Excuse Me Odisha

ଯାହା କହିବୁ ସତ କହିବୁ

ମିଥୁନ ରାଶିର ମାସିକ ରାଶିଫଳ ଅକ୍ଟୋବର 2021 : ୨୦୨୧ ମସିହା ଅକ୍ଟୋବର ମାସରେ ମିଥୁନ ରାଶି ଜାତ ବ୍ୟକ୍ତିଙ୍କର କଣ ରହିଛି ଶୁଭାଶୁଭ।

ସେୟାର୍ କରନ୍ତୁ

ମିଥୁନ ରାଶିରେ ୩ ଟି ନକ୍ଷତ୍ର ଭୋଗ ହୋଇଥାଏ। ମୃଗଶିରା ନକ୍ଷତ୍ର,ଆରୋଦ୍ରା ନକ୍ଷତ୍ର ଏବଂ ପୁନର୍ବସୁ ନକ୍ଷତ୍ର। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର କ,କି, ହୋଇଥିବ ସେହି ବ୍ୟକ୍ତି ମାନଙ୍କର ମୃଗଶିରା ନକ୍ଷତ୍ର ମିଥୁନ ରାଶି ହେବ। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର କୁ, ଖ, ନ ଏବଂ ଛ ହୋଇଥିବ ସେମାନଙ୍କର ଆରୋଦ୍ରା ନକ୍ଷତ୍ର ମିଥୁନ ରାଶି ହେବ। ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର କେ କ କିମ୍ବା ହ ହୋଇଥିବ ସେମାନଙ୍କର ପୁନର୍ବସୁ ନକ୍ଷତ୍ର ମିଥୁନ ରାଶି ହେବ। ମୃଗଶିରା ମିଥୁନ ଅର୍ଥାତ ୫/୩, ଆରୋଦ୍ରା ମିଥୁନ ଅର୍ଥାତ ୬/୩, ପୁନର୍ବସୁ ମିଥୁନ ଅର୍ଥାତ ୭/୩। ମିଥୁନ ରାଶି ଜତ୍ମିକ ରାଶି। ବାୟୁ ତତ୍ତ୍ୱ ପଶ୍ଚିମ ଦିଗର ଅଧିପତି ତଥା ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ। ମିଥୁନ ରାଶିର ଯଦି ଘାତ ଆମେ ବିଚାର କରିବା ତ ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୧୬ ଏବଂ ୧୭ ତାରିଖରେ ଭୋଗ ହେବ। ମିଥୁନ ରାଶିର ଘାତ ବାର ହେଉଛି ସୋମବାର। ଯାହାକି ଅକ୍ଟୋବର ମାସର ୪, ୧୧ , ୧୮, ଏବଂ ୨୫ ତାରିଖରେ ପଡିବ। ମିଥୁନ ରାଶିର ଘାତ ତିଥି ହେଉଛି ଅଷ୍ଟମୀ ତିଥି। ଯାହାକି ଅକ୍ଟୋବର ମାସ ୧୩ ଏବଂ ୨୯ତାରିଖରେ ଭୋଗ ହେବ।ମିଥୁନ ରାଶିର ଘାତ ନକ୍ଷତ୍ର ହେଉଛି ସ୍ୱାତି ନକ୍ଷତ୍ର। ଯାହାକି ଅକ୍ଟୋବର ମାସ ୮ ତାରିଖରେ ଭୋଗ ହେବ। ଏବଂ ମିଥୁନ ରାଶିର ଅଷ୍ଟମ ଚନ୍ଦ୍ର ହେଉଛନ୍ତି ମକର ଚନ୍ଦ୍ର ଯାହାକି ଅକ୍ଟୋବର ମାସ ୧୩ ତାରିଖ ଅରାରନ୍ହ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ଏବଂ ୧୫ ତାରିଖରେ ଭୋଗ ହେବ। ଏହି ଘାତ ଚନ୍ଦ୍ର, ଘାତ ତିଥି, ଘାତ ବାର, ଘାତ ନକ୍ଷତ୍ର ଏବଂ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ, ଦୂର ଯାତ୍ରା କରିବେ ନାହିଁ ନୂତନ ଗୃହାରମ୍ଭ କରିବେ ନାହିଁ। ଏବଂ ସଦା ସର୍ବଦା ସତର୍କତା ଅବଲମ୍ବନ କରିବେ। ରାଶିର ଶୁଭ ରଙ୍ଗ ହେଉଛି ସବୁଜ ରଙ୍ଗ,ଶୁଭ ବାର ବୁଧ ବାର, ଶୁଭ ରତ୍ନ ହେଉଛି ପାନା,ଶୁଭ ଅଙ୍କ ୫ ଏବଂ ଶୁଭ ମନ୍ତ୍ର ହେଉଛି ଓଁ ବୁମ ବ୍ୟଧାୟ ନମଃ। ଅକ୍ଟୋବର ମାସରେ ଯଦି ଚନ୍ଦ୍ର ଶୁଦ୍ଧିକୁ ଦେଖିବା ବା ଶୁଭ ଦିବସକୁ ବିଚାର କରିବା ତେବେ ମିଥୁନ ରାଶିର ତୃତୀୟ ଚନ୍ଦ୍ର,ଷଷ୍ଠ ଚନ୍ଦ୍ର ଏବଂ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଚନ୍ଦ୍ର ଶୁଦ୍ଧି ହୋଇଥାଏ। ମିଥୁନ ରାଶିର ତୃତୀୟ ଚନ୍ଦ୍ର ସିଂହ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୩,୪ ଏବଂ ୫ ତାରିଖରେ ପୂର୍ବାନ୍ହ ପର୍ଯ୍ୟନ୍ତ ଭୋଗ ହେବ। ଷଷ୍ଠ ହେଉଛି ବିଛା ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୯ ତାରିଖ ମଧ୍ୟନ୍ହରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ଏବଂ ୧୧ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ ଏବଂ ମିଥୁନ ରାଶିର ଏକାଦଶ ଚନ୍ଦ୍ର ମେଷ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୨୦ ତାରିଖ ଅରାନ୍ହ ଠାରୁ ଆରମ୍ଭ ହୋଇ ୨୧ ତାରିଖ ଏବଂ ୨୨ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତେଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଆଉ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଆପଣ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ। ଦୂର ଯାତ୍ରା କରିପାରିବେ, ନୂତନ ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଆଦି ଶୁଭାରମ୍ଭ କରିପାରିବେ, ଗୃହାରମ୍ଭ କରିପାରିବେ, ନୂତନ ଯାନ ବାହନ କ୍ରୟ କରିପାରିବେ।

ଏବେ ଆସନ୍ତୁ ଜାଣିବା ମାସଟି ଆପଣଙ୍କର କେମିତି କଟିବ। ଅକ୍ଟୋବର ମାସର ମହିଳା ପୁରୁଷ ମାନଙ୍କର ଶତ୍ରୁ ଓ ବିରୋଧୀ ମାନେ କୌଣସି କ୍ଷତି କରିପାରିବେ ନାହିଁ। ପୁରାତନ ରୋଗରୁ ଉପଶମ ମିଳିବ ଆଉ ବନ୍ଧୁ ସମାଗମ ହେବ। ବ୍ୟବସାୟରେ ପକାୟ ଅର୍ଥ ଆଦାୟ ହେବ। ପରିବାରରେ ସୁଖ ଭୋଗ ହେବ। ଟଙ୍କାର ଆବଶ୍ୟକତାକୁ ଆପଣ ପୂରଣ କରିପାରିବେ। ସନ୍ତାନ ଓ ପରିବାରରେ ସମୟ ବିତାଇବେ। କୌଣସି ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇ ଆପଣଙ୍କର ଉନ୍ନତି ହେବ। କର୍ମ କ୍ଷେତ୍ରରେ ଅସନ୍ତୋଷ ସହକର୍ମୀଙ୍କ ସହ ବିବାଦର ସମାଧାନ ହେବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତି ବୃଦ୍ଧି ପାଇବ। ପୂର୍ବ ଶତ୍ରୁ ମାନେ ପଛ ଘୁଞ୍ଚା ଦେବେ ଏବଂ ମହାନତା ମିଳିବ। ଉତରାଧିକାରୀ କ୍ଷେତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ମଧ୍ୟ ଏହି ମାସରେ ରହିଛି। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ପ୍ରତିକାର ସ୍ୱରୂପ: ମାସରେ ପ୍ରତ୍ୟକ ଦିନ ଓଁ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ ଦେଖିବେ ଆପଣଙ୍କର ମାସଟି ଶୁଭରେ ବ୍ୟତୀତ ହେବ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *