Excuse Me Odisha

ଯାହା କହିବୁ ସତ କହିବୁ

ରାଶି ଅନୁସାରେ ନବରାତ୍ରୀ ପୁଜା କେମିତି କରିବେ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ରାଶି ଅନୁସାରେ କିପରି କରିବେ ନବରାତ୍ରୀ ପୂଜାର ବିଧି।

ବନ୍ଧୁଗଣ ହିନ୍ଦୁ ଧର୍ମ ଅତ୍ୟନ୍ତ ବ୍ୟାପକ ଏବଂ ମହାନ। ଏହି ଧର୍ମରେ ମାତୃ ପୂଜାକୁ ସର୍ବଙ୍ଗି ସ୍ଥାନ ଦିଆଯାଇଛି। ଆସିନ ମାସ ମାତୃ ପୂଜାର ମହାନ ମହାର୍ଗ ଅବସର। ରାଜରାଜେଶ୍ୱରୀ ମମତାମୟୀ କରୁଣାମୟୀ ମା ଦୁର୍ଗତୀ ନାସିନୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ଆରାଧନାରେ ମନୁଷ୍ୟ ବା ଭକ୍ତ ଅତି ଦୁଃଖକଷ୍ଟ ବିପତିରୁ ଉଦ୍ଧାର ପାଇବ। ମା ଦୁର୍ଗାଙ୍କର ନବ ରୂପ ବ୍ୟତୀତ ଆହୁରି ଅନେକ ରୂପ ରହିଛି। ଯେକୌଣସି ସ୍ୱରୂପକୁ ଭକ୍ତ ଅନ୍ତରର ସହ ଆରାଧନା କଲେ ମା ନିଶ୍ଚିତ ସନ୍ତାନକୁ ସରଣ ଦେଇ ନିଜ କୋଳକୁ ଆଉଜାଇ ନିଅନ୍ତି। ତେବେ ନବରାତ୍ରୀ ବେଳେ ମାଙ୍କର ନବରୂପର ଆରାଧନା ନୀତିନିୟମ ଶୁଦ୍ଧପୂତ ପୂର୍ବକ କରିବା ଉଚିତ। ଏହି ସମୟରେ ଦ୍ଵାଦଶ ରାଶି ଅନୁଯାୟୀ ମାଙ୍କର କେଉଁ ରୂପ କେଉଁ ମନ୍ତ୍ର ତଥା କେଉଁ ନିୟମ ପାଳନ କରି ପୂଜାର୍ଚ୍ଚନା କଲେ ସର୍ବତମ ଶୁଭ ଫଳ ପ୍ରାପ୍ତ ହୋଇପାରିବ ଆସନ୍ତୁ ଜାଣିବା ଏବଂ ସେହି ଅନୁଯାୟୀ ମାତୃ ଆରାଧନା ପାଇଁ ପ୍ରସ୍ତୁତ କରିବା।

ମେଷ ରାଶି: ଏହି ରାଶି ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା,ଆର୍ଥିକ ଉନ୍ନତି ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ସୁଯୋଗ ଆସେ। ଯେଉଁଥି ପାଇଁ ମାଙ୍କର ଶୟଳ ପୁତ୍ରୀ ରୂପକୁ କମଳା ରଙ୍ଗର ଫଳ ପୁଷ୍ପ କନିୟର ଫୁଲ ଦୁର୍ବା ସମର୍ପଣ କରିବା ସହ ଓଁ ସୈଳ ପୁତ୍ରିୟ ନମଃ। ଜପ କରନ୍ତୁ। ଏହି ସମୟରେ କମଳା ରଙ୍ଗର ବସ୍ତ୍ର ଧାରଣ କରିବା ବିଧେୟ।

ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କର ସନ୍ତାନ ସନ୍ତତିକୁ ନେଇ ଖୁସି ଓ ଗୁରୁଜନଙ୍କ ସହଯୋଗ ସ୍ୱାସ୍ଥ୍ୟ ଲାଭ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।ଶୁଭତ୍ୱ ବୃଦ୍ଧି ପାଇଁ ଶ୍ୱେତ ବସ୍ତ୍ର ପିଦ୍ଧି ମାଙ୍କର ବ୍ରହ୍ମଚାରିଣୀ ରୂପକୁ ଧ୍ୟାନ କରନ୍ତୁ। ଶ୍ୱେତ ରଙ୍ଗର ପଦ୍ମ ବେଲ ପତ୍ର ଫଳ ଆଦି ସମର୍ପଣ କରିବା ସହ ଓଁ ବ୍ରହ୍ମଚାରିଣୀୟେ ନମଃ ଜପ କରନ୍ତୁ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିଙ୍କର ବନ୍ଧୁ ମତାନ୍ତର ଦୂର ଯାତ୍ରା ବାରମ୍ବାର ଚେଷ୍ଟା କରି ସୁଫଳ ମିଳିବା ସହିତ ଖର୍ଚ୍ଚନ୍ତ ହେବାର ସମ୍ଭାବନା ରହିଛି। ତେବେ ଶୁଭ ଫଳ ବୃଦ୍ଧି ପାଇଁ ସବୁଜ ରଙ୍ଗର ବସ୍ତ୍ର ପିଦ୍ଧି ମାଙ୍କର ଚନ୍ଦ୍ରଘଂଟା ରୂପକୁ ନିଶ୍ଚିତ ରୂପର ପୁଷ୍ପ ଦୁର୍ବା ବେଲପତ୍ର ଫଳ ଆଦି ଅର୍ପଣ କରି ଓଁ ଚନ୍ଦ୍ରଘଂଟାୟେ ନମଃ ଜପ କରନ୍ତୁ।

କର୍କଟ ରାଶି: ଏହି ରାଶିର ବ୍ୟକ୍ତି ସୁଖ ସମ୍ମାନ ପାଇବା ସହ ଭାଇ ଭଉଣୀଙ୍କ ସହଯୋଗ ରାଜନୀତିରେ ସୁନାମ କାର୍ଯ୍ୟ ସିଦ୍ଧିର ଯୋଗ ରହିଛି। ମାଙ୍କର କୁଷ୍ମାଣ୍ଡ ରୂପକୁ ଧଳା ବସ୍ତ୍ର ଧାରଣ କରି ସେହି ଧଳା ବା ଶ୍ୱେତ ରଙ୍ଗର ପୁଷ୍ପ ଚନ୍ଦନ ଫଳ ଅର୍ପଣ କରି ପୂଜା କରିବେ। ଓଁ କୁଷ୍ମାଣ୍ଡୟେ ନମଃ ଜପ କରନ୍ତୁ।

ସିଂହ ରାଶି: ଏହି ରାଶିର ବ୍ୟକ୍ତିଙ୍କର ସ୍ନେହ ସହାଦେୟ ଅକ୍ଷୁନ୍ନ ରହିବା ସହ ଅର୍ଥଲାଭ ପଡ଼ୋଶୀଙ୍କ ସହଯୋଗ ସମସ୍ୟାରୁ ମୁକ୍ତି ଆଦି ଶୁଭ ଫଳ ପ୍ରାପ୍ତିର ସମ୍ଭାବନା ରହିଛି। ଶୁଭତ୍ୱର ବୃଦ୍ଧି ଲାଗି ଗୋଲାପୀ ରଙ୍ଗର ବସ୍ତ୍ର ଧାରଣ ପୂର୍ବକ ମା ସ୍କଦ୍ଧ ମାତାଙ୍କ ପୂଜା କରନ୍ତୁ। ସେହି ଗୋଲାପୀ ରଙ୍ଗର ଫୁଲ ଫଳ କୁକୁମ ଆଦି ସମର୍ପଣ କରି ଓଁ ସ୍କନ୍ଦମାତାୟେ ନମଃ ଜପ କରନ୍ତୁ।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତିଙ୍କର ସୁଖ ସମ୍ମାନ ପ୍ରାପ୍ତି ଆର୍ଥିକ ସମୃଦ୍ଧି ପାରିବାରିକ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭତ୍ୱର ବୃଦ୍ଧି ଲାଗି ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମାଙ୍କର ବ୍ରହ୍ମଚାରିଣୀ ରୂପକୁ ବିବିଧ ପୁଷ୍ପ ଫଳ ତଥା ଦୁର୍ବା ସମର୍ପଣ ପୂର୍ବକ ଓଁ ବ୍ରହ୍ମଚାରିଣୀୟେ ନମଃ ଜପ କରନ୍ତୁ।

ତୁଳା ରାଶି: ଏହି ରାଶିର ବ୍ୟକ୍ତିଙ୍କର ବ୍ୟର୍ଥ ଚିନ୍ତା ସ୍ଥିରତା କାର୍ଯ୍ୟ ବିଳମ୍ବ ସହିତ ଚାକିରୀରେ ସମସ୍ୟାର ସମ୍ଭାବନା ରହିଛି। ତେବେ ଏସବୁ ସମସ୍ୟାର ଦୂର ସହ ଶୁଭ ଫଳର ପ୍ରାପ୍ତି ଲାଗି ମାଙ୍କର କାତାୟନୀ ରୂପକୁ ଧ୍ୟାନ କରନ୍ତୁ। ପୂଜା ବେଳେ ଧୂସୁରିୟା ରଙ୍ଗର ବସ୍ତ୍ର ଧାରଣ କରି ପୁଷ୍ପ ଫଳ ଚନ୍ଦନ ଆଦି ଅର୍ପଣ କରି ଓଁ କାତାୟନୀୟେ ନମଃ ଜପ କରନ୍ତୁ।

ବିଛା ରାଶି: ଏହି ରାଶିର ବ୍ୟକ୍ତିଙ୍କର ଧନ ସମ୍ମାନ ପ୍ରାପ୍ତି ପୁରାତନ କାର୍ଯ୍ୟ ସମ୍ପର୍ଣ୍ଣ ଚାକିରୀରେ ପଦନ୍ନତି ସ୍ୱାସ୍ଥ୍ୟ ଜନିତ ସୁଖ ପ୍ରାପ୍ତ ହେବ। ଶୁଭତ୍ୱ ବୃଦ୍ଧି ଲାଗି କାଲରାତ୍ରୀ ରୂପକୁ ଲାଲ ରଙ୍ଗର ଫୁଲ ଫଳ ସିନ୍ଦୁର ସମର୍ପଣ ପୂର୍ବକ ପୂଜାର୍ଚ୍ଚନା କରିବେ। ପୂଜା ବେଳେ ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ସହ ଓଁ ଦୁର୍ଗାୟେ ନମଃ ଜପ କରିବେ।

ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କର ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। ଏଥି ସହ ସମ୍ମନ କର୍ମ ଉନ୍ନତି ରାଜନୀତିରେ ପ୍ରଭାବଶାଳୀ ରହିବେ। ଆହୁରି ଭାଗ୍ୟରେ ଉନ୍ନତି ଲାଗି ମାଙ୍କର ମହା ଭୈରବି ରୂପକୁ ଧ୍ୟାନ କରନ୍ତୁ। ପୂଜା ବେଳେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ହଳଦିଆ ରଙ୍ଗର ଫୁଲ ବେଲପତ୍ର ଦୁର୍ବ ଫୁଲ ଫଳ ମିଷ୍ଠାନ ଅର୍ପଣ କରି ଓଁ ଅମ୍ବିକାୟେ ନମଃ ଜପ କରନ୍ତୁ।

ମକର ରାଶି: ଏହି ରାଶିର ବ୍ୟକ୍ତିଙ୍କର ଆର୍ଥିକ ଉନ୍ନତି ଏବଂ ଶତ୍ରୁ ନାଶ ଏବଂ ଆନନ୍ଦ ଉଲ୍ଲାସ ଆତ୍ମିକ ଉନ୍ନତିର ଯୋଗ ରହିଛି। ମାଙ୍କର ଆଶୀର୍ବାଦ ପ୍ରାପ୍ତ ପାଇଁ ଆପଣ ନୀଳ ରଙ୍ଗର ବସ୍ତ୍ର ଧାରଣ ପୂର୍ବକ ମା କାଲରାତ୍ରୀଙ୍କର ପୂଜାର୍ଚ୍ଚନା କରନ୍ତୁ। ନୀଳ ରଙ୍ଗର ପୁଷ୍ପ ଅପରାଜିତା ସହ ଦୁର୍ବା ଫଳ ମିଷ୍ଠାନ ଅର୍ପଣ କରିବା ସହ ଓଁ ଶିବାୟେ ନମଃ ଜପ କରନ୍ତୁ।

କୁମ୍ଭ ରାଶି: ରାଶିରେ ଶତ୍ରୁ ବୃଦ୍ଧି ବୃଥା ଭ୍ରମଣ ଅର୍ଥହାନିର ସମ୍ଭାବନା ରହିଛି। ଏସବୁ ପ୍ରତିକୂଳ ସ୍ଥିତିରୁ ମୁକ୍ତି ପାଇବା ସହିତ ଶୁଭ ଫଳ ବୃଦ୍ଧି ପାଇଁ ପୂଜା କରନ୍ତୁ ମାଙ୍କର ସିଦ୍ଧିଦାତ୍ରୀ ରୂପକୁ। ସିଦ୍ଧିଦାତ୍ରୀ ରୂପକୁ ବିଭିନ୍ନ ରଙ୍ଗର ଫୁଲ ଫଳ ତିଳ ମିଶ୍ରଣରେ ପୂଜା କଲେ ମା ସନ୍ତୁଷ୍ଟ ହେବେ। ଓଁ ଚାମୁଣ୍ଡାୟ ନମଃ ଜପ କରିବେ।

ମୀନ ରାଶି: ଏହି ରାଶିର ବ୍ୟକ୍ତିଙ୍କର ଶତ୍ରୁନାଶ ସୁଖ ସନ୍ତୋଷ ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ। ଶୁଭାଶୁଭ ବୃଦ୍ଧି ପାଇଁ ହାଲକା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ମାଙ୍କର ସ୍କଦ୍ଧମାତା ରୂପକୁ ପୂଜା କରିବେ। ମାଙ୍କ ଠାରେ ହଳଦିଆ ରଙ୍ଗର ପୁଷ୍ପ ଚନ୍ଦନ ଫଳ ବସ୍ତ୍ର ମିଷ୍ଠାନ ଅର୍ପଣ ପୂର୍ବକ ମା ତାରିଣୀ ନମଃ ଜପ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *