Excuse Me Odisha

ଯାହା କହିବୁ ସତ କହିବୁ

ଡାଇବେଟିସ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 4ଟି ଖାଦ୍ୟ,ନହେଲେ ହୋଇପାରେ ..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଡାଇବେଟିସ ଥିଲେ ଖାଆନ୍ତୁ ନାହିଁ ଏହି ୪ ଟି ଖାଦ୍ୟ।

ବନ୍ଧୁଗଣ ଡାଇବେଟିସ ଗୋଟିଏ ଏମତି ରୋଗ ଯାହା ବିଭିନ୍ନ ପ୍ରକାରର ରୋଗକୁ ଜନ୍ମ ଦେଇଥାଏ। ଏଣୁ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ ହୋଇଥାଏ। ଡାଇବେଟିସ ରୋଗକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ଅସମ୍ଭବ ଅଟେ। କିନ୍ତୁ ଜୀବନ ପ୍ରଣାଳୀ ଏବଂ ଖାଦ୍ୟ ପେୟରେ ପରିବର୍ତ୍ତନ କରି ଡାଇବେଟିସକୁ ସହଜରେ ନିୟନ୍ତ୍ରଣରେ ରଖାଯାଇ ପାରିବ। ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ସମ୍ବଦ୍ଧରେ କହିବାକୁ ଯାଉଅଛୁ। ଯାହା ଡାଇବେଟିସ ରୋଗୀଙ୍କ ନିମନ୍ତେ ବି-ଷ ସଦୃଶ ହୋଇଥାଏ।

ଆଳୁ। ଡାଇବେଟିସ ହୋଇଥିଲେ ଆଳୁ ଖାଇବା ଉଚିତ ନୁହେଁ।କାରଣ ଆଲୁରେ କାର୍ବହାଇଡ୍ରେଟ ଅଥବା ଶ୍ୱେତସାରର ମାତ୍ରା ଅଧିକ ଥାଏ। ଏହା ହଜମ ହୋଇ ରକ୍ତରେ ଲୋକଞ୍ଜରା ମାତ୍ରାକୁ ବଢ଼ାଇ ଦେଇଥାଏ। ଏହା ସହିତ ଆଲୁରେ ତିଆରି ଜିନିଷରେ କାର୍ବହାଇଡ୍ରେଟର ମାତ୍ରା ଆହୁରି ଅଧିକ ରହିଥାଏ। ତେଣୁ ଏହା ହୃଦରୋଗ ଅଥବା କ୍ୟାନ୍ସରର କାରଣ ମଧ୍ୟ ହୋଇଥାଏ।

ମଇଦାର ତିଆରି ଖାଦ୍ୟ। ମଇଦାରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ଯଥା ପାଉଁରୁଟି ଡଷ୍ଟ ବିସ୍କୁଟ ଇତ୍ୟାଦି ଅତ୍ୟନ୍ତ କ୍ଷତି କାରକ ହୋଇଥାଏ। ମଇଦାରେ ରିଫାଇନକାର୍ବହାଇଡ୍ରେଟର ମାତ୍ରା ଅଧିକ ରହିଥାଏ। ଏହା ଶୀଘ୍ର ଡାଇଜେଷ୍ଟ ହୋଇ ସୁଗାରରେ ପରିଣତ ହୋଇଥାଏ। ମଇଦାକୁ ରିଫାଇନ କରିବା ପ୍ରକ୍ରିୟାରେ ଏଥିରେ ଫାଇବରର ପରିମାଣ ବହୁତ କମି ଯାଇଥାଏ। ରକ୍ତ ଭିତରେ ଗ୍ଲୁକୋଜ କୋଷ ଭିତରକୁ ଯାଇ ନପାରି ରକ୍ତରେ ଗ୍ଲୁକୋଜର ପରିମାଣ ବଢ଼ାଇ ଦେଇଥାଏ। ଯଦି ଆପଣ ବ୍ରେଡ଼ ଖାଇବାକୁ ଚାହୁଁଛନ୍ତି ତେବେ ଧଳା ପାଉଁରୁଟି ବଦଳରେ ବ୍ରାଉନ ପାଉଁରୁଟି ଖାଇବା ଆବଶ୍ୟକ ହୋଇଥାଏ।

ଟ୍ରାନ୍ସଫେଡ଼ ଜାତୀୟ ଖାଦ୍ୟ। ଏହି ଭଳି ଖାଦ୍ୟ ଡାଇବେଟିସ ରୋଗୀ ନିମନ୍ତେ ବିଷ ସଦୃଶ ହୋଇଥାଏ। ବଜାରରେ ବିକ୍ରି ହେଉଥିବା ସମସ୍ତ ପ୍ରକାରର ତେଲଭାଜି ଜିନିଷରେ ଟ୍ରାନ୍ସଫେଡ଼ର ମାତ୍ରା ଅଧିକ ରହିଥାଏ। ଯଦିଓ ଟ୍ରାନ୍ସଫେଡ଼ ପ୍ରତ୍ୟକ୍ଷ ଭାବରେ ରକ୍ତର ସୁଗାର ଲେବୁଲକୁ ବଢ଼ାଇ ନଥାଏ କିନ୍ତୁ ଏହା ରକ୍ତରେ ଭଲ କଲେଷ୍ଟଲର ମାତ୍ରା କମାଇବା ସହିତ ରକ୍ତରେ ଇଂସ୍ୟୁଲସକୁ ଅକାମି କରିଦେଇଥାଏ। ଏହା ଫଳରେ ଡାଇବେଟିସ ଲେବଲ ବଢିବାକୁ ଲାଗିଥାଏ।

ବ୍ୟାକେଟରେ ଥିବା ସ୍ନାକ୍ସ। ଡାଇବେଟିସ ଲୋକଙ୍କୁ ବ୍ୟାକେଟରେ ଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ। ବ୍ୟାକେଟରେ ବିକ୍ରି ହେଉଥିବା ସ୍ନାକ୍ସ ଯେପରି ବାଦାମ ପୋଖଡା, ଚୁଡା ମିକ୍ସଚର ବିଭିନ୍ନ ପ୍ରକାରର ଚିପ୍ସ ଇତ୍ୟାଦିରେ ଅଧିକ ପରିମାଣରେ କାର୍ବହାଇଡ୍ରେଡ଼ ଏବଂ ବିଷାକ୍ତ ତେଲ ରହିଥାଏ। ବ୍ୟାକେଟରେ ବିକ୍ରି ହେଉଥିବା ଖାଦ୍ୟ ସାଧାରଣ ମଇଦାରୁ ପ୍ରସ୍ତୁତ ହୋଇଥାଏ। ଏହାକୁ ଅଧିକ ଗରମରେ ଫ୍ରାୟ କରାଯାଇଥାଏ। ଏହା ଦ୍ୱାରା ଏଥିରେ ଟ୍ରାନ୍ସଫେଡ଼ର ମାତ୍ରା ବଢିଯାଇଥାଏ। ଏହା ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *