Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା କାଲିଠାରୁ ରାଜାଙ୍କ ଭଳି ଜୀବନ କାଟିବେ ଏହି ୫ ଟି ରାଶି, ଆପଣଙ୍କ ରାଶି ଅଛିକି ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଚଳିତ ବର୍ଷ ଅର୍ଥାତ ୨୦୨୧ ମସିହାର ସେପ୍ଟେମ୍ବର ମାସ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦଶମୀ ତିଥି ମୃଗଶିରା ନକ୍ଷତ୍ର ବୁଧବାର ଠାରୁ ଆରମ୍ଭ ହୋଇଛି ଏ ମାସରେ ଅନେକ ପର୍ବ ପର୍ବାଣୀ ବି ପଡୁଛି। ଶ୍ରୀ ଗଣେଶଚତୁର୍ଥୀ ଏହି ମାସରେ ପଡୁଥିବା ବେଳେ ଶ୍ରାଦ୍ଧ ପକ୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ବାଦ ଅନେକ ଗ୍ରହ ଯେମିତିକି ଗୁରୁ,ଶୁକ୍ର,ସୂର୍ଯ୍ୟ,ବୁଧ ପରି ଗ୍ରହ ମାନଙ୍କର ରାଶିର ପରିବର୍ତ୍ତନ ଏହି ମାସରେ ହିଁ ଅନୁଷ୍ଠିତ ହେବ। ତେଣୁ ପ୍ରାୟ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବା ପାଇଁ ଯାଉଛି। କିଛି ଲୋକଙ୍କର ଭାଗ୍ୟ ଉଦୟ ହେଉଥିବା ବେଳେ ଅନ୍ୟ କିଛି ଲୋକଙ୍କର ଚାକିରୀ ମିଳିବା ସହିତ ପ୍ରୋମଶନ ମଧ୍ୟ ମିଳିବାର ସୁଯୋଗ ରହିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କେଉଁ ରାଶି ଉପରେ କଣ ରହିଛି ପ୍ରଭାବ। ସେପ୍ଟେମ୍ବର ମାସରେ କେଉଁ ରାଶିର ଭାଗ୍ୟ ଉଦୟ ହେଉଛି ଏବଂ କେଉଁ ରାଶିର ଭାଗ୍ୟ ତଳକୁ ତଳକୁ ଯାଉଛି। ଏହା ସହିତ ସବୁକିଛି ହସ ଖୁସି ଦୁଃଖ କଷ୍ଟ ସବୁକିଛି ଜାଣିନେବା ଆପଣଙ୍କର ଏହି ସେପ୍ଟେମ୍ବର ମାସଟି କିପରି କଟିବା ପାଇଁ ଯାଉଛି। ତେବେ ଆସନ୍ତୁ ଜାଣିନେବା ଆପଣଙ୍କ ମାନଙ୍କର କେମିତି କଟିବ ଏହି ସେପ୍ଟେମ୍ବର ମାସଟି ଏବଂ କଣ ଉନ୍ନତି ଏବଂ କଣ ଅବନତି ହେବାକୁ ଯାଉଛି।

ମେଷ ରାଶି:

ଏହି ମେଷ ରାଶିର ଜାତକଧାରୀ ମାନଙ୍କ ପାଇଁ ସେପ୍ଟେମ୍ବରର ପ୍ରଥମ କିଛି ଦିନ ଶୁଭଫଳ ଦାୟୀ ରହିବ। ଆପଣଙ୍କର କ୍ୟାରିୟର ଏବଂ ବ୍ୟବସାୟରେ ମଧ୍ୟ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମଧ୍ୟ ମିଳିପାରିବ। ରାଜନୀତି ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିବ। ମାସର ମଧ୍ୟ ଭାଗ୍ୟରେ ପରୀକ୍ଷା ନେଇ ପ୍ରସ୍ତୁତି ହେଉଥିବା ଯୁବ ବର୍ଗଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ନିଜର ସ୍ୱାସ୍ଥ୍ୟ ପ୍ରତି ଖାସ ଧ୍ୟାନଦେବା ନିହାତି ଜରୁରୀ ହୋଇଥାଏ।

ବୃଷ ରାଶି:

ଏହି ରାଶିର ବ୍ୟକ୍ତିମାନଙ୍କର ପାଇଁ ଏହି ସେପ୍ଟେମ୍ବର ମାସଟି ମିଶ୍ର ଫଳଦାୟୀ ରହିବ। ମାସର ଆରମ୍ଭରେ ଦୀର୍ଘ ଦିନରୁ ଲାଗିରହିଥିବା ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହୋଇଯିବ। ମହିଳା କର୍ମଚାରୀ ମାନଙ୍କର ପାଇଁ ଏହା ଶୁଭଫଳଦାୟୀ ହେବ। କିନ୍ତୁ କିଛି ଗୁପ୍ତ ଶତ୍ରୁମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି। ତେଣୁ ସତର୍କ ରୁହନ୍ତୁ। ଏହା ସହିତ କୌଣସି ନୂତନ ଯୋଜନା ଆରମ୍ଭ କରିବା କିମ୍ବା ନିବେଶ କରିବା ପୂର୍ବରୁ ସତର୍କ ରୁହନ୍ତୁ।

ମିଥୁନ ରାଶି:

ଏହି ରାଶିର ବ୍ୟକ୍ତିବିଶେଷ ମାନେ ସମୟ ଅନୁସାରେ ନିଜର ନିଜର କାମ ଶେଷ କରିନିଅନ୍ତୁ। କାର୍ଯ୍ୟରେ କୌଣସି ପ୍ରକାରରେ ଦାୟିତ୍ୱହୀନତା ଆପଣଙ୍କର ପାଇଁ ଭାରି ପଡିପାରେ। ଜର୍ଯ୍ୟ କ୍ଷେତ୍ରରେ ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ନିରାଶ ହେବା ପରିବର୍ତ୍ତେ ନିଜର ସମସ୍ୟା ଗୁଡିକୁ ଗୋଟି ଗୋଟି କରି ସମାଧାନ କରିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ବ୍ୟବସାୟୀ କମିଶନ ନେଇ କାମ କରୁଥିବା ବ୍ୟକ୍ତିଙ୍କର ପାଇଁ ଏହି ମାସ ଶୁଭଫଳ ପ୍ରଦାନକାରୀ ହେବ।

କର୍କଟ ରାଶି:

ଏହି କର୍କଟ ରାଶିଧାରୀ ମାନଙ୍କର ପାଇଁ ସେପ୍ଟେମ୍ବର ମାସରେ ଭାଗ୍ୟ ନିଶ୍ଚିତ ଭାବରେ ସାଥ ଦେବ। ଜୀବନରେ ପ୍ରତିଟି କ୍ଷେତ୍ରରେ ମନ ମୁତାବକ ସଫଳତା ନିଶ୍ଚିତ ରୂପରେ ମିଳିବ। ମାସର ମଧ୍ୟ ଭାଗ୍ୟରେ ବେତନ ବୃଦ୍ଧି ହେବା ସହିତ ପଦନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ଦିନରେ ମିଳିବାକୁ ରହିଥିବା ଦାୟିତ୍ୱ ଗୁଡିକୁ ବୁଦ୍ଧିମତାରେ ସହିତ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ନଚେତ ହାତ ନିକଟକୁ ଆସିଥିବା ସୁଯୋଗ ଗୁଡିକ ହାତ ଛଡା ହେବାର ସମ୍ଭାବନା ରହିଛି।

ସିଂହ ରାଶି:

ଏହି ରାଶି ମାନଙ୍କ ପାଇଁ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତ ନୁହେଁ। ଏହି ସେପ୍ଟେମ୍ବର ମାସରେ। କାରଣ ଆପଣଙ୍କର କଷ୍ଟ ଅର୍ଜିତ ଧନ ବୁଡିଯିବାର ଆଶଙ୍କା ରହିଛି। ଏହା ସହିତ କୌଣସି ବ୍ୟକ୍ତିଙ୍କୁ ବୁଝି ବିଚାରି ଧନ ଧାର ଆକାରରେ ଦିଅନ୍ତୁ। ପାରିବାରିକ ସମସ୍ୟା ହେଉ କିମ୍ବା କାର୍ଯ୍ୟ କ୍ଷେତ୍ର ସହିତ ଜଡ଼ିତ ସମସ୍ୟା ହେଉ ସେ ଗୁଡିକୁ ଧର୍ଯ୍ୟର ସହିତ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଆଉ ସବୁଠାରୁ ଜରୁରୀ ହେଉଛି ସ୍ୱାସ୍ଥ୍ୟକୁ ନେଇ ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ। ପ୍ରେମ ଜନିତ କ୍ଷେତ୍ରରେ ବି କୌଣସି ତୃତୀୟ ଜଣଙ୍କର ଏଣ୍ଟ୍ରି ଆପଣଙ୍କର ସମ୍ପର୍କରେ ବିବାଦ ଆଣିପାରେ।

କନ୍ୟା ରାଶି:

ଆପଣ ମାନଙ୍କୁ ଏହି ସେପ୍ଟେମ୍ବର ମାସ ମିଶ୍ର ଫଳ ଦେଇପାରେ। ମାସର ପ୍ରଥମ ଭାବ ଆପଣଙ୍କ ପାଇଁ ଖୁବ ଭଲ ରହିଥିବା ବେଳେ ଦ୍ୱିତୀୟ ସପ୍ତାହରେ କ୍ଷତି ସହିବାକୁ ପଡିପାରେ। ତେଣୁ ମନ ଅଶାନ୍ତ ରହିପାରେ। ଅନାବଶ୍ୟକରେ ବି ଧନ ଅପବ୍ୟୟ ହେବାର ଆଶଙ୍କା ରହିଛି। ଜମି ଆଦି କିଣା ବିକାକୁ ଟାଳି ଦେବା ଉଚିତ। କାର୍ଯ୍ୟ କ୍ଷେତ୍ରରେ ଟିକେ ସାବଧାନ ରହିବା ଉଚିତ।

ତୁଳା ରାଶି:

ଏହି ତୁଳା ରାଶିଧାରୀ ମାନେ ଏହି ମାସରେ ଜଗି ରଖି କାମ କରିବା ଉଚିତ। କ୍ୟାରିୟର ଏବଂ ବ୍ୟବସାୟରେ ପରିଶ୍ରମ କରି କାର୍ଯ୍ୟ କଲେ ସଫଳତା ମିଳିବ। ଧନ ନିବେଶ କରିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସତର୍କ ରହିବା ଉଚିତ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସ ସେତଟା ଅନୁକୂଳ ହେବ ନାହିଁ। ପ୍ରେମ ସମ୍ବଦ୍ଧିୟ କ୍ଷେତ୍ରରେ ସାବଧାନ ରହିବା ସବୁଠାରୁ ଉତ୍ତମ ହୋଇପାରେ।

ବିଛା ରାଶି:

ଏହି ବିଛା ରାଶି ଧାରୀ ମାନଙ୍କର ପାଇଁ ଏହି ସେପ୍ଟେମ୍ବର ମାସ ଖୁବ ଫଳପ୍ରଦ ହେବ। ପୁରା ମାସ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥି ହୋଇରହିବ। ଏହା ଭିତରେ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। ବିଭିନ୍ନ କ୍ଷେତ୍ର ଯେମିତିକି ବିଦେଶ ସହିତ ଜଡିତ କାର୍ଯ୍ୟରେ ବି ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କିନ୍ତୁ ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ।

ଧନୁ ରାଶି:

କଠିନରୁ କଠିନ ପରିଶ୍ରମ କଲେ ହିଁ ଆପଣଙ୍କୁ ଏହି ମାସରେ ସଫଳତା ମିଳିବ। ଅଳସୁଆକୁ ଆପଣଙ୍କୁ ଦୂର କରିବାକୁ ହେବ। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢିଯାଇପାରେ। ମାସର ମଧ୍ୟ ଭାଗରେ ଧନର ଅଭାବ ଦେଖା ଦେବାରୁ ଆପଣଙ୍କର ମାନସିକ ଚିନ୍ତା ବଢ଼ିପାରେ। ଏମିତିକି ଧାର କରଜ ବି କରିବାକୁ ପଡିପାରେ।

ମକର ରାଶି:

ଏହି ରାଶିର ବ୍ୟକ୍ତି ମାନଙ୍କୁ ବି ଖୁବ ସତର୍କତାର ସହିତ କାମ କରିବା ଉଚିତ। କାମର ଚାପ ପଡିବାରୁ ଆପଣଙ୍କୁ ଥକା ଲାଗିପାରେ। ଆପଣଙ୍କୁ ଧନର ଅଭାବ ମଧ୍ୟ ଦେଖା ଦେଇପାରେ। ତେଣୁ ସତର୍କତାର ସହିତ ଖର୍ଚ୍ଚ କରିବା ସହିତ ଅନାବଶ୍ୟକ ଖର୍ଚ୍ଚ ଆଦିରୁ ଦୂରେଇ ରୁହନ୍ତୁ।

କୁମ୍ଭ ରାଶି:

ଭାଗ୍ୟ ବଦଳରେ ନିଜର କର୍ମ ଉପରେ ଅଧିକ ବିଶ୍ୱାସ ରଖନ୍ତୁ। କୌଣସି ବି ପଦକ୍ଷେପ ବୁଝି ବିଚାରି ନେବା ଉଚିତ। କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି। ତେଣୁ ଧର୍ଯ୍ୟ ନ ହାରି ବୁଝି ବିଚାରି ପଦକ୍ଷେପ ନେବା ଉଚିତ ହୋଇଥାଏ।

ମୀନ ରାଶି:

ବନ୍ଧୁଗଣ ଆପଣ ମାନେ ଜାଣି ରଖନ୍ତୁ କି ଆପଣଙ୍କ କଥାରୁ ପରିସ୍ଥିତି ସୁଧୁରୀ ଯାଇପାରେ ଅଥବା ପରିସ୍ଥିତି ବି ବିଗିଡି ଯାଇପାରେ। ଏଣୁ ନିଜର ଜିଭ ଉପରେ ଯଥା ସମ୍ଭବ ଅଙ୍କୁଶ ଲଗେଇବାକୁ ଚେଷ୍ଟା କରନ୍ତୁ। ନିଜର ଅଭିମାନ କ୍ରୋଧ ଆଦିକୁ ଦୂର କରି ଲୋକମାନଙ୍କର ସହିତ ପ୍ରେମ ପୂର୍ବକ କଥାବାର୍ତା କରିବାକୁ ଚେଷ୍ଟା କରନ୍ତୁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼ିପାରେ। ପାର୍ଟନର ମାନଙ୍କୁ ପାଖରେ ନପାଇ ମନ ବ୍ୟତୀବ୍ୟସ୍ତ ହୋଇପାରେ। କିନ୍ତୁ ଏହିସବୁ ଦିଗ ପ୍ରତି ଧ୍ୟାନ ନଦେଇ ନିଜର କର୍ମକୁ ପ୍ରାର୍ଥନା ଦେବା ଆପଣଙ୍କ ପାଇଁ ଲାଭଦାୟୀ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *