Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀଙ୍କ ଶରୀରରେ ଏହି ୯ ଟି ଲକ୍ଷଣ ଦେଖାଯାଏ ସେ ମା ଲକ୍ଷ୍ମୀଙ୍କର ରୂପ ହୋଇଥାଏ।

ସେୟାର୍ କରନ୍ତୁ

ଆମର ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଦେବୀଙ୍କ ରୂପରେ ଦେଖାଯାଇଥାଏ। ମହିଳା ମାନଙ୍କୁ ମା ଲକ୍ଷ୍ମୀ ମା ସ୍ୱରସ୍ୱତୀ ମା ପାର୍ବତୀଙ୍କର ରୂପରେ ମାନାଯାଇଥାଏ। ପ୍ରତ୍ୟକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କର ସ୍ତ୍ରୀ ହିଁ ହୋଇଥାନ୍ତି। ପୁରୁଷର ଜୀବନର ଉନ୍ନତିର କାରଣ ତାଙ୍କର ସ୍ତ୍ରୀଙ୍କୁ ହିଁ ମାନାଯାଇଛି। ଗରୁଡ଼ ପୁରାଣରେ ଶ୍ରେଷ୍ଠ ସ୍ତ୍ରୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଯେଉଁ ମହିଳାଙ୍କ ଭିତରେ ଏହି ୭ ଟି ଲକ୍ଷଣ ରହିଥାଏ ସେ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଛି। ଏମିତି ମହିଳାଙ୍କ ପାଦ ଯେଉଁ ଘରେ ପ୍ରବେଶ କରିଥାଏ ସେହି ଘରୁ ସବୁ ପ୍ରକାରର ଦୁଃଖର ନାଶ ହୋଇଯାଇଥାଏ। ଏହିଭଳି ମହିଳା ଘରକୁ ପ୍ରବେଶ କରିବା ମାତ୍ରେ ସେହି ଘରୁ ସବୁ ନକରାତ୍ମକ ଶକ୍ତି ଦୁଷ୍ଟ ଶକ୍ତି ସବୁ ନଷ୍ଟ ହୋଇଯାଇଥାଏ। ଏବଂ ଘର ସୁଖ ସମୃଦ୍ଧି ଓ ବୈଭବରେ ଭରି ଯାଇଥାଏ। ସେହି ଘରେ ଶୋଇଥିବା ଲୋକଙ୍କ ଭାଗ୍ୟ ଚମକି ଉଠିଥାଏ। ଗରୁଡ଼ ପୁରାଣ ଅନୁସାରେ ମା ଲକ୍ଷ୍ମୀ ରୂପୀ ଏହିପରି ମହିଳାଙ୍କ ଘରକୁ ଆଗମନରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଏହା ଦେଖାଯାଇଛି ଅତ୍ୟନ୍ତ ଦୁଃଖୀ ଦରିଦ୍ର ଓ ଅସହାୟ ଓ ମୃତ୍ୟୁର ଦ୍ୱାରରେ ଛିଡା ହୋଇଥିବା ଭିକାରୀ ବି ଲକ୍ଷ୍ମୀ ରୂପୀ ସ୍ତ୍ରୀଙ୍କୁ ପାଇ ଚକ୍ରବର୍ତ୍ତୀ ରାଜାର ପଦ ପ୍ରାପ୍ତି କରି ଦେଇଥାନ୍ତି। ଏହା ମା ଲକ୍ଷ୍ମୀଙ୍କ ମାୟା ହୋଇଥାଏ। ନିଜର ପ୍ରିୟ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗରୁଡ଼ ପୁରାଣରେ କୁହାଯାଇଥିବା ଏମିତି ମହିଳାଙ୍କ ଲକ୍ଷଣ ବିଷୟରେ ଯେଉଁ ମାନଙ୍କର ସ୍ଵର୍ଣ ଲକ୍ଷଣ କାରଣ ତାଙ୍କର ସ୍ବାମି ସଂସାରରେ କୀର୍ତି ପାଇଥାନ୍ତି। ଘରେ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟର ପ୍ରାପ୍ତି ହୋଇଥାଏ। ଏମିତି ମହିଳା ତାଙ୍କର ଗୁଣରୁ ହିଁ ଐଶ୍ଵରିୟ ଶାଳୀନି ହୋଇଥାନ୍ତି। ଆସନ୍ତୁ ଜାଣିନେବା ମା ଲକ୍ଷ୍ମୀ ରୂପୀ ମହିଳାଙ୍କ ୭ ଟି ଲକ୍ଷଣ ବିଷୟରେ। ତା ସହିତ ଆମେ କିଛି ମହିଳାଙ୍କ ବିଷୟରେ ଜାଣିବା ଯେଉଁ ମାନଙ୍କର କାରଣରୁ ଘରକୁ ଗରିବ ଓ ଦରିଦ୍ରତା ଆସିଥାଏ। ତେବେ ଆସନ୍ତୁ ଜାଣିବା ମହିଳାଙ୍କୁ କେଉଁ ୭ ଟି କାମ କରିବା ଉଚିତ ନୁହେଁ।

ପ୍ରଥମ କଥା। ସୁର୍ଯ୍ୟଉଦୟ ପୂର୍ବରୁ ଉଠୁଥିବା ମହିଳା। ଗରୁଡ଼ ପୁରାଣ ଅନୁସାରେ ଯେଉଁ ମହିଳା ବ୍ରହ୍ମ ମୁହୂର୍ତ୍ତରେ ଉଠିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ। ଯେଉଁ ମହିଳା ସୁର୍ଯ୍ୟ ଉଦୟ ପରେ ବି ଶୋଇଥାନ୍ତି ସେମାନେ ପାପ କର୍ମ କରିବା ଭଳି ହୋଇଥାଏ। ସୁର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା ସମସ୍ତ ଦେବୀ ଦେବତାଙ୍କ କୃପା ପ୍ରାପ୍ତ କରିଥାନ୍ତି ଓ ସେମାନଙ୍କର ଏହି ଅଭ୍ୟାସ ଯୋଗୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଦ୍ୱିତୀୟ କଥା। ଦେବ ପୂଜା କରୁଥିବା ମହିଳା। ଯେଉଁ ମହିଳା ନିତ୍ୟ କର୍ମ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧି ଦେବୀ ଦେବତା ମାନଙ୍କର ବିଧି ପୂର୍ବକ ପୂଜା ଆରାଧନା କରିଥାନ୍ତି ଏବଂ ଆରତୀ କରି ଦୀପ ଧୂପ ଲଗାଇଥାନ୍ତି ଏମିତି ମହିଳାଙ୍କ ପାଇଁ ଘରେ ସୁଖ ଶାନ୍ତି ବାସ କରିଥାଏ। ଯେଉଁ ମହିଳା ନିତ୍ୟ ସ୍ନାନ କରନ୍ତି ନାହିଁ ଦେବ ପୂଜା କରନ୍ତି ନାହିଁ ଏବଂ ଦେବୀ ଦେବତାଙ୍କୁ ମାନନ୍ତି ନାହିଁ ସେମାନଙ୍କୁ ପାପ କରୁଥିବା ମହିଳା ସହିତ ମାନାଯାଏ।

ତୃତୀୟ କଥା। ସଫା ସୁତରା ରଖିବା। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ମହିଳା ସ୍ଵଛତା ପ୍ରିୟ ହୋଇଥାନ୍ତି। ଯେଉଁ ସ୍ତ୍ରୀଙ୍କ ଘରେ ସର୍ବଦା ସଫା ସୁତରା ରହେ ନାହିଁ ଘରେ ସବୁବେଳେ ଅଳିଆ ରହିଥାଏ ଘରର ଜିନିଷ ଏପଟେ ସେପଟେ ଫୋପାଡ଼ି ଥାନ୍ତି ସେହି ମହିଳା ଦୁର୍ଭାଗ୍ୟ ଆଣୁଥିବା ମାନାଯାଇଛି। ଏମିତି ମହିଳା ଘରେ ରହିବା ଦ୍ୱାରା ଦୁଃଖ ଓ କଷ୍ଟ ଘରେ ପ୍ରବେଶ କରିଥାଏ। ଯେଉଁ ମହିଳା ସବୁବେଳେ ଘରକୁ ସଫା ରଖିଥାନ୍ତି ଘରେ ରଙ୍ଗ ବେରଙ୍ଗର ରଙ୍ଗଲି ବା ଝୁଣ୍ଟି ପକେଇ ଦେବୀ ଦେବତାଙ୍କୁ ଆମନ୍ତ୍ରଣ କରିଥାନ୍ତି ସେହି ମହିଳା ସୌଭାଗ୍ୟବତୀ ହୋଇଥାନ୍ତି।

ଚତୁର୍ଥ କଥା। ଦେବତାଙ୍କୁ ଜଳ ଅର୍ପଣ କରୁଥିବା ମହିଳା। ଯେଉଁ ମହିଳା ପ୍ରତିଦିନ ଦେବୀ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ଏବଂ ତୁଳସୀ ଗଛରେ ଜଳ ଦେଇ ତାଙ୍କୁ ନମସ୍କାର କରିଥାନ୍ତି ସେହି ମହିଳାଙ୍କୁ ମା ଲକ୍ଷ୍ମୀ ରୂପୀ ମାନାଯାଇଥାଏ। ଏମିତି ମହିଳାଙ୍କ ଘରେ ରୋଗ କଷ୍ଟ ପ୍ରବେଶ କରିପାରି ନଥାଏ।

ପଞ୍ଚମ କଥା। ସ୍ୱାମୀଙ୍କ ସେବା କରିବା। ଯେଉଁ ସ୍ତ୍ରୀ ସ୍ୱାମୀର ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଇଥାନ୍ତି ଶୋଇବା ପୂର୍ବରୁ ଗୋଡ଼ ଚିପି ଥାନ୍ତି ଏହିଭଳି ସ୍ତ୍ରୀ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ସମସ୍ତ ସଂସାରର ସ୍ୱାମୀ ଭଗବାନ ବିଷ୍ଣୁଙ୍କ ଚରଣଙ୍କୁ ଚିପି ଥାନ୍ତି।କିନ୍ତୁ ଯେଉଁ ସ୍ତ୍ରୀ ସାଧାରଣ ମଣିଷ ହୋଇ ମଧ୍ୟ ମା ଲକ୍ଷ୍ମୀଙ୍କ ଅନୁସରଣ କରନ୍ତି ନାହିଁ ସେମାନେ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି। ସେଥିପାଇଁ ସ୍ତ୍ରୀ ମାନଙ୍କୁ ନିଜ ସ୍ୱାମୀଙ୍କ ସେବା କରି ପୁଣ୍ୟ ପ୍ରାପ୍ତ କରିବା ଉଚିତ।

ଷଷ୍ଠ କଥା। ମିଠା କଥା କହୁଥିବା ମହିଳା। ଯେଉଁ ମହିଳା ସବୁବେଳେ ମିଠା ବାଣୀ କୁହନ୍ତି କେବେବି ଅନ୍ୟକୁ କଟୁ କଥା କୁହନ୍ତି ନାହିଁ ସେମାନେ ମା ଲକ୍ଷ୍ମୀଙ୍କୁ ପ୍ରିୟ ହୋଇଥାନ୍ତି। ଯେଉଁ ମହିଳା କଟୁ କଥା କହିଥାନ୍ତି କପଟ କରିଥାନ୍ତି ଏବଂ ସର୍ବଦା ଅନ୍ୟଙ୍କୁ ଗାଳି କରିଥାନ୍ତି ଏମିତି ମହିଳାଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ।

ସପ୍ତମ କଥା। ସ୍ୱାଦିଷ୍ଟ ଭୋଜନ। ଯେଉଁ ମହିଳାଙ୍କ ହାତରେ ସ୍ୱାଦିଷ୍ଟ ଭୋଜନ ହୋଇଥାଏ ସେମାନେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିଥାନ୍ତି। ଯେଉଁ ସ୍ତ୍ରୀମାନଙ୍କ ଦ୍ଵାରା ରୋଷେଇ ହୋଇଥିବା ଅନ୍ନର ସବୁବେଳେ ପ୍ରଶଂସା କରାଯାଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କ ଘରେ ସ୍ୱୟଂ ଦେବତାମାନେ ଅନ୍ନ ଗ୍ରହଣ କରିବାକୁ ଆସିଥାନ୍ତି। କିନ୍ତୁ ଯେଉଁ ସ୍ତ୍ରୀ ଙ୍କ ଖାଦ୍ୟରେ ସ୍ୱାଦ ନଥାଏ ଯେଉଁ ମହିଳା ଖାଦ୍ୟରେ ଥପନ୍ତି କିମ୍ବା ଜାଣିଶୁଣି ଅପବିତ୍ର ଭୋଜନ କରନ୍ତି ଏମିତି ମହିଳା ଘରକୁ ଦୁର୍ଭାଗ୍ୟ ଆଣିଥାନ୍ତି। ଏହା ଥିଲା ସେହି ୭ ଟି ଲକ୍ଷଣ।

ଏବେ ଆସନ୍ତୁ ଜାଣିବା କେଉଁ ମହିଳାଙ୍କ ପାଇଁ ଗରିବ ଦରିଦ୍ରତା ଦୁଃଖ ଓ କଷ୍ଟ ଆସିଥାଏ।

ପ୍ରଥମ କଥା। ଯେଉଁ ଘରର ମହିଳା ଝାଡୁକୁ ଲାତ ମାରନ୍ତି ଚପୋଡ଼ନ୍ତି ସେହି ଘରକୁ କେବେବି ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଏମିତି ଘରେ ସବୁବେଳେ ଦରିଦ୍ରତା ଛାଇ ପରି ରହିଥାଏ। କୁହାଯାଏ ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ସେଥିପାଇଁ କେବେବି ଝାଡୁକୁ ଗୋଡ଼ ଲଗାନ୍ତୁ ନାହିଁ।

ଯଦି ଘରର ମହିଳା ଚୁଲିରେ କିମ୍ବା ଗ୍ୟାସ ଚୁଲାରେ ଅଇଁଠା ବାସନକୁ ରଖି ଶୋଇଯାନ୍ତି ଏମିତି ଘରକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଏହା ଗରିବ ଏବଂ ଦୁଃଖର କାରଣ ହୋଇଥାଏ। ସେଥିପାଇଁ ଦିନ ବେଳା ହେଉ କିମ୍ବା ରାତିରେ ଚୁଲି ଉପରେ ଅଇଁଠା ବାସନ ରଖନ୍ତୁ ନାହିଁ।

ଯେଉଁ ଘରର ମହିଳାମାନେ ଲାତ ମାରି ଘରର କବାଟ ଖୋଲିଥାନ୍ତି କିମ୍ବା ବନ୍ଦ କରିଥାନ୍ତି ସେଠାରେ ଧନର ଦେବୀ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଯଦି ଆପଣଙ୍କ ଘରେ ଏମିତି ହେଉଥାଏ। ତାହେଲେ କରନ୍ତୁ ନାହିଁ।

ଯେଉଁ ଘରର ମହିଳା ରାତିରେ ଅଇଁଠା ବାସନ ଧୁଅନ୍ତି ନାହିଁ ରାତିସାରା ଅଇଁଠା ବାସନକୁ ରୋଷେଇ ଘରେ ରଖି ଦିଅନ୍ତି ତାହେଲେ ଏହା ଗରିବକୁ ନିମନ୍ତ୍ରଣ କରିବା ଭଳି ହୋଇଥାଏ। ଏମିତି ଘରେ ହେବାକୁ ଦିଅନ୍ତୁ ନାହିଁ।

ଯେଉଁ ଘରର ମହିଳା ସନ୍ଧ୍ୟା ସମୟରେ ଝାଡୁ କରିଥାନ୍ତି ସେହି ଘରେ ଦରିଦ୍ରତା ଆସିଥାଏ। ସେଥିପାଇଁ ଏମିତି କରିବା ଠାରୁ ଦୂରେଇ ରୁହନ୍ତୁ।

ଯେଉଁ ଘରର ମହିଳାଙ୍କର ଡେରିରେ ଉଠିବାର ଅଭ୍ୟାସ ଅଛି ତାହେଲେ ସେହି ଘର ପାଇଁ ଅଶୁଭର କାରଣ ହୋଇଥାଏ। ଡେରିରେ ଉଠୁଥିବା ମହିଳା ତାଙ୍କର ସ୍ୱାମୀ ଏବଂ ପରିବାରର ଲୋକଙ୍କ ପାଇଁ ଅସଫଳତାର କାରଣ ବନିଥାଏ।

ଯେଉଁ ଘରର ମହିଳା ଜଲଦି ଉଠି ଘର ଦ୍ୱାର ସଫା କରନ୍ତି ନାହିଁ ଏମିତି ଘରେ ମା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ। ସେଥିପାଇଁ ଘରର ମହିଳା ମାନଙ୍କୁ ସକାଳୁ ଜଲଦି ଉଠି ଘରକୁ ଝାଡୁ କରି ପୋଛା କରି ସଫା କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *