Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ : ବିଛା ରାଶିର ଲୋକଙ୍କ ପାଇଁ କେମିତି ରହିବ ଅକ୍ଟୋବର ମାସ,ଜାଣନ୍ତୁ କଣ କହୁଛି ରାଶିଚକ୍ର

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ୨୦୨୧ ମସିହା ଅକ୍ଟୋବର ୧ ତାରିଖରେ ଜନ୍ମିତ ବ୍ୟକ୍ତି ମାନଙ୍କର କଣ ରହିଛି ଶୁଭା ଶୁଭ। ବିଛା ରାଶିରେ ତିନୋଟି ନକ୍ଷତ୍ର ଭୋଗ ହୁଏ। ବିଶାଖା ନକ୍ଷତ୍ର, ଅନୁରାଧା ନକ୍ଷତ୍ର ଏବଂ ଜ୍ୟେଷ୍ଠା ନକ୍ଷତ୍ର। ଯେଉଁ ବ୍ୟକ୍ତିଙ୍କୁ ନାମର ପ୍ରଥମ ଅକ୍ଷର ତୋ ହୋଇଥିବ, ସେମାନଙ୍କର ବିଶାଖା ନକ୍ଷତ୍ର ବିଛା ରାଶି ହେବ, ଅର୍ଥାତ ୧୬/୮। ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ନ, ନି, ନେ ହୋଇଥିବ, ସେମାନଙ୍କର ଅନୁରାଧା ନକ୍ଷତ୍ର ବିଛା ରାଶି ହେବ,ଅର୍ଥାତ ୧୭/୮। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ନୋ, ଜ, ଜୀ, ଜୁ ହୋଇଥିବ ସେମାନଙ୍କର ଜ୍ୟେଷ୍ଠା ନକ୍ଷତ୍ର ବିଛା ରାଶି ହେବ। ବିଛା ରାଶି ସ୍ଥିର ରାଶି, ଜଳ ତତ୍ତ୍ଵ, ଉତ୍ତର ଦିଗ ଏବଂ ବିଛା ରାଶିର ଆଧିପତି ହେଉଛନ୍ତି ମଙ୍ଗଳ। ବିଛା ରାଶିର ଘାତ ଚନ୍ଦ୍ର ହେଉଛି ବୃଷ ଚନ୍ଦ୍ର ଯାହାକି ଅକ୍ଟୋବର ମାସ ୨୩,୨୪,୨୫ ଅପରାହ୍ନ ପର୍ଯ୍ୟନ୍ତ ଭୋଗ ହେବ। ବିଛା ରାଶିର ଘାତ ବାର ଶୁକ୍ରବାର ଯାହାକି ଅକ୍ଟୋବର ମାସ ୧,୮, ୧୫,୨୨,୨୯ ତାରିଖରେ ହେବ। ବିଛା ରାଶିର ଘାତ ତିଥି ଦଶମୀ ତିଥି ଯାହାକି ଅକ୍ଟୋବର ମାସ ୧ ଓ ୧୫ ତାରିଖରେ ହେବ। ବିଛା ରାଶିର ଘାତ ନକ୍ଷତ୍ର ରେବତୀ ନକ୍ଷତ୍ର ଯାହାକି ଅକ୍ଟୋବର ମାସ ୨୦ ତାରିଖରେ ଭୋଗ ହେବ। ବିଛା ରାଶିର ଅଷ୍ଟମ ଚନ୍ଦ୍ର ମିଥୁନ ଚନ୍ଦ୍ର ଯାହାକୁ ଅକ୍ଟୋବର ମାସ ୨୫ ତାରିଖ ଅପରାହ୍ନରେ ଆରମ୍ଭ ହୋଇ ୨୬,୨୭ ତାରିଖ ପର୍ଯ୍ୟନ୍ତ ଭୋଗ ହେବ।ଏଣୁ ଏହି ଘାତ ବାର,ଘାତ ତିଥି, ଘାତ ଚନ୍ଦ୍ର, ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଦୂର ଯାତ୍ରାକୁ ଗମନ କରନ୍ତୁ ନାହିଁ, ନୂଆ ବାହନ କ୍ରୟ କରିବେ ନାହିଁ। ବିଛା ରାଶିର ଶୁଭ ରଙ୍ଗ ଲାଲ। ବିଛା ରାଶିର ଶୁଭ ବାର ମଙ୍ଗଳବାର, ଶୁଭ ରତ୍ନ ରକ୍ତ ପ୍ରବାଳ, ଶୁଭ ଅଙ୍କ ୯, ଶୁଭ ମନ୍ତ୍ର ହେଉଛି ଓଁ ଅମ୍ ଅଙ୍ଗାରକାୟ ନମଃ।

ଏବେ ଆସନ୍ତୁ ଜାଣିବା ମାସରେ ଆପଣଙ୍କର ଶୁଭ ଦିବସ ବିଷୟରେ। ଶୁଭ ଦିବସ ବିଶେଷ ଭାବରେ ଅଷ୍ଟମ ଚନ୍ଦ୍ର, ଏକାଦଶ ଚନ୍ଦ୍ର ସମୟରେ ଚନ୍ଦ୍ର ଶୁଦ୍ଧି ହୋଇଥାଏ। ବିଛା ରାଶିର ତୃତୀୟ ଚନ୍ଦ୍ର ହେଉଛି ମକର ଚନ୍ଦ୍ର ଯାହାକି ଅକ୍ଟୋବର ମାସ ୧୩ ତାରିଖର ଅପରାହ୍ନରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଭୋଗ ହେବ। ଷଷ୍ଠ ଚନ୍ଦ୍ର ମେଷ ଚନ୍ଦ୍ର ଯାହାକି ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ୨୧, ୨୨ ତାରିଖ ପର୍ଯ୍ୟନ୍ତ ଭୋଗ ହେବ। ଏକାଦଶ ଚନ୍ଦ୍ର ହେଉଛି କନ୍ୟା ଚନ୍ଦ୍ର ଯାହାକି ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୬, ୭ ତାରିଖ ପର୍ଯ୍ୟନ୍ତ ଭୋଗ ହେବ।ଏଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଓ ଏକାଦଶ ଚନ୍ଦ୍ର ଭୋଗ ସମୟରେ ଆପଣ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ କରି ପାରିବେ। ନୂତନ କ୍ରୟ ବିକ୍ରୟ କରି ପାରିବେ। ଦୂର ଯାତ୍ରା କରି ପାରନ୍ତି। ଏବେ ଆସନ୍ତୁ ଜାଣିବା ଏହି ମାସ ବିଛା ରାଶି ପାଇଁ କିପରି ଅତିବାହିତ ହେବ। ବିଛା ରାଶିର ମହିଳା ଓ ପୁରୁଷ ମାନେ କୌଣସି କାର୍ଯ୍ୟକ୍ରମରେ ସମ୍ମାନୀତ ହେବେ। ବିଦ୍ୟା ସମ୍ବନ୍ଧିତ ଶୁଭ ସମାଚାର ମିଳିବ। ଗୃହରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଧନଲାଭ ସହିତ ଆପଣଙ୍କ ଦାୟିତ୍ୱରେ ବୃଦ୍ଧି ହୋଇପାରେ। ବାହନ ଆଦି କ୍ରୟ କରି ପାରନ୍ତି। ସ୍ୱାସ୍ଥ୍ୟରେ ସୁଧାର ଆସିବ। ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ। ଆୟ ବୃଦ୍ଧି , ଋଣ ବୃଦ୍ଧି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭର ପରିମାଣ ବୃଦ୍ଧି ପାଇବ। ପରିବାରରେ ସୁସ୍ଥ ବାତାବରଣ ସୃଷ୍ଟି ହେବ। ପରସ୍ପରକୁ ସାହାଯ୍ୟ କରି ଗଠନ ମୂଳକ କାର୍ଯ୍ୟ କରିବେ। ପ୍ରତିକାର ସ୍ୱରୂପ ଆପଣ ପ୍ରତି ମଙ୍ଗଳବାର ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ବ୍ରତ ଧାରଣ କରନ୍ତୁ, ଦେଖିବେ ଆପଣଙ୍କ ପାଇଁ ମାସଟି ଶୁଭରେ ଅତିବାହିତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *