Excuse Me Odisha

ଯାହା କହିବୁ ସତ କହିବୁ

ଗଣେଶ ପୂଜା ଦିନ ଚୁପଚାପ କହିଦିଅନ୍ତୁ ଏହି ଗୁପ୍ତ ମନ୍ତ୍ର ,ସବୁ ମନସ୍କାମନା ଶୀଘ୍ର ଦୂର ହେବ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଗଣେଶ ଚତୁର୍ଥୀ ଏହି ବର୍ଷ ୧୦ ସେପ୍ଟେମ୍ବର ଶୁକ୍ରବାରକୁ ପଡୁଅଛି। ଏହି ପର୍ବରେ ଘର ମାନଙ୍କରେ ଗଣପତିଙ୍କୁ ଆଣିବା ଏବଂ ଉତ୍ସବ ମନେଇବା ଆରମ୍ଭ ହୋଇସାରିଲାଣି। କିନ୍ତୁ ଯଦି ଆପଣ ମଧ୍ୟ ଆପଣଙ୍କ ଇଛା ଅନୁସାରେ ୩,୫,୭,୯ କିମ୍ବା ୧୧ ଦିନ ଯାଏଁ ଘରେ ଗଣପତିଙ୍କୁ ବିରାଜମାନ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କର ପୂଜା କରି ତାଙ୍କର ଅସୀମ କୃପା ପାଇବାକୁ ଚାହୁଁଛନ୍ତି ତ ଆମେ ଆପଣଙ୍କୁ ଗଣପତି ସ୍ଥାପନାର ଠିକ ବିଧି ବିଧାନ ଏବଂ ତାଙ୍କର ପୂଜା କରିବାର ବିଧି ବିଷୟରେ କହିବାକୁ ଯାଉଛୁ। ଗଣପତିଙ୍କୁ ଘରକୁ ଆଣିବା ପାଇଁ ପ୍ରଥମେ ଗଣେଶ ଚତୁର୍ଥୀ ଦିନ ଗଣପତିଙ୍କ ମୂର୍ତ୍ତିକୁ ଘରକୁ ଆଣନ୍ତୁ। କିନ୍ତୁ ଭଗବାନ ଶ୍ରୀ ଗଣେଶଙ୍କୁ ଘରକୁ ଆଣିବା ପୂର୍ବରୁ ପୂଜା ସ୍ଥଳକୁ ଭଲ ଭାବରେ ସଫା କରନ୍ତୁ। ଏବଂ ପୁରା ଘରକୁ ଗଙ୍ଗା ଜଳରେ ଛିଞ୍ଚି ଦିଅନ୍ତୁ। ଗୋଟେ ସଫା ଚୌକି ଉପରେ ଲାଲ ରଙ୍ଗର କପଡ଼ା ବିଛେଇ ସେହି କପଡା ଉପରେ ଚାଉଳରେ ସ୍ବାସ୍ତିକ ଚିହ୍ନ ବନାନ୍ତୁ। ଓଁ ନମଃ ଗଣେସାୟ ନମଃ ଜପ କରିବା ସହିତ ଗଣପତିଙ୍କୁ ସ୍ଥାପନା କରନ୍ତୁ। ଏହା ପରେ ଗଣପୋତିଙ୍କୁ ଦୁବ କିମ୍ବା ପାନ ପତ୍ର ସାହାର୍ଯ୍ୟରେ ଗଙ୍ଗାଜଳରେ ସ୍ନାନ କରନ୍ତୁ। ଏହା ପରେ ଭଗବାନ ଗଣପତିଙ୍କୁ ହଳଦିଆ କପଡା ଚଢାନ୍ତୁ। ଏହା ପରେ ଆପଣ ଭଗବାନ ଗଣପତିଙ୍କୁ ଚାଉଳ ଫୁଲ ଦୁବ ଚଢାନ୍ତୁ ଏବଂ ମୋଦକ ଭୋଗ ଲଗାନ୍ତୁ। ଏହା ପରେ ଆଳତୀ ଏବଂ କୀର୍ତ୍ତନ କରନ୍ତୁ। ସବୁଠୁ ବଡ଼ କଥାକି ପ୍ରସାଦରେ ପ୍ରତିଦିନ ଭଗବାନଙ୍କ ପସନ୍ଦର ଭୋଗ ଚଢାନ୍ତୁ। ଏହାଥିଲା ଭଗବାନ ଗଣେଶଙ୍କର ବନ୍ଦନା ।

ଏବେ ଜାଣିବା ଭଗବାନ ଗଣେଶଙ୍କର ପୂଜା ସହିତ ଜଡ଼ିତ କିଛି ନିୟମ ବିଷୟରେ। ଯେଉଁଠାରେ ସବୁଠୁ ଅଧିକ ଆବଶ୍ୟକ କଳସ ଏବଂ ଦୀପ। ଭଗବାନ ଗଣେଶଙ୍କର ଚୌକି କିମ୍ବା ସାମ୍ନାରେ ତମ୍ବା କିମ୍ବା ଚାନ୍ଦିର କଳସର ଜଳ ଭରିକି ରଖିବା ଉଚିତ ଏବଂ ଧ୍ୟାନ ରଖନ୍ତୁ କଳସ ଭଗବାନ ଗଣେଶଙ୍କର ଡାହାଣ ପାଖରେ ରଖିବେ। ସେହି କଳସର ତଳେ ଚାଉଳ ରଖନ୍ତୁ। ଭଗବାନ ଗଣେଶଙ୍କର ବାମ ପଟେ ଘିଅର ଦୀପ ଜଳାନ୍ତୁ। ଦୀପକୁ ମଧ୍ୟ ସିଧା ଭୂମି ଉପରେ ନରଖି ତାହାର ତଳେ ମଧ୍ୟ ଚାଉଳକୁ ରଖନ୍ତୁ। ଏହିସବୁ ଜିନିଷ କରିବା ପରେ ଭଗବାନ ଗଣେଶଙ୍କ ପାଇଁ ସଂକଳ୍ପ କରିବା ସେହି ଲୋକଙ୍କ ପାଇଁ ସେତିକି ଆବଶ୍ୟକ ଯେତିକି ତାଙ୍କ ଘରକୁ ଆଣିବା ହୋଇଥାଏ। ଗଣପତିଙ୍କ ସ୍ଥାପନା ପରେ ଆପଣ ସିଧା ହାତରେ ଚାଉଳ ଏବଂ ଗଙ୍ଗାଜଳ ନେଇ ସଂକଳ୍ପ କରନ୍ତୁ। କୁହନ୍ତୁ ଆମେ ଏତିକି ଦିନ ଗଣେଶଙ୍କୁ ଆମର ଘରେ ସ୍ଥାପିତ କରି ସବୁଦିନ ବିଧି ବିଧାନରେ ପୂଜା କରିବୁ। ସଂକଳ୍ପ ସେତିକି ଦିନ କରନ୍ତୁ ଯେତିକି ଦିନ ଆପଣ ଆପଣଙ୍କ ଘରେ ଗଣପତିଙ୍କୁ ବିରାଜମାନ କରିବାକୁ ଚାହୁଁଛନ୍ତି। ଯେମିତି ୩,୫,୭,୯ କିମ୍ବା ୧୧ ଦିନ। ଗଣପତିଙ୍କ ଉପରେ ପ୍ରତିଦିନ ୫ ଟି ଦୁବ ଅର୍ପିତ କରନ୍ତୁ। ତା ସହିତ ୫ ଟି ଅଳେଇଚ ଭଗବାନ ଗଣେଶଙ୍କର ଚରଣରେ ରଖନ୍ତୁ। କିନ୍ତୁ ଆପଣ ପ୍ରତିଦିନ ଦୁବକୁ ବଦଳ କରନ୍ତୁ। ଅଳେଇଚକୁ ପୂଜାର ଅନ୍ତିମ ଦିନ ପର୍ଯ୍ୟନ୍ତ ରଖନ୍ତୁ। ଶେଷ ଦିନ ଏହାକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧିକି ଘରର ମନ୍ଦିରରେ ରଖନ୍ତୁ। ଏପରି ନିୟମ ଅନୁସାରେ ଭଗବାନ ଗଣେଶଙ୍କର ପୂଜା କଲେ ଘରେ ସବୁବେଳେ ସୁଖ ଶାନ୍ତି ସମୃଦ୍ଧି ବନି ରହିଥାଏ। ତା ସହିତ ଆପଣ ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ଏହି ଖାସ ମନ୍ତ୍ରର ଯଦି ଜପ କରିବେ ତାହେଲେ ଆପଣଙ୍କ ଘରକୁ ବହୁତ ସାରା ଧନ ପଇସାର ଆଗମନ ହେବ। ତା ସହିତ ଯଦି ଆପଣଙ୍କ ପିଲା ମାନଙ୍କର ପାଠରେ ମନ ଲାଗୁନାହିଁ ତେବେ ତାହା ମଧ୍ୟ ଠିକ ହୋଇଯିବ। ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଭଗବାନ ଶ୍ରୀ ଗଣେଶ ବିଘ୍ନ ହର୍ତା ଅଟନ୍ତି ମଙ୍ଗଳ କର୍ତା ଅଟନ୍ତି। ବିଗିଡି ଯାଇଥିବା କାମକୁ ଭଲ ମଧ୍ୟ କରିଦେଇଥାନ୍ତି ଖରାପ ଭାଗ୍ୟକୁ ମଧ୍ୟ ଜାଗୃତ କରି ଦେଇଥାନ୍ତି। ଏମିତିରେ ଗୋଟେ ଛୋଟ ମନ୍ତ୍ର ଯାହା ଆପଣଙ୍କ ଖରାପ ଭାଗ୍ୟକୁ ବି ମଧ୍ୟ ଜାଗୃତ କରିଦେବ। ଭଗବାନ ଶ୍ରୀ ଗଣେଶଙ୍କର ଆରାଧନା ଆପଣ ଚତୁର୍ଥୀ ଶୁକ୍ରବାର ଦିନ କରିବେ। କିନ୍ତୁ ଏହି ଦୁର୍ଲଭ ମନ୍ତ୍ରର ଜପ ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ କରନ୍ତୁ। ଖାସ କରି ଶୁଦ୍ଧ ହୋଇକି। ଏହି ମନ୍ତ୍ରକୁ ଜପ କରିବେ। ଏହି ମନ୍ତ୍ରକୁ ଯଦି ଲଗାତାର କିଛି ଦିନ ଆପଣ ଶୁଣି ବି ଦିଅନ୍ତି ତ ଜୀବନର ସବୁ କଷ୍ଟ ଦୂର ହୋଇଯିବ। କୌଣସି ପ୍ରକାରର କିଛି ବି କଷ୍ଟ ଆପଣଙ୍କୁ ହଇରାଣ କରିବ ନାହିଁ। ଆପଣଙ୍କର କାମନା ମଧ୍ୟ କିଛି ଦିନରେ ସିଦ୍ଧ ହୋଇଯିବ ଏବଂ ଏହାର ଲାଭ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ଗଣପୋତିଙ୍କର ବହୁତ ସାରା ମନ୍ତ୍ର ରହିଛି। ଯାହାର ଜପ କରିବା ଦ୍ୱାରା ତାହାର ଲାଭ ଆପଣଙ୍କୁ ମିଳିଥାଏ। କିନ୍ତୁ ଆମେ ଆପଣଙ୍କୁ ଯେଉଁ ମନ୍ତ୍ର ଟି କହିବୁ ଯଦି ଆପଣ ସେହି ମନ୍ତ୍ରଟିକୁ ଜପ କରି ଦିଅନ୍ତି ତେବେ ଜୀବନରେ ଆଉ କିଛି ପାଇବାର ଅଭିଳାଷ ମଧ୍ୟ ରହିବ ନାହିଁ। କାରଣ କିଛି ନମାଗିବାରେ ହିଁ ଆପଣଙ୍କୁ ସବୁକିଛି ମିଳିଯିବ। ତ ଏବେ ଆସନ୍ତୁ ଜାଣିବା ମନ୍ତ୍ରଟି କଣ। ” ଓମ ବକ୍ର ତୁଣ୍ଡାୟ ହୁମ”। ଏହି ମନ୍ତ୍ରକୁ ଭଗବାନ ଗଣେଶଙ୍କର ସଢାକ୍ଷ ମନ୍ତ୍ର କୁହନ୍ତି। ଏହି ମନ୍ତ୍ର ଏକ ପ୍ରକାରର ବସିକରଣ ଅଟେ। ଯଦି ଆପଣ ଲଗାତାର ଏହି ମନ୍ତ୍ରକୁ ଜପ କରିବେ ତେବେ ଆପଣଙ୍କର ସବୁ କାମ ସହଜରେ ହୋଇଯିବ। ଖାସ କରି ଏହି ମନ୍ତ୍ରକୁ ଆପଣ ଗଣେଶ ଚତୁର୍ଥୀ ଦିନ ଠାରୁ ଆରମ୍ଭ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଲାଭ ହେବ। ଆପଣଙ୍କ କଥାରେ ସବୁ ଲୋକେ ପ୍ରଭାବିତ ହୋଇଯିବେ। କାରଣ ଏହି ମନ୍ତ୍ରର ଶକ୍ତି ହିଁ ସେମିତି। ଏହାକୁ ଶୁଣି କରି କିମ୍ବା ବାରମ୍ବାର ଜପ କରି ତାହାର ଚମ-ତ୍କାର ଆପଣ ପ୍ରାପ୍ତ କରିପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *