Excuse Me Odisha

ଯାହା କହିବୁ ସତ କହିବୁ

ଧନବାନ ହେବା ପୁର୍ବରୁ ମଣିଷକୁ ମିଳିଥାଏ ଏହି ସଂକେତ,ବନିଥାନ୍ତି କୋଟିପତି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନବାନ ହେବା ପୂର୍ବରୁ ମଣିଷକୁ ମିଳିଥାଏ ଏହି ସବୁ ସଂକେତ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ଜୀବନରେ ଯଦି ଭଲ ହେବାକୁ ଥିବ ତ ପ୍ରକୃତି ଦ୍ୱାରା ତାକୁ କିଛି ସଂକେତ ମିଳିଥାଏ। ଯେଉଁ ମନୁଷ୍ୟ ଏହି ସଂକେତକୁ ବୁଝିଯାଏ ତ ଖରାପ ସମୟକୁ ବି ମଧ୍ୟ ଆନନ୍ଦରେ ପରିଣତ କରି ଜୀବନକୁ ଉପଭୋଗ କରିଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଭଲ ସମୟ ଆସିବା ପରେ ମନୁଷ୍ୟକୁ ଅଂହକାର କରିବା ଉଚିତ ନୁହେଁ। କାରଣ ଭଲ ସମୟ ସବୁଦିନ ରହେନାହିଁ, ଖରାପ ସମୟ ମଧ୍ୟ ଆସିଥାଏ କିନ୍ତୁ ଏହି ଭଲ ସମୟ ଆସିବା ପରେ ମନୁଷ୍ୟର ଆସିବାକୁ ଥିବା ଖରାପ ସମୟକୁ ନିଜେ ସକ୍ଷମ କରିବା ଉଚିତ। ଅଧିକ ଧନ ଆସିଲେ ତାକୁ ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ,ତାକୁ ସମ୍ଭାଳି କି ରଖିବା ଉଚିତ। ଯେବେ ଜୀବନରେ ଖରାପ ସମୟ ଆସିବ ସେତେବେଳେ ଏହି ଧନ କାମରେ ଆସିବ। ଭଲ ଓ ଖରାପ ଏହି ଦୁଇଟି ଯାକ ସମାନ। ସମୟ ଚକ୍ରରେ ବୁଲୁଥାଏ। ସେଥିପାଇଁ ଖରାପ ସମୟ ଆସିଲେ ଚିନ୍ତା କରିବା ଉଚିତ ନୁହେଁ। କାରଣ ଏହା ଦିନେ ନାଁ ଦିନେ ଯିବ ନିଶ୍ଚିତ। ଏଥିପାଇଁ ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏମିତି ସଂକେତ ବିଷୟରେ ଯାହା ମନୁଷ୍ୟକୁ ଆଗରୁ କହିଦିଏ କି ଜୀବନରେ କିଛି ଭଲ ହେବାକୁ ଯାଉଛି। ତାହାର ଖରାପ ସମୟ ସମାପ୍ତ ହେବାକୁ ଯାଉଛି। କିନ୍ତୁ ଆପଣ ଧ୍ୟାନ ରଖନ୍ତୁ ଭଲ ସମୟ ଆସିବା ପରେ ଅହଂକାରକୁ ଦୂର କରନ୍ତୁ। ତ ଆସନ୍ତୁ ଜାଣିବା ସେହିସବୁ ସଂକେତ ବିଷୟରେ

ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ବନ୍ଧୁଗଣ ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହାକୁ ଶୁଭ ସଂକେତ ମାନାଯାଏ। ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି।

ମୂର୍ତି ଉପରୁ ଫୁଲ ପଡିବା। ଆପଣ ପୂଜା କରୁଛନ୍ତି ଇଶ୍ୱରଙ୍କ ମୂର୍ତି ଉପରେ ଫୁଲ ରଖିଛନ୍ତି ହଠାତ ହିଁ ସେହି ଫୁଲ ପଡିଯିବ ତ ଏହା ଇଶ୍ୱରଙ୍କ ସଂକେତ ମାନାଯାଏ। ଇଶ୍ଵର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସେ ଆପଣଙ୍କ ପୂଜ ସ୍ୟୁକାର କରିଛନ୍ତି। ଏହାକୁ ଅତ୍ୟନ୍ତ ଶୁଭ ମାନାଯାଏ।

ଅକାରଣରେ ଧନ ପ୍ରାପ୍ତି। ଆପଣ ବାହାରକୁ କିଛି କାମରେ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇ ଯାଉଛନ୍ତି, ଆପଣଙ୍କୁ ଅକାରଣରେ ତାଙ୍କ ଦ୍ୱାରା କିଛି ପଇସା ମିଳେ ତ ଏହାବି ଶୁଭ ସଂକେତ ମାନାଯାଏ। ଆପଣଙ୍କର ସେହି କାମ ମଧ୍ୟ ସଫଳ ହେବ।

ଚଢେଇ ମାନଙ୍କର ବସା। ଆପଣଙ୍କ ଘରେ ଯଦି ଚଢେଇ ଘର ବନାଏ ତ ଏହା ବି ଶୁଭ ସଂକେତ ହୋଇଥାଏ। ଏହି ସଂକେତ ଏହା ଜଣାଏ କି ଆପଣଙ୍କୁ ହଠାତ ଧନପ୍ରାପ୍ତି ହେବ। ଯଦି ଆପଣ ଚଢ଼େଇର ବସାକୁ ଭାଙ୍ଗନ୍ତି ତ ଆପଣଙ୍କର ଆସିବାକୁ ଥିବା ଫଳ ମଧ୍ୟ ଅଟକି ଯାଏ।

ବିଲେଇ ଛୁଆ ଜନ୍ମ ଦେବା। ଘରେ ବିଲେଇ ଛୁଆ ଦେବା ଏହାକୁ ବି ଶୁଭ ସଂକେତ ମାନାଯାଏ। ଆପଣଙ୍କ ଜୀବନରେ ଆସିବାକୁ ଥିବା ଭଲ ସମୟର ଏହା ସଂକେତ ଦେଇଥାଏ।

ଆପଣ କିଛି କାମରେ ଯାଉଛନ୍ତି ଘରୁ ବାହାରିବା ସମୟରେ ଆପଣଙ୍କର ମନେ ପଡ଼ିଯାଏ କି ଆପଣ କିଛି ଭୁଲି ଯାଉଛନ୍ତି ତ ଏହା ଖରାପ ସମୟ ସମାପ୍ତ ହେବାର ସଂକେତ ଦେଇଥାଏ। ଯଦି ଆପଣ ରାସ୍ତାରେ ଚାଲୁଥିବା ସମୟରେ କିଛି ମନେ ପଡେ ତ ଏହାର ସଂକେତ ଉଦ୍ଧାର ଦେଇଥିବା ଟଙ୍କା ମିଳିଯିବ। କିମ୍ବା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବାର ସଂକେତ ମଧ୍ୟ ମାନାଯାଏ। ଧନ ଲାଭର ମଧ୍ୟ ସଂକେତ ହୋଇଥାଏ।

ଏକାଦଶୀ ବ୍ରତକୁ ସର୍ବତମ ମାନାଯାଏ। ଏକାଦଶୀ ବ୍ରତ ପାଳନ କରୁଥିବା ମନୁଷ୍ୟ ଆର ଜନ୍ମର ସବୁ ପାପରୁ ମୁକ୍ତି ପାଇଥାଏ। ଏକାଦଶୀ ଦିନ ଦ୍ୱାର ମୁହଁକୁ ଯଦି ଗାଈ ଆସିଥାଏ ତ ଏହାକୁ ଭଲ ସଂକେତ ମାନାଯାଏ। ଯଦି ଆପଣଙ୍କ ଘରକୁ ଏକାଦଶୀ ଦିନ ଗାଈ ମାତା ଆସନ୍ତି ତ ଆପଣ ପୂଜା କରି ନୈବେଦ୍ୟ ଚଢାନ୍ତୁ। ଏହା ଆପଣଙ୍କର ଖରାପ ସମୟ ସମାପ୍ତ ହେବାର ସଂକେତ ଦେଇଥାଏ।

ଆଖିରେ ଲୁହ ଆସିବା। ବନ୍ଧୁଗଣ ଯେତେବେଳେ ମନୁଷ୍ୟ ଦୁଃଖୀ ହୋଇଯାଏ ତ ଆଖିରେ ଲୁହ ଆସିଯାଏ। ପରନ୍ତୁ ଯଦି ଆତ୍ମାକୁ କଷ୍ଟ ହୁଏ ତ ଆଖିରେ ପାଣି ଆସିବାକୁ ଲାଗିଥାଏ। ଯେବେ ଆପଣ ଇଶ୍ୱରଙ୍କ ପୁରାଣ ଶୁଣୁଛନ୍ତି କିମ୍ବା ଈଶ୍ୱରଙ୍କୁ ଧ୍ୟାନ କରୁଛନ୍ତି ହଠାତ ଆଖିରେ ପାଣି ଭରିଯାଏ ଏହାକୁ ଶାସ୍ତ୍ରରେ ଶୁଭ ମାନାଯାଏ। ଇଶ୍ଵର ସଂକେତ ଦେଇଥାନ୍ତି କି ଭଲ ସମୟ ଆପଣଙ୍କର ଆସିବାକୁ ଯାଉଛି।

ତ ବନ୍ଧୁଗଣ ଏହା ଥିଲା ସେହି ୮ ସଂକେତ ଯାହା ମନୁଷ୍ୟକୁ ବତାଇଥାଏ କି ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆସିବାକୁ ଯାଉଛି।

ଏବେ ଆସନ୍ତୁ ଜାଣିବା ଖରାପ ସମୟ ଆସିବା ପୂର୍ବରୁ ଆମକୁ କେଉଁ କେଉଁ ସଂକେତ ମିଳିଥାଏ। କଣ ପାଇଁ ନାଁ ଯେମିତି ଭଲ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ସଂକେତ ଦେଇଥାନ୍ତି ଠିକ ସେମିତି ଖରାପ ସମୟ ଆସିବା ପୂର୍ବରୁ ମଧ୍ୟ ଭଗବାନ ଆମକୁ କିଛି ସଂକେତ ଦେଇଥାନ୍ତି।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଖରାପ ସମୟ ଆସିବା ପୂର୍ବରୁ ମନୁଷ୍ୟକୁ ଏହି ୭ ଟି ସଂକେତ ଦେଖା ଦେଇଥାଏ। ମନୁଷ୍ୟର ଜୀବନରେ ଯଦି କିଛି ଘଟଣା ଘଟି ଥାଏ ତ ତାକୁ ସାବଧାନ ହୋଇଯିବା ଉଚିତ ନଚେତ ଆଗକୁ ଆସୁଥିବା ଖରାପ ସମୟ ମନୁଷ୍ୟର ଜୀବନକୁ ପୁରା ବର୍ବାଦ କରିଦେଇଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଭଲ ଏବଂ ଖରାପ ସମୟ ଆମ ଚାରି ପାଖରେ ଘୁରୁ ଥାନ୍ତି ଏବଂ ମନୁଷ୍ୟର ଜୀବନରେ ଗୋଟିଏ ପରେ ଗୋଟିଏ ଆସିଥାନ୍ତି ଭଲ ଏବଂ ଖରାପ ସମୟ ଦୁଇଟି ଜିନିଷ ମନୁଷ୍ୟକୁ ଜାଣିବା ଉଚିତ ଏବଂ ସବୁବେଳେ ଭଗବାନଙ୍କୁ ଭକ୍ତି କରିବା ଉଚିତ। ଭଲ ସମୟରେ ଭବାନଙ୍କୁ ଭୁଲିବା ଉଚିତ ନୁହେଁ। ଏବଂ ଖରାପ ସମୟରେ ଭବାନଙ୍କୁ ନିନ୍ଦା କରିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଆମର ଘରେ ଯଦି କିଛି ବସ୍ତୁ ଅଛି ଯାହା ଖରାପ ସମୟ ଆସିବା ପୂର୍ବରୁ ଆମକୁ ସଂକେତ ଦେଇଥାଏ। କାରଣ ବାସ୍ତୁ ଅନୁସାରେ ସବୁ ବସ୍ତୁରେ କିଛି ନାଁ କିଛି ଶକ୍ତି ଥାଏ। ଯେଉଁମାନେ ନିଜେ ପ୍ରବାହିତ ହୋଇଥାନ୍ତି। ନିଶା କ୍ଳେଶ ଲୁଟପାତ ମିଛ କହିବା ପର ସ୍ତ୍ରୀ ପ୍ରତି ଆକର୍ଷିତ ହେବା ଇତ୍ୟାଦି କାରଣରୁ ଘରେ ବାସ୍ତୁଦୋଷ ତିଆରି ହୋଇଥାଏ। ଯାହା ଦ୍ୱାରା ପରିବାରରେ ସଂକଟ ଆସିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ କେଉଁ ବସ୍ତୁରେ କଣ ଶକ୍ତି ଥାଏ ଯାହା ଖରାପ ସମୟ ଆସିବା ଆଗରୁ ଆମକୁ ସଂକେତ ଦେଇଥାଏ। ଯଦି ଆପଣଙ୍କ ଜୀବନରେ ଖରାପ ସମୟ ଆସେ ତେବେ ଆପଣଙ୍କୁ ସାବଧାନ ହୋଇଯିବା ଉଚିତ। ଏବଂ ଇଶ୍ଵରଙ୍କୁ ଭକ୍ତି କରି ଖରାପ ସମୟକୁ ମଧ୍ୟ ଭଲ ସମୟରେ ପରିଣତ କରିବାକୁ ହେବ। ତ ଆସନ୍ତୁ ଜାଣିବା ସେହିସବୁ ସଂକେତ କଣ ଅଟେ।

ତୁଳସୀ ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଖରାପ ସମୟ ଆସିବା ଆଗରୁ ଆମକୁ ସଂକେତ ଦେଇଥାଏ। ତୁଳସୀଙ୍କୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ମାନିଥାନ୍ତି। ତୁଳସୀ ଗଛ ପ୍ରତ୍ୟଙ୍କ ଘରେ ଥାଏ। ଯାହା ଦ୍ୱାରା ଘରେ ସୁଖଶାନ୍ତି ରହିଥାଏ। କିନ୍ତୁ ଯଦି ତୁଳସୀ ଗଛ କୌଣସି କାରଣରୁ ଶୁଖିଯାଏ ତେବେ ପରିବାର ପ୍ରତି ବିପଦ ଆସିଥାଏ ବୋଲି ସଂକେତ ମିଳିଥାଏ। ତୁଳସୀ ଗଛକୁ ପ୍ରତିଦିନ ଜଳ ଅର୍ପଣ କରି ପୂଜା କରନ୍ତୁ ଯେପରି ଏହା ଶୁଖି ନଜୀବ। ଏପରି କଲେ ଆଗକୁ ଆସୁଥିବା ବିପଦ ମଧ୍ୟ ଟଳି ଯାଇଥାଏ।

ଦ୍ୱାର ମୁହଁକୁ ଗାଈ ନାସିବା। ଯେଉଁ ଘରକୁ ବିପଦ ଆସିବାକୁ ଥିବ ସେହି ଘରକୁ ଗାଈ ଆସିନଥିବ। ସେହି ଘରର ସାମ୍ନାକୁ ଗାଈ ଆସିଥାନ୍ତି କିନ୍ତୁ ଘରର ଦ୍ୱାର ମୁହଁକୁ ଯାଇନଥାନ୍ତି। ଯେଉଁ ଘରେ ପାପ କର୍ମ ହେଉଥାଏ କିମ୍ବା କଳି ଝଗଡା ଲାଗିଥାଏ ସେହି ଘରର କୌଣସି ଖାଦ୍ୟ ମଧ୍ୟ ଗୋମାତା ଖାଇ ନଥାନ୍ତି ଏଥିପାଇଁ ଏହାକୁ ଖରାପ ସଂକେତ ମାନିଥାନ୍ତି।

ଝାଡୁ ବାରମ୍ବାର ପଡିବା। ଘର ସଫା କରିବା କିମ୍ବା ଝାଡୁ ମାରିବା ସମୟରେ ହାତରୁ ଝାଡୁ ବାରମ୍ବାର ଖସି ପଡିବା କିମ୍ବା ଏହାର ପତ୍ର ଝଡ଼ିବା ଏହାକୁ ଅଶୁଭ ସଂକେତ ବୋଲି ମାନାଯାଏ। ତେବେ ସେହି ଝାଡୁକୁ ବଦଳାଇ ଦେଇ ଭଲ ଝାଡୁ ଆଣି ପୂଜା କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ।

ହାତରୁ କ୍ଷୀର ଢଳି ଯିବା। କୌଣସି କାରଣରୁ ଆପଣଙ୍କ ହାତରୁ କ୍ଷୀର କିମ୍ବା ଦହି ପଡ଼ିଯାଏ ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାକୁ ଅଶୁଭ ବୋଲି କୁହାଯାଉଛି। ଏପରି ହେବା ଦ୍ୱାରା ଆପଣଙ୍କ ଜୀବନରେ କିଛି ଖରାପ ହେବାକୁ ଯାଉଛି।

ପକ୍ଷୀ ମରିବା। ଘରର ଛାତ ଉପରେ ହଠାତ ପକ୍ଷୀ ଆସି ମରିଯାଏ ତ ଏହାକୁ ଅଶୁଭ ସଂକେତ ମାନାଯାଏ।

ଆପଣ ଭଗବାନଙ୍କୁ ପୂଜା କରିବା ପାଇଁ ଯାଉଛନ୍ତି ହଠାତ ଆପଣଙ୍କ ହାତରୁ ପୂଜା ଥାଳି ଖସି ତଳେ ପଡିଯିବ ତ ବୁଝି ଯାଆନ୍ତୁ ଭବାନ ଆପଣଙ୍କୁ ଆସୁଥିବା ଖରାପ ସମୟ ବିଷୟରେ ସଂକେତ ଦେଉଛନ୍ତି।ଆପଣ ଭାବନ୍ତୁନି କି ଭଗବାନ ଅସନ୍ତୋଷ ବୋଲି ଏହା ଭଗବାନଙ୍କ ସଂକେତ।

ହଠାତ ପରିବାରର ସଦସ୍ୟଙ୍କ ଭିତରେ ଝଗଡା ଲାଗେ ଏବଂ ଘରର ପୁରୁଷ ଛୋଟ ଛୋଟ କାରଣକୁ ନେଇ ରାଗି ଯାଇଥାନ୍ତି ତ ଏହାବି ଆଗକୁ ଆସୁଥିବା ଖରାପ ସମୟର ସଂକେତ ଅଟେ। କିମ୍ବା ଆପଣ ତୁରନ୍ତ ହିଁ ସାବଧାନ ହୋଇଯାଅନ୍ତୁ। ଯେବେବି ରାଗ ଆସେ ତ ଆପଣ ଭଗବାନଙ୍କୁ ସ୍ମରଣ କରି ଶାନ୍ତ ହୋଇ ଗଟେ ଜାଗାରେ ବସିଯାନ୍ତୁ। ଏବଂ ପ୍ରତିଦିନ ହନୁମାନ ଚାଳିସା ପାଠ କରନ୍ତୁ। ଏହା ସହିତ ଯଦି ବିବାହିତା ମହିଳା ସିନ୍ଦୁର ପିଦ୍ଧିବା ସମୟରେ ହାତରୁ ସିନ୍ଦୁରର ଡ଼ବା ଖସିଯାଏ ତେବେ ଏହା ପତିଙ୍କର କାରବାରରେ ଖରାପ ସମୟ ଆସିଥାଏ ବୋଲି ସଂକେତ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *