Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଭୁଲରେ ବି ଏହି ଗୋଟିଏ ଜିନିଷ ଖାଆନ୍ତୁ ନାହିଁ। ମହାପାପ ଲାଗିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ। ଆମର ଜ୍ୟୋତିଷ ଶାସ୍ତ୍ର ବାସ୍ତୁଶାସ୍ତ୍ରରେ ଏହି ସୃଷ୍ଟିରେ ଘଟୁଥିବା ବଡ଼ ବଡ଼ ଘଟଣାର ସମ୍ବଦ୍ଧ ଆମର ଜୀବନ ସହ ଯୋଡ଼ି ରହିଥାଏ। ଏବଂ କିଛି ବିଶିଷ୍ଟ ଗଣନାମାନ ଅନୁସାରେ ଏହି ଘଟଣା ଆମ ଜୀବନରେ କଣ ପ୍ରଭାବ ପକେଇଥାଏ ଏହାର ଅନୁମାନ କରାଯାଇଥାଏ। ବନ୍ଧୁଗଣ ସପ୍ତାହରେ ୭ ଦିନ ହୋଇଥାଏ। ଯାହାକୁ ବାର କୁହାଯାଏ। ରବିବାର, ସୋମବାର, ମଙ୍ଗଲବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର। ଏହି ସାତ ବାରର ବିଶିଷ୍ଟ ନାମ ରହିଛି। ଯାହାକି ଗ୍ରହ ମାନଙ୍କ ହିସାବରେ ରଖାଯାଇଛି। ଯାହାକି ଆମେ ଆମ ଆଖିରେ ଦେଖିପାରିଥାଉ। ପ୍ରତ୍ୟକ ବାରର ସମ୍ବଦ୍ଧ କୌଣସି ନାଁ କୌଣସି ଭଗବାନଙ୍କ ସହ ଯୋଡି ହୋଇରହିଥାଏ। ଯେଉଁ ଦେବତାଙ୍କର ବାର ହୋଇଥାଏ ସେହି ଦିନ ସେହି ଦେବତାଙ୍କର ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଏ। ଯଦି ଆମେ ସେହିଦିନ ସେହି ଭଗବାନଙ୍କ ସମ୍ବଦ୍ଧିୟ ନିୟମର ପାଳନ କରିବା ତାହେଲେ ଆମର ଜୀବନରେ ଏହାର ବିଶେଷ ପ୍ରଭାବ ପଡିଥାଏ। ଏଥିପାଇଁ ଆମେ ଜାଣିବା ଜରୁରୀ ଅଟେ। କେଉଁ ଦିନ କେଉଁ ଭଗବାନଙ୍କ ଉପାସନା କରିବା ଉଚିତ ଓ କେଉଁ କାମ କରିବା ଉଚିତ ନୁହେଁ। ଆଜି ଆମେ ସପ୍ତାହର ପ୍ରଥମ ବାର ଅର୍ଥାତ ସୋମବାର ଦିନ କେଉଁ ଭଗବାନଙ୍କ ପୂଜା କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ କେଉଁ ବ୍ରତ କରିବା ଉଚିତ କଣ ଖାଇବା ଉଚିତ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ ସବୁ କଥା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ। ଯାହା ଦ୍ୱାରା ଆପଣ ଏହି ସବୁ ନିୟମର ପାଳନ କରି ଦିନର ଆରମ୍ଭ ଠାରୁ ରାତି ପର୍ଯ୍ୟନ୍ତ ଶୁଭ ବନେଇ ପାରିବେ। ତେବେ ଆସନ୍ତୁ ଜାଣିବା ସୋମବାର ଦିନ କଣ କରିବା ଉଚିତ।

ସପ୍ତାହର ପ୍ରଥମ ଦିନ ସୋମବାର ଭଗବାନ ଶିବଙ୍କର ଆରାଧନାର ଦିନ ହୋଇଥାଏ। ସେମିତିରେ ଏହି ଦିନର ଅଧିପତି ସୋମ ଏବଂ ଚନ୍ଦ୍ର ମଧ୍ୟ ଅଟନ୍ତି। ସେଥିପାଇଁ ଏହି ଦିନକୁ ସୋମବାର କୁହାଯାଇଛି। ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କର ଆରାଧନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ। ସୋମବାରକୁ ରଖାଯାଇଥିବା ବ୍ରତ ଶୀଘ୍ର ଫଳଦାୟୀ ହୋଇଥାଏ। ସେଥିପାଇଁ ଭଗବାନ ଶିବଙ୍କ ଭକ୍ତ ଏହି ଦିନ କୌଣସି ଇଛାର ପୂର୍ତ୍ତି ପାଇଁ ତଥା ସୁଖ ଶାନ୍ତି ସମୃଦ୍ଧି ପାଇଁ ସୋମବାର ବ୍ରତ ରଖିଥାନ୍ତି। ବୈବାହିକ ଜୀବନ ସୁଖମୟ ହେବା ପାଇଁ ତଥା ଭଲ ଜୀବନସାଥୀ ପାଇବା ପାଇଁ କାମନା ସହିତ କୁଆଁରୀ ଝିଅମାନେ ବିଶେଷ ଭାବରେ ସୋମବାରର ବ୍ରତ ରଖିଥାନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନକୁ ବିଶେଷ ରୂପରେ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କ ସହ ଯୋଡି ଦେଖାଯାଇଥାଏ। ଏଥିପାଇଁ ଏହି ଦିନ ସବୁ କାମ କରିବା ଉଚିତ। ଯାହା ସବୁ ଭଗବାନ ଶିବଙ୍କୁ ପ୍ରିୟ ହୋଇଥାଏ। ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ଶୁଭ ହୋଇଥାଏ। ଏବଂ ଭଗବାନ ଶିବଙ୍କ ପ୍ରିୟ ବେଲପତ୍ର ଚଢ଼େଇବା ଉଚିତ। ତା ସହିତ ଭଗବାନ ଶିବଙ୍କୁ ଚନ୍ଦନର ଲେପ ମଧ୍ୟ ଲଗେଇଲେ ଭଲ ହୋଇଥାଏ। ଏବଂ ଭଗବାନ ଶିବଙ୍କୁ ଗାଈ କ୍ଷୀର ଅର୍ପଣ କରିବା ବହୁତ ଭଲ ମାନାଯାଇଥାଏ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର ଦହି ଧଳା ଫୁଲକୁ ବିଶେଷ ରୂପରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଏବଂ ଧଳା ଜିନିଷର ଭୋଗ ଲଗେଇ ଏହି ଦିନ ଆପଣ ବି ଧଳା ରଙ୍ଗର ଜିନିଷ ଖାଆନ୍ତୁ। ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ବର୍ଷା ହେବ। ଏହା ସହିତ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ମାନାଯାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ସୋମବାର ଦିନ କୌଣସି କାମରେ ଘରୁ ବାହାରକୁ ଯିବା ପୂର୍ବରୁ ଆଇନା ନିଶ୍ଚୟ ଦେଖନ୍ତୁ। ଆପଣଙ୍କର କାମ ବିନା କୌଣସି ବାଧାରେ ସମ୍ପର୍ଣ୍ଣ ହୋଇଯିବ।

ଏହିସବୁ କାମ ଆପଣଙ୍କୁ ସୋମବାର ଦିନ କରିବା ଉଚିତ। କିନ୍ତୁ କିଛି କାମ ଏମିତି ବି ଅଛି ଯାହା ସୋମବାର ଦିନ ଭୁଲରେ ବି କରିବା ଉଚିତ ନୁହେଁ। ସୋମବାର ଦିନ ମାଂସ ଖାଇବା ଅନୁଚିତ ଅଟେ। ଏହିଦିନ ଭଗବାନ ଶିବଙ୍କ ବ୍ରତ କରି ସାତିକ ଆହାର ଯେପରି କ୍ଷୀର ଦହି ଫଳ ଖାଇବା ଉଚିତ।

କଳା ରଙ୍ଗର ବସ୍ତ୍ର ସୋମବାର ଦିନ ବିଲକୁଲ ପିନ୍ଧନ୍ତୁ ନାହିଁ। ଏବଂ ଧ୍ୟାନ ରଖିଥିବେ ଏହି ଦିନ କଳା ବସ୍ତ୍ର ପିନ୍ଧି ସୋମବାର ଦିନ ଭଗବାନ ଶିବ ମନ୍ଦିରକୁ ବିଲକୁଲ ବି ଯାଆନ୍ତୁ ନାହିଁ। ଏହା ସହିତ ମହିଳା ମାନଙ୍କୁ ସୋମବାର ଦିନ ମୁଣ୍ଡ ଚୁଟି ଧୋଇବା ଉଚିତ ନୁହେଁ।

ସୋମବାର ଦିନ ଅନ୍ୟର ଅପମାନ କରନ୍ତୁ ନାହିଁ। ଗାଳି ଗୁଲଜ ପାଟିରେ କୁହନ୍ତୁ ନାହିଁ। ଦୁବ୍ୟବହାର ଅତ୍ୟାଚାର ବିଶ୍ୱାସଘାତକ ଝଗଡା ଏହିସବୁ କରିବା ଅନୁଚିତ ଅଟେ। ଭଗବାନ ଶିବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ବିଶେଷ ରୂପରେ ଅନୈତିକ କାମ କରନ୍ତୁ ନାହିଁ।

ଭଗବାନ ଶିବଙ୍କ ପୂଜା ସହିତ ନନ୍ଦି ମହାରାଜଙ୍କ ପୂଜା ଜରୁରୀ ଅଟେ। ଏଥିପାଇଁ ସୋମବାର ଦିନ ନନ୍ଦି ମହାରାଜଙ୍କୁ ପୂଜା କରି ଚୁପଚାପ ତାଙ୍କର ଡାହାଣ କାନରେ ଆପଣ ନିଜର ମନସ୍କାମନା ନିଶ୍ଚୟ କହିଦିଅନ୍ତୁ। ଦେଖିବେ ଆପଣଙ୍କର ଯାହାବି ମନସ୍କାମନା ଅଛି ତାହା ଜଲଦି ପୂରଣ ହୋଇଯିବ। ଭଗବାନ ଶିବ ପଶୁ ପ୍ରିୟ ଅଟନ୍ତି। ଏଥିପାଇଁ ସୋମବାର ଦିନ ୪ ଗୋଡ଼ ଥିବା କୌଣସି ବି ପଶୁଙ୍କୁ ଦୁବ୍ୟବହାର କିମ୍ବା ବାଡ଼ାନ୍ତୁ ନାହିଁ। ସେଥିପାଇଁ ପଶୁ ମାନଙ୍କୁ ଆଦର କରନ୍ତୁ। ଖାଇବାକୁ ଦିଅନ୍ତୁ। ଏବଂ ସେମାନଙ୍କୁ ନମସ୍କାର କରନ୍ତୁ।

ନିତ୍ୟ ପୂଜା କରିବା ସମୟରେ ଧ୍ୟାନ ରଖିବେ ଭଗବାନ ଶିବଙ୍କୁ କେତକୀ ଫୁଲ କୁମକୁମ ତୁଳସୀ ପତ୍ର, ଖଣ୍ଡିତ ବେଲ ପତ୍ର ଓ ଗଡି ଚାଉଳ ଭୁଲରେ ବି ଚଢାନ୍ତୁ ନାହିଁ। ଏବଂ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ।

ଯଦି ଆପଣ ଭଗବାନ ଶିବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି କିମ୍ବା ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣଙ୍କୁ କୌଣସି ଜିନିଷର କମି ଅଛି ତାହେଲେ ପ୍ରତ୍ୟକ ସୋମବାର ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ। ସୋମବାର ଦିନ ଯଦି ଆପଣଙ୍କ ଘରକୁ ଗରିବ ଆସିଲେ କିମ୍ବା ସାଧୁ ଆସିଲେ କିମ୍ବା ବ୍ରାହ୍ମଣ ଆସିଲେ ତାକୁ ଖାଲି ହାତରେ ଫେରାନ୍ତୁ ନାହିଁ। ତାଙ୍କୁ ଅନ୍ନ ଦାନ କରନ୍ତୁ। ତାଙ୍କୁ ଦକ୍ଷିଣା ଦିଅନ୍ତୁ। କାରଣ ଭଗବାନ ଶିବଙ୍କ ବାରରେ ଦାନରେ ବଡ଼ ମହତ୍ୱ ରହିଛି। ଯଦି ଆପଣ ଆର୍ଥିକ ଅସୁବିଧାରେ ଅଛନ୍ତି ଘରେ ପଇସା ରହୁନାହିଁ ତାହେଲେ ଆପଣ ସୋମବାର ଦିନ ଭଗବାନ ଶିବ ମନ୍ଦିରକୁ ଯାଇ ସେଠାରେ ୧୧ ଟି ଧୁତୁରା ଫୁଲ ଚଢେଇ ଭଗବାନ ଶିବଙ୍କୁ ପାର୍ଥନା କରନ୍ତୁ। ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *