Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନଙ୍କର ଏହି ମହାଶକ୍ତିଶାଳୀ ଗୁପ୍ତ ମନ୍ତ୍ରକୁ ଜପ କରନ୍ତୁ, ଆଉ ଦେଖନ୍ତୁ ଆପଣଙ୍କ ଜୀବନ କେମିତି ହସ ଖୁସିରେ ନାଚି ଉଠିବ

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ଏକ ବହୁତ ବଡ଼ କଥା ବିଷୟରେ କହିବାକୁ ଯାଉଛୁ।ଅର୍ଥାତ ଆଜି ଆମେ ଆପଣଙ୍କୁ ମହାବୀର ହନୁମାନଙ୍କର ବହୁତ ଅଦ୍ଭୁତ ଚମତ୍କାର ବିଷୟରେ କହିବୁ। ଯଦି ଆପଣ ମହାବୀର ହନୁମାନଙ୍କର କୃପା ଲାଭ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ହନୁମାନଙ୍କ ମନ୍ତ୍ର ଜପ କରିବା ଆବଶ୍ୟକ। ଆଜିର ଏହି କଳିଯୁଗରେ ହନୁମାନ ହେଉଛନ୍ତି ଅମର ଦେବତା। କାରଣ ତାଙ୍କୁ ସମସ୍ତ ଦେବତାଙ୍କର ବରଦାନ ସହିତ ଅମରତ୍ଵ ମଧ୍ୟ ପ୍ରାପ୍ତ ହୋଇଥିଲା।

ସେଥିପାଇଁ ଆଜିର କଳି ଯୁଗରେ ହନୁମାନଙ୍କୁ ଶ୍ରେଷ୍ଠ ଦେବତା କୁହାଯାଏ। ଏହାସହିତ ମହାବୀର ହନୁମାନ ତାଙ୍କର ଭକ୍ତ ମାନଙ୍କର ସମସ୍ତ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ଆପଣମାନେ ଜାଣିଥିବେ ଥରେ ହନୁମାନ ଭଗବାନ ସୂର୍ଯ୍ୟଙ୍କୁ ଖାଇବା ପାଇଁ ଯାଇଥିଲେ ଏବଂ ଇନ୍ଦ୍ରଙ୍କ ମାଡ଼ରେ ସେ ଅଚେତ ହୋଇ ଯାଇଥିଲେ। ପୁଅର ଏଭଳି ଅବସ୍ଥା ଦେଖି ପବନ ଦେବ ରାଗିଯାଇ ସମଗ୍ର ସୃଷ୍ଟିରେ ବାୟୁ ଚଳାଚଳ ବନ୍ଦ କରି ଦେଇଥିଲେ।ତାପରେ ବାୟୁ ଚଳାଚଳ ବନ୍ଦ ହେବା ଯୋଗୁଁ ସମସ୍ତ ପ୍ରାଣୀ ମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେଲା। ଏହା ଦେଖି ସମସ୍ତ ଦେବତା ଗୋଟେ ସ୍ଥାନରେ ଏକତ୍ରିତ ହେଲେ।

ସେହି ସମୟରେ ମହାବୀର ହନୁମାନଙ୍କୁ ଦେବତା ମାନେ ବହୁତ ବରଦାନ ଦେଇଥିଲେ। ଭଗବାନ ଇନ୍ଦ୍ର ବରଦାନ ଦେଇଥିଲେ କି ତାଙ୍କର ବଜ୍ର ହନୁମାନଙ୍କୁ କୌଣସି କ୍ଷତି କରି ପାରିବ ନାହିଁ। ଭଗବାନ ସୂର୍ଯ୍ୟଙ୍କ ବରଦାନ ଯୋଗୁଁ ସେ ସମସ୍ତ ତେଜ ପ୍ରକାଶ କରି ପାରିବାର ବରଦାନ ପାଇଲେ। ଧନର ରକ୍ଷକ କୁବେର ବରଦାନ ଦେଇଥିଲେ ଯେ ହନୁମାନ କେବେବି କାହାକୁ ଭୟ କରିବେ ନାହିଁ ଏବଂ କେବେବି ବିଚଳିତ ହେବେ ନାହିଁ। ମହାଦେବ ତାଙ୍କୁ ଅଭୟତାର ବରଦାନ ଦେଇଥିଲେ। ଏପରି ସମସ୍ତ ବରଦାନ ପ୍ରାପ୍ତ କରିବା ପରେ ହନୁମାନ ସବୁ ଯୁଗରେ ଅମର ଏବଂ ଶକ୍ତିଶାଳୀ ହୋଇ ରହିଲେ।

ମହାବୀର ହନୁମାନଙ୍କର ସମସ୍ତ କୀର୍ତ୍ତି ସନ୍ଥ କବି ତୁଳସୀ ଦାସଙ୍କ ହନୁମାନ ଚାଳିଶାରେ ବର୍ଣ୍ଣିତ ହୋଇଛି। ଏଥିପାଇଁ ଆପଣମାନେ ପ୍ରତ୍ୟେକଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଚାଳିଶାର ମୁଖ୍ୟ ଚଉତିଶାକୁ ସର୍ବଦା ମନେ ରଖିବେ। ଏହାଦ୍ବାରା ଆପଣଙ୍କୁ ଜୀବନରେ କେବେବି କୌଣସି ସଙ୍କଟ ଆସିବ ନାହିଁ। ଆସନ୍ତୁ ଜାଣିବା ସେହି ୫ଟି ଚଉତିଶା ବିଷୟରେ ଜାଣିବା।

୧/ ଯଦି ଆପଣ ମାନେ କୌଣସି ଭୟରେ ଅଛନ୍ତି ବା ଭୂତ ପିଶାଚ ଆଦିକୁ ନେଇ ସର୍ବଦା ଭୟ କରୁଛନ୍ତି, ତାହେଲେ ଆପଣଙ୍କୁ ହନୁମାନଙ୍କର ଏହି ମନ୍ତ୍ରକୁ ସର୍ବଦା ଜପ କରିବା ଉଚିତ। ମନ୍ତ୍ର ହେଉଛି – ଭୂତ ପିଶାଚ ନିଜର ନେହି ଆୱେ, ମହାବୀର ଜବ ନାମ ସୁନାୱେ। ଏହି ମନ୍ତ୍ରକୁ ପ୍ରତ୍ୟେକଦିନ ୧୦୮ ଥର ଜପ କରନ୍ତୁ।

୨/ ପ୍ରତ୍ୟେକ ଘରର ଲୋକମାନେ କିଛି ନା କିଛି ରୋଗରେ ପୀଡ଼ିତ ହେଉଛନ୍ତି। ଯଦି ଆପଣ ସର୍ବଦା ରୋଗଗ୍ରସ୍ତ ହେଉଛନ୍ତି, ତାହେଲେ ହନୁମାନଙ୍କର ଏହି ମନ୍ତ୍ରକୁ ସକାଳେ ଓ ସନ୍ଧ୍ୟାରେ ଜପ କରନ୍ତି। ମନ୍ତ୍ର ହେଉଛି – ନଶାଇ ରୋଗ ହରଇ ସବ ପିରା, ଜପତ ନିରନ୍ତର ହନୁମତ ବୀରା।

୩/ ଜୀବନରେ ଯଦି ଆପଣ ସବୁବେଳେ ଶକ୍ତିଶାଳୀ ରହିବାକୁ ଚାହୁଁଛନ୍ତି ତାହେଲେ ହନୁମାନଙ୍କର ଏହି ମନ୍ତ୍ର ସର୍ବଦା ଜପ କରନ୍ତୁ। ମନ୍ତ୍ର ହେଉଛି – ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା, ଅସ ବର ଦିନ ଜାନକୀ ମାତା।

୪/ ପିଲାମାନେ ଏବଂ କୌଣସି ବ୍ୟକ୍ତି ନିଜର ବୁଦ୍ଧି ବିବେକ ବଢ଼ାଇବା ପାଇଁ ଚାହୁଁଥିଲେ, ହନୁମାନଙ୍କର ଏହି ମନ୍ତ୍ର ଜପ କରନ୍ତୁ। ମନ୍ତ୍ରଟି ହେଉଛି – ବିଦ୍ୟାବାନ ଗୁଣୀ ଅତି ଚାତୁର, ରାମ କାଜ କରିବେ କୋ ଆତୁର।

୫/ ଯଦି ଆପଣ ସର୍ବଦା କୌଣସି ଅସୁବିଧାରେ ରହୁଛନ୍ତି ବା ଶ-ତ୍ରୁ କବଳରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତାହେଲେ ହନୁମାନଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ର ହେଉଛି ଭୀମ ରୂପ କରି ଅସୁର ସଂହାରେ, ରାମଚନ୍ଦ୍ର କେ କାଜ ସବାରେ।

ବନ୍ଧୁଗଣ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଛି ତାହେଲେ ଲାଇକ ଓ ସେୟାର କରିବା ପାଇଁ ଭୁଲିବେ ନାହିଁ। ଦୈନନ୍ଦିନ ଘଟଣାର ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *