂଜାରେ ଘରକୁ ନେଇଆସନ୍ତୁ ଏହି ୫ ଟି ଜିନିଷ ଧନର ବର୍ଷା ହେବ।

ବନ୍ଧୁଗଣ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ବନ୍ଧୁଗଣ ଚଳିତ ବର୍ଷ ଅକ୍ଟୋମ୍ବର ୧୫ ତାରିଖରେ ପଡ଼ିବାକୁ ଯାଉଛି ପବିତ୍ର ଦୁର୍ଗା ପୂଜା ବା ଦଶହରା ପର୍ବ। ଏହି ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ ନେଇଆସନ୍ତୁ ଏହି ୫ ଗୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ପୁରା ବର୍ଷ ହେବ ଧନର ବର୍ଷା। ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ମା ଦୁର୍ଗାଙ୍କ ନବରାତ୍ରୀ ପର୍ବ ଚାଲୁଅଛି। ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜାର୍ଚ୍ଚନା କଲେ ମଧ୍ୟ କମ ହୋଇଥାଏ। ତେଣୁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ ସହିତ କିଛି ଖାସ ଉପାୟ କରିବାକୁ ପଡିଥାଏ। ଯଦି ଆପଣ ସେହି ଖାସ ଉପାୟ ଗୁଡିକୁ ଏହି ଦୁର୍ଗା ପୂଜାର ଦଶହରା ପର୍ବ ଶେଷ ହେବା ପୂର୍ବରୁ କରିନିଅନ୍ତି ତେବେ ମା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କୁ ଅପାର ଧନ ଉପାର୍ଜନ କରିବାର ସୂଚକ ପ୍ରଦାନ କରିଥାନ୍ତି। ଏବି ଉପାୟ ଗୁଡିକୁ କରିବା ପାଇଁ ଆପଣ ମାନଙ୍କୁ ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି ୫ ଗୋଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ନିଜ ଘରକୁ ଆଣିବାକୁ ପଡିବ। ଏବଂ ମା ଦୁର୍ଗାଙ୍କୁ ସ୍ମରଣ କରି ପବିତ୍ର ମନରେ ଏହିସବୁ ଉପାୟ ଗୁଡିକୁ କରିବାକୁ ପଡିବ। ତେବେ ଆସନ୍ତୁ ସେହିସବୁ ଉପାୟ ଏବଂ ଜିନିଷ ଗୁଡିକ ବିଷୟରେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଜାଣିବା।

ରୁପାର ପଇସା। ଯଦି ଆପଣଙ୍କର ଘରେ ଦାରିଦ୍ର୍ୟତା ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ପବିତ୍ର ନବରାତ୍ରୀ ପର୍ବ ସରିବା ପୂର୍ବରୁ ରୁପାର ପଇସା ନିଜର ଘରକୁ ନିଶ୍ଚୟ ଆଣନ୍ତୁ। ଏହି ରୁପା ପଇସା ଆଣି କୌଣସି ବି ଦିନ ପବିତ୍ର ମନରେ ଭଲ ଭାବରେ ପୂଜା କରନ୍ତୁ ଏବଂ ତାହାକୁ ଘରର ଆଲମାରୀରେ ବନ୍ଦ କରି ରଖି ଦିଅନ୍ତୁ। ଏଥିରେ ଆପଣଙ୍କର ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଘରକୁ ବିଭିନ୍ନ ଦିଗରୁ ଟଙ୍କା ପଇସାର ଆଗମନ ହୋଇଥାଏ।

କଉଡି। ଯଦି ଆପଣଙ୍କୁ ଧନ ସମ୍ବଦ୍ଧିତ କିଛି କାର୍ଯ୍ୟର ଅସୁବିଧାର ସାମ୍ନା କରିବାକୁ ପଡୁଥାଏ ତେବେ ନବରାତ୍ରୀ ବା ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଗୋଟିଏ ହଳଦିଆ କିମ୍ବା ଧଳା କଉଡ଼ି ନିଜ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ସମୟରେ ଏହି କଉଡ଼ିକୁ ପୂଜା କରିବା ପାଇଁ ପୂଜା ସ୍ଥାନରେ ରଖିଦିଅନ୍ତୁ ପୂଜା କରିବା ପରେ କଉଡ଼ିକୁ ଗୋଟେ ଲାଲ ରଙ୍ଗର କପଡ଼ାରେ ବାନ୍ଧି ଦିଅନ୍ତୁ। ଏବଂ ଆଲମାରୀରେ ବା ଟଙ୍କା ରଖିଥିବା ସ୍ଥାନରେ ରଖି ଦିଅନ୍ତୁ। ଦେଖିବେ ପୁରା ବର୍ଷ ଆପଣଙ୍କର ଘରେ ଧନର ଅଭାବ ରହିବ ନାହିଁ।

ଯଦି ଆପଣ ମା ଦୁର୍ଗା ବା ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ପଦ୍ମ ଫୁଲରେ ବସିଥିବା ମା ଲକ୍ଷ୍ମୀଙ୍କର ଫୋଟ ଘରକୁ ନିଶ୍ଚିନ୍ତ ଭାବରେ ଆଣନ୍ତୁ। ଏହା ପରେ ସବୁଦିନ ଏହି ଫୋଟକୁ ପୂଜା କରନ୍ତୁ। ଏହି ଉପାୟ ଦ୍ୱାରା ଆପଣଙ୍କର ଘରେ ମା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିଥାନ୍ତି।

ନବରାତ୍ରୀ ସମୟରେ ଘରକୁ ଦକ୍ଷିଣାବର୍ତୀ ଶଙ୍ଖ ଆଣିବା ଦ୍ୱାରା ଆପଣଙ୍କର ଘରେ ମା ଲକ୍ଷ୍ମୀ ଏବଂ କୁବେର ମହାରାଜାଙ୍କର କୃପା ବର୍ଷା ହୋଇଥାଏ। ଦକ୍ଷିଣାବର୍ତୀ ଶଙ୍ଖକୁ ଘରକୁ ଆଣିବା ପରେ ପୂଜା ସ୍ଥଳରେ କିମ୍ବା ଆଲମାରୀରେ ରଖି ଦିଅନ୍ତୁ। ଦକ୍ଷିଣାବର୍ତୀ ଶଙ୍ଖକୁ କେବେବି ଖାଲି ରଖିବା ଉଚିତ ନୁହେଁ। ତେଣୁ ଆପଣ ଏଥିରେ ହଳଦିଆ ଚାଉଳ ରଖିବା ଉଚିତ। ତେବେ ଆପଣଙ୍କର ଘରେ ଧନର କୌଣସି ବି ଅଭାବ ରହିବ ନାହିଁ।

ଶ୍ରୀଯନ୍ତ୍ର। ଏମିତିରେ ଶ୍ରୀଯନ୍ତ୍ର ବହୁତ ପ୍ରକାରର ହୋଇଥାଏ। କିନ୍ତୁ ଆପଣ କୌଣସି ବି ପ୍ରକାରର ଶ୍ରୀଯନ୍ତ୍ର ନିଜର ଘରକୁ ଆଣି ପାରିବେ। ଆପଣ ଏହି ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ କୌଣସି ବି ପ୍ରକାର ଶ୍ରୀଯନ୍ତ୍ର ନେଇ ଆସନ୍ତୁ ଏବଂ ନିଜର ପୂଜା ଘରେ ଲାଲ କପଡା ଉପରେ ସ୍ଥାପନ କରି ଦିଅନ୍ତୁ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ କୁବେର ଆପଣଙ୍କର ଘରେ ସ୍ଥାୟୀ ଭାବରେ ବାସ କରିଥାନ୍ତି। ଏବଂ ଆପଣଙ୍କୁ ଟଙ୍କା ପଇସା ଜନିତ କୌଣସିବି ପ୍ରକାରର ସମସ୍ୟାର ସମ୍ମୁଖୀନ କରିବାକୁ ପଡିନଥାଏ।

ତେବେ ବନ୍ଧୁଗଣ ଆପଣମାନେ ଦୁର୍ଗା ପୂଜାରେ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ନିଶ୍ଚୟ ଆଣନ୍ତୁ। ଦେଖିବେ ଆପଣଙ୍କର ଟଙ୍କା ପଇସାର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *