Excuse Me Odisha

ଯାହା କହିବୁ ସତ କହିବୁ

ସାମାନ୍ୟ ଗୋଟେ ଶୁଆ ଆପଣଙ୍କୁ ରାତାରାତି କରିଦେବ ଧନୀ, କିନ୍ତୁ ଏହି ପରି ଲୋକମାନେ ଶୁଆ ରଖିଲେ ତାଙ୍କର ହେବ ସର୍ବନାଶ

ସେୟାର୍ କରନ୍ତୁ

ବନ୍ଧୁଗଣ ଶୁଆ ଆପଣଙ୍କୁ ରାଜା ବନେଇ ପାରେ। ଶୁଆ ଆପଣଙ୍କୁ ସବୁ ଗ୍ରହ ଦୋଷ ଓ ଦାରିଦ୍ର୍ୟତାରୁ ମୁକ୍ତି ଦେଇ ପାରେ। କୁହାଯାଏ ଶୁଆର ସମ୍ବନ୍ଧ ବୁଧ ଗ୍ରହ ସହିତ ହୋଇଥାଏ, କାରଣ ଶୁଆର ରଙ୍ଗ ସବୁଜ ହୋଇଥାଏ ଏବଂ ବୁଧ ଗ୍ରହ ମଧ୍ୟ ସବୁଜ ଅଟନ୍ତି। ଶୁଆ ଏକ ବୁଦ୍ଧିମାନ ପକ୍ଷୀ ଅଟେ। ଲୋକମାନେ ଯେପରି ଘରେ କୁକୁର ଓ ବିଲେଇକୁ ପାଳି ଥାଆନ୍ତି, ସେହିପରି ସେମାନଙ୍କ ଘରେ ପକ୍ଷୀ ମାନଙ୍କୁ ମଧ୍ୟ ପାଳି ଥାଆନ୍ତି। ଶୁଆ ଅନ୍ୟତମ ଅଟେ। ଶୁଆ ଘରର ବାତାବରଣକୁ ଶୁଦ୍ଧ କରି ଦେଇଥାଏ ଏବଂ ଘରକୁ ଖୁସି ଆଣିବାରେ ସାହାଯ୍ୟ କରିଥାଏ। ଶୁଆର ଆୟୁଷ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥାଏ। ଆଜି ଆମେ ଆପଣମାନଙ୍କୁ କହିବୁ ଘରେ ଶୁଆ ରଖିବାର ଫାଇଦା କଣ ଅଟେ? ଶୁଆ କିପରି ଆପଣଙ୍କୁ ଗରିବରୁ ଧନବାନ ବନେଇ ଦେଇଥାଏ ଏବଂ କେଉଁ ଲୋକମାନେ ଶୁଆ ପାଳିବା ଉଚିତ ନୁହେଁ, ତାହା ଜାଣିବା।

ବନ୍ଧୁଗଣ ଶୁଆ ପ୍ରେମ, ସୁନ୍ଦର, ଲମ୍ବା ଆୟୁଷର ପ୍ରତୀକ ହୋଇଥାଏ। ଯଦି ଆପଣଙ୍କ ଘରେ ବେମାରୀ, ନିରାଶା, ଦାରିଦ୍ର୍ୟତା କିମ୍ବା ଆପଣଙ୍କୁ ଦୁଃଖର ଆଗମନ ଅନୁଭବ ହୁଏ ତାହେଲେ ଶୁଆ ଘରେ ନିଶ୍ଚିତ ପାଳନ୍ତୁ। ଆପଣ ଜାଣି ନଥିବେ କି ଶୁଆ ଯଦି ଘରେ ରହି ଖୁସି ହୋଇଥାଏ, ତାହେଲେ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଧନର ଆଗମନ ହେବା ଆରମ୍ଭ ହୋଇଯାଇଥାଏ। ଆପଣଙ୍କୁ କହି ରଖୁଛୁ ଯେ ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଆ ପାଞ୍ଚଟି ତତ୍ତ୍ଵ ସ୍ଥାପିତ କରିବା ପାଇଁ ସାହାଯ୍ୟ କରିଥାଏ। ଶୁଆର ରଙ୍ଗ ବେରଙ୍ଗର ପର ବାସ୍ତବରେ ଅଗ୍ନି,ବାୟୁ, ପୃଥିବୀ, ଜଳ, ଧାତୁର ପ୍ରତୀକ ହୋଇଥାଏ। ଯଦି ଘରେ ଏଥିମଧ୍ୟରୁ କୌଣସି ତତ୍ତ୍ଵ କମ୍ ହୋଇଯାଏ, ତାହେଲେ ତାହା ଶୁଆ ଦ୍ଵାରା ଦୂର ହୋଇଯାଇଥାଏ। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ଶୁଆର ଫୋଟଚିତ୍ର ଲଗାଇବା ଦ୍ଵାରା ପିଲାମାନଙ୍କୁ ପଢାପଢିରେ ଆଗ୍ରହ ଆସିଥାଏ ଏବଂ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦୂର କରିଥାଏ ଏହି ଶୁଆ। ଶୁଆର ଯୋଡି ଥିବା ଫୋଟଚିତ୍ର ପତିପତ୍ନୀଙ୍କ ରୁମରେ ଲଗାଇବା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ କିଛି ସମସ୍ୟା ସୃଷ୍ଟି ହୁଏ ନାହିଁ।

ବନ୍ଧୁଗଣ ଜନ୍ମ କୁଣ୍ଡଳୀର ଦ୍ଵିତୀୟ ଭାଗରେ ବୁଧ ଗ୍ରହ ରହିଛନ୍ତି, ତାହେଲେ ଏହି ଜାତକଙ୍କୁ ଘରେ ପଶୁ ପାଳିବା ଉଚିତ ନୁହେଁ। ଯେପରି କୁକୁର, ଛେଳି, ବିଲେଇ ଏମାନଙ୍କୁ ପାଳିବା ଦ୍ଵାରା ବ୍ୟକ୍ତି ଅଧିକ ଗରିବ ହୋଇଯାଏ।ଏଥିପାଇଁ ପ୍ରଥମେ ଆପଣ ନିଜର ଗ୍ରହ ମାନଙ୍କୁ ଦେଖନ୍ତୁ ତାପରେ ଶୁଆ ପାଳନ୍ତୁ। କାରଣ ଯେତେବେଳେ ବ୍ୟକ୍ତିଙ୍କ ଗ୍ରହ ଭଲ ଭାଗରେ ଥାଏ, ତେବେ ବ୍ୟକ୍ତି ଶୁଆ ପାଳି କରି ଧନବାନ ହୋଇଥାଏ।

ବନ୍ଧୁଗଣ କୌଣସି ବ୍ୟକ୍ତି ଲୁହାର ପିଞ୍ଜରାରେ ଶୁଆ ପାଳିବା ଉଚିତ ନୁହେଁ, ବହୁତ ଅଶୁଭ ହୋଇଥାଏ। ଏହାଦ୍ବାରା ବ୍ୟକ୍ତିକୁ ଦୋଷ ଲାଗିଥାଏ ଏବଂ ଦାରିଦ୍ର୍ୟତାର ସାମ୍ନା କରିଥାଏ। ଯଦି ଆପଣଙ୍କ ଆଖରେ କୌଣସି ଲୁହ ପିଞ୍ଜରା ଅଛି ତାହେଲେ ତାକୁ ରଙ୍ଗ ଦେଇ ଦିଅନ୍ତୁ। ଶୁଆକୁ ଆପଣ ଷ୍ଟିଲ ଓ ଅନ୍ୟ ଧାତୁ ପିଞ୍ଜରାରେ ପାଳି ପାରିବେ। ବନ୍ଧୁଗଣ ଶୁଆ ପାଳିବା ବେଳେ ଏହି କଥା ଧ୍ୟାନ ରଖିବେ କି ଶୁଆ ଉଦାସୀନ ନହେଉ। ଶୁଆ ଯେବେ ଉଦାସ ବା ଦୁଃଖୀ ହେବାକୁ ଲାଗେ ତାହେଲେ ତୁରନ୍ତ ତାକୁ ଛାଡି ଦେବା ଉଚିତ। ଏହାସହିତ ଗୋଟେ ଶୁଆ ପାଳିବା ଉଚିତ ନୁହେଁ। ଶୁଆ ସାମ୍ନାରେ ଗାଳି ଦେବା ଠିକ୍ ନୁହେଁ। ଏହାଦ୍ବାରା ନକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଏବଂ ବ୍ୟକ୍ତି ବର୍ବାଦ ହୋଇଯାଇଥାଏ। ଶୁଆ ହେବେ ମିଠା ମିଠା କଥା କହିଥାଏ, ଏହାଦ୍ବାରା ଘରେ ସୁଖଶାନ୍ତି ବିରାଜମାନ କରିଥାଏ ଏବଂ ଘର ଧନଧାନ୍ୟରେ ପୁରି ଉଠି ଥାଏ। ଶୁଆ ସାମ୍ନାରେ ଆପଣଙ୍କୁ ଭଲ ଭଲ କଥା କହିବା ଉଚିତ। ତେବେ ବନ୍ଧୁଗଣ ଏହା ଥିଲା ଶୁଆକୁ ନେଇ କିଛି ମହତ କଥା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *