Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ ବୃଷ ରାଶି ଅକ୍ଟୋବର : ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୧ ମସିହା ଅକ୍ଟୋବର ମାସରେ ବୃଷ ରାଶିର ରାଶିଫଳ

ସେୟାର୍ କରନ୍ତୁ

ବୃଷ ରାଶିରେ ୩ ଟି ନକ୍ଷତ୍ର ଭୋଗ ହୋଇଥାଏ। କୃତିକା ବୃଷ,ରୋହିଣୀ ବୃଷ ଏବଂ ମୃଗଶିରା ବୃଷ। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଇ,ଉ,ଏ ହୋଇଥିବ ସେହି ବ୍ୟକ୍ତି ମାନଙ୍କର କୃତିକା ବୃଷ ହେବ। ଅର୍ଥାତ ୩/୨। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଅ,ଗ,ଦି ଏବଂ ବୁ ହୋଇଥିବ ସେମାନଙ୍କର ରୋହିଣୀ ନକ୍ଷତ୍ର ବୃଷ ରାଶି ହେବ। ଅର୍ଥାତ୪/୨। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ବେ କିମ୍ବା ବ ହୋଇଥିବ ସେମାନଙ୍କର ମୃଗଶିରା ନକ୍ଷତ୍ର ବୃଷ ରାଶି ହେବ। ଅର୍ଥାତ ୫/୨। ବୃଷ ରାଶି ସ୍ଥିର ରାଶି। ପୃଥୀ ତତ୍ତ୍ୱ ଦକ୍ଷିଣ ଦିଗ ଏବଂ ବୃଷ ରାଶିର ଅଧିପତି ହେଉଛନ୍ତି ଶୁକ୍ର। ବୃଷ ରାଶିର ଘାତ ଚନ୍ଦ୍ର ହେଉଛି କନ୍ୟା ଚନ୍ଦ୍ର। ଅକ୍ଟୋବର ମାସ ୫ ତାରିଖ ପୂର୍ବାନ୍ହ ଠୁ ଆରମ୍ଭ ହୋଇ ଅକ୍ଟୋବର ୬ ଏବଂ ୭ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ରହିବ। ବୃଷ ରାଶିର ଘାତ ବାର ଶନିବାର। ଯାହାକି ଅକ୍ଟୋବର ମାସ ୨,୯,୧୬,୨୩ଏବଂ ୩୦ ତାରିଖରେ ପଡିବ। ବୃଷ ରାଶିର ଘାତ ତିଥି ହେଉଛି ଚତୁର୍ଥୀ ତିଥି। ଯାହାକି ଅକ୍ଟୋବର ମାସ ୯ ଏବଂ ୨୪ ତାରିଖରେ ଭୋଗ ହେବ। ବୃଷ ରାଶିର ଘାତ ନକ୍ଷତ୍ର ହେଉଛି ହସ୍ତା ନକ୍ଷତ୍ର। ଯାହାକି ଅକ୍ଟୋବର ମାସ ୬ ତାରିଖରେ ଭୋଗ ହେବ। ବୃଷ ରାଶିର ବିଶେଷ ଭାବରେ ଅଶୁଭ ଫଳ ପ୍ରଦାନ କରିଥାଏ ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ। ଏବଂ ବୃଷ ରାଶିର ଅଷ୍ଟମ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର, ଯାହାକି ଅକ୍ଟୋବର ମାସ ୧୧ ତାରିଖ ମଧ୍ୟନ୍ହ ରୁ ଆରମ୍ଭ ହୋଇ ଅକ୍ଟୋବର ୧୨ ଏବଂ ୧୩ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଭୋଗ ହେବ। ଏହି ଘାତ ଚନ୍ଦ୍ର, ଘାତ ତିଥି, ଘାତ ବାର, ଘାତ ନକ୍ଷତ୍ର ଏବଂ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ, ଦୂର ଯାତ୍ରା ଗମନ କରିବେ ନାହିଁ କିମ୍ବା କୌଣସି ନୂତନ କ୍ରୟ ବିକ୍ରୟ ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ କରିବେ ନାହିଁ ଏବଂ ସଦା ସର୍ବଦା ସତର୍କ ରହିବେ। ଏବେ ଆସନ୍ତୁ ଜାଣିବା ବୃଷ ରାଶିର ଶୁଭା ଶୁଭ ବିଷୟରେ। ବୃଷ ରାଶିର ଶୁଭ ରଙ୍ଗ ହେଉଛି ଧଳା, ଶୁଭ ବାର ଶୁକ୍ରବାର, ଶୁଭ ଅଙ୍କ ହେଉଛି ୬ ଏବଂ ଶୁଭ ମନ୍ତ୍ର ହେଉଛି ଓଁ ଶୁକ୍ରାୟ ନମଃ। ଯଦି ଅକ୍ଟୋବର ମାସର ଶୁଭ ଦିବସକୁ ଦେଖିବା ତେବେ ବୃଷ ରାଶିର ତୃତୀୟ ଚନ୍ଦ୍ର,ଷଷ୍ଠ ଚନ୍ଦ୍ର ଏବଂ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଚନ୍ଦ୍ର ଶୁଦ୍ଧି ହୋଇଥାଏ। ବୃଷ ରାଶିର ତୃତୀୟ ଚନ୍ଦ୍ର କର୍କଟ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୧ ଏବଂ ୨ ତାରିଖରେ ଭୋଗ ହେବ। ଷଷ୍ଠ ଚନ୍ଦ୍ରକୁ ଯଦି ଦେଖିବା ଷଷ୍ଠ ଚନ୍ଦ୍ର ତୁଳା ଚନ୍ଦ୍ର। ଯାହାକି ଅକ୍ଟୋବର ୭ ତାରିଖ ମଧ୍ୟନ୍ହରୁ ଆରମ୍ଭ ହୋଇ ଅକ୍ଟୋବର ୮ ଏବଂ ୯ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ଏକାଦଶ ଚନ୍ଦ୍ରକୁ ଯଦି ଦେଖିବା ବୃଷ ରାଶିର ଏକାଦଶ ଚନ୍ଦ୍ର ହେଉଛନ୍ତି ମୀନ ଚନ୍ଦ୍ର। ଏବଂ ଏହି ମୀନ ଚନ୍ଦ୍ର ଅକ୍ଟୋବର ମାସ ୧୮,୧୯ ଏବଂ ୨୦ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତେଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଆଉ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଆପଣ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ। ଦୂର ଯାତ୍ରା କରିପାରିବେ ନୂତନ କ୍ରୟ ବିକ୍ରୟ ବାଣିଜ୍ୟ ପ୍ରତିଷ୍ଠାନ ଆଦି ଶୁଭାରମ୍ଭ କରିପାରିବେ, ଗୃହାରମ୍ଭ କରିପାରିବେ, ନୂତନ ଯାନ ବାହନ କ୍ରୟ କରିପାରିବେ।

ଏବେ ଆସନ୍ତୁ ଜାଣିବା ମାସଟି ଆପଣଙ୍କର କେମିତି କଟିବ। ଅକ୍ଟୋବର ମାସରେ ବୃଷ ରାଶିର ବ୍ୟକ୍ତି ବା ମହିଳା ମାନଙ୍କର ଆଶା କରୁଥିବା ଖବର ପାଇ ଖୁସି ହେବେ। କର୍ମ କ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ବିଦ୍ୟୁତ ଓ ଯନ୍ତ୍ର ଚାଳନ ଯାନ ବାହନ ତଥା ଖଣି ଏବଂ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତି ମାନଙ୍କର ସମୟ ଆନନ୍ଦ ମୟ ହେବ। ପୁରାତନ ରୋଗରୁ ମୁକ୍ତି ମିଳିବ। ବାଦ ବିବାଦ କ୍ରୀଡା ପ୍ରତିଦ୍ୱନ୍ଦିତା ପ୍ରତିଯୋଗିତା ପରୀକ୍ଷା ଆଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଜାଗା ଜମି ବାହନ ଆଦି କ୍ରୟ କରିପାରିବେ। ରାଜନୀତି କ୍ଷେତ୍ରରେ ଉନ୍ନତି କରିବେ। ପ୍ରତିକାର ସ୍ୱରୂପ:- ମାସର ପ୍ରତି ଶୁକ୍ରବାର ବ୍ରତ ପାଳନ କରନ୍ତୁ।ଏବଂ ଭଗବତୀ ବା ମା ଲକ୍ଷ୍ମୀଙ୍କ ପାଖରେ ପଦ୍ମ ଫୁଲ ଅର୍ପଣ କରନ୍ତୁ ଦେଖିବେ ମାସଟି ଆପଣଙ୍କର ଭଲରେ ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *