Excuse Me Odisha

ଯାହା କହିବୁ ସତ କହିବୁ

ଆପଣ ଯଦି ଜଣେ ଶ୍ରମିକ ତା ହେଲେ ଘରେ ବସି ମୋବାଇଲରେ ଏମିତି ଭାବରେ ଆବେଦନ କରନ୍ତୁ ଲେବର କାର୍ଡ,ପାଇବେ ୧୫୦୦୦ ଟଙ୍କା,ସାଇକେଲ ସହିତ ବହୁତ ସୁବିଧା

ସେୟାର୍ କରନ୍ତୁ

ଆଗରୁ ଆମ ରାଜ୍ୟ ଓଡିଶାକୁ ସମସ୍ତେ ଏକ ଗରିବ ରାଜ୍ୟ ବୋଲି ଭାବୁଥିଲେ, ବହୁତ ଛୋଟ ନଜରରେ ଦେଖୁଥିଲେ। ଆଗରୁ ଆମ ରାଜ୍ୟ ମଧ୍ୟ ସେହିପରି ଥିଲା, ବଡ ଲୋକମାନଙ୍କ ସଂଖ୍ୟା ବହୁତ କମ୍ ଗରିବ ଲୋକ ମାନଙ୍କ ସଂଖ୍ୟା ବହୁତ ଅଧିକ। ଆଗରୁ ତ ଲୋକମାନେ ଏତେ ଗରିବ ଥିଲେ କି ଖାଇବା ପାଇଁ ମଧ୍ୟ ପାଉନଥିଲେ ଗୋଟେ ଓଳି ଖାଇବାକୁ ପାଇଲେ ଆଉଗୋଟେ ଓଳି ଭୋକରେ ରହୁଥିଲେ। ସେଥିପାଇଁ ସମସ୍ତେ ଆମ ରାଜ୍ୟ କୁ ଏକ ଗରିବ ରାଜ୍ୟ ବୋଲି ଭାବୁଥିଲେ। ହେଲେ ଏବେ ଆମ ରାଜ୍ୟ ବହୁତ ଆଗକୁ ଯାଇ ସାରିଲାଣି, ଦେଶରେ ଏକ ଭଲ ସ୍ଥାନରେ ଅଛି ଆମ ରାଜ୍ୟ ଖାଲି ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଆମ ରାଜ୍ୟ ଏବେ ପରିଚିତ ହେଲାଣି, ବାହାର ଦେଶରର ଲୋକମାନେ ପ୍ରତିଦିନ ଆମ ରାଜ୍ୟକୁ ଭ୍ରମଣ ପାଇଁ ଆସୁଛନ୍ତି। ଆଉ ଏବେ ଆମ ରାଜ୍ୟର ରାଜଧାନୀ ଦେଶରେ ସବୁଠାରୁ ସ୍ମାର୍ଟ ସିଟି ଭାବରେ ପରିଚିତ ହୋଇସାରିଛି, ସାରା ଦେଶ ଭୁବନେଶ୍ବରକୁ ସ୍ମାର୍ଟ ସିଟି ଭାବରେ ଜାଣିଛନ୍ତି। ଆଜିର ଓଡିଶାର ଲୋକମାନେ ବହୁତ ସ୍ମାର୍ଟ ତଥା ଶିକ୍ଷିତ ମଧ୍ୟ ହେଲେଣି, ରାଜ୍ୟ ବାହାରେ, ଦେଶ ବାହାର ନିଜର ନାମ କରିଲେଣି। ତେବେ ଏହିସବୁ କେବଳ ସମ୍ଭବ ହୋଇ ପାରିଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ, ସିଏ ହିଁ ଆମ ରାଜ୍ୟକୁ ଆଗକୁ ନେଇ ଯାଇଛନ୍ତି, ସାରା ଦେଶରେ ଓଡିଶାକୁ ଏକ ଭଲ ଜାଗାରେ ଆଣି ପହଁଞ୍ଚାଇ ଦେଇଛନ୍ତି।

ଆମ ରାଜ୍ୟ ସରକାର ସବୁବେଳେ ଆମ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରି ଆସିଛନ୍ତି, ଆମ ରାଜ୍ୟର ଗରିବ ଲୋକମାନଙ୍କର ଅସୁବିଧାକୁ ବୁଝିଛନ୍ତି ଆଉ ଗରିବ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ବାହାରକୁ ଆଣିଛନ୍ତି। ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି, ଯାହା ସାହାର୍ଯ୍ୟରେ ଗରିବ ଲୋକମାନେ ବହୁତ ସୁବିଧା ମଧ୍ୟ ପାଇଛନ୍ତି। ତେବେ ସେହିସବୁ ଯୋଜନାରେ ଏବେ ଆଉ ଏକ ନୂଆ ଯୋଜନା ସରକାର ଲାଗୁ କରିଛନ୍ତି, ତାହା ହେଉଛି ଲେବର୍ କାର୍ଡ। ଏହି କାର୍ଡ ପାଇଁ ଯୋଗ୍ୟ ଥିବା ଗରିବ ଶ୍ରମିକ ମାନେ ଏହାର ସୁବିଧା ପାଇ ପାରିବେ, ଏଥିପାଇଁ ଯୋଗ୍ୟ ଥିବା ଶ୍ରମିକଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତାଙ୍କୁ ଏହି କାର୍ଡ ଦ୍ୱାରା ସହାୟତା କରାଯିବ। ଶ୍ରମିକଙ୍କ ପରିବାରକୁ ମଧ୍ୟ ପ୍ରାକୃତିକ ସମସ୍ୟା ସମୟରେ ମଧ୍ୟ ସହାୟତା ଦିଆଯିବ। ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ଅନ୍ଲାଇନ୍ ଆବେଦନ କରିବାକୁ ପଡିବ ନହେଲେ ଆପଣ ଅନ୍ୟ କିଛି ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ, ଏଥିପାଇଁ ଆବେଦନ କରିବାକୁ ହେଲେ ଆପଣ ପ୍ରଥମେ ଏକ ଶ୍ରମିକ ହୋଇଥିବା ଆବଶ୍ୟକ।

ଆବେଦନ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଫୋନର କୌଣସି ଏକ ବ୍ରାଉସରରେ ‘ଲେବର କାର୍ଡ ଓଡିଶା’ ଲେଖି ସର୍ଚ୍ଚ ମାରିବାକୁ ହେବ । ଏହାପରେ ଆସୁଥିବା ପ୍ରଥମ ଲିଙ୍କ ଉପରେ ଆପଣ କ୍ଲିକ କଲେ ଲେବର କାର୍ଡ ଆବେଦନ କରିବା ପେଜ୍ ବା ସାଇଟ ଖୋଲିଯିବ । ଆପଣଙ୍କୁ ପ୍ରଥମେ ଏହି ପେଜ୍କୁ ଡାଉନଲୋଡ କରିବାକୁ ହେବ ଓ ଆବେଦନ ପତ୍ରରେ ମାଗିଥିବା ଆବେଦକଙ୍କ ସମସ୍ତ ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ । ଏଥିସହିତ ସେଠାରେ ମଗାଯାଇ ଥିବା ନିଜର କିଛି ପରିଚୟ ପ୍ରମାଣ ପତ୍ର ମଧ୍ୟ ଅପଲୋଡ କରିବାକୁ ହେବ ।ସମସ୍ତ ତଥ୍ୟ ସଠିକ ଭାବେ ପୂରଣ ହୋଇଛି କି ନାହିଁ ଦେଖିବା ପରେ ଆବେଦନ ପତ୍ର ସବମିଟ୍ କରିବାକୁ ହେବ ଓ ତାପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ କପି ଆପଣଙ୍କୁ ନେଇ ଲେବର କାର୍ଡ ଅଫିସରେ ଦାଖଲ କରିବାକୁ ହେବ । ଏହାପରେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି କି ନାହିଁ ଏହା ତଦନ୍ତ କରିବା ପାଇଁ ଆପଣଙ୍କ ପାଖକୁ କିଛି ସରକାରୀ କର୍ମଚାରୀ ଆସିବେ । ସେମାନଙ୍କ ତଦନ୍ତ ପରେ ଆପଣ ଯୋଗ୍ୟ ବିବେଚିତ ହୋଇଥିଲେ ଆପଣଙ୍କୁ ଏହି ଲେବର କାର୍ଡ ପ୍ରଦାନ କରାଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *