Excuse Me Odisha

ଯାହା କହିବୁ ସତ କହିବୁ

କର୍କଟ ରାଶିର ମାସିକ ରାଶିଫଳ ଅକ୍ଟୋବର 2021 : ୨୦୨୧ ମସିହା ଅକ୍ଟୋବର ମାସରେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର କଣ ରହିଛି ଶୁଭାଶୁଭ।

ସେୟାର୍ କରନ୍ତୁ

କର୍କଟ ରାଶିରେ ୩ ଟି ନକ୍ଷତ୍ର ଭୋଗ ହୋଇଥାଏ। ପୁନର୍ବସୁ ନକ୍ଷତ୍ର ନକ୍ଷତ୍ର, ପୁଷ୍ୟା ନକ୍ଷତ୍ର ନକ୍ଷତ୍ର ଏବଂ ଅଶ୍ଲୀସା ନକ୍ଷତ୍ର । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର କି ହୋଇଥିବ ସେହି ବ୍ୟକ୍ତି ମାନଙ୍କର ପୁନର୍ବସୁ ନକ୍ଷତ୍ର କର୍କଟ ରାଶି ହେବ। ଅର୍ଥାତ ୭/୪। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର କୁ,କେ,କ ଏବଂ ଡ଼ ଅକ୍ଷର ହୋଇଥିବ ସେମାନଙ୍କର ପୁଷ୍ୟା ନକ୍ଷତ୍ର କର୍କଟ ରାଶି ହେବ। ଅର୍ଥାତ ୮/୪ । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଟୁ ଟି ଟେ ହୋଇଥିବ କିମ୍ବା ଡ଼ ହୋଇଥିବ ସେମାନଙ୍କର ଅଶ୍ଲୀସା ନକ୍ଷତ୍ର କର୍କଟ ରାଶି ହେବ। ଅର୍ଥାତ ୯/୪। କର୍କଟ ରାଶି ଜଳ ରାଶି। ଜଳ ତତ୍ତ୍ୱ। ଦିଗ ମାନଙ୍କ ମଧ୍ୟରେ ଉତ୍ତର ଦିଗ ଏବଂ କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର ।

କର୍କଟ ରାଶିର ଯଦି ଘାତ ଚନ୍ଦ୍ର ହେଉଛି ସିଂହ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୩,୪ ଏବଂ ୫ ପୂର୍ବାନ୍ହ ପର୍ଯ୍ୟନ୍ତ ଭୋଗ ହେବ। କର୍କଟ ରାଶିର ଘାତ ବାର ହେଉଛି ବୁଧବାର। ଯାହାକି ଅକ୍ଟୋବର ମାସର ୬,୧୩, ୨୦ ଏବଂ ୨୭ ତାରିଖରେ ପଡିବ। କର୍କଟ ରାଶିର ଘାତ ତିଥି ହେଉଛି ଷଷ୍ଠୀ ତିଥି। ଯାହାକି ଅକ୍ଟୋବର ମାସରେ ୧୧ ଏବଂ ୨୭ ତାରିଖରେ ଭୋଗ ହେବ। କର୍କଟ ରାଶିର ଘାତ ନକ୍ଷତ୍ର ହେଉଛି ଅନୁରାଧା ନକ୍ଷତ୍ର। ଯାହାକି ଅକ୍ଟୋବର ମାସ ୧୦ ତାରିଖରେ ଭୋଗ ହେବ। ଏବଂ ବିଶେଷ ଭାବରେ କର୍କଟ ରାଶିର ଅଷ୍ଟମ ଚନ୍ଦ୍ର ହେଉଛନ୍ତି କୁମ୍ଭ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୬ ଏବଂ ୧୭ ତାରିଖରେ ଭୋଗ ହେବ। ଏହି ଘାତ ବାର, ଘାତ ତିଥି, ଘାତ ନକ୍ଷତ୍ର, ଘାତ ଚନ୍ଦ୍ର ଏବଂ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ ବା ଗୃହାରମ୍ଭ କରିବେ ନାହିଁ, ନୂତନ କର୍ମ ଆରମ୍ଭ କରିବେ ନାହିଁ, ଦୂର ଯାତ୍ରାକୁ ଗମନ କରିବେ ନାହିଁ ଏବଂ ସଦା ସର୍ବଦା ସତର୍କତାର ସହିତ କର୍ମ କରିବେ। କର୍କଟ ରାଶିର ଶୁଭ ବାର ସୋମବାର। ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ, ଶୁଭ ରତ୍ନ ହେଉଛି ମୁକ୍ତା, ଶୁଭ ଅଙ୍କ ୩ ଏବଂ ଶୁଭ ମନ୍ତ୍ର ହେଉଛି ଓଁ ସୋମ ସମାୟ ନମଃ। ଆମେ ଯଦି ମାସଟିର ଶୁଭ ଦିବସକୁ ଦେଖିବା ବା ଚନ୍ଦ୍ର ଶୁଦ୍ଧିକୁ ଦେଖିବା ତେବେ କର୍କଟ ରାଶିର ତୃତୀୟ ଚନ୍ଦ୍ର,ଷଷ୍ଠ ଚନ୍ଦ୍ର ଏବଂ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟକୁ ଚନ୍ଦ୍ର ଶୁଦ୍ଧି କୁହାଯାଏ। କର୍କଟ ରାଶିର ତୃତୀୟ ଚନ୍ଦ୍ର କନ୍ୟା ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୫ ତାରିଖ ପୂର୍ବାନ୍ହ ରୁ ଆରମ୍ଭ ହୋଇ ୬ ତାରିଖ ଏବଂ ୭ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। କର୍କଟ ରାଶିର ଷଷ୍ଠ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୧ ତାରିଖ ମଧ୍ୟନ୍ହରୁ ଆରମ୍ଭ ହୋଇ ଅକ୍ଟୋବର ୧୨ ଏବଂ ୧୩ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ ଏବଂ କର୍କଟ ରାଶିର ଏକାଦଶ ଚନ୍ଦ୍ର ବୃଷ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୨୩ ତାରିଖ ୨୪ ତାରିଖ ଏବଂ ୨୫ ତାରିଖ ଅପାରାନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତେଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଆଉ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଆପଣ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ। ଦୂର ଯାତ୍ରା କରିପାରିବେ, ନୂତନ ଯାନ ବାହନ କ୍ରୟ କରିପାରିବେ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଆଦି ଶୁଭାରମ୍ଭ କରିପାରିବେ ବା ସମସ୍ତ ପ୍ରକାରର ଶୁଭ କର୍ମ ଆରମ୍ଭ କରିପାରିବେ।

ଏବେ ଆସନ୍ତୁ ଜାଣିବା ମାସଟି ଆପଣଙ୍କର କେମିତି କଟିବ। ଅକ୍ଟୋବର ମାସର ମହିଳା ପୁରୁଷ ମାନଙ୍କର କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନ୍ୟାୟ ମିଳିବ। ପଦନ୍ନତି ସହ ନୂତନ କର୍ମ ପ୍ରାପ୍ତି ହେବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଦୂର ଯାତ୍ରାରେ ସଫଳ ହେବେ। ଆୟର ସ୍ରୋତ ଖୋଲିଯିବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକର୍ଦମା ଓ ସାକ୍ଷତ କାରରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇପାରିବେ। ରାଜନୀତି କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଦାମ୍ଫତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ। ବିକାୟ ଅର୍ଥ କିଛି ପାଇ ପାରିବେ। ମାନସିକ ଶାନ୍ତି ସ୍ବାସ୍ଥ୍ୟରେ ଉନ୍ନତି ହେବ। ପ୍ରତିକାର ସ୍ୱରୂପ:- ପ୍ରତ୍ୟକ ଦିନ ପ୍ରାତଃ ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ମନ ଭିତରେ ଜପ କରନ୍ତୁ। ଓଁ ତ୍ରୟମ୍ବକମ ଜଜାମହେ ସୁଗନ୍ଧି ପୁଷ୍ଟି ବର୍ଦ୍ଧନମ ଉରୁବାୟୁ କିମ ରୂପ ବର୍ଣୟ ମୃତ୍ୟୁମୂର୍ଖାବ୍ରତା। ଓଁ ନମଃ ଶିବାୟ। ଏହି ମନ୍ତ୍ରକୁ ପ୍ରତିଦିନ ଜପ କରନ୍ତୁ ଦେଖିବେ ମାସଟି ଆପଣଙ୍କର ଶୁଭରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *