Excuse Me Odisha

ଯାହା କହିବୁ ସତ କହିବୁ

ଘର ଆଗରେ ଏହି ଚମ-ତ୍କାରି ଗଛ ଉଠିବା ବହୁତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

ଗଛ ପତ୍ର ଏବଂ ବନସ୍ପତି ଦ୍ୱାରା ଆମକୁ ଉପଯୋଗୀ ଜୀବନର ପ୍ରତ୍ୟକ ବସ୍ତୁ ମିଳିଥାଏ। ଆମର ଜୀବନ ବୃକ୍ଷଲତା ଉପରେ ନିର୍ଭର କରିଥାଏ। କାରଣ ବୃକ୍ଷ ଲତା ଠାରୁ ଆମକୁ ପ୍ରାଣ ବାୟୁ ଅମ୍ଳଜାନ ମିଳିଥାଏ। ଚାରା ଏବଂ ହରାଭରା ବୃକ୍ଷଲତା ବାତାବରଣକୁ ଶୁଦ୍ଧ କରିବା ସହ ଆମ ମସ୍ତିଷ୍କକୁ ବି ଶାନ୍ତ ରଖିଥାଏ। ସକାରାତ୍ମକ ଉର୍ଜାରେ ଆଖପାଖରେ ନକାରାତ୍ମକ ଉର୍ଜା ବି ସମାପ୍ତ ହୋଇଯାଏ। ବାସ୍ତୁଶାସ୍ତ୍ରର ମଧ୍ୟ ବୃକ୍ଷଲତାର ବହୁତ ମହତ୍ତ୍ୱ କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛଲତା ଅଛି ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ। ଏବଂ ତାହାକୁ ଆମେ ଆମର ଘରେ ଲଗାଇଥାଉ। ଏଥି ମଧ୍ୟରୁ କିଛି ଗଛ ଆମର ଘରର ସାମ୍ନାରେ ନିଜେ ଆପେ ଆପେ ଉଠିଥାଏ। ତ ଏହା ଆମ ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିବାର ସଂକେତ ଦେଇଥାଏ। ଏପରି ଗଛ ଆମ ଘରେ ହେଲେ କେବଳ ବର୍ତ୍ତମାନ ନୁହେଁ ପରନ୍ତୁ ଆମର ଭବିଷ୍ୟତ ମଧ୍ୟ ସୁନ୍ଦର ହୋଇଯାଏ। ଏଥିପାଇଁ ଏହି ଗଛକୁ ଆମ ଘରେ ଲଗାଇବା ଉଚିତ। ତା ସହିତ ଏପରି କିଛି ଗଛ ପତ୍ର ଥାନ୍ତି ଯାହା ଆମର ଜୀବନ ଉପରେ ନକରାତ୍ମକ ପ୍ରଭାବ ଢାଳି ଥାନ୍ତି। ଏଥିପାଇଁ ଏହି ଗଛପତ୍ରକୁ ଆପଣଙ୍କ ଘରେ କଦାପି ଲଗାଇବା ଉଚିତ ନୁହେଁ। ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ ଜଣେଇବୁ ଯାହା ବିଷୟରେ ବାସ୍ତୁଶାସ୍ତ୍ରରେ କୁହାଯାଇଛି।

ସର୍ବପ୍ରଥମେ ଏପରି କିଛି ଗଛପତ୍ର ବିଷୟରେ ଜାଣିବା ଯାହା ଆମ ଜୀବନ ଉପରେ ଶୁଭ ପ୍ରଭାବ ପକାଇଥାନ୍ତି। ଏହାପରେ ଏପରି ଗଛ ବିଷୟରେ ଜାଣିବା ଯାହାକୁ ଆମର ଘରେ ଲଗାଇବା ଉଚିତ ନୁହେଁ।

ତୁଳସୀ ଗଛ:- ଏହି ଗଛକୁ ଧାର୍ମିକ ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ଔଷଧ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମାନାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ହିନ୍ଦୁ ଘରେ ତୁଳସୀ ଗଛ ଲାଗିବା ଉଚିତ। ଏହି ଗଛ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଏବଂ ତୁଳସୀର ପତ୍ର ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଏଥିପାଇଁ ଏହି ଗଛ ଘରେ ରହିଲେ ଆମର ଘର ଧନ ଧାନ୍ୟ ଏବଂ ଆରୋଗ୍ୟରେ କମି ହୁଏ ନାହିଁ। ତୁଳସୀ ଗଛରୁ ନିରନ୍ତର ବାହାରୁଥିବା ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଆମର ଜୀବନ ମଧ୍ୟ ସକାରାତ୍ମକ ହଇଯାଏ। ଘରର ଅଗଣାରେ ରଖାଯାଇଥିବା ତୁଳସୀ ଗଛ ଅଶୁଭ ଶକ୍ତିକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ।

ବେଲ ଗଛ:- ଯେଉଁ ଘରେ ବେଲ ଗଛ ଥାଏ ସେହି ଘରର ଲୋକେ ସବୁବେଳେ ସୁଖୀ ରହିଥାନ୍ତି। ଏହି ଗଛକୁ କୌଣସି ଗାମ୍ବଲାରେ ଲଗାଇ ପୁଣି ତାକୁ ଅଗଣାରେ ଲଗାଇପାରିବେ। ଏହି ଗଛ ବଢି ବଢି ବଡ଼ ହୋଇଯାଏ ଏବଂ ଆମକୁ ଛାୟା ପ୍ରଦାନ କରିଥାଏ। ଏହ ବୃକ୍ଷ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଯଦି ଆମେ ବେଲ ଗଛକୁ ଆମର ଘରେ ଲଗାନ୍ତି ତେବେ ଭଗବାନ ଶିବଙ୍କ କୃପାରୁ କୌଣସି ପ୍ରକାରର ବାଧା ଭୁତ ପ୍ରେତ ଏବଂ ଅଶୁଭ ଶକ୍ତି ଦୁରେଇ ରହନ୍ତି। ତାହା ସହ ରାହୁ କେତୁର ଅଶୁଭ ପ୍ରଭାବରୁ ମଧ୍ୟ ଆମର ଘର ସୁରକ୍ଷିତ ରହିଥାଏ। ଏଥିପାଇଁ ଘରେ ବେଲ ଗଛ ରହିବା ବହୁତ ଶୁଭ ହୋଇଥାଏ।

ଲେମ୍ବୁ ଗଛ:- ଆପଣଙ୍କୁ ତ ଜଣା ଥିବ କି ତନ୍ତ୍ର ମନ୍ତ୍ର ଏବଂ ସାଧନା ଖରାପ ନଜରରୁ ବଞ୍ଚିବା ପାଇଁ ଲେମ୍ବୁର ପ୍ରୟୋଗ କରାଯାଏ। ଲୋକେ ଏଥିପାଇଁ କରନ୍ତି କାରଣ ଲେମ୍ବୁରେ ନକରାତ୍ମକକୁ ହଟେଇବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ। ତାହାର ଆଖପାଖର ଖରାପ ଶକ୍ତି ମଧ୍ୟ ନିଜ ଭିତରକୁ ଟାଣିଆଣେ। ଏଥିପାଇଁ ଯଦି ଘରେ ଲେମ୍ବୁ ଗଛ ଥାଏ ତ ଏହାର ପ୍ରଭାବରୁ ଆମର ଘରକୁ କାହାର ଖରାପ ନଜର ଲାଗେନାହିଁ। ଏବଂ ଆମ ଘରର ବାତାବରଣ ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଭରପୁର ରହିଥାଏ।

ଅରଖ ଗଛ:- ଏହି ଗଛକୁ ମଧ୍ୟ ଶୁଭ ମାନାଯାଏ। ଏହି ଗଛର ଫୁଲକୁ ଭଗବାନ ଶିବଙ୍କୁ ଅର୍ପିତ କରାଯାଏ। ଏହି ଗଛ ଆମର ଜୀବନର ଥିବା ବାଧାକୁ ଦୂର କରିଥାଏ। ଏହି ଗଛ ଘରର ମୁଖ୍ୟ ଦ୍ଵାରର ହଠାତ ଉଠିଯାଏ ତେବେ ସେହି ଘରେ କେବେବି କିଛି କମି ରହିବନି। ଯଦି କୌଣସି ବ୍ୟକ୍ତିର ଜନ୍ମ କୁଣ୍ଡଳୀରେ କୌଣସି ଦୋଷ ରହିଥାଏ କିମ୍ବା କୌଣସି ବ୍ୟକ୍ତିକୁ ବାରମ୍ବାର ନଜର ଲାଗୁଥାଏ ତ ଏହି ଗଛ ପତ୍ରର ହାର ବନେଇ ଗଳାରେ ପିନ୍ଧିଲେ ଲାଭ ମିଳିଥାଏ।

କଦଳୀ ଗଛ:- ଏହି ଗଛ ମଧ୍ୟ ଶୁଭ ହୋଇଥାଏ। ଏହା ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆଣିଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏଥିପାଇଁ ଘରର ସାମ୍ନାର କଦଳୀ ଗଛ ରହିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ନଡ଼ିଆ ଗଛ:- ନଡ଼ିଆ କୌଣସି ବି ଧାର୍ମିକ ଅନୁଷ୍ଠାନର ଏକ ଅଙ୍ଗ ଅଟେ। ଏଥିପାଇଁ ନଡ଼ିଆ ଗଛକୁ ଶୁଭ ମାନାଯାଏ। ଏଥିପାଇଁ ଘରର ଅଗଣାରେ ନଡ଼ିଆ ଗଛ ଥିଲେ ଘରେ ସବୁବେଳେ ସୁଖ ଶାନ୍ତି ବନିରହେ। ଏବଂ ସେହି ଘରର ସମାଜରେ ବହୁତ ମାନ ସମ୍ମାନ ହୋଇଥାଏ।

ଅଁଳା ଗଛ:- ଏହି ଗଛ ଭୌତିକ ତତ୍ୱର ଭରପୁର ରହିଥାଏ। ଏହି ଗଛର ଆଖପାଖରେ ସକାରାତ୍ମକ ଉର୍ଜା ଖେଳି ରହିଥାଏ। ଏଥିପାଇଁ ଘରର ଅଗଣାରେ ଅଁଳା ଗଛ ଲଗାଇଲେ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ। ଏବଂ ଘରେ ସକାରାତ୍ମକ ଉର୍ଜାର ବାତାବରଣ ବନି ରହିଥାଏ ଏବଂ ଏହି ଗଛକୁ ପାପ ହରଣକାରୀ ଗଛ ମଧ୍ୟ କୁହାଯାଏ।

ହଲଦୀକୁ ମଧ୍ୟ ପବିତ୍ର ମାନାଯାଏ। ପୂଜା ପାଠ ଏବଂ ଧାର୍ମିକ ଅବସରରେ ମଧ୍ୟ ହଳଦୀର ପ୍ରୟୋଗ କରାଯାଏ।

ତ ବନ୍ଧୁଗଣ ଏହା ଥିଲା କିଛି ଗଛ ଯଦି ଘରର ଆଖପାଖରେ ହଠାତ ଏହି ଗଛ ଆପେ ଆପେ ଉଠିଯାଏ ତ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *