Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରର ମହିଳାମାନେ ଏହି ୫ ଟି କାମ କରନ୍ତି ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ମହିଳାମାନେ ଏହି ୫ ଟି କାମ କରିବା ଉଚିତ ନୁହେଁ। ଘରେ ଦୁଃଖ ଦରିଦ୍ରତା ଆସିଥାଏ। ମା ଲକ୍ଷ୍ମୀ ରାଗି କି ଘରୁ ଚାଲିଯାନ୍ତି। ବନ୍ଧୁଗଣ ଆମର ପ୍ରାଚୀନ ଗ୍ରନ୍ଥରେ ପ୍ରତ୍ୟକ ସ୍ୱାମୀ ସ୍ତ୍ରୀଙ୍କୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ରୂପ ମାନାଯାଏ। ଭଗବାନ ଶିବ ଏବଂ ମାତା ପାର୍ବତୀ ଜଣେ ଜଣଙ୍କର ରୂପ ଅଟନ୍ତି। ଅର୍ଥାତ ଅର୍ଦ୍ଧନାରେଶ୍ଵର। ଠିକ ସେମିତି ସ୍ୱାମୀ ଏବଂ ସ୍ତ୍ରୀ ଦୁହେଁ ଦୁହିଁଙ୍କର ଅର୍ଦ୍ଧଙ୍ଗ ଅଟନ୍ତି। ସେଥିପାଇଁ ସ୍ତ୍ରୀଙ୍କୁ ଅର୍ଦ୍ଧାଙ୍ଗିନୀ କୁହାଯାଏ। ସେଥିପାଇଁ ବିବାହ ପରେ ପତ୍ନୀ ଭାଗ୍ୟ ପତି ସହ ଯୋଡ଼ା ହୋଇଛି। ପତ୍ନୀର କର୍ମ ଯଜ୍ଞ ଧର୍ମ କାର୍ଯ୍ୟ ପୁଣ୍ୟ ଆଦିର ଫଳ ପତିଙ୍କୁ ବି ମିଳିଥାଏ।ସେହିପରି ପତ୍ନୀ ଦ୍ୱାରା କରାଯାଇଥିବା ଖରାପ କର୍ମର ଫଳ ମଧ୍ୟ ପତିକୁ ଭୋଗିବାକୁ ପଡିଥାଏ। ଆମର ହିନ୍ଦୁ ସମାଜରେ ସ୍ତ୍ରୀକୁ ଘରର ମା ଲକ୍ଷ୍ମୀ ଏବଂ ଅନ୍ନପୂର୍ଣ୍ଣା ମାନାଯାଏ କିନ୍ତୁ କିଛି ମହିଳାଙ୍କ ଖରାପ କାର୍ଯ୍ୟରେ ମା ଲକ୍ଷ୍ମୀ ରାଗିଯାନ୍ତି ଓ ଘରୁ ଚାଲିଯାନ୍ତି। ଏବଂ ସେହି ଘରେ ତାଙ୍କର ଜ୍ୟୋଷ୍ଠ ଭଉଣୀ ଅଲକ୍ଷ୍ମୀ ନିବାସ କରିଥାନ୍ତି। ଆପଣଙ୍କୁ ଯଦି ନିଜ ଘରେ ଏମିତି କିଛି ହେଉଛି ବୋଲି ଲାଗେ ତ ଏହାକୁ ଶୀଘ୍ର ସୁଧାରି ନିଅନ୍ତୁ। ନଚେତ ଆପଣଙ୍କୁ ମଧ୍ୟ ଖରାପ ପରିଣାମ ଭୋଗିବାକୁ ପଡିପାରେ। କାହିଁକିନା ଘରକୁ ଅଲକ୍ଷ୍ମୀ ଆସିବା ପରେ କ୍ଳେଶ ବିମାରୀ ବଢିବାକୁ ଲାଗିଥାଏ। ଆସନ୍ତୁ ଜାଣିବା ଏମିତି କଣ କାମ ଅଛି ଯାହାକୁ ମହିଳାମାନେ କରିବା ଦ୍ୱାରା ଉଚିତ ନୁହେଁ।

ପ୍ରଥମ କାମ। ଘରର ମହିଳା ମାନେ କେବେବି ସନ୍ଧ୍ୟା ସମୟରେ ଚୁଟି ଖୋଲା କରି ବୁଲିବା ଉଚିତ ନୁହେଁ। କେତେକ ମହିଳା ଅଛନ୍ତି ସନ୍ଧ୍ୟା ସମୟରେ ଚୁଟିକୁ ଖୋଲା କରନ୍ତି। ଏପରି କରିବା ଶାସ୍ତ୍ର ଅନୁସାରେ ଉଚିତ ନୁହେଁ। ସନ୍ଧ୍ୟା ସମୟରେ କେଶ ଖୋଲିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ ଏବଂ ମା ଲକ୍ଷ୍ମୀ ଏପରି ଘରେ କେବେବି ବାସ କରନ୍ତି ନାହିଁ।

ଦ୍ୱିତୀୟ କାମ। ଆପଣମାନେ ଦେଖିଥିବେ କେତେକ ମହିଳା ଘରର ଦ୍ଵାର ମୁହଁରେ ବସି ଗପ କରୁଥିବେ କିମ୍ବା ଭୋଜନ କରୁଥିବେ, ଏହାକୁ ଶୁଭ ମାନାଯାଏ ନାହିଁ। ମା ଲକ୍ଷ୍ମୀ ଆପଣଙ୍କ ମୁଖ୍ୟ ପ୍ରବେଶ ଦ୍ୱାରରେ ପ୍ରବେଶ କରନ୍ତି, ଆଉ ମୁଖ୍ୟ ଦ୍ୱାରରେ ମହିଳାମାନେ ରାସ୍ତା ରୋକି ବସିଥାନ୍ତି। ତ ମହା ଲକ୍ଷ୍ମୀ ଦ୍ୱାର ମୁହଁରୁ ହିଁ ଫେରିଯାନ୍ତି। ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଘରର ମୁଖ୍ୟ ଦ୍ଵାରକୁ ସଫା ଏବଂ ସୁନ୍ଦର ରଖନ୍ତୁ ଯେମିତି ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରିବେ।

ତୃତୀୟ କାମ। କେତେକ ମହିଳା ଘରେ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି। ଆପଣଙ୍କୁ କହିଦେଉଛୁ କି ସୁର୍ଯ୍ୟ ଉଦୟ ପରେ ବି ଶୋଇ ରହିବା ଘରେ ନକରାତ୍ମକ ବଢିଥାଏ। ସକାଳୁ ଉଠି ଭଗବାନ ଶ୍ରୀହରୀଙ୍କର ଆଗ ଆଶୀର୍ବାଦ ନେଇ ଘରେ ଧୂପ ଦୀପ ଲଗେଇ ପୂଜା କରନ୍ତୁ।ଯାହା ଦ୍ୱାରା ଘରେ ସକାରାତ୍ମକତା ବଢିଥାଏ।

ଚତୁର୍ଥ କଥା। ରାତିରେ ଅଇଁଠା ବାସନ ନ ଧୋଇ ରଖିବା ଉଚିତ ନୁହେଁ। ଅଇଁଠା ବାସନ ଘରେ ନକରାତ୍ମକତା ବଢାଇଥାଏ। ଏବଂ ମା ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ। ସେଥିପାଇଁ ରୋଷେଇ ଘରକୁ ସଫା ରଖନ୍ତୁ। ଅଇଁଠା ବାସନକୁ ରାତିରେ ହିଁ ସଫା କରିଦିଅନ୍ତୁ। ଯଦି ଏହା କରିପାରୁନାହାନ୍ତି ତ ଅଇଁଠା ବାସନକୁ ରୋଷେଇ ଘର ଠାରୁ ଦୂରେଇ ରଖନ୍ତୁ। ତା ସହିତ ଧ୍ୟାନ ରଖନ୍ତୁ କି ଘରର ମହିଳାମାନେ ଅଇଁଠା ବାସନରେ ଖାଆନ୍ତୁ ନାହିଁ। କିମ୍ବା ଅନ୍ୟକୁ ବି ଖାଇବାକୁ ଦିଅନ୍ତୁ ନାହିଁ।

ପଞ୍ଚମ କଥା। ସ୍ତ୍ରୀକୁ ସ୍ନେହ, ପ୍ରେମ, ମମତା, ତ୍ୟାଗ, ସହନ ଶୀଳତା ମାନାଯାଏ କିନ୍ତୁ କିଛି ମହିଳା ମାନଙ୍କ କଥା ଅତ୍ୟନ୍ତ କଟୁ ଏବଂ କ୍ଳେଶ କଥା କହିଥାନ୍ତି। ଯେଉଁ ଘରେ ପତି ଏବଂ ପତ୍ନୀ ସବୁବେଳେ ଝଗଡା କରୁଥାନ୍ତି ସେହି ଘରେ ମା ଲକ୍ଷ୍ମୀ ରହିନଥାନ୍ତି। ବରଂ ସେହି ଘରେ ତାଙ୍କର ବଡ଼ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି। ସେହି ଘରୁ ସୁଖ,ସମୃଦ୍ଧି, ବୈଭବ, ସକାରାତ୍ମକତା,ଭକ୍ତି ସବୁକିଛି ଦୁରେଇ ଯାଇଥାଏ।

ଷଷ୍ଠ କାମ। ଯେଉଁ ଘରେ ଦ୍ୱାର ମୁହଁକୁ ଆସୁଥିବା ଭିକାରୀଙ୍କୁ ତିରସ୍କାର କରାଯାଏ ସେଜି ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ଘରକୁ ଆସିଥିବା ଭିକାରୀର ଅପମାନ କରନ୍ତି କିମ୍ବା କିଛି ନଦେଇ ବିଦା କରନ୍ତି କିମ୍ବା ଘରକୁ ଆସିଥିବା ଗାଈକୁ ରୁଟି ଖାଇବା ନଦେଇ ବିଦା କରନ୍ତି ଏପରି ଘରୁ ସୁଖ ସମୃଦ୍ଧି ସବୁ ଦୁରେଇ ଯାଇଥାଏ।

ଅଷ୍ଟମ କଥା। ଘରର ମହିଲାମାନଙ୍କୁ ସିଙ୍ଗାର ନହୋଇ କେବେବି ରହିବା ଉଚିତ ନୁହେଁ। ଘର ଲୋକଙ୍କ କଥାକୁ ଅନ୍ୟ କାହାକୁ କହିବା ଉଚିତ ନୁହେଁ। ଘରର ମନ୍ଦିରରେ ଧୂପ ଦୀପ ଦେବାକୁ କେବେବି ଭୁଲିବା ଉଚିତ ନୁହେଁ। ନିଜର ସ୍ୱାମୀଙ୍କୁ କେବେବି ଖରାପ କଥା କହିବା ଉଚିତ ନୁହେଁ। ତ ବନ୍ଧୁଗଣ ଏହା ଥିଲା କିଛି ମହତ୍ୱପୂର୍ଣ୍ଣ କଥା ଯାହା ମହିଳା ମାନଙ୍କୁ ଭୁଲରେ ବି କେବେବି କରିବା ଉଚିତ ନୁହେଁ।

ଏବେ ଆସନ୍ତୁ ଜାଣିବା ମହିଳା ମାନଙ୍କୁ ନିଜର କେଉଁ ସବୁ ଜିନିଷ ଗୁଡିକୁ ଅନ୍ୟକୁ ଦେବା ଉଚିତ ହୋଇନଥାଏ।

ବନ୍ଧୁଗଣ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଦେବୀ ସ୍ୱରୂପ ମାନାଯାଇଥାଏ। ସେମାନଙ୍କୁ ଦେବୀ ଭାବରେ ପୂଜା କରାଯାଇଥାଏ। ଘରର ସ୍ତ୍ରୀଙ୍କୁ ସାକ୍ଷତ ଦେବୀଙ୍କର ରୂପ ବୋଲି ମାନାଯାଏ। ଏପରି ମାନାଯାଏ କି ଯେଉଁ ଘରେ ସ୍ତ୍ରୀର ସମ୍ମାନ କରାଯାଏ ନାହିଁ ସେହି ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ସେହି ଘରେ ରହୁଥିବା ପୁରୁଷ ସବୁବେଳେ ଧନହାନିର ସାମ୍ନା କରିଥାଏ। ସେ ମା ହେଉ ଭଉଣୀ ହେଉ କିମ୍ବା ନିଜର ପତ୍ନୀ ହେଉ। ସେମାନଙ୍କର ଅପମାନ କରନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସର୍ବତମ ଉପାୟ ହେଲା ଘରର ସ୍ତ୍ରୀ ଲୋକମାନଙ୍କର ସମ୍ମାନ କରିବା। କିନ୍ତୁ ଆମର ଧର୍ମ ଗ୍ରନ୍ଥରେ ସ୍ତ୍ରୀ ମାନଙ୍କ ପାଇଁ କିଛି ନିୟମ କୁହାଯାଇଛି। କିଛି ସ୍ତ୍ରୀ ଲୋକ ଏପରି ଅଛନ୍ତି ଯେଉଁମାନଙ୍କର ଖରାପ କାମ ଯୋଗୁ ଘରର ବର୍ବାଦ ହୋଇଥାଏ। ଏଥିପାଇଁ ମହିଳା ମାନଙ୍କୁ କିଛି କଥାର ଧ୍ୟାନ ରଖିବା ଉଚିତ। ଠିକ ଶାସ୍ତ୍ର ଅନୁସାରେ ଘରର ମହିଳା ମାନଙ୍କୁ ସିଙ୍ଗାରରେ ନରହିବା ଉଚିତ ହୋଇନଥାଏ। ଶରୀରରେ ସୁନାର ଗହଣା ପିନ୍ଧିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଯେଉଁ ଘରର ମହିଳା ମାନଙ୍କ ଶରୀରରେ ସୁନା କିମ୍ବା ରୁପାର ଗହଣା ପିନ୍ଧି ନଥାନ୍ତି ଏପରି ଘରେ ରହୁଥିବା ଲୋକମାନେ ସବୁବେଳେ ଦରିଦ୍ର ରହିଥାନ୍ତି। ତା ସହିତ ବିବାହିତ ମହିଳା ମାନଙ୍କ ବିଷୟରେ ଶାସ୍ତ୍ରରେ ନିୟମ କୁହାଯାଇଛି। ମହିଳା ମାନଙ୍କର କିଛି ଏପରି ଜିନିଷ ଅଛି ଯାହା ଭୁଲରେ ଅନ୍ୟ ସ୍ତ୍ରୀଙ୍କୁ ଦେବା ଉଚିତ ହୋଇନଥାଏ। ଯଦି ଏହି ଜିନିଷକୁ ଆପଣ ଅନ୍ୟଙ୍କୁ ଦେଉଛନ୍ତି ତ ଏହାର ପ୍ରଭାବ ଆପଣଙ୍କ ସାଂସାରିକ ଜୀବନ ଉପରେ ପଡିଥାଏ। ପ୍ରତ୍ୟକ ମହିଳାଙ୍କର ଏକମାତ୍ର ସ୍ୱାମୀ ହୋଇଥାନ୍ତି। ତାଙ୍କ ସହିତ ଜଡ଼ିତ କିଛି ଜିନିଷକୁ ଭୁଲରେ ବି ଆପଣ ଅନ୍ୟ ସ୍ତ୍ରୀ ଲୋକଙ୍କୁ ଦେବା ଉଚିତ ହୋଇନଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ। ତ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ।

ପ୍ରଥମେ ଜନିଷ ହେଉଛି ମଙ୍ଗଳ ସୂତ୍ର। ବିବାହିତା ମହିଳା ମାନଙ୍କ ପାଇଁ ମଙ୍ଗଳ ସୂତ୍ରର ବଡ଼ ମହତ୍ୱ ରହିଥାଏ। କୌଣସି ବି ମହିଳାଙ୍କୁ ନିଜର ମଙ୍ଗଳ ସୂତ୍ରକୁ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପତିର ଜୀବନରେ ଦୁଃଖ ଆସିଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହିତା ମହିଳା ମାନଙ୍କ ପାଇଁ ସିନ୍ଦୁର ବଡ଼ ମହତ୍ୱପୁର୍ଣ ହୋଇଥାଏ। ଏଥିପାଇଁ ସବୁ ବିବାହିତା ମହିଳାଙ୍କୁ ଏହାର ସମ୍ମାନ କରିବା ଉଚିତ। ଆମେ ସିନ୍ଦୁର ଲଗେଇବା ସମୟରେ ଧ୍ୟାନ ଦେଇନଥାଉ ଆଉ ସିନ୍ଦୁର ପିନ୍ଧି ଦେଇଥାନ୍ତି। ମହିଳା ମାନେ ସିନ୍ଦୁର ପିନ୍ଧିବା ସମୟରେ ଆମର ଘର ପରିବାରରେ ଅନ୍ୟ କାହାର ରଖା ଯାଇଥିବା ସିନ୍ଦୁର ଆଣି ପିନ୍ଧି ଦେଇଥାନ୍ତି। କିମ୍ବା ଆମର ସିନ୍ଦୁରକୁ ମଧ୍ୟ ଅନ୍ୟ କାହାକୁ ଦେଇଥାଉ। ଏହା ପୁରାପୁରି ଭୁଲ ଅଟେ। ଏହା କରିବା ଦ୍ୱାରା ମଧ୍ୟ ଘରେ କ୍ଳେଶ ବଢିଥାଏ। ବିବାହିତ ମହିଳାଙ୍କୁ କେବେବି ନିଜର କଳାକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ସ୍ୱାମୀର ପ୍ରେମ ଆପଣଙ୍କ ପାଇଁ କମ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା କରିବା ଦ୍ୱାରା ଆଖିରେ ଇନଫେକ୍ସନ ହୋଇଥାଏ। ଏବଂ ହାତରେ ପିନ୍ଧିଥିବା ଚୁଡିକୁ ମଧ୍ୟ ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ କମଜୋର ହୋଇଥାଏ। କାରଣ ଚୁଡ଼ି ସହିତ ଆପଣଙ୍କର ଭାଗ୍ୟ ଅନ୍ୟ ମହିଳାଙ୍କ ପାଖକୁ ଚାଲିଯାଏ। ଏଥିପାଇଁ ଆପଣ ପିନ୍ଧିଥିବା ଚୁଡିକୁ ଅନ୍ୟ କେଉଁ ମହିଳାଙ୍କୁ ଦିଅନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ବିବାହିତା ମହିଳାଙ୍କୁ ନିଜ ମଥାର ବିନ୍ଦିକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା ସ୍ୱାମୀର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଏବଂ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ଏଥିପାଇଁ ମହିଳାଙ୍କୁ କେବେବି ନିଜର ବିନ୍ଦିକୁ ଅନ୍ୟକୁ ଦିଅନ୍ତୁ ନାହିଁ। ଯଦି ଆପଣଙ୍କୁ ନିଜର ବିନ୍ଦିକୁ ଅନ୍ୟକୁ ଦେବାକୁ ପଡେ ତାହେଲେ ଆପଣ ବିନ୍ଦିକୁ ପ୍ରଥମେ ହାତରେ କିମ୍ବା ଅନ୍ୟ କୌଣସି ପାତ୍ରରେ ଲଗେଇ ସେ ବିନ୍ଦିକୁ ଦିଅନ୍ତୁ। ଝୁଣ୍ଟିଆକୁ ଭୁଲରେ ବି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଏ। ଅନେକ ସମସ୍ୟା ଉତ୍ପନ୍ନ ହୁଏ। ବାହାଘର ଯୋଡ଼ା ବା ବାହାଘର ଶାଢ଼ୀ। ବାହାଘର ଯୋଡାକୁ ମହିଳା ମାନେ ନିଜର ଭଉଣୀ କିମ୍ବା ଅନ୍ୟ କାହାକୁ ଦେଇ ଦେଇଥାନ୍ତି। କାରଣ ଆଉ ସେମାନେ ଏହାକୁ ବ୍ୟବହାର କରନ୍ତି ନାହିଁ। କିନ୍ତୁ ଶାସ୍ତ୍ର ଅନୁସାରେ ନିଜର ବାହାଘର ଯୋଡ଼ା ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ଉପରେ ପ୍ରଭାବିତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *