Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶିର ମାସିକ ରାଶିଫଳ ଅକ୍ଟୋବର 2021: ୨୦୨୧ ମସିହା ଅକ୍ଟୋବର ମାସରେ ସିଂହ ରାଶି ଜାତ ବ୍ୟକ୍ତିଙ୍କର କଣ ରହିଛି ଶୁଭାଶୁଭ।

ସେୟାର୍ କରନ୍ତୁ

ସିଂହ ରାଶିରେ ୩ ଟି ନକ୍ଷତ୍ର ଭୋଗ ହୋଇଥାଏ। ମଘା ନକ୍ଷତ୍ର, ପୂର୍ବଫାଲ୍ଗୁନି ନକ୍ଷତ୍ର, ଏବଂ ଉତ୍ତରା ଫାଲ୍ଗୁନି ନକ୍ଷତ୍ର। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ମ ମି ମୁଁ ଏବଂ ମେ ହୋଇଥିବ ସେହି ବ୍ୟକ୍ତି ମାନଙ୍କର ମଘା ନକ୍ଷତ୍ର ସିଂହ ରାଶି ହେବ। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ମ ଟ ଟି ଟୁ ହୋଇଥିବ ସେମାନଙ୍କର ପୂର୍ବ ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି ହେବ। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଟେ ଅକ୍ଷର ହୋଇଥିବ ସେମାନଙ୍କର ଉତ୍ତରା ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି ହେବ। ମଘା ସିଂହ୧୦/୫,ପୂର୍ବଫାଲ୍ଗୁନି ସିଂହ ୧୧/୫, ଉତ୍ତରା ଫାଲ୍ଗୁନି ନକ୍ଷତ୍ର ସିଂହ ୧୨/୫। ସିଂହ ରାଶି ସ୍ଥିର ରାଶି। ପୂର୍ବ ଦିଗର ଅଧିପତି। ଅଗ୍ନି ତତ୍ତ୍ୱ। ତଥା ସିଂହ ରାଶିର ଅଧିପତି ହେଉଛନ୍ତି ରବି । ସିଂହ ରାଶିର ଘାତ ଚନ୍ଦ୍ର ହେଉଛି ମକର ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୩ ତାରିଖ ଅପରାହ୍ନ ଠାରୁ ଆରମ୍ଭ କରି ଅକ୍ଟୋବର ୧୪ ଏବଂ ୧୫ ତାରିଖ ଭୋଗ ହେବ। ସିଂହ ରାଶିର ଘାତ ବାର ହେଉଛି ଶନିବାର ଯାହାକି ଅକ୍ଟୋବର ମାସର ୨,୯, ୧୬,୨୩ ଏବଂ ୩୦ ତାରିଖରେ ହେବ। ସିଂହ ରାଶିର ଘାତ ତିଥି ହେଉଛି ନବମୀ ତିଥି। ଯାହାକି ଅକ୍ଟୋବର ମାସରେ ୧୪ ଏବଂ ୩୦ ତାରିଖରେ ଭୋଗ ହେବ। ସିଂହ ରାଶିର ଘାତ ନକ୍ଷତ୍ର ହେଉଛି ମୂଳା ନକ୍ଷତ୍ର। ଯାହାକି ଅକ୍ଟୋବର ମାସ ୧୨ ତାରିଖରେ ଭୋଗ ହେବ। ଏବଂ ସିଂହ ରାଶିର ଅଷ୍ଟମ ଚନ୍ଦ୍ର ହେଉଛନ୍ତି ମୀନ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୮,୧୯ ଏବଂ ୨୦ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତେଣୁ ଏହି ଘାତ ବାର, ଘାତ ତିଥି, ଘାତ ନକ୍ଷତ୍ର, ଘାତ ଚନ୍ଦ୍ର ଏବଂ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ସମୟରେ କୌଣସି ଶୁଭ କର୍ମ କରିବେ ନାହିଁ ବା ଦୂର ଯାତ୍ରା ଗମନ କରିବେ ନାହିଁ, ନୂତନ କ୍ରୟ ବିକ୍ରୟ ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ କରିବେ ନାହିଁ, ଏବଂ ସଦା ସର୍ବଦା ସତର୍କତାର ସହିତ କର୍ମ କରିବେ। ସିଂହ ରାଶିର ଶୁଭ ରଙ୍ଗ ହେଉଛି କମଳା ରଙ୍ଗ,ଲାଲ ରଙ୍ଗ। ସିଂହ ରାଶିର ଶୁଭ ବାର ରବିବାର। ଶୁଭ ରତ୍ନ ହେଉଛି ମାଣିକ, ଶୁଭ ଅଙ୍କ ୧ ଏବଂ ଶୁଭ ମନ୍ତ୍ର ହେଉଛି ଓଁ ଆଦିତାୟ ବିଘ୍ ମହେ ମାର୍କଣ୍ଡାୟଧିୟ ମହି ତନୁସୁର୍ଯ୍ୟ ପ୍ରଚଦୟା। ସିଂହ ରାଶିର ଆମେ ଯଦି ମାସଟିର ଶୁଭ ଦିବସକୁ ବିଚାର କରିବା ସିଂହ ରାଶିର ତୃତୀୟ ଚନ୍ଦ୍ର,ଷଷ୍ଠ ଚନ୍ଦ୍ର ଏବଂ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟକୁ ଚନ୍ଦ୍ର ଶୁଦ୍ଧି କୁହାଯାଏ। ସିଂହ ରାଶିର ତୃତୀୟ ଚନ୍ଦ୍ର ତୁଳା ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୭ ତାରିଖ ମଧ୍ୟନ୍ହ ସମୟରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ଏବଂ ୯ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ସିଂହ ରାଶିର ଷଷ୍ଠ ଚନ୍ଦ୍ର ହେଉଛି ମକର ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୩ ତାରିଖ ଅପାରନ୍ହରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ଏବଂ ୧୫ ତାରିଖ ପର୍ଯ୍ୟନ୍ତ ଭୋଗ ହେବ ଏବଂ ସିଂହ ରାଶିର ଏକାଦଶ ଚନ୍ଦ୍ର ମିଥୁନ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୨୫ ତାରିଖ ଅପାରାନ୍ହ ଠାରୁ ଆରମ୍ଭ ହୋଇ ୨୬ ତାରିଖ ଏବଂ ୨୭ ତାରିଖରେ ଭୋଗ ହେବ। ତେଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଆଉ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଆପଣ ସମସ୍ତ ପ୍ରକାର ଶୁଭ କର୍ମ ଆରମ୍ଭ କରିପାରିବେ। ନୂତନ ଯାନବାହାନ କ୍ରୟ କରିପାରିବେ,ଗୃହାରମ୍ଭ କରିପାରିବେ, କ୍ରୟ ବିକ୍ରୟ ବାଣିଜ୍ୟ ପ୍ରତିଷ୍ଠାନ ଇତ୍ୟାଦି ଆରମ୍ଭ କରିପାରିବେ, ଦୂର ଯାତ୍ରା ମଧ୍ୟ ଯାଇପାରିବେ ବା ସମସ୍ତ ପ୍ରକାରର ଶୁଭ କର୍ମ ଆରମ୍ଭ କରିପାରିବେ।

ଏବେ ଆସନ୍ତୁ ଜାଣିବା ୨୦୨୧ ମସିହା ଅକ୍ଟୋବର ମାସଟି ସିଂହ ରାଶିର ଜନ୍ମିତ ବ୍ୟକ୍ତି ବିଶେଷଙ୍କର କଣକଣ ରହିଛି ଶୁଭାଶୁଭ। ଅକ୍ଟୋବର ମାସର ମହିଳା ପୁରୁଷ ମାନଙ୍କର ପେଶା ବ୍ୟବସାୟ ଭାଗିଦାରୀ ଓ ବନ୍ଧୁ ମିତ୍ରଙ୍କ ଦ୍ଵାରା ଲାଭବାନ ହେବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାସ ଗୃହ ଏବଂ ଯାନବାହନ କେତେକ ସମସ୍ୟା ସମାଧାନ ହୋଇଯିବ। ମାସଟି ଆର୍ଥିକ ଦିଗରୁ ଉନ୍ନତି ଏବଂ ନୂତନ ପଦାର୍ଥ ସଂଗ୍ରହ ଏବଂ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ଶତ୍ରୁ ମାନେ ପଛ ଘୁଞ୍ଚା ଦେବେ। ପଦସ୍ଥ ବ୍ୟକ୍ତିଙ୍କ ସହ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବେ। ଦାମ୍ଫତ୍ୟ ଜୀବନ ଆନନ୍ଦମୟ ହେବ। କର୍ମ ପାଇଁ ଦୂର ଯାତ୍ରାରେ ସଫଳ ହେବେ। ଟଙ୍କାର ଆବଶ୍ୟକତା ପୁରଣ ହୋଇଯିବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିବ। ବନ୍ଧୁତ୍ୱ ସ୍ଥାପନ ହେବ। ପ୍ରତିକାର ସ୍ୱରୂପ:- ଏହି ମାସଟି ଆପଣ ରବିବାର ବ୍ରତ କରିବେ। ଏବଂ ପ୍ରତି ରବିବାର ଆଦିତ୍ୟ ହୃଦୟ ସ୍ତୋତ୍ର ଶ୍ରବଣ ବା ପାଠ କଲେ ସମସ୍ତ ପ୍ରକାରର ଶୁଭ ଫଳ ପାଇପାରିବେ।

କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନ୍ୟାୟ ମିଳିବ। ପଦନ୍ନତି ସହ ନୂତନ କର୍ମ ପ୍ରାପ୍ତି ହେବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଦୂର ଯାତ୍ରାରେ ସଫଳ ହେବେ। ଆୟର ସ୍ରୋତ ଖୋଲିଯିବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକର୍ଦମା ଓ ସାକ୍ଷତ କାରରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇପାରିବେ। ରାଜନୀତି କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଦାମ୍ଫତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ। ବିକାୟ ଅର୍ଥ କିଛି ପାଇ ପାରିବେ। ମାନସିକ ଶାନ୍ତି ସ୍ବାସ୍ଥ୍ୟରେ ଉନ୍ନତି ହେବ। ପ୍ରତିକାର ସ୍ୱରୂପ:- ପ୍ରତ୍ୟକ ଦିନ ପ୍ରାତଃ ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ମନ ଭିତରେ ଜପ କରନ୍ତୁ। ଓଁ ତ୍ରୟମ୍ବକମ ଜଜାମହେ ସୁଗନ୍ଧି ପୁଷ୍ଟି ବର୍ଦ୍ଧନମ ଉରୁବାୟୁ କିମ ରୂପ ବର୍ଣୟ ମୃତ୍ୟୁମୂର୍ଖାବ୍ରତା। ଓଁ ନମଃ ଶିବାୟ। ଏହି ମନ୍ତ୍ରକୁ ପ୍ରତିଦିନ ଜପ କରନ୍ତୁ ଦେଖିବେ ମାସଟି ଆପଣଙ୍କର ଶୁଭରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *