Excuse Me Odisha

ଯାହା କହିବୁ ସତ କହିବୁ

ଥଣ୍ଡା, ଜ୍ୱର, କଫ ଓ କାଶ ଗୋଟିଏ ଦିନରେ ଭଲ ହୋଇଯିବ,ଆପଣାନ୍ତୁ ଏହି ଉପାୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଥଣ୍ଡା କାଶ କଫ ଜ୍ଵର ୧ ଦିନରେ ଭଲ ହେବ। ଏହି ଘରୋଇ ଉପାୟ ପ୍ରୟୋଗ କରି। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଶୀତ ଦିନ ମାନଙ୍କରେ ଥଣ୍ଡା କାଶ କଫ ଏବଂ ଜ୍ଵର ଭଳି ସମସ୍ୟା ସମସ୍ତଙ୍କୁ ହେବାକୁ ଲାଗେ। ପିଲାଙ୍କ ପାଖରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିରେ ପୀଡିତ ହୋଇଥାନ୍ତି। କିଛି ଲୋକଙ୍କୁ ପୁରା ଶୀତ ଦିନସାରା ଏହି ସମସ୍ୟା ଲାଗିରହେ। ଏମିତିରେ ବାହାରର ବାରମ୍ବାର ଔଷଧ ସେବନ କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଏହିସବୁ ଔଷଧର ଅନେକ ସାରା ସାଇଡଇଫେକ୍ଟ ମଧ୍ୟ ରହିଥାଏ। ଖାସ କରି ଛୋଟ ପିଲାଏବଂ ବୃଦ୍ଧ ଲୋକ ଯେଉଁମାନଙ୍କର ଇମ୍ୟୁନିଟି ପାୱାର କମ ହୋଇଥାଏ ବାରମ୍ବାର ସେମାନଙ୍କୁ ବାହାରର ଔଷଧ ସେବନ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ବ୍ୟତୀତ ଆମ ରୋଷେଇ ଘରେ ବହୁତ ସାରା ଏମତି ଜିନିଷ ଅଛି ଯାହାକୁ ଆମେ ଯଦି ଠିକ ଭାବରେ ପ୍ରୟୋଗ କରିବା ତେବେ ଥଣ୍ଡା କାଶ କଫ ଏବଂ ଜ୍ଵରରୁ ଆମକୁ ଆରାମ ମିଳିଥାଏ। ଏମିତି ଆଜି ଆମେ ଆପଣଙ୍କୁ ବହୁତ ଭଲ ରେମିଡ଼ି ବନାଇବା ଶିଖାଇବି। ଯାହାର ସେବନ ଦ୍ୱାରା ଆପଣଙ୍କର ଥଣ୍ଡା କାଶ ଗଳାରେ ଜମା କଫ ଛାତିରେ କଷ୍ଟ ନାକରୁ ପାଣି ବହିବା ଥଣ୍ଡାରୁ ହଉଥିବା ମୁଣ୍ଡବିନ୍ଧା ଏବଂ ଜ୍ଵରରୁ ମଧ୍ୟ ଆପଣଙ୍କୁ ଆରାମ ମିଳିବ। ଏହାକୁ ବନାଇବା ପାଇଁ ଅଧିକ ସମୟର ଆବଶ୍ୟକତା ପଡିବ ନାହିଁ। ଆପଣ ଏହାକୁ ୩ ରୁ ୪ ଦିନ ପର୍ଯ୍ୟନ୍ତ ଇଜିଲି ଷ୍ଟୋର କରି ରଖିପାରିବେ ଏବଂ ଛୋଟ ପିଲାଙ୍କ ଠୁ ନେଇ ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ। ଏବଂ ଆପଣ ଏହାର ସେବନ କିପରି କରିବେ।

ଏହି କାଢ଼ାକୁ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ର ଗ୍ୟାସରେ ବସାନ୍ତୁ। ଏବେ ଏଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ। ଏବେ ପାଣିକୁ ଅଳ୍ପ ଗରମ କରି ନିଅନ୍ତୁ। ଏବେ ଆମେ ଏଥିରେ କିଛି ଜିନିଷ ମିଶାଇବା ଯାହା ଆପଣଙ୍କ ଛାତିରେ ଜମା କଫ ଏବଂ ଥଣ୍ଡାରୁ ଆପଣଙ୍କୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିବ। ଏହା ସହିତ ଯଦି ଆପଣଙ୍କୁ କାଶ ଏବଂ ଗଳାରେ କଷ୍ଟ ହେଉଅଛି ତେବେ ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଆରାମ ମିଳିବ। ସର୍ବପ୍ରଥମେ ଆମେ ଏଥିରେ ୧୦ ରୁ ୧୨ ଟି ଗୋଲମରିଚ ପକାଇବା। ଗୋଲମରିଚକୁ ଆପଣ ଛେଞ୍ଚି ଏଥିରେ ପକାନ୍ତୁ। ଗୋଲମରିଚ ଗଳା ପାଇଁ ଏକ ବହୁତ ଭଲ ରେମିଡ଼ି ଅଟେ। ଗୋଲମରିଚ ଆପଣଙ୍କର ଥଣ୍ଡା କାଶ ଗଳାରେ କଫ ଜନିତ କଷ୍ଟ ଏହିସବୁ ଜିନିଷରୁ ଆରାମ ପ୍ରଦାନ କରିଥାଏ। କାରଣ ଏହା ଆଣ୍ଟିବ୍ୟାକ୍ଟେରିୟାଲ ହୋଇଥାଏ। ଏବଂ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଥାଏ। ଯାହା ଆପଣଙ୍କର ଇମ୍ୟୁନିଟି ସିସଟମକୁ ମଜବୁତ କରିଥାଏ ଏବଂ ଆପଣଙ୍କୁ କାଶରୁ ବଞ୍ଚାଇଥାଏ। ଏବେ ଆମେ ଏଥିରେ ମିଶାଇବା ଦୁଇଟି ଲବଙ୍ଗ। ଦୁଇଟି ଲବଙ୍ଗକୁ ଆପଣ ହାଲକା କୁଟି ବା ଚେଞ୍ଚି ଏଥିରେ ମିଶାନ୍ତୁ। ଲବଙ୍ଗ ମଧ୍ୟ ଆଣ୍ଟିବ୍ୟାକ୍ଟେରିୟାଲ ହୋଇଥାଏ। ଯାହା କାଶ ଏବଂ କାଶ କାରଣରୁ ଗଳାରେ ହେଉଥିବା କଷ୍ଟରୁ ଆପଣଙ୍କୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ। ଏହା ସହିତ ଏହା କଫକୁ ମଧ୍ୟ କାଢି ଦେଇଥାଏ। ଏବେ ଏଥିରେ ମିଶାନ୍ତୁ ଏକ ଚାମଚ ଜୁଆଁଣି।

ଜୁଆଁଣି ଆଣ୍ଟିବାୟଟିକ ଏବଂ ଆଣ୍ଟିଇମ୍ପ୍ଲମେଟରି ଗୁଣରେ ଭରପୁର ରହିଥାଏ। ଏବଂ ଥଣ୍ଡା କାଶ ଶରୀରୁ କଷ୍ଟ ଏବଂ କଫରୁ ଆପଣଙ୍କୁ ତୁରନ୍ତ ଆରାମ ପ୍ରଦାନ କରିଥାଏ। ଏବେ ଏଥିରେ ମିଶାନ୍ତୁ ଅଧା ଛୋଟ ଚାମଚ ସୁଣ୍ଠି। ଏହା ମାର୍କେଟରୁ ଆପଣ ସୁଣ୍ଠି ନେଇଆସନ୍ତୁ ଏବଂ ତାହାର ଗୁଣ୍ଡ ପ୍ରସ୍ତୁତ କରି ଆପଣ ଏଥିରେ ମିଶାନ୍ତୁ। ସୁଣ୍ଠି ଶୁଖିଲା ଅଦାକୁ କୁହାଯାଏ ଏହା ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୁକାନରୁ ବହୁତ ସହଜରେ ମିଳିଯିବ। ଏହା ତ ଆପଣ ସମସ୍ତେ ଜାଣିଥିବେ ଅଦା ଥଣ୍ଡା କାଶ ପାଇଁ କେତେ ଅଧିକ ଲାଭଦାୟକ ଅଟେ। ଏଥିରେ ଭିଟାମିନ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ମିଳିଥାଏ। ଯଦି କାହାକୁ କଫ ବାଲା କାଶ ଅଧିକ ଥାଏ ତେବେ ସୁଣ୍ଠି ପାଉଡର କ୍ଷୀରରେ ଫୁଟାଇ ନିହାତି ପିଅନ୍ତୁ। ଏହା ଦ୍ୱାରା ଗଳାରେ ଜମା ଏବଂ ଛାତିରେ ଜମା ସମସ୍ତ କଫ ଆପଣଙ୍କର ବାହାରି ଯାଏ। ଏହା ସହିତ ଗଳାରେ କଷ୍ଟ ଏବଂ ଛାତିରେ କଷ୍ଟରୁ ଆପଣଙ୍କୁ ବହୁତ ଶୀଘ୍ର ଆରାମ ମିଳିଥାଏ। ଏବେ ଏଥିରେ ୫ ରୁ ୬ ଟି ତୁଳସୀ ପତ୍ର ମିଶାନ୍ତୁ। ତୁଳସୀ ଆଣ୍ଟିବ୍ୟାକ୍ଟେରିୟାଲ ଏବଂ ଥଣ୍ଡା କାଶ ଏବଂ କଫରୁ ଆପଣଙ୍କୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ। ତୁଳସୀ ଆପଣଙ୍କର ଇମ୍ୟୁନିଟି ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ଏବଂ ଥଣ୍ଡା ଯୋଗୁ ହେଉଥିବା ଜ୍ଵରକୁ ବି ମଧ୍ୟ ଏହା ଭଲ କରିଥାଏ। ଏବେ ଏଥିରେ ଆଉ ଗୋଟେ ଜିନିଷ ମିଶେଇବେ ଯାହା ଆପଣଙ୍କ କଫକୁ ଠିକ କରିବାରେ ବହୁତ ଅଧିକ ଲାଭଦାୟକ ଅଟେ। ଖାସ କରି ଏହା ଶୀତ ଦିନ ମାନଙ୍କରେ ଅଧିକ ମିଳିଥାଏ। ଏହା ଆପଣଙ୍କୁ କୌଣସି ବି ପରିବା ଦୁକାନରୁ ବହୁତ ସହଜରେ ମିଳିଯିବ। କଞ୍ଚା ହଳଦୀ ଏକ ଚାମଚ ଆପଣ ଏହିପରି ଭାବେ ଛେଞ୍ଚି ଏହି ମିଶ୍ରଣରେ ମିଶାନ୍ତୁ। ଏହା ଦ୍ୱାରା ଆପଣଙ୍କୁ କଫ ଏବଂ କାଶରୁ ବହୁତ ଶୀଘ୍ର ଆରାମ ମିଳିଥାଏ। ଯଦି ଆପଣଙ୍କୁ କଞ୍ଚା ହଳଦୀ ନମିଳେ ତେବେ ଆପଣ ଏଥିରେ ହଳଦୀ ଗୁଣ୍ଡର ମଧ୍ୟ ପ୍ରୟୋଗ କରିପାରିବେ। ତ ତାହା ଅଧିକ ଲାଭଦାୟକ ହୋଇଥାଏ। ଏହା ପରେ ଏଥିରେ ମିଶାନ୍ତୁ ଗୁଡ଼। ଗୁଡ଼ ଆପଣଙ୍କୁ ବହୁତ ସହଜରେ ମିଳିଯିବ। ଏହା ଥଣ୍ଡା ଜନିତ ସମସ୍ତ ସମସ୍ୟା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ଗରମ ହୋଇଥାଏ। ଏହା ଆମ ଗଳାରେ ଜମା କଫ ଏବଂ କାଶକୁ ବହୁତ ଶୀଘ୍ର ଦୂର କରିଥାଏ। ତାହା ସହିତ ଗଳାରୁ ହେଉଥିବା କଷ୍ଟରୁ ମଧ୍ୟ ଆରାମ ପ୍ରଦାନ କରିଥାଏ। ଏହା ଦ୍ବାରା ଆମ ଶରୀରକୁ ବହୁତ ଗରମ ମିଳିଥାଏ। ଏବଂ ଶୀତ ଦିନ ମାନଙ୍କରେ ଯଦି ଆପଣ ଏହାର ପ୍ରୟୋଗ କରିବେ ତେବେ ଥଣ୍ଡା କାଶ ଏବଂ ଜ୍ଵର ଭଳି ସମସ୍ୟା କେବେବି ହେବ ନାହିଁ। ଗୁଡ଼ ମିଶାଇବା ଦ୍ୱାରା ଆପଣଙ୍କୁ ଏତେ ସବୁ ଫାଇଦା ମିଳିଥାଏ ଏବଂ ତା ସହିତ ଏହା ଆପଣଙ୍କର କାଢ଼ାର ସ୍ୱାଦ ମଧ୍ୟ ବଢ଼େଇ ଥାଏ। ଯାହା ଫଳରେ ପିଲା ଏହାକୁ ସହଜରେ ଖାଇ ପାରିବେ। ଏହା ପରେ ଏଥିରେ ଦୁଇଟି ଗୁଜିରାତିକୁ ଛେଞ୍ଚି ପକେଇ ଦିଅନ୍ତୁ। ଗୁଜୁରାତି ଆପଣଙ୍କ ବନ୍ଦ ନାକ,ଗଳାରେ ଖସ ଖସ ଏବଂ ଗଳାର କଷ୍ଟରୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ। ଏହି ସମସ୍ତ ଜିନିଷକୁ ଆପଣ ଭଲ ଭାବରେ ମିକ୍ସ କରି ଫୁଟେଇ ନିଅନ୍ତୁ। ଏହି କାଢ଼ାକୁ ଆପଣ ସେତେବେଳ ପର୍ଯ୍ୟନ୍ତ ଫୁଟେଇବେ ଯେତେବେଳେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧା ହୋଇଯିବ। ଆପଣ ଏକ ଗ୍ଲାସ ପାଣି ଢାଳି ଥିଲେ ଏହା ଯେପରି ଫୁଟି ଫୁଟି ଅଧ ଗ୍ଲାସ ହୋଇଯିବ। ଯେତେବେଳେ ଏହା ଅଧା ହୋଇଯିବ ଆପଣ ଏହାକୁ ଏକ ପାତ୍ରରେ ଢାଳି ଦିଅନ୍ତୁ। ଏହାକୁ ଥଣ୍ଡା କରି ଆପଣ ଏହାର ସେବନ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଆପଣ ଏହାକୁ ସେବନ କିପରି କରିବେ।

ଏହି କାଢ଼ା ଯଦି ଆପଣ କୌଣସି ବଡ଼ ଲୋକଙ୍କୁ ଦେଉଛନ୍ତି ତେବେ ଦିନରେ ୩ ଥର ଆପଣ ୨ ଚାମଚ ଲେଖାଏଁ ଏହାର ସେବନ କରିପାରିବେ। ଯଦି ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଦିନରେ ୨ ଥର ୧ ଚାମଚ ଆପଣ ଛୋଟ ପିଲାଙ୍କ ଦେବେ। ଥଣ୍ଡା କାଶ କଫ ଜ୍ଵର ପାଇଁ ଏହା ବହୁତ ଅଧିକ ଲାଭଦାୟକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *