Excuse Me Odisha

ଯାହା କହିବୁ ସତ କହିବୁ

ଆପଣାମାନଙ୍କ ପାଖରେ ଅଛି କି ବିଜୁ ସ୍ୱାସ୍ଥ୍ୟ କାର୍ଡ ? ତା ହେଲେ ଆପଣ ପାଇ ପାରିବେ ୧୦ ଲକ୍ଷ ଟଙ୍କା,ଜାଣନ୍ତୁ କିପରି

ସେୟାର୍ କରନ୍ତୁ

ଆଗରୁ ଆମ ରାଜ୍ୟ ଓଡିଶାକୁ ସମସ୍ତେ ଏକ ଗରିବ ରାଜ୍ୟ ବୋଲି ଭାବୁଥିଲେ, ବହୁତ ଛୋଟ ନଜରରେ ଦେଖୁଥିଲେ। ଆଗରୁ ଆମ ରାଜ୍ୟ ମଧ୍ୟ ସେହିପରି ଥିଲା, ବଡ ଲୋକମାନଙ୍କ ସଂଖ୍ୟା ବହୁତ କମ୍ ଗରିବ ଲୋକ ମାନଙ୍କ ସଂଖ୍ୟା ବହୁତ ଅଧିକ। ଆଗରୁ ତ ଲୋକମାନେ ଏତେ ଗରିବ ଥିଲେ କି ଖାଇବା ପାଇଁ ମଧ୍ୟ ପାଉନଥିଲେ ଗୋଟେ ଓଳି ଖାଇବାକୁ ପାଇଲେ ଆଉଗୋଟେ ଓଳି ଭୋକରେ ରହୁଥିଲେ। ସେଥିପାଇଁ ସମସ୍ତେ ଆମ ରାଜ୍ୟ କୁ ଏକ ଗରିବ ରାଜ୍ୟ ବୋଲି ଭାବୁଥିଲେ। ହେଲେ ଏବେ ଆମ ରାଜ୍ୟ ବହୁତ ଆଗକୁ ଯାଇ ସାରିଲାଣି, ଦେଶରେ ଏକ ଭଲ ସ୍ଥାନରେ ଅଛି ଆମ ରାଜ୍ୟ ଖାଲି ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଆମ ରାଜ୍ୟ ଏବେ ପରିଚିତ ହେଲାଣି, ବାହାର ଦେଶରର ଲୋକମାନେ ପ୍ରତିଦିନ ଆମ ରାଜ୍ୟକୁ ଭ୍ରମଣ ପାଇଁ ଆସୁଛନ୍ତି। ଆଉ ଏବେ ଆମ ରାଜ୍ୟର ରାଜଧାନୀ ଦେଶରେ ସବୁଠାରୁ ସ୍ମାର୍ଟ ସିଟି ଭାବରେ ପରିଚିତ ହୋଇସାରିଛି, ସାରା ଦେଶ ଭୁବନେଶ୍ବରକୁ ସ୍ମାର୍ଟ ସିଟି ଭାବରେ ଜାଣିଛନ୍ତି। ଆଜିର ଓଡିଶାର ଲୋକମାନେ ବହୁତ ସ୍ମାର୍ଟ ତଥା ଶିକ୍ଷିତ ମଧ୍ୟ ହେଲେଣି, ରାଜ୍ୟ ବାହାରେ, ଦେଶ ବାହାର ନିଜର ନାମ କରିଲେଣି। ତେବେ ଏହିସବୁ କେବଳ ସମ୍ଭବ ହୋଇ ପାରିଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ, ସିଏ ହିଁ ଆମ ରାଜ୍ୟକୁ ଆଗକୁ ନେଇ ଯାଇଛନ୍ତି, ସାରା ଦେଶରେ ଓଡିଶାକୁ ଏକ ଭଲ ଜାଗାରେ ଆଣି ପହଁଞ୍ଚାଇ ଦେଇଛନ୍ତି।

ଆମ ରାଜ୍ୟ ସରକାର ସବୁବେଳେ ଆମ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରି ଆସିଛନ୍ତି, ଆମ ରାଜ୍ୟର ଗରିବ ଲୋକମାନଙ୍କର ଅସୁବିଧାକୁ ବୁଝିଛନ୍ତି ଆଉ ଗରିବ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ବାହାରକୁ ଆଣିଛନ୍ତି। ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି, ଯାହା ସାହାର୍ଯ୍ୟରେ ଗରିବ ଲୋକମାନେ ବହୁତ ସୁବିଧା ମଧ୍ୟ ପାଇଛନ୍ତି। ତେବେ ସେହିସବୁ ଯୋଜନା ମଧ୍ୟରୁ ଏକ ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ ଯୋଜନା। ଯଦି ଆପଣ ମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ ଯୋଜନର କାର୍ଡ ଅଛି କିମ୍ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ରହିଛି ତେବେ ଆପଣ ମାନେ ଏହି କାର୍ଡ କୁ ବି 1 ସେପ୍ଟେମ୍ବର କୁ ପାଇପାରିବେ । ଏଥିରେ ପ୍ରତ୍ୟୋକ ହୀତାଧିକାରୀ ତାଲିକା ଭୁକ୍ତ ମାନଙ୍କୁ 5 ଲକ୍ଷ ଏବଂ ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରେଇ ଦିଆଯିବ । ଆପଣ ମାନେ ଏଥିରେ ଯେକୌଣସି ସରକାରୀ ଡାକ୍ତରଖାନା କୁ ଯିବେ ସେଠାରେ ଆପଣ ମାନଙ୍କର ମାଗଣା ଚିକିତ୍ସା ହେବ ।

ଏହା ସହିତ ଯଦି ଆପଣ ମାନେ ତାଲିକା ଭୁକ୍ତ ପ୍ରାଇଭେଟ ହସ୍ପିଟାଲ ଯାଉଛନ୍ତି ତେବେ ସେଠାରେ ବି ଆପଣ ମାନଙ୍କର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରେଇ ଦିଆଯିବ । ଯଦି ଆପଣଙ୍କ ପାଖ ରେ ଏସଏଫଏସଏ କାର୍ଡ କିମ୍ବା ଏନଏଫଏସଏ କାର୍ଡ ରହିଛି ତେବେ ରାଜ୍ୟ ବାହାରେ ମଧ୍ୟ ସୁବିଧା ପାଇପାରିବେ ଓ ଏହି କାର୍ଡ ସହିତ ଯଦି BSKY କାର୍ଡ ଅଛି ତେବେ ସେହିମାନେ ସହାୟତ ପାଇ ପାରିବେ ।ତେବେ ଏହି କାର୍ଡ ର ସୁବିଧା ଆପଣ ମାନେ କେମିତି ପାଇବେ ।ଯଦି ଆପଣ ଙ୍କ ପାଖ ରେ କାର୍ଡ ଅଛି ଓ ଆପଣ ହଠାତ ଜରୁରୀ କାଳୀନ ହସ୍ପିଟାଲାଇଜ କରୁଛନ୍ତି ତେବେ 72 ଘଣ୍ଟା ଭିତରେ BSKY ହେଲ୍ଥ ସେଣ୍ଟର ରେ ଚିଠି ଜମା କରି ମାଗଣା ଚିକିତ୍ସା ପାଇପାରିବେ । ତେବେ ଏହି ସୁବିଧା କେଉଁ କେଉଁ ମେଡିକାଲ ରେ ଉପଲବ୍ଧ ମିଳିବ ତାହା ଏକ ଲିଷ୍ଟ କରାଯାଇଛି ଓ ଆପଣ ଏହି ଲିଷ୍ଟ କୁ ଯଦି ଦେଖୁବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ bsky.odisha.govt.in ୱେବ୍ ସାଇଟ କୁ ଯାଇ ଦେଖି ପାରିବେ ।ତେବେ ବିଏସକେଆଇ ଗୋଟିଏ କାର୍ଡ ର ମୂଲ୍ୟ 5 ଲକ୍ଷ ଟଙ୍କା। ତେବେ ପୁରୁଷ 5 ଲକ୍ଷ ଟଙ୍କା ଯାଏ ଏହାର ଉପଯୋଗ କରି ପାରିବେ ଓ ଏହା ପରେ ଯଦି ପରିବାରରେ କୌଣସି ମହିଳା ମାନଙ୍କ ଦେହ ଖରାପ ହୁଏ । ତାହେଲେ 5 ଲକ୍ଷ ଟଙ୍କା ଅତିରିକ୍ତ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *