Excuse Me Odisha

ଯାହା କହିବୁ ସତ କହିବୁ

ପାନ ପତ୍ର ଖାଉଛନ୍ତି କି ? ଜାଣନ୍ତୁ ଏହି ଭୟଙ୍କର କଥା ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ପାନ ପତ୍ରର ବ୍ୟବହାର ଦ୍ୱାରା କେଉଁ କେଉଁ ରୋଗକୁ ଦୂର କରିପାରିବା। ପାନ ଦ୍ୱାରା ଆମେ ରୋଗର ଉପଚାର କରିପାରିବା। ପାନର ପୂଜା ସଂସ୍କୃତି ପୂଜା ଆଦିରେ ବହୁତ ଅଧିକ ମହତ୍ୱପୂର୍ଣ୍ଣ ସ୍ଥାନ ଅଛି। ମୁଖ୍ୟତଃ ଲୋକ ଖାଦ୍ୟ ଖାଇବା ପରେ ଖାଦ୍ୟ ହଜମ କରିବା ପାଇଁ ଏବଂ ନିଜ ମୁହଁରେ ସ୍ୱାଦ ପାଇଁ ପାନ ଖାଇଥାନ୍ତି। ଏହା ବ୍ୟତୀତ ଧର୍ମ ସଂସ୍କାରର କ୍ରିୟାରେ ବି ଏହା ବିନା ସମ୍ଭବ ନୁହେଁ। କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଏହା କେବଳ ମୁହଁର ସ୍ୱାଦ ପାଇଁ ନୁହେଁ ବରଂ ଶରୀରକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ବଞ୍ଚାଇଥାଏ। ତେବେ ଆସନ୍ତୁ ଜାଣିବା ପାନ ପତ୍ରର କିଛି ଔଷଧୀୟ ଗୁଣ ବିଷୟରେ।

ପ୍ରଥମ କଥା। ଯଦି ଆପଣଙ୍କୁ ପାଇରିୟା ରୋଗ ଅଛି ତେବେ ଆପଣ ବିଭିନ୍ନ ପ୍ରକାର ଔଷଧର ସେବନ ନିହାତି କରୁଥିବେ। କିନ୍ତୁ ଯଦି ଆପଣ ପାନ ପତ୍ରରେ କର୍ପୂର ମିଶାଇ ସେବନ କରିବେ ତେବେ ଖୁବଶୀଘ୍ର ଆପଣଙ୍କର ପାଇରିୟା ରୋଗର ସମସ୍ୟା ଦୂର ହୋଇଯିବ। କିନ୍ତୁ ଆପଣ ଗୋଟିଏ କଥାର ଧ୍ୟାନ ରଖିବେ କର୍ପୂର ଏବଂ ପାନପତ୍ର ଚୋବାଇବା ବେଳେ ତାହାର ରସକୁ ପେଟ ଭିତରକୁ ନିଅନ୍ତୁ ନାହିଁ। ସମସ୍ତ ରସ ବାହାରକୁ ବାହାର କରିଦିଅନ୍ତୁ। ପାନ କେବଳ ପାଇରିୟା ପାଇଁ ନୁହେଁ ବରଂ ପୁରା ମୁହଁ ପାଇଁ ଲାଭଦାୟକ ହୋଇଥାଏ। କାରଣ ଏଥିରୁ କିଛି ଏମିତି ତତ୍ତ୍ୱ ମିଳିଥାଏ ଯାହା ବ୍ୟାକ୍ଟେରିୟାର ପ୍ରଭାବକୁ ଶେଷ କରି ଦେଇଥାଏ। ଏବଂ ମୁଖ ଦୁର୍ଗନ୍ଧକୁ ଶେଷ କରି ଦେଇଥାଏ।

ଦ୍ୱିତୀୟରେ। ଯଦି ଆପଣଙ୍କୁ କାଶ ହେଉଛି ତେବେ ଆପଣ ହଲଦୀକୁ ଗରମ କରି ପାନରେ ମିଶାନ୍ତୁ ଏବଂ ଏହା ପରେ ପାନକୁ ଚବାନ୍ତୁ, ଯଦି ତଥାପି କାଶ କମୁ ନାହିଁ ତେବେ ଆପଣ ହଳଦୀ ସହିତ ଜୁଆଳିକୁ ବି ମିଶେଇ ଦିଅନ୍ତୁ। ଏବଂ ଏହାକୁ ଚବାନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଜଲଦି ହିଁ ଆରାମ ମିଳିବ।

ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ପାନରେ ଅଳ୍ପ ଲବଙ୍ଗ ମିଶାଇ ଚବାନ୍ତୁ ଏହା ଦ୍ୱାରା ଥଣ୍ଡା ଜଲଦି ଭଲ ହୋଇଯାଇଥାଏ ଏବଂ ଆପଣଙ୍କୁ ଆରାମ ମିଳିଥାଏ।

ଯେଉଁ ବ୍ୟକ୍ତିଙ୍କୁ କିଡ୍ନୀ ସମ୍ବଦ୍ଧିତ ରୋଗ ଅଛି ସେମାନେ ଦିନରେ ଦୁଇଥର ସକାଳେ ଏବଂ ସନ୍ଧ୍ୟାରେ ପାନ ନିହାତି ଚବାନ୍ତୁ। ଏହା ଦ୍ବାରା ଆପଣଙ୍କର ପେଟରେ ଆବର୍ଜନା ସଫା ହୋଇଯାଇଥାଏ ଏବଂ କିଡ୍ନୀର କାର୍ଯ୍ୟ କ୍ଷମତାରେ ବୃଦ୍ଧି ହୋଇଥାଏ।

ଶ୍ୱାସ ସମସ୍ୟା ପାଇଁ ଆପଣ ପାନପତ୍ରର ବ୍ୟବହାର କରିପାରିବେ। ଏହା ପାଇଁ ଆପଣ ପାନର ତେଲ କାଢି ନିଅନ୍ତୁ ଏବଂ ତାହାକୁ ଗରମ କରି ନିଅନ୍ତୁ ଏବଂ ଏହି ତେଲକୁ ନେଇ ଶରୀରରେ ସେକନ୍ତୁ। ଆପଣଙ୍କର ଶରୀରରେ ମାଲିସ କରନ୍ତୁ। ଆପଣ ଏହି ଉପାୟଟିକୁ ୧ ମାସ ପର୍ଯ୍ୟନ୍ତ କରନ୍ତୁ। ଆପଣଏହାର ଲାଭ ଅନୁଭବ କରିପାରିବେ।

ପରିଶ୍ରା କମ ହେବା। ବହୁତ ଲୋକଙ୍କର ଏହା ବଡ଼ ସମସ୍ୟା ଅଟେ କି ପରିଶ୍ରା କମ ହେବା। କିଛି ଲୋକଙ୍କୁ ଅଳ୍ପ ମୂତ୍ର ରୋଗ ହୋଇଥାଏ। ଯାହା ଦ୍ୱାରା ସେମାନଙ୍କୁ ପେଟ ସମ୍ବଦ୍ଧିତ ଅନେକ ରୋଗର ଶିକାର ହେବାକୁ ପଡିଥାଏ। ଏହି ସମସ୍ୟାସରୁ ବଞ୍ଚିବା ପାଇଁ ଆପଣ ପାନପତ୍ରର ରସ ବାହାର କରି ଏହାକୁ ପତଳା କ୍ଷୀର ସହିତ ସେବନ କରନ୍ତୁ। ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ତ୍ୱଚାର ଚମକ ପାଇଁ ପାନପତ୍ର ବହୁତ ଲାଭଦାୟକ ହୋଇଥାଏ। ପାନପତ୍ରରେ କିଛି ଏମିତି ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଦ୍ୱାରା ଆପଣଙ୍କର ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସିଥାଏ ଏବଂ ଆପଣଙ୍କର ସୌନ୍ଦର୍ଯ୍ୟ ବଢିଥାଏ। ଏହା ଆପଣଙ୍କର ରକ୍ତକୁ ସଫା କରି ବ୍ରଣ ଭଳି ସମସ୍ୟାରୁ ବଞ୍ଚାଇଥାଏ।

ଆପଣ ଦେଖିଥିବେ ଯେଉଁମାନେ ନୂଆ ନୂଆ ବିବାହ କରିଥାନ୍ତି ସେମାନେ ପାନର ସେବନ ଅଧିକ କରିଥାନ୍ତି। କାରଣ ଏହାର ସେବନ କରିବା ଦ୍ୱାରା ଅଧିକ କାମ ଭାବନା ଜାଗ୍ରତ ହୋଇଥାଏ। ଯାହା ଦ୍ୱାରା ନିଜ ସଙ୍ଗିନୀକୁ ଅଧିକ ଶାରୀରିକ ସୁଖ ଦେଇ ପାରିଥାଆନ୍ତି।

ପାନ ଆମର ଖାଦ୍ୟ ହଜମରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ୱାରା ଆମର ପାଚନ କ୍ରିୟା ଠିକ ହୋଇଥାଏ। ଏହା ଆପଣଙ୍କୁ ଗ୍ୟାସ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ। କାରଣ ପାନ ପାଚନ ତନ୍ତ୍ର ଏବଂ କିଡ୍ନୀ ପାଇଁ ଲାଭଦାୟକ ହୋଇଥାଏ। ଏବଂ ଏହା ଖାଦ୍ୟକୁ ହଜମ କରିବା ପାଇଁ ଲାଳ ବି ବନେଇଥାଏ। ଏହା ଦ୍ୱାରା ଶରୀରର ଅଙ୍ଗ ସଫା ରହିଥାଏ। ଏବଂ ଐସର ଟଳି ଯାଇଥାଏ।

ପାନର ପତ୍ରକୁ ଘରେ ଲଗାଇବା ଦ୍ୱାରା ଆପଣଙ୍କର ଘା ଜଲଦି ହିଁ ସୁଖୀ ଯାଇଥାଏ।

ଯଦି ଆପଣଙ୍କୁ ଅଧିକ ଥଣ୍ଡା ଲାଗେ ତେବେ ଆପଣ ସେହିଭଳି ସ୍ଥିତିରେ ମଧ୍ୟ ପାନପତ୍ରର ପ୍ରୟୋଗ କରିପାରିବେ। ଏହା ପାଇଁ ଆପଣ ପାନରେ ଅଳ୍ପ ମହୁ ମିଶାନ୍ତୁ। ଏବଂ ଏହାର ସ୍ୱାଦ ନିଲ ଚବାନ୍ତୁ।

କିଛି ଲୋକଙ୍କ ଓଜନ ବହୁତ କମ ହୋଇଥାଏ। କିନ୍ତୁ କିଛି ଲୋକଙ୍କୁ ବହୁତ କମ ଭୋକ ମଧ୍ୟ ଲାଗିଥାଏ। ପାନର ନିୟମିତ ଭାବେ ସେବନ କରିବା ଦ୍ୱାରା ବ୍ୟକ୍ତିର ଭୋକ ଏବଂ ଶୋଷ ବଢିଥାଏ। ଏବଂ ସେ ପେଟ ଭରିକରି ଖାଦ୍ୟ ଖାଇଥାଏ।

ତେବେ ଜାଣିଲେ ତ ପାନ ପତ୍ରର ଉପକାରୀତା ବିଷୟରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *