Excuse Me Odisha

ଯାହା କହିବୁ ସତ କହିବୁ

ମାତ୍ର ଦୁଇ ମିନିଟରେ ଅସରପାଙ୍କୁ ଘରୁ ବାହାର କରନ୍ତୁ। କେବଳ ସହଜ ଘରୋଇ ଉପଚାର ଦ୍ୱାରା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଅସରପା ଥାଏ। ଆଉ ଥରେ ଯଦି ଘରେ ଅସରପା ହୋଇଯାଏ ତ ଆଉ କମିବାର ନାଁ ନିଏ ନାହିଁ। ଏମାନେ ଘରେ ରହିବା ଦ୍ୱାରା ଘର ମଇଳା ତ ହୋଇଥାଏ ତା ସହିତ ଅନେକ ପ୍ରକାରର ବିମାରୀ ବି ଆସିଯାଇଥାଏ। ଦିନ ହେଉକି ରାତି ସବୁ ଜାଗାରେ ଏମାନେ ରହିଥାନ୍ତି। ଯଦି ଆପଣ ଏହି ଅସରପା ମାନଙ୍କ ଦ୍ୱାରା ଚିନ୍ତିତ ଅଛନ୍ତି ଆଉ ଏମାନଙ୍କ ଠାରୁ ଯଦି ଶୀଘ୍ର ମୁକ୍ତି ପାଇବାକୁ ଚାହୁଁଛନ୍ତି ତ ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି ଘରୋଇ ଉପଚାର। ଯାହାର ସାହାର୍ଯ୍ୟରେ କେବଳ ଦୁଇ ମିନିଟରେ ଏମାନଙ୍କ ଠାରୁ ମୁକ୍ତି ପାଇପାରିବେ। ତ ଆସନ୍ତୁ ଜାଣିବା କିଛି ସହଜ ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଅସରପା ଠାରୁ ମୁକ୍ତି ପାଇପାରିବେ।

ତେଜ ପତ୍ର:-

ବନ୍ଧୁଗଣ ତେଜ ପତ୍ରର ଗନ୍ଧରୁ ଅସରପା ଚାଲିଯାନ୍ତି। ଘରର ଯେଉଁ ଜାଗା ବା କୋଣରେ ଅସରପା ଦେଖୁଛନ୍ତି ସେଠି ତେଜ ପତ୍ରର ପତ୍ରକୁ ଗୁଣ୍ଡ କରି ରଖି ଦିଅନ୍ତୁ। ଏହା ଦ୍ୱାରା ଅସରପା ଦୌଡ଼ି ପଳେଇଯିବେ।

ବେକିଂ ପାଉଡର ଏବଂ ଚିନି:-

ଗୋଟିଏ ପାତ୍ରରେ ଗୁଣ ଚିନି ଏବଂ ବେକିଂ ପାଉଡରକୁ ନେଇ ସମାନ ମାତ୍ରାରେ ନେଇ ମିଶେଇ ଦିଅନ୍ତୁ ଆଉ ଏହି ମିଶ୍ରଣକୁ ଅସରପା ରହୁଥିବା ଜାଗାରେ ପକେଇ ଦିଅନ୍ତୁ। ଚିନିର ମିଠାର ବାସ୍ନାରେ ଯେମିତି ହିଁ ସେମାନେ ଏହି ମିଶ୍ରଣ ପାଖକୁ ଆସିବେ ସେମିତି ହିଁ ବେକିଂ ପାଉଡର ବାସ୍ନାରେ ସେମାନେ ତୁରନ୍ତ ବେହସ ହୋଇଯିବେ।

ଗୁଣ୍ଡ:-

ବନ୍ଧୁଗଣ ଲବଙ୍ଗର ବାସ୍ନାରେ ଅସରପା ମାନେ ଶୀଘ୍ର ପଳାନ୍ତି। ଏଥିପାଇଁ ଏହାର ପ୍ରୟୋଗ କରି ସହଜରେ ଅସରପାରୁ ମୁକ୍ତି ପାଇପାରିବେ। ଅସରପା ରହୁଥିବା ଜାଗାରେ ଲବଙ୍ଗ ଗୁଣ୍ଡ ପକେଇ ଦିଅନ୍ତୁ। ଦୁଇ ମିନିଟରେ ଅସରପା ଚାଲିଯିବେ।

ବରର୍କ୍ସ ପାଉଡର:-

ବରର୍କ୍ସ ପାଉଡରରେ ଅସରପା ଶୀଘ୍ର ଚାଲିଯାନ୍ତି। କିନ୍ତୁ ଏହା ବହୁତ ଖତରନାକ ଅଟେ। ସେଥିପାଇଁ ଏହାକୁ ପିଲା ମାନଙ୍କ ଠାରୁ ଦୂରେଇ ରଖନ୍ତୁ। ଆଉ ଏହାକୁ ବ୍ୟବହାର କରିବା ପରେ ହାତକୁ ଭଲ ଭାବରେ ସାବୁନରେ ସଫା କରିବେ। ଯେଉଁଠି ବି ଆପଣ ଅସରପାକୁ ଦେଖୁଛନ୍ତି ସେଠି ଟିକେ ବରର୍କ୍ସ ପାଉଡର ପକେଇ ଦିଅନ୍ତୁ। ଅସରପା ଚାଲିଯିବା ପରେ ସେହି ଜାଗାକୁ ଭଲ ଭାବରେ ସଫା କରି ଦିଅନ୍ତୁ।

କିରୋସିନୀ:-

ବନ୍ଧୁଗଣ କିରୋସିନୀର ବ୍ୟବହାରରେ ବି ଅସରପା ପଳାଇଯାଆନ୍ତି। ଏହାର ଗନ୍ଧ ସେମାନେ ସହି ପାରନ୍ତି ନାହିଁ। ଆଉ ସେହି ଜାଗାରୁ ଦୂରକୁ ଚାଲିଯାନ୍ତି।

ରେଡ଼ ଉଆନ:-

ଏହାର ଗନ୍ଧରେ ସବୁ ଲୁଚିକି ଥିବା ଅସରପା କିଚନେରୁ ବାହାରକୁ ବାହାରି ଆସି ସବୁ ମରିଯିବେ କିମ୍ବା ପଳାଇ ଯିବେ।

ଅଣ୍ଡାର ଚୋପା:-

ଆପଣ ଅଣ୍ଡା ଖାଉଛନ୍ତି ତ ଅଣ୍ଡାର ଚୋପାକୁ ଫୋପାଡ଼ନ୍ତୁ ନାହିଁ। କାରଣ ଏହା ଅସରପାକୁ ବାହାର କରିବା ପାଇଁ ବହୁତ ସହାୟତା ହୋଇଥାଏ। ଅଣ୍ଡାର ଚୋପାକୁ କିଚେନର ଗୋଟେ କୋଣରେ ରଖିଦିଅନ୍ତୁ। ଏହା ଦ୍ୱାରା ଅସରପା କିଚେନକୁ ଆସିବେ ନାହିଁ।

ତାହେଲେ ଏହା ଥିଲା ଅସରପାକୁ ଘରୁ ଦୂରେଇ ରଖିବା ପାଇଁ ସହଜ ଉପାୟ। ତାହେଲେ ବନ୍ଧୁଗଣ ଆପଣଙ୍କ ଘରେ ଯଦି ଅସରପା ରହୁଛନ୍ତି ତାହେଲେ ଏହି ୭ ଟି ଉପାୟ ମଧ୍ୟରୁ ଗୋଟେ ଉପାୟ କରି ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *