Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ପାଠ କଲେ କରନ୍ତୁ ନହେଲେ ନାହିଁ,କିନ୍ତୁ ଏହି ୪ଟି ଅଭ୍ୟାସକୁ ସବୁବେଳେ ରଖିଥାନ୍ତୁ,ଦେଖିବେ ଆପଣଙ୍କୁ କେବେ ବି ଦରିଦ୍ରତା ଛୁଇଁ ପାରିବ ନାହିଁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ପାଠ କରନ୍ତୁ କି ନାହିଁ ଯଦି ଏହି ୪ ଟି ଅଭ୍ୟାସ ଯାହା ପାଖରେ ଥାଏ,ଗରିବ ତାଙ୍କୁ ଛୁଇଁ ପାରେ ନାହିଁ।

ବନ୍ଧୁଗଣ ଆମେ ଯେଉଁ କଥାକୁ ବାରମ୍ବାର କରିଥାଉ ତାକୁ ଆମର ଅଭ୍ୟାସ ବୋଲି କହିଥାଉ। ଅଭ୍ୟାସ ମଧ୍ୟ ଦୁଇ ପ୍ରକାରର ହୋଇଥାଏ, ଭଲ ଏବଂ ଖରାପ। ଆମର ଅଭ୍ୟାସ ଆମର ସ୍ୱାସ୍ଥ୍ୟ ବ୍ୟକ୍ତିତ୍ୱ,ଆଚରଣ,ବ୍ୟବହାର,ରହିବା ଖାଇବା ପିଇବା ଇତ୍ୟାଦି ଉପରେ ପ୍ରଭାବ ପକାଇଥାଏ। ତା ସହିତ ଆମର ଭାଗ୍ୟ ବି ଏହା ଦ୍ୱାରା ପ୍ରଭାବିତ ହୋଇଥାଏ। ଆମର ଅଭ୍ୟାସ ଯଦି ଭଲ ହୋଇଥାଏ, ତ ନିଶ୍ଚିତ ରୂପେ ଆମର ଉନ୍ନତି ହୋଇଥାଏ ଏବଂ ଆମର ଜୀବନ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଏହାର ବିପରୀତ ଯଦି ଆମର ଖରାପ ଅଭ୍ୟାସ ଥାଏ ତ ଆମର ଜୀବନରେ ଖରାପ ପ୍ରଭାବ ପଡିଥାଏ। ଆମେ ସମସ୍ତେ ଆମର ଆରୋଧ୍ୟ ଦେବୀ ଦେବତାଙ୍କୁ ଭଲ ଭାବରେ ପୂଜାର୍ଚ୍ଚନା କରିବାକୁ ଚେଷ୍ଟା କରିଥାଉ। ଏବଂ ସବୁବେଳେ ତାଙ୍କର କୃପା ପ୍ରାପ୍ତ କରିବା ପାଇଁ କାମନା କରିଥାଉ। ଏବେ ଏଥିପାଇଁ ମଧ୍ୟ ଯେତିକି ପାରିବା ସେତିକି ଚେଷ୍ଟା କରିଥାଉ। କିନ୍ତୁ ଆଜିକାଲିକା ଜୀବନରେ ଆମେ ପୂଜା ପାଠ ପାଇଁ ଅଧିକ ସମୟ ବାହାର କରି ପାରୁନାହୁଁ। ଏବଂ ଏହି କଥାର ଦୁଃଖ ଆମ ମନକୁ ସବୁବେଳେ କଷ୍ଟ ଦେଉଥାଏ। କିନ୍ତୁ ବନ୍ଧୁଗଣ ଭଗବାନଙ୍କର ଉପବାସ କଲେ କେବେବି ଅଧିକ ପୂଜା ପାଠ କଲେ କିମ୍ବା କୌଣସି ବସ୍ତୁର ତ୍ୟାଗ କଲେ ପ୍ରସନ୍ନ ହୁଅନ୍ତି ନାହିଁ। ଆମର ସ୍ୱଚ୍ଛ ଆଚରଣ ସ୍ୱଚ୍ଛ କାମନାରେ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଆମେ ଯଦି ସଚା ମନରେ ଇଶ୍ୱରଙ୍କୁ ଅନୁଭବ କରି ଡାକିବା ତ ଆମକୁ ଆମର ଦିନ ଚର୍ଯ୍ୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ ଏବଂ କିଛି ଭଲ ଅଭ୍ୟାସକୁ ଆମର ଜୀବନରେ ସାମିଲ କରିବାକୁ ପଡିବ। ଏପରି କଲେ ଆପଣ ଆପଣଙ୍କର ଆରୋଧ୍ୟ ଦେବୀ ଦେବତାଙ୍କୁ ପ୍ରସନ୍ନ କରିପାରିବେ। ଏବଂ ଯେବେ ଇଶ୍ଵର ଆମ ଉପରେ ପ୍ରସନ୍ନ ହୁଅନ୍ତି ତ ଆମର ଜୀବନରେ ପ୍ରତ୍ୟକ ମୋଡ଼ରେ ଖୁସି ଆପେ ଆପେ ଚାଲି ଆସିଥାଏ। ଆର୍ଥିକ ସ୍ଥିତିରେ ସୁଧାର ଆସେ। ପାରିବାରିକ ଜୀବନ ସହ ଯୋଡି ପ୍ରତ୍ୟକ ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ୪ ଟି ଏପରି ଅଭ୍ୟାସକୁ କହିବୁ ଯାହା ଆପଣ ପୂଜା ପାଠ କରନ୍ତୁ କି ନକରନ୍ତୁ କିନ୍ତୁ ଏହି ୪ ଟି ଅଭ୍ୟାସକୁ ଆପଣଙ୍କ ଜୀବନରେ ଆପଣାନ୍ତୁ। ଏବଂ ଉନ୍ନତିର ମାର୍ଗରେ ପ୍ରସ୍ଥାନ କରନ୍ତୁ। ତ ଆସନ୍ତୁ ଜାଣିନେବା କେଉଁ ୪ ଟି ଅଭ୍ୟାସ

ପ୍ରଥମ କଥା। ବନ୍ଧୁଗଣ ଇଶ୍ୱରଙ୍କ ଠାରୁ କିଏ ବଡ଼ ହୋଇପାରିବ। ଏଥିପାଇଁ ଆମେ ସକାଳୁ ଉଠି ସର୍ବପ୍ରଥମେ ନିଜର ଆରାଧ୍ୟ ଦେବତାଙ୍କୁ ସ୍ମରଣ କରିବା ଉଚିତ। ଆମ ପରିବାରର ସୁଖ ଶାନ୍ତି ପାଇଁ ଆମ ଉପରେ ଆମର କୂଳଦେବତାଙ୍କର କୃପା ହେବା ବହୁତ ଆବଶ୍ୟକ। ପୂଜା ପାଠ କରିବା ପାଇଁ ଭଲରେ ଆପଣଙ୍କୁ ସମୟ ନମିଳୁ କିନ୍ତୁ ଆପଣଙ୍କ କୂଳଦେବାତାଙ୍କ ନାମ ସ୍ମରଣ ପ୍ରତିଦିନ କରନ୍ତୁ। ସବୁଦିନ ନହେଲେ ସପ୍ତାହର କୌଣସି ଦିନ ବିଶେଷ କରି କୂଳଦେବତାଙ୍କ ସହ ସମ୍ବଦ୍ଧିତ ବାରରେ କୂଳଦେବତାଙ୍କ ମନ୍ତ୍ର ଉଚାରଣ କରି ଛୋଟିଆ ପୂଜା କରନ୍ତୁ। ପରିବାରର ପ୍ରତ୍ୟକ ସଦସ୍ୟଙ୍କୁ ସକାଳୁ ସନ୍ଧ୍ୟାରେ ନମସ୍କାର କରିବା ଉଚିତ। ଘରର ମନ୍ଦିରରେ ଏବଂ ତୁଳସୀ ଗଛ ପାଖରେ ଦୀପ ଜଳାଇବା ଉଚିତ। ଏହି ଅଭ୍ୟାସ ଦ୍ୱାରା ଆପଣଙ୍କ ପରିବାର ଉପରେ ଆପଣଙ୍କ କୂଳଦେବତାଙ୍କର ଆଶୀର୍ବାଦ ବନିରହିବ।

ଦ୍ୱିତୀୟ କଥା। ଆମର ଶାସ୍ତ୍ରରେ ଏହି ମାନ୍ୟତା ଅଛି କି ନଗାଧୋଇ ରୁଷେଇ ଘରେ ପ୍ରବେଶ କରିବା ଅନୁଚିତ। ଏଥିପାଇଁ କମସେକମ ନିତ୍ୟକର୍ମ ସାରି ସ୍ୱଚ୍ଛ ହୋଇ ରୁଷେଇ ଘରକୁ ଯାଆନ୍ତୁ। ରୁଷେଇ ଘରେ ଚୁଲାରେ କିଛି ବନେଇବା ପୂର୍ବରୁ ତାକୁ ପ୍ରଣାମ କରନ୍ତୁ। ଏଥିପାଇଁ କରନ୍ତୁ କାରଣ ଏହା ଅଗ୍ନି ଦେବ ସହ ମାତା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ମିଳିଥାଏ। ତା ସହ ଏହାବି ଧ୍ୟାନରେ ରଖନ୍ତୁ କି ଅନ୍ନର କେବେବି ଅପମାନ କରନ୍ତୁ ନାହିଁ।

ତୃତୀୟ କଥା। ବନ୍ଧୁଗଣ କିଛି ଏପରି କଥା ଯାହାକୁ ଯଦି ଆମେ ନିଜର କରିନେବା ତ ଆମେ ଈଶ୍ୱରଙ୍କୁ ପ୍ରସନ୍ନ କରିପାରିବା। ତା ସହିତ ଆମର ମନରେ ସବୁବେଳେ ସନ୍ତୁଳନ ଏବଂ ସନ୍ତୁଷ୍ଟର ଭାବନା ଆସିଥାଏ। ଜୀବନରେ ସବୁବେଳେ ସକାରାତ୍ମକ ବଢିଥାଏ। କାହାକୁ ଖରାପ କୁହନ୍ତୁ ନାହିଁ। ଯାହା ଦ୍ୱାରା ଅନ୍ୟର ମନ ଦୁଃଖ ହେବ। କେବେ କାହାର ଅପମାନ କରନ୍ତୁ ନାହିଁ। କେବେବି ନିଜର ବଡ଼ ଗୁରୁଜନଙ୍କୁ ଅପମାନ ଜନକ କଥା କୁହନ୍ତୁ ନାହିଁ। ଘରର ମହିଳା ଏବଂ ସମ୍ମାନର ଧ୍ୟାନ ରଖନ୍ତୁ। ଘରକୁ ଆସିଥିବା କୌଣସିବି ଗରିବ କିମ୍ବା ଭିଖୁଙ୍କର ସହାୟତା ନିଶ୍ଚୟ କରନ୍ତୁ। କୌଣସି ବି ପଶୁ ଉପରେ ଅତ୍ୟାଚାର କରନ୍ତୁ ନାହିଁ। ଦ୍ୱାର ପାଖକୁ ଆସିଥିବା ଭୋକିଲା ପଶୁଙ୍କୁ ରୁଟି ଖାଇବାକୁ ଦିଅନ୍ତୁ। ଯଦି ଆପଣ ଆପଣଙ୍କର ଭିତରେ ଏପରି ଅଭ୍ୟାସକୁ ଭର୍ତି କରିବେ ତେବେ ଭଗବାନଙ୍କର କୃପା ଆପଣଙ୍କ ଉପରେ ସବୁବେଳେ ବନି ରହିବ।

ଚତୁର୍ଥ କଥା। ବନ୍ଧୁଗଣ ମନୁଷ୍ୟକୁ ଚାଲୁଥିବା ସମୟରେ ନିରନ୍ତର ଏହି କଥାର ଧ୍ୟାନ ରଖିବା ଉଚିତ କି ତାହାର ପାଦ ତଳେ କୌଣସି ବି ଛୋଟ ଜୀବଜନ୍ତୁର ମୃତ୍ୟୁ ନହୁଏ। ଯେବେବି ଆପଣ ବାହାରକୁ ବାହାରୁଛନ୍ତି ତ ମୁହଁରେ ଇଶ୍ୱରଙ୍କ ନାମ ସ୍ମରଣ କରି ବାହାରନ୍ତୁ। ଚାଲୁଥିବା ସମୟରେ ଜମିନକୁ ଦେଖନ୍ତୁ କି କୌଣସି ବି ଛୋଟ ଜୀବ ବା କୀଟ ପାଦ ତଳକୁ ନଆସିଯିବ। ଯେଉଁ ମନୁଷ୍ୟର ଏହି ଅଭ୍ୟାସ ଥାଏ ସେହି ମନୁଷ୍ୟ ଭଗବାନଙ୍କୁ ଅତି ପ୍ରିୟ ହୋଇଥାଏ। ଏପରି ମନୁଷ୍ୟକୁ ସ୍ୱର୍ଗରୁ ଦେବତା ମଧ୍ୟ ପ୍ରସନ୍ନ ହୋଇ ତାଙ୍କ ଉପରେ କୃପା ବର୍ଷା କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *