Excuse Me Odisha

ଯାହା କହିବୁ ସତ କହିବୁ

ରାବଣ ବିଷୟରେ ଏପରି ଅଭଦ୍ର ସତ୍ୟ ଯାହା ଆପଣ କେବେ ବି ଜାଣିନଥିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ରାବଣ ବିଷୟରେ ଏପରି ଅଭଦ୍ର ସତ୍ୟ ଯାହା ଆପଣ କେବେବି ଜାଣିନଥିବେ।

ବନ୍ଧୁଗଣ ଆପଣ ମାନେ ତ ରାମାୟଣର ରାବଣକୁ ପ୍ରାୟ ସମସ୍ତେ ଜାଣିଥିବେ। ଯିଏ ମାତା ସୀତାଙ୍କୁ ଅପହରଣ କରି ପ୍ରଭୁ ରାମଚନ୍ଦ୍ରଙ୍କ ସହ ଯୁଦ୍ଧ କରି ଯୁଦ୍ଧରେ ମୃତ୍ୟୁ ବରଣ କରିଥିଲେ। ବନ୍ଧୁଗଣ ଏହି କାରଣ ଅଟେ କି ଯେବେ ଯେବେ ରାବଣର ବିଚାର ଆମ ମନକୁ ଆସିଥାଏ ସେବେ ପ୍ରାୟ ସମସ୍ତେ ରାବଣକୁ ଏକ ରାକ୍ଷସ ଏବଂ ଅହଙ୍କାରୀ ସ୍ତ୍ରୀ ମାନଙ୍କର ଭୋଗବିଳାସୀ ଖରାପ ଚରିତ୍ର ଓ ବ୍ୟକ୍ତିତ୍ୱ ଭାବରେ ଦେଖିଥାନ୍ତି। କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣନ୍ତି କି ଆମ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ରାବଣର ଏପରି ଅନେକ ଶ୍ରେଷ୍ଠ ରହସ୍ୟ ବିଷୟରେ ବର୍ଣ୍ଣିତ ହୋଇଛି, ଯାହାକୁ କେବେ ଲୋକଲୋଚନକୁ ଆସିବାକୁ ଦିଆଯାଇନାହିଁ। ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଜାଣିବା ରାବଣର ସେହି ଶ୍ରେଷ୍ଠ ରହସ୍ୟ ବିଷୟରେ,ଯାହାକୁ ଜାଣିଲା ପରେ ଆପଣଙ୍କ ମନରେ ମଧ୍ୟ ରାବଣକୁ ନେଇ ଥିବା ଖରାପ ବିଚାର ବଦଳି ଯାଇପାରେ ଏବଂ ଅନ୍ୟ ଦେଶ ମାନଙ୍କ ପରି ଆପଣ ମଧ୍ୟ ରାବଣକୁ ପୂଜ୍ୟ ବୋଲି ମାନି ପାରନ୍ତି।

ବନ୍ଧୁଗଣ ରାମଚରିତ ମାନସ ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କୈଳାସ ପର୍ବତକୁ ନିଜ ମୁଣ୍ଡରେ ଉଠାଇ ଲଙ୍କା ନେବା ପାଇଁ ଚାହିଁଥିଲେ। ଯାହାକୁ ଦେଖି ଭଗବାନ ଶିବଙ୍କୁ କ୍ରୋଧ ଆସିଥିଲା। ଏବଂ ଭଗବାନ ଶିବ ନିଜର ପାଦକୈଳାସ ପର୍ବତ ଉପରେ ରଖି ଦେଇଥିଲେ। ଯାହା ଫଳରେ ରାବଣର ଏକ ଆଙ୍ଗୁଠି କୈଳାସ ପର୍ବତର ତଳେ ଚାପି ହୋଇ ରହିଯାଇଥିଲା। ରାବଣକୁ ବହୁତ ଯନ୍ତ୍ରଣା ହେଉଥିଲା। କିନ୍ତୁ ତଥାପି ନିଜର ଜିଦିରେ ଅଟଳ ରହି ଯନ୍ତ୍ରଣା ମଧ୍ୟରେ ମଧ୍ୟ ଶିବ ତାଣ୍ଡବ କରିବାକୁ ଲାଗିଥିଲା,ଯାହା ପରେ ଭଗବାନ ଶିବ ରାବଣ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ତାକୁ ରାବଣର ଉପାଧି ଦେଇଥିଲେ। ବନ୍ଧୁଗଣ କୁହାଯାଏ କି ସେହିଦିନ ଠାରୁ ରାବଣର ନାମ ରାବଣ ହୋଇଥିଲା। ଆପଣ ମାନେ ଜାଣିଛନ୍ତି କି ରାବଣ ବ୍ରହ୍ମାଣ୍ଡର ମାହାନ ଜ୍ଞାନୀ ବିଦ୍ୱାନି,ରାଜନୀତିଜ୍ଞ,ପ୍ରଜା ପ୍ରେମୀ ଥିଲା। ସେଥିପାଇଁ ଯେବେ ଯୁଦ୍ଧ ଭୂମିରେ ରାବଣ ମରଣାସାନ ଅବସ୍ଥାରେ ପଡିଥିଲା ଭଗବାନ ଶ୍ରୀରାମ ନିଜ ଅନୁଜ ପାଇଁ ଲକ୍ଷ୍ମଣଙ୍କୁ ରାବଣଙ୍କ ଠାରୁ ଅନ୍ତିମ ଶିକ୍ଷା ପ୍ରାପ୍ତ କରିବା ପାଇଁ ପଠାଇଥିଲେ। ଯାହା ଫଳରେ ରାବଣ ଲକ୍ଷ୍ମଣଙ୍କୁ ଜ୍ଞାନର ଭଣ୍ଡାରରୁ ୩ ଟି ଜ୍ଞାନ ପ୍ରଦାନ କରିଥିଲେ। ଯାହା ଆଜିର ମନୁଷ୍ୟ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ।

ପ୍ରଥମଟି ହେଉଛି। ଶୁଭ କାର୍ଯ୍ୟରେ କେବେବି ଡେରି କରିବା ଅନୁଚିତ ହୋଇଥାଏ। ଏବଂ ଅଶୁଭ କାର୍ଯ୍ୟକୁ ଯେତେ ଦୂର ସମ୍ଭବ ଟାଳିବାକୁ ଚେଷ୍ଟା କରନ୍ତୁ। ତେବେ ଆପଣ ନିଶ୍ଚିତ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।

ଦ୍ୱିତୀୟଟି ହେଉଛି। କେବେବି ନିଜର ଶତ୍ରୁ ଓ ରୋଗକୁ ଛୋଟ ବୋଲି ଭାବିବା ଅନୁଚିତ ଅଟେ। କାରଣ ରାବଣ ଅନୁସାରେ ସେ ଯେଉଁ ବାନର ଏବଂ ମନୁଷ୍ୟଙ୍କୁ ତୁଚ୍ଛ ବୋଲି ଭାବୁଥିଲା ସେହିମାନଙ୍କ ପାଇଁ ରାବଣ ପରାଜୟ ହୋଇଥିଲା।

ତୃତୀୟ କଥାଟି ହେଉଛି। ମନୁଷ୍ୟକୁ ନିଜର ରହସ୍ୟ କେବେବି କାହାକୁ ପ୍ରକାଶ କରିବା ଅନୁଚିତ ହୋଇଥାଏ। ଚାହେଁ ସେହି ବ୍ୟକ୍ତି ଆପଣଙ୍କର କେତେ ନିଜର ହେଉନା କାହିଁକି। କେବେବି ନିଜର ଭୟ କିମ୍ବା ରହସ୍ୟକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ରାବଣ କହିଥିଲା ମୁଁ ମୋର ମୃତ୍ୟୁର ରହସ୍ୟକୁ ବିଭିଶଣକୁ କହିଥିଲି। ଯାହା ମୋର ମୃତ୍ୟୁର କାରଣ ହୋଇଥିଲା।

ତେବେ ବନ୍ଧୁଗଣ ଯଦିଓ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ କିନ୍ତୁ ସେ କେବେବି ମାତା ସୀତାଙ୍କୁ ସ୍ପର୍ଶ କରିନଥିଲେ। ଏହା ସହିତ ରାବଣ ନିଜର ପତ୍ନୀ ପାଇଁ ସେହି ଯଜ୍ଞ ମଧ୍ୟ ଛାଡି ଦେଇଥିଲା। ଯାହା ପୂରଣ ହେବା ପରେ ଭଗବାନ ରାମଚନ୍ଦ୍ର କେବେବି ରାବଣକୁ ପରାଜୟ କରିପାରିନଥାନ୍ତେ। ବନ୍ଧୁଗଣ ରାବଣର ନାରୀ ମାନଙ୍କ ପ୍ରତି ଏପରି ସଦଭାବ ତାଙ୍କୁ ଏକ ରାକ୍ଷସରୁ ଦେବତା ତୁଲ୍ୟ କରି ଦେଇଥିଲା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *