Excuse Me Odisha

ଯାହା କହିବୁ ସତ କହିବୁ

କୁମ୍ଭ ରାଶିର ଲୋକଙ୍କ ପାଇଁ କେମିତି ରହିବ ଅକ୍ଟୋବର ମାସ,କଣ ରହିଛି ରାଶିଚକ୍ର,ଜାଣନ୍ତୁ ସବୁକିଛି

ସେୟାର୍ କରନ୍ତୁ

କୁମ୍ଭ ରାଶିରେ ୩ ଟି ନକ୍ଷତ୍ର ଭୋଗ ହୋଇଥାଏ। ଧ୍ୱନିଷ୍ଠା ନକ୍ଷତ୍ର ନକ୍ଷତ୍ର, ସତ ବିଛା ନକ୍ଷତ୍ର ନକ୍ଷତ୍ର ଏବଂ ପୂର୍ବଭାଦ୍ରବ ନକ୍ଷତ୍ର । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର କୁ କିମ୍ବା କେ ହୋଇଥିବ ସେହି ବ୍ୟକ୍ତି ମାନଙ୍କର ଧ୍ୱନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ହେବ। ଅର୍ଥାତ ୨୩/୧୧। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଗ ସ ସି ସୁ ଅକ୍ଷର ହୋଇଥିବ ସେମାନଙ୍କର ସତବିଛା ନକ୍ଷତ୍ର କୁମ୍ଭ ରାଶି ହେବ। ଅର୍ଥାତ ୨୪/୧୧ । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ସେ ସ ତ ଅକ୍ଷର ହୋଇଥିବ ସେମାନଙ୍କର ପୂର୍ବଭାଦ୍ରବ ନକ୍ଷତ୍ର କୁମ୍ଭ ରାଶି ହେବ। ଅର୍ଥାତ ୨୫/ ୧୧। କୁମ୍ଭ ରାଶି ସ୍ଥିର ରାଶି। ପଶ୍ଚିମ ଦିଗ। ବାୟୁ ତତ୍ତ୍ୱ ଏବଂ କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନିଶ୍ଚର। ଯାହାକି କୁମ୍ଭ ରାଶିର ଘା-ତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୧ ତାରିଖ ମଧ୍ୟାନ୍ହରୁ ଆରମ୍ଭ ହୋଇ ଅକ୍ଟୋବର ୧୨ ଏବଂ ଅକ୍ଟୋବର ୧୩ ତାରିଖ ଅପରାହ୍ନ ସମୟ ପର୍ଯ୍ୟନ୍ତ ଭୋଗ ହେବ। କୁମ୍ଭ ରାଶିର ଘା-ତ ବାର ହେଉଛି ଗୁରୁବାର। ଯାହାକି ଅକ୍ଟୋବର ମାସର ୭,୧୪,୨୧ ଏବଂ ୨୮ ତାରିଖରେ ହେବ। କୁମ୍ଭ ରାଶିର ଘା-ତ ତିଥି ହେଉଛି ଚତୁର୍ଥୀ ତିଥି। ଯାହାକି ଅକ୍ଟୋବର ମାସର ୯ ତାରିଖ ଏବଂ ୨୪ ତାରିଖରେ ଭୋଗ ହେବ। କୁମ୍ଭ ରାଶିର ଘାତ ନକ୍ଷତ୍ର ହେଉଛି ଆରଦ୍ରା ନକ୍ଷତ୍ର। ଯାହାକି ଅକ୍ଟୋବର ମାସ ୨୬ ତାରିଖରେ ଭୋଗ ହେବ। କୁମ୍ଭ ରାଶିର ଅଷ୍ଟମ ଚନ୍ଦ୍ର ହେଉଛି କନ୍ୟା ଚନ୍ଦ୍ର।ଯାହାକି ଅକ୍ଟୋବର ମାସ୫ ତାରିଖ ପୂର୍ବାନ୍ହ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୬ ଏବଂ ୭ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତେଣୁ ଏହି ଘା-ତ ଚନ୍ଦ୍ର, ଘା-ତ ବାର, ଘା-ତ ତିଥି, ଘା-ତ ନକ୍ଷତ୍ର ଏବଂ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ ବା କୌଣସି ଦୂର ଯାତ୍ରାକୁ ଯିବେ ନାହିଁ, ନୂତନ ଯାନବାହନ କ୍ରୟ କରିବେ ନାହିଁ, ନୂତନ ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଆଦି ଆରମ୍ଭ କରିବେ ନାହିଁ। ଆମେ ଯଦି ରାଶିର ଶୁଭ ରଙ୍ଗକୁ ଦେଖିବା କୁମ୍ଭ ରାଶିର ଶୁଭ ରଙ୍ଗ ହେଉଛି କଳା ଏବଂ ନୀଳ ରଙ୍ଗ, କୁମ୍ଭ ରାଶିର ଶୁଭ ବାର ଶନିବାର, ଶୁଭ ରତ୍ନ ହେଉଛି ନିଳା, କୁମ୍ଭ ରାଶିର ଶୁଭ ଅଙ୍କ ୮ ଏବଂ କୁମ୍ଭ ରାଶିର ଶୁଭ ମ-ନ୍ତ୍ର ହେଉଛି ଓଁ ସୋମ ଶନିଶ୍ଚରାୟ ନମଃ।

ଆମେ ଯଦି ମାସଟିର ଶୁଭ ଦିବସକୁ ଦେଖିବା ବା ଚନ୍ଦ୍ର ଶୁ-ଦ୍ଧି ଦିବସକୁ ଦେଖିବା ତେବେ କୁମ୍ଭ ରାଶିର ତୃତୀୟ ଚନ୍ଦ୍ର,ଷଷ୍ଠ ଚନ୍ଦ୍ର ଏବଂ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଶୁଭ ଫଳ ମିଳିଥାଏ। କୁମ୍ଭ ରାଶିର ତୃତୀୟ ଚନ୍ଦ୍ର ମେଷ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୨୦ ତାରିଖ ଅପ୍ରାରାହ୍ନ ରୁ ଆରମ୍ଭ ହୋଇ ୨୧ ତାରିଖ ଏବଂ ୨୨ ତାରିଖରଏ ଭୋଗ ହେବ। କୁମ୍ଭ ରାଶିର ଷଷ୍ଠ ଚନ୍ଦ୍ର ହେଉଛି କର୍କଟ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧ ଏବଂ ୨ ତାରିଖରେ ଭୋଗ ହେବ ଏବଂ ତୁଳା ରାଶିର ଏକାଦଶ ଚନ୍ଦ୍ର ଧନୁ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୧୧ ତାରିଖ ମଧ୍ୟନ୍ହରୁ ଆରମ୍ଭ ହୋଇ ୧୨ ତାରିଖ ଏବଂ ୧୩ ତାରିଖ ଅପୁରାନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତେଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଆଉ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟକୁ ଚନ୍ଦ୍ର ଶୁ-ଦ୍ଧି କୁହାଯାଏ।ଅର୍ଥାତ ଏହି ସମୟରେ ଆପଣ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ।ଦୂର ଯାତ୍ରାକୁ ଯାଇପାରିବେ, ନୂତନ ଗୃହାରମ୍ଭ କରିପାରିବେ,ନୂତନ ଯାନ ବାହନ କ୍ରୟ କରିପାରିବେ,ନୂତନ ବ୍ୟବସାୟ ପ୍ରତିଷ୍ଠାନ ଆଦି ଆରମ୍ଭ କରିପାରିବେ। ଅର୍ଥାତ ଏହି ସମୟରେ ଆପଣ ସମସ୍ତ ପ୍ରକାରର ଶୁଭ ଫଳ ପ୍ରାପ୍ତ କରିପାରିବେ। ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ଜନ୍ମିତ ବ୍ୟକ୍ତି ମାନଙ୍କର ମାସଟି କେମିତି କଟିବ। ଅକ୍ଟୋବର ମାସର ମହିଳା ପୁରୁଷ ମାନେ କର୍ମ କ୍ଷେତ 5 ବରିଷ୍ଠ ବ୍ୟକ୍ତି ଏବଂ ସହଯୋଗୀ ମାନଙ୍କର ସାହାର୍ଯ୍ୟ ସହଯୋଗ ପାଇପାରିବେ। ସ୍ବାସ୍ଥ୍ୟରେ କିଛି ପରିବର୍ତ୍ତନ ହେବ। ଅଟକି ରହିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପ୍ରତିଯୋଗିତା ପରୀକ୍ଷାରେ ଉ-ତ୍ତୀର୍ଣ୍ଣ ହେବେ। କଠିନ କାର୍ଯ୍ୟ ସହଜରେ ଶେଷ ହେବ। ଏ ମାସଟିରେ ରାସ୍ତାରେ ଯିବା ସମୟରେ ସତ-ର୍କତା ଅବଲମ୍ବନ କରନ୍ତୁ। ଖାଦ୍ୟ ପେୟ ଓ ଔଷଧ ସେବନରେ ଧ୍ୟାନ ଦିଅନ୍ତୁ। ନଚେତ ବିଶେଷ କ୍ଷ-ତି ହେବାର ସମ୍ଭାବନା ରହିଛି। ଆପଣଙ୍କ ଏ ମାସରେ ସମସ୍ତ ପ୍ରକାର ଶୁଭ ଫଳ ପାଇବା ପାଇଁ ପ୍ରତି-କାର ସ୍ୱରୂପ:- ଶନିବାର ଦିନ ବ୍ରତ ରଖନ୍ତୁ। ଏବଂ ପ୍ରତିଦିନ ମହାମୃ-ତ୍ୟୁଞ୍ଜ-ୟ ମ-ନ୍ତ୍ର ପାଠ କିମ୍ବା ଶ୍ରବଣ କରନ୍ତୁ। ଦେଖିବେ ମାସଟି ଶୁଭରେ ବ୍ୟତୀତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *