Excuse Me Odisha

ଯାହା କହିବୁ ସତ କହିବୁ

ଘରୋଇ ଉପଚାର : କିପରି ପତଳାରୁ ମୋଟା ହେବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ସହଜ ଘୋରେଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ପତଳାରୁ ମୋଟା ହୋଇପାରିବେ। ୧ ମାସ ମଧ୍ୟରେ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆଜି ଆମେ ଜାଣିବା କମ ଦିନରେ ଓଜନ ବଢ଼ାଇବାର ସହଜ ଏବଂ ଘରୋଇ ଉପାୟ ବିଷୟରେ। ଅଧିକ ପତଳା ହେବା ଆପଣଙ୍କର porsanaliti ଏବଂ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ। ଯଦିଓ ବଜାରରେ ଓଜନ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମିଳୁଛି କିନ୍ତୁ ଏହା ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇଥାଏ। ତେଣୁ ଏହି ଔଷଧ ବ୍ୟବହାର ନକରି ଘରୋଇ ଉପାୟ ଅବଲମ୍ବନ କରିବା ଭଲ ହୋଇଥାଏ। ଯେମିତି ଓଜନ କମାଇବା କଷ୍ଟ ହୋଇଥାଏ ଠିକ ସେମିତି ଓଜନ ବଢାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇଥାଏ। କିନ୍ତୁ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନ ପ୍ରଣାଳୀ ଏବଂ ଖାଦ୍ୟ ପେୟର ପରିବର୍ତ୍ତନ ହିଁ ଶୀଘ୍ର ଓଜନ ବଢ଼ାଇବାରେ ସହାୟକ ହୋଇଥାଏ। ବେଳେବେଳେ ଓଜନ ବଢ଼ାଇବା ପାଇଁ ଲୋକମାନେ ଅଧିକ ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥାନ୍ତି। କିନ୍ତୁ ଓଜନ ବଢି ନଥାଏ। ଅଧିକାଂଶ ସମୟରେ ଏହା ଦେଖାଯାଉଛି ଯେ ଲୋକମାନେ ଓଜନ ବଢ଼ାଇବା ପାଇଁ ଜଙ୍କଫୁଡ଼ ଖାଇବା ଆରମ୍ଭ କରିଦିଅନ୍ତି। ଏହା ଶରୀରରେ କେବଳ ଚର୍ବି ପ୍ରସ୍ତୁତ କରିଥାଏ। ଏବଂ ଜଙ୍କଫୁଡ଼ ଖାଇବା ଯୋଗୁ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ଓଜନ ବଢ଼ାଇବା ପାଇଁ ସବୁବେଳେ ସ୍ୱାସ୍ଥ୍ୟ କର ଭଜନ ନେବା ଦରକାର ହୋଇଥାଏ। ଏମିତି କଲେ ଆମ ଶରୀରର ମାଂସପେଶୀ ଭଲ ରୂପେ ବିକଶିତ ହୋଇଥାଏ। ଅଦରକାରୀ ସ୍ଥାନରେ ଚର୍ବି ବଢି ନଥାଏ ଏବଂ ସ୍କିନ ମଧ୍ୟ ଉଜ୍ଵଳ ଦେଖାଦେଇଥାଏ। ଏହା ଆମ ଆତ୍ମସମ୍ମାନ ମଧ୍ୟ ବଢ଼ାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବତେଇବୁ ଯାହା ଦ୍ୱାରା ଆପଣ କମ ଦିନରେ ନିଜର ଓଜନ ବଢ଼ାଇ ପାରିବେ।

ପ୍ରଥମଟି ହେଲା କଦଳୀ ସେକର ସେବନ। ଓଜନ ବଢ଼ାଇବା ପାଇଁ ପ୍ରତିଦିନ ୨ ଟି ଗ୍ଲାସ କ୍ଷୀର ପିଇବା ଜରୁରୀ ହୋଇଥାଏ। ଏହା ସହିତ ପ୍ରତିଦିନ ୨ ଟି କଦଳୀ ଖାଇବା ଦରକାର ହୋଇଥାଏ। ଏହି କ୍ଷୀର ଏବଂ କଦଳୀ ଅଲଗା ଅଲଗା ଖାଇଲେ ଏହା ସେତଟା ପ୍ରଭାବ ଦେଖାଇନଥାଏ। ତେଣୁ ଏହାର ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବା ଦରକାର। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ କ୍ଷୀର ନେଇ ସେଥିରେ ୨ ଟି କଦଳୀ ଅଧ ଚାମଚ ଗୁଜୁରାତି ପାଉଡର ଏବଂ ଏକ ଚାମଚ ଦେଶୀ ଘିଅ ମିଶାନ୍ତୁ। ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏକ ସେକ ପ୍ରସ୍ତୁତ କରନ୍ତୁ। ଏହି ସେକକୁ ବ୍ରେକ ଫାଷ୍ଟ ପୂର୍ବରୁ ସେବନ କରନ୍ତୁ। ଏହି ଡ୍ରିଙ୍କସରୁ ଆମ ଶରୀରକୁ ୪୫୦ ରୁ ୫୦୦କ୍ୟାଲରି ଶକ୍ତି ମିଳିଥାଏ। ଏଥିରେ ଗୁଆ ଘିଅ ପକାଇଲେ ଏହା ଅଧିକ ଲାଭ ଦେଇଥାଏ। କାରଣ ଏହା ଓଜନ ବଢ଼ାଇବା ସହିତ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ଥିବା ଗୁଜୁରାତି ଗୁଣ୍ଡ ହଜମ କ୍ରିୟାରେ ସାହାର୍ଯ୍ୟ କରିଥାଏ। ଯାହା ଦ୍ୱାରା କଦଳୀ ଏବଂ କ୍ଷୀରରେ ଥିବା ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ।

ଦ୍ଵିତୀୟରେ ଖଜୁରୀ ସେକର ସେବନ। ଓଜନ ବଢ଼ାଇବା ପାଇଁ ଖଜୁରୀ ସେକର ସେବନ ଲାଭଦାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ସକାଳୁ ଗୋଟିଏ ଗ୍ଲାସ କ୍ଷୀରରେ ୫ ରୁ ୬ ଟି ଖଜୁରୀ ପକେଇ ରଖିଦିଅନ୍ତୁ। ରାତିରେ ଏଥିରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ। ଏବଂ ଏହାକୁ ଉଷୁମ କରି ସେବନ କରନ୍ତୁ। ମିଠା ପାଇଁ ଆପଣ ଏଥିରେ ଗୁଡ଼ ମଧ୍ୟ ପକାଇ ପାରନ୍ତି। ଖଜୁରୀ ଖାଇବା ଯୋଗୁ ଆମ ଶରୀରକୁ ଏକାଧିକ ଫାଇଦା ମିଳିଥାଏ। ଏହା ଶରୀରରେ ଶକ୍ତି ବଢ଼ାଇବା ସଙ୍ଗେ ସଙ୍ଗେ ରକ୍ତ ଏବଂ ଧାତୁରେ ବି ବୃଦ୍ଧି କରିଥାଏ। ଯଦି ଶରୀରରେ ଦୁର୍ବଳତା କିମ୍ବା ଶୁକ୍ରାଣୁର ଅଭାବ ଥାଏ ଯଦି ପ୍ରତିଦିନ ଏହାର ସେବନ ଦ୍ୱାରା ଦୂର ହୋଇଥାଏ। ଖଜୁରୀ ମହିଳା ମାନଙ୍କ ଶରୀରରେ ଇଷ୍ଟଜେନ ହରର୍ମନକୁ ମଧ୍ୟ ବଢାଇଥାଏ। ଯାହା ଦ୍ୱାରା ପ୍ରିୟଡ଼ସ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଯଦି ଏହି ଦୁଇ ପ୍ରକାରର ଡ୍ରିଙ୍କସର ସେବନ ଆପଣ ପ୍ରତିଦିନ ସକାଳ ଏବଂ ରାତିରେ କରିବେ ତେବେ ଗୋଟିଏ ସପ୍ତାହ ମଧ୍ୟରେ ଆପଣ ଓଜନ ଏବଂ ଶକ୍ତିରେ ପାର୍ଥକ୍ୟ ଅନୁଭବ କରିପାରିବେ।

ତୃତୀୟଟି ହେଉଛି। ଚିନା ବାଦାମର ସେବନ ଓଜନ ବଢ଼ାଇବା ପାଇଁ ପ୍ରତିଦିନ ଗୋଟିଏ ମୁଠା ଚିନା ବାଦାମ ଖାଇବା ଉଚିତ। ଗୋଟିଏ ମୁଠା ବାଦାମର ୧୦୦ ରୁ ୧୨୦ କ୍ୟାଲେରି ଏନର୍ଜୀ ଥାଏ। ଏହା ବ୍ୟତୀତ ପିନ ଅଟ ବଟର ପ୍ରତିଦିନ ଦୁଇ ଚାମଚ ଖାଇଲେ ଲାଭଦାୟକ ହୋଇଥାଏ। ଏଥିରେ ଅନସାଚୁରଟେଡ଼ ଫ୍ୟାଟ ଥାଏ। ଯାହା ଶରୀରକୁ କ୍ଷତି ପହଞ୍ଚାଇ ନଥାଏ। ଏବଂ ପ୍ରାକୃତିକ ଉପାୟରେ ଓଜନ ବଢାଇଥାଏ।

ଚତୁର୍ଥ ହେଉଛି ଅଣ୍ଡା ଏବଂ ଡାଲିର ସେବନ। ଓଜନ ବଢ଼ାଇବା ଏବଂ ମାଂସପେଶୀ ବୃଦ୍ଧି ପାଇଁ ଅଧିକ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ। ଏଥିପାଇଁ କ୍ଷୀରରୁ ତିଆରି ଖାଦ୍ୟ ଅଣ୍ଡା ଏବଂ ଡାଲି ଖାଇବା ଜରୁରୀ ହୋଇଥାଏ। ଗୋଟିଏ ଦିନରେ ଅତି କମରେ ୨ ଟି ଅଣ୍ଡା ଖାଇବା ଉଚିତ। କାରଣ ଅଣ୍ଡା ପ୍ରୋଟିନ ବଢ଼ାଇବାର ଏକ ପ୍ରାକୃତିକ ଉତ୍ସ। ଯଦି ଆପଣ ପ୍ରତିଦିନ ଅଣ୍ଡା ନଖାଇ ପାରିବେ ତେବେ ଅତିକମରେ ଗୋଟିଏ ଭଜନ ସହିତ ଡାଲି ଖାଆନ୍ତୁ। ଡାଲି ଆମ ଶରୀରକୁ ପ୍ରୋଟିନ ବ୍ୟତୀତ ଭିଟାମିନ ଏବଂ ଫାଇବାର ମଧ୍ୟ ଯୋଗାଇଥାଏ। ଯାହା ଓଜନ ବଢ଼ାଇବାରେ ସହାୟକ ହୋଇଥାଏ।

ପଞ୍ଚମରେ ହେଉଛି କିସମିଶର ସେବନ। ଓଜନ ବଢ଼ାଇବା ପାଇଁ କିସମିଶ ଖାଇବା ଲାଭଦାୟକ ହୋଇଥାଏ। କାରଣ କିସମିଶରେ ପୋଟାସିୟମ ଏବଂ କପର ଥାଏ ଯାହା ଦ୍ୱାରା ଆମର ମେଟାବଲିଜିୟମ ଭଲ ହୋଇଥାଏ। ଏବଂ ମସ୍ତିଷ୍କର ମଧ୍ୟ ବିକାଶ ହୋଇଥାଏ। ତେଣୁ କମ ସମୟରେ ଓଜନ ବଢ଼ାଇବା ପାଇଁ କିସମିଶ ଖାଇବା ଉଚିତ। ଗୋଟିଏ ମୁଠା କିସମିଶକୁ ରାତି ସାରା ପାଣିରେ ଭିଯାଇ ରଖିଦିଅନ୍ତୁ। ଏବଂ ଏହାକୁ ଅଧା ଅଧା କରି ଦିନରେ ୨ ଥର ସେବନ କରନ୍ତୁ।

ଷଷ୍ଠରେ ହେଉଛି ଆମ୍ବର ସେବନ। ଆମ୍ବ ଓଜନ ବଢ଼ାଇବାର ମଧ୍ୟ ବହୁତ ସହାୟକ ହୋଇଥାଏ। ଗୋଟିଏ ସାମାନ୍ୟ ଆକାରର ଆମ୍ବରେ ୧୩୫ କ୍ୟାଲେରି ଶକ୍ତି ଥାଏ। ତେଣୁ ଆମ୍ବ ସମୟରେ ଦିନରେ ୨ ଟି ଆମ୍ବ ମଧ୍ୟ ଖାଇଲେ ଭଲ ଲାଭ ମଧ୍ୟ ମିଳିଥାଏ।

ଅଶ୍ୱଗଦ୍ଧା ଏବଂ ସତାବରୀର ସେବନ। ଆୟୁର୍ବେଦକ ଜଡ଼ିବୁଟି ମଧ୍ୟରୁ ଅଶ୍ୱଗଦ୍ଧା ଏବଂ ସତାବରୀର ସେବନ କଲେ ଏହା ମଧ୍ୟ ଓଜନ ବଢାଇଥାଏ। ଏହା ଆପଣଙ୍କୁ ଆୟୁର୍ବେଦିକ ଷ୍ଟୋରରେ ମିଳିଯିବ। ଏହାକୁ ଆପଣ କ୍ଷୀରରେ ମିଶାଇ ପିଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ସହିତ ଡାଇବେଟିସ, ହାଇକଲେଷ୍ଟର,ଇମ୍ଫଟିଲିଟି ଏବଂ ଡିପ୍ରେସନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହି ସମସ୍ତ ଘରୋଇ ଉପଚାର ସହିତ ଓଜନ ବଢ଼ାଇବା ପାଇଁ ଖାଦ୍ୟ ଉପଯୁକ୍ତ ସମୟରେ ଖାଇବା ଜରୁରୀ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *