Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ଭୁଲରେ ବି ଏହି ଗୋଟିଏ କାମ କରନ୍ତୁ ନାହିଁ। ମହାପା-ପ ଲାଗିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ସମ୍ପୂର୍ଣ ଜୀବନ ସୃଷ୍ଟିର ରଚନାକାର ପରମ ପିତା ପ୍ରମେଶ୍ୱରଙ୍କ ଇଛାରେ ଚାଲିଥାଏ। ସୃଷ୍ଟିର ରଚନା କରିବାବେଳେ ଏହି ସଂସାରର ପ୍ରତ୍ୟକ ଛୋଟ ବଡ଼ ଜିନିଷର ସେ ସଜୀବ ହେଉ କିମ୍ବା ନିର୍ଜୀବ। ସମସ୍ତଙ୍କର ଭାଗ୍ୟ ନିର୍ଧାରିତ କରିଥାଏ। ଆମର ଭାଗ୍ୟ ଆମର ଘରର ସ୍ଥିତି ଏବଂ ଦଶା ଉପରେ ନିର୍ଭର କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ଜନ୍ମ କୁଣ୍ଡଳୀରେ ନବ ଗ୍ରହ ରହିଥାନ୍ତି। ଆମର ଘରର ସ୍ଥିତି ଏବଂ ବୁଦ୍ଧି ଯୋଗୁ ଆମର ଭାଗ୍ୟ ସବୁବେଳେ ବନିଥାଏ। ସପ୍ତାହର ପ୍ରତ୍ୟକ ଦିନ ପ୍ରତ୍ୟକ ବାର ଅନେକ ବିଶିଷ୍ଟତା ରହିଥାଏ। ସପ୍ତାହର ପ୍ରତ୍ୟକ ଦିନ ଏବଂ ପ୍ରତ୍ୟକ ବାରର ଭଗବାନ ଅଲଗା ଅଲଗା ହୋଇଥାନ୍ତି। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ସପ୍ତାହର ତୃତୀୟ ଦିନ ଅର୍ଥାତ ବୁଧବାର ବିଷୟରେ। ବୁଧବାରର ଆଧିପତି ବୁଧ ଗ୍ରହ ଅଟନ୍ତି। ବୁଧ ଗ୍ରହକୁ ସମ୍ୟ ଗ୍ରହ ମଧ୍ୟ କୁହାଯାଏ। ବୁଧ ଗ୍ରହର ସମ୍ବଦ୍ଧ ଆମର ବୁଦ୍ଧି ସହିତ ରହିଛି ଏବଂ ଆମର କୁଣ୍ଡଳୀ ବା ଜାତକରେ ବୁଧ ଗ୍ରହର ଯେଉଁଭଳି ପ୍ରଭାବ ପଡିଥାଏ ସେହିଭଳି ଆମର ବୁଦ୍ଧି କାମ କରିଥାଏ। ଯେମିତି ଆମର ଜାତକରେ ଯଦି ବୁଧ ଗ୍ରହର କୁଦୃଷ୍ଟି ରହିଛି ତାହେଲେ ଆମର ବୁଦ୍ଧି ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଯଦି ବୁଦ୍ଧଙ୍କ ଦଶା ଭଲ ଅଛି ତାହେଲେ ଆମର ବୁଦ୍ଧି ବି ଭଲ ହୋଇଥାଏ। ଆମ ଦ୍ୱାରା ନିଆଯାଇଥିବା ସବୁ ନିର୍ଣ୍ଣୟ ଉଚିତ ଏବଂ ସଫଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଭାଗ୍ୟର ଦେବତା ମାନାଯାଇଛି। ଏଥିପାଇଁ ଆମର ଭଲ ଭାଗ୍ୟ ତଥା ଧନ ସମ୍ପତ୍ତି ବୃଦ୍ଧି ଏବଂ ସୁଖ ଶାନ୍ତି ପାଇଁ ବୁଧ ଗ୍ରହର ଉପାସନା ନିଶ୍ଚୟ କରିବା ଉଚିତ। ବୁଧବାର ମା ଲକ୍ଷ୍ମୀ ଏବଂ ଗଣପତିଙ୍କର ବାର ମାନାଯାଇଛି। ସେଥିପାଇଁ ବୁଧବାରକୁ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା ଉପବାସ କରିବା ଉଚିତ। ଏହା ସହିତ ବୁଧବାର ଦିନ କିଛି କଥାର ପାଳନ କରିବା ଦ୍ୱାରା ଆମର ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ କଥା କଣ କଣ ଅଟେ।

ପ୍ରଥମ କଥା। ବୁଧବାର ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ଧଳା ଏବଂ ନାଲି ଫୁଲ ନିଶ୍ଚୟ ଚଢାନ୍ତୁ। ଏହି ଦିନ ମା ଲକ୍ଷ୍ମୀ ଓ ଶ୍ରୀ ଗଣେଶଙ୍କ ମନ୍ଦିରକୁ ଯାଇ ତାଙ୍କର ପୂଜା ପାଠ କରନ୍ତୁ। ଏବଂ ବୁଧ ଦେବତାଙ୍କ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନ୍ତୁ।

ଦ୍ୱିତୀୟ କଥା। ଧନ ସମ୍ପତ୍ତିର ବୃଦ୍ଧି ପାଇଁ ଲଗାତାର ୭ ଟି ବୁଧବାର ଦିନ ଧଳା ଗାଈକୁ ସବୁଜ ଘାସ ଖୁଆଇବାକୁ ଦେଲେ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଏମିତି କରିବା ଦ୍ୱାରା ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। ଯଦି ଆପଣ ଅନ୍ୟ କାହାଠାରୁ ଋଣ ନେଇଛନ୍ତି କିମ୍ବା ଋଣ ନେଇ ସେହି ପଇସା ପୈଠ କରିପାରୁନାହାନ୍ତି ତାହେଲେ ଏହି ଋଣରୁ ମୁକ୍ତି ପାଇବା ପାଇଁ ୭ ଟି ବୁଧବାର ଗୋଟା ମୁଗ ଡାଲିର ଦାନ କରନ୍ତୁ। ଅଳ୍ପ ହେଲେ ମଧ୍ୟ ପ୍ରତ୍ୟକ ବୁଧବାର ଦିନ କୌଣସି ଗରିବ ବ୍ୟକ୍ତିକୁ ଗୋଟା ମୁଗ ଡାଲି ଦାନ କରନ୍ତୁ।

ତୃତୀୟ କଥା। ବୁଧବାର ମା ଲକ୍ଷ୍ମୀଙ୍କ ବାର ହୋଇଥାଏ। ଏଥିପାଇଁ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ୧୧ ଟି ଧଳା ବୁଧବାର ବ୍ରତ ଓ ସଂକଳ୍ପ କରିବାର ମାନ୍ୟତା ଅଛି। ଧଳା ବୁଧବାର ବ୍ରତରେ ଖାଇବାରେ ବିନା ଲୁଣରେ ଧଳା ଖାଦ୍ୟ ଖାଇବା ଉଚିତ। ଯେମିତିକି କ୍ଷୀର,କଦଳୀ,କ୍ଷୀରି ଇତ୍ୟାଦି। ମା ଲକ୍ଷ୍ମୀଙ୍କୁ ଫୁଲ ଚଢାଇବା ଉଚିତ ଏବଂ ଧଳା ଜିନିଷର ଭୋଗ ଲଗାଇବା ଉଚିତ। ଏହିଦିନ ଧଳା ବସ୍ତ୍ର ପିନ୍ଧି ବ୍ରହ୍ମଚାରିଣୀ ବ୍ରତ ପାଳନ କରି ମା ଲକ୍ଷ୍ମୀ ମନ୍ତ୍ର ଓ ବୁଧ ସ୍ରୋତର ଜପ କରନ୍ତୁ। ଏହି ବ୍ରତ ସମ୍ପର୍ଣ୍ଣ ହେବା ପରେ ଘରେ ସୁଖ ସମୃଦ୍ଧି ଏବଂ ଅକ୍ଷୟ ଧନର ପ୍ରାପ୍ତି ହୋଇଥାଏ।

ଚତୁର୍ଥ କଥା। ବୁଧବାର ଦିନ ଯଦି ଆପଣ କୌଣସି ଜାଗାକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ କିନ୍ନର ମିଳିଗଲେ ତାଙ୍କୁ କିଛି ପଇସା ଏବଂ ସିଙ୍ଗାର ଜିନିଷ ଦାନ କରନ୍ତୁ। ବୁଧବାର ଦିନ କିନ୍ନର ମାନଙ୍କ ଆଶୀର୍ବାଦ ମିଳିବା ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମାନାଯାଇଛି। ଏହା ଦ୍ୱାରା ବ୍ୟକ୍ତିର ସବୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ପୁର୍ଣ ହୋଇଯିବ। କିନ୍ନର ମାନଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ଥିବା ମାନାଯାଇଥାଏ। କାରଣ ବୁଧ ଗ୍ରହକୁ କିନ୍ନର ଗ୍ରହ ମାନାଯାଇଛି।

ପଞ୍ଚମ କଥା। ବୁଧବାର ଦିନ ନବ ଗ୍ରହର ପୂଜା କରିବା ଉଚିତ।

ବନ୍ଧୁଗଣ ଏହା ଥିଲା କିଛି କଥା ଯାହାକୁ କରିବା ଦ୍ୱାରା ବୁଧ ଗ୍ରହର କୁଦୃଷ୍ଟିରୁ ମୁକ୍ତି ମିଳିଥାଏ। ଏବଂ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର କୃପା ମିଳିଥାଏ।

ଆସନ୍ତୁ ଏବେ ଜାଣିବା ବୁଧବାର ଦିନ କେଉଁ କାମ କରିବା ଉଚିତ ନୁହେଁ।

ପ୍ରଥମ କଥା। ବୁଧବାର ଦିନ ଗାଳିଦେବା, ରାଗିବା ଅନୁଚିତ ଅଟେ। କୁହାଯାଏ ଏହିଦିନ ମଧୁର ବଚନ ଓ ପ୍ରେମ ଶ୍ରଦ୍ଧା ମନରେ କଥା ହେଲେ ଜୀବନରୁ ଆର୍ଥିକ ସମସ୍ୟା ଆଉ ବୁଧଗ୍ରହ ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୋଇ ବ୍ୟକ୍ତିଙ୍କ ଜୀବନରେ ଥିବା ସବୁ ଦୁଃଖ ଦୂର କରିଥାନ୍ତି।

ଦ୍ୱିତୀୟ କଥା। ବୁଧବାର ଦିନ ଭୁଲରେ ମଧ୍ୟ କୌଣସି କିନ୍ନରର ଅପମାନ କରନ୍ତୁ ନାହିଁ। କାରଣ କିନ୍ନରଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ରହିଛି। କିନ୍ନର ମାନଙ୍କର ଅପମାନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

ତୃତୀୟ କାମ। ବୁଧ ଗ୍ରହର ସମ୍ବଦ୍ଧ ବ୍ୟବସାୟ ସହିତ ରହିଥିବାର ମାନାଯାଏ। ଏମିତି ମାନ୍ୟତା ଅଛି ବୁଧବାର ଦିନ ଅନ୍ୟ କାହା ସହିତ ଧାର ଉଧାର କରିବା ଉଚିତ ନୁହେଁ। ଏହିଦିନ ଉଦ୍ଧାର ଦେବା କିମ୍ବା ନେବା ଦ୍ୱାରା ବ୍ୟକ୍ତି ପାଖରେ ରହିଥିବା ଧନ ସବୁ ସମାପ୍ତ ହେବାକୁ ଲାଗିଥାଏ। ଜଣେ ବ୍ୟକ୍ତିଙ୍କୁ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ଚତୁର୍ଥ କଥା। ବୁଧବାର ଦିନ ଯଦି ଆପଣ ବାହାରକୁ ଯାତ୍ରା କରିବା ପାଇଁ ଯାଉଛନ୍ତି ତାହେଲେ ଆପଣଙ୍କର ଯାତ୍ରା ପୂର୍ବ କିମ୍ବା ଦକ୍ଷିଣ ଦିଗରେ ହେବା ଉଚିତ। ବୁଧବାର ଦିନ ଉତ୍ତର ଏବଂ ପଶ୍ଚିମ ଦିଗରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ। ଏହି ଦିନ ଏହି ଦିଗରେ ଯାତ୍ରା କରିବା କଷ୍ଟଦାୟକ ମାନାଯାଇଛି। ଯଦି ଆପଣ ପଶ୍ଚିମ ଦିଗକୁ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ଜୀବନରେ ଅନେକ ଅସୁବିଧା ଏବଂ ମାନସିକ ଦୁଶ୍ଚିନ୍ତାର ସାମ୍ନା କରିବାକୁ ପଡିପାରେ।

ପଞ୍ଚମ କଥା। ବୁଧବାର ଦିନ ପାନ ଖାଇବା ଉଚିତ ନୁହେଁ। ମାନାଯାଇଥାଏ ବୁଧବାର ଦିନ ପାନ ଖାଇବା ଦ୍ୱାରା ଧନର ହ୍ରାସ ହୋଇଥାଏ।

ଷଷ୍ଠ କଥା। ମହିଳାମାନେ ନିଜର ସନ୍ତାନର ଭଲ କାମନା ପାଇଁ ଭଲ ଉନ୍ନତି ପାଇଁ ବୁଧବାର ଦିନ ମୁଣ୍ଡର ଚୁଟି ଧୁଅନ୍ତୁ ନାହିଁ।

ସପ୍ତମ କଥା। ବୁଧବାର ଦିନ କୌଣସି ଝିଅର ଅପମାନ କରନ୍ତୁ ନାହିଁ। ତା ସହିତ ଚୁଟି ସହିତ ଜଡିତ କୌଣସି ଜିନିଷ କିଣନ୍ତୁ ନାହିଁ। ଯେମିତି ପାନିଆ ବ୍ରସ ଇତ୍ୟାଦି।

ବନ୍ଧୁଗଣ ବୁଧ ଗ୍ରହର ରଙ୍ଗ ସବୁଜ ରଙ୍ଗ ମାନାଯାଇଥାଏ। ସେଥିପାଇଁ ବୁଧବାର ଦିନ ତୁଳସୀ ଗଛର ପୂଜା କରିବା ଉଚିତ। ବୁଧବାର ଦିନ ସବୁଜ ରଙ୍ଗର ଜିନିଷ ଦାନ କରିବା ଶୁଭ ମାନାଯାଏ। ବୁଧବାର ଦିନ ଯଦି ଆପଣ ସବୁଜ ରଙ୍ଗର ବସ୍ତ୍ର ପିନ୍ଧୁଛନ୍ତି ତାହେଲେ ଏହା ଅତି ଶୁଭ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *