Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ : ଧନୁ ରାଶିର ଲୋକଙ୍କ ପାଇଁ ଅକ୍ଟୋବର ମାସଟି କେମିତ କଟିବ ! ଜାଣନ୍ତୁ କଣ ରହିଛି ଆପଣଙ୍କର ରାଶିଚକ୍ର

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ୨୦୨୧ ମସିହା ଅକ୍ଟୋବର ମାସରେ ଧନୁ ରାଶିର ଲୋକଙ୍କ ମାନଙ୍କର କଣ ରହିଛି ଶୁଭା ଶୁଭ। ଧନୁ ରାଶିରେ ତିନିଟି ନକ୍ଷତ୍ର ଭୋଗ ହୋଇଥାଏ। ମୂଳା, ପୂର୍ବାସାଢ଼ା, ଉତ୍ତରାସାଢ଼ା। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଯେ, ଯୋ, ଭ, ଭି ହୋଇଥିବ ସେମାନଙ୍କର ମୂଳା ନକ୍ଷତ୍ର ଧନୁ ରାଶି ହେବ ଅର୍ଥାତ ୧୯/୯। ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଭୋ, ଥ, ଫ, ଢ଼ ହୋଇଥିବ ସେମାନଙ୍କର ପୂର୍ବାସାଢା ନକ୍ଷତ୍ର ଧନୁ ରାଶି ହେବ ଅର୍ଥାତ ୨୦/୯। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ଭେ ହୋଇଥିବ, ସେମାନଙ୍କର ଉତ୍ତରାସାଢା ନକ୍ଷତ୍ର ହେବ ଅର୍ଥାତ ୨୧/୯। ଧନୁ ରାଶିର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଧନୁ ରାଶିର ଘାତ ଚନ୍ଦ୍ର ମୀନ ଚନ୍ଦ୍ର ଯାହାକି ଅକ୍ଟୋବର ୧୮,୧୯, ୨୦ ତାରିଖର ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋଗ ହେବ। ଧନୁ ରାଶିର ଘାତ ତିଥି ହେଉଛି ଦିତୀୟ ତିଥି ଯାହାକି ଅକ୍ଟୋବର ମାସ ୮, ୨୨ ତାରିଖରେ ଭୋଗ ହେବ। ଧନୁ ରାଶିର ଘାତ ବାର ହେଉଛି ଶୁକ୍ରବାର ଯାହାକି ଅକ୍ଟୋବର ମାସ ୧,୮,୧୫,୨୨,୨୯ ତାରିଖରେ ଭୋଗ ହେବ। ଧନୁ ରାଶିରୁ ଘାତ ନକ୍ଷତ୍ର ଦ୍ଵିଜା ନକ୍ଷତ୍ର ଯାହାକି ଅକ୍ଟୋବର ୨୨ ତାରିଖରେ ଭୋଗ ହେବ। ବିଶେଷ ଭାବରେ ଅଶୁଭ ଫଳ ପ୍ରଦାନ କରିଥାଏ ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ। ଧନୁ ରାଶି ଅଷ୍ଟମ ଚନ୍ଦ୍ର ଓ କର୍କଟ ଚନ୍ଦ୍ର ଯାହାକି ଅକ୍ଟୋବର ମାସ ୧ ବା ୨ ତାରିଖରେ ଭୋଗ ହେବ। ତେଣୁ ଏହି ଘାତ ବାର, ଘାତ ତିଥି, ଘାତ ନକ୍ଷତ୍ର ତଥା ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ନୂତତ ବାଣିଜ୍ୟ ପ୍ରତିଷ୍ଠା କରିବେ ନାହିଁ। ଧନୁ ରାଶିର ଶୁଭ ରଙ୍ଗ ହଳଦୀ। ଶୁଭ ବାର ଗୁରୁବାର। ଶୁଭ ରତ୍ନ ପିତ୍ତ ପକୋରାଜ। ଶୁଭ ଅଙ୍କ ୩ । ଶୁଭ ମନ୍ତ୍ର ଓମ୍ ବୃହସ୍ପତୟେ ନମଃ। ମାସର ଶୁଭ ଦିବସ ଦେଖିବାକୁ ଗଲେ ଧନୁ ରାଶିର ଶୁଭ ଚନ୍ଦ୍ର ହେଉଛି ଷଷ୍ଠ ଚନ୍ଦ୍ର ଓ ଏକାଦଶ ଚନ୍ଦ୍ର ଭୋଗ ସମୟରେ ସମସ୍ତ ପ୍ରକାରର ସଫଳତା ମିଳିବ। ଧନୁ ରାଶିର ଶୁଭ ଚନ୍ଦ୍ର କୁମ୍ଭ ଚନ୍ଦ୍ର ଯାହାକି ଅକ୍ଟୋବର ମାସ ୧୬, ୧୭ ରେ ଭୋଗ ହେବ।ଷଷ୍ଠ ଚନ୍ଦ୍ର ହେଉଛି ବୃଷ ଚନ୍ଦ୍ର ଯାହାକି ଅକ୍ଟୋବର ୨୩,୨୪,୨୫ ତାରିଖରେ ଭୋଗ ହେବ। ଏକାଦଶ ଚନ୍ଦ୍ର ହେଉଛି ତୁଳା ଚନ୍ଦ୍ର ଯାହାକି ଅକ୍ଟୋବର ମାସ ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋଗ ହେବ। ଏହି ତୃତୀୟ ଚନ୍ଦ୍ର, ଷଷ୍ଠ ଚନ୍ଦ୍ର, ଏକାଦଶ ଚନ୍ଦ୍ର ଭୋଗ ସମୟରେ ଚନ୍ଦ୍ର ଶୁଦ୍ଧି ହୋଇଥାଏ।ଏହିସମୟରେ ଆପଣ ଅନେକ ଶୁଭ କାର୍ଯ୍ୟ କରି ପାରିବେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ତେବେ ଆସନ୍ତୁ ଜାଣିବା ମାସଟି ଧନୁ ରାଶିର ଲୋକଙ୍କ ପାଇଁ କିପରି ଅତିବାହିତ ହେବ। ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ନିଜ ବ୍ୟବହାର ଦ୍ଵାରା ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ଶାନ୍ତି ବିରାଜମାନ କରିବ। ପ୍ରତିକାର ସ୍ୱରୂପ ଆପଣ ପ୍ରତ୍ୟେକ ଗୁରୁବାର ଦିନ ବ୍ରତ ରଖନ୍ତୁ ଏବଂ ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ, ସୁଖଶାନ୍ତି ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *