Excuse Me Odisha

ଯାହା କହିବୁ ସତ କହିବୁ

ପାପ ଶରୀରରେ ନୁହେଁ ମନରେ ଥାଏ

ସେୟାର୍ କରନ୍ତୁ

ସମୟ ପୂର୍ବର କଥା ଭଗବାନ ବୁଦ୍ଧଙ୍କର ୩ ଜଣ ଶିଷ୍ୟ ତାଙ୍କୁ ଦେଖା କରିବାକୁ ଯାଉଥିଲେ। ରାସ୍ତା ବହୁତ ଲମ୍ବା ଥିବାରୁ ଚାଲି ଚାଲି ସକାଳରୁ ସନ୍ଧ୍ୟା ହୋଇଯାଇଥିଲା ଏବଂ ବହୁତ ଗରମ କାରଣରୁ ତାଙ୍କୁ ବହୁତ ଶୋଷ ଲାଗିଥିଲା କିନ୍ତୁ ଦୂର ଦୂର ପର୍ଯ୍ୟନ୍ତ କେଉଁଠି ବି ପାଣିର ଦେଖା ଦର୍ଶନ ମଧ୍ୟ ନଥିଲା। କିଛି ବାଟ ଗଲା ପରେ ଜଣେ ଶିଷ୍ୟକୁ ଗୋଟିଏ ନଦୀ ଦେଖାଗଲା। ୩ ଜଣଯାକ ଶିଷ୍ୟ ପାଣି ପିଇବା ପାଇଁ ସେହି ନଦୀ ପାଖକୁ ଯାଇଥିଲେ। ସେହି ନଦୀରେ ଜଣେ ସ୍ତ୍ରୀ ଲୋକ ପାଣିରେ ବୁଡି ଯାଉଥିବାର ଦେଖିଲେ। ବୌଦ୍ଧ ଧର୍ମରେ ବୌଦ୍ଧ ଭିଖୁଙ୍କ ଅନୁସାରେ କୌଣସି ସ୍ତ୍ରୀଙ୍କୁ ଛୁଇଁବା ଅନୁଚିତ ମାନିଥାନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶିଷ୍ୟ କହିଲେ ଆମକୁ ଆମର ଧର୍ମ ପାଳନ କରିବା ଦରକାର। ଗୋଟିଏ ସ୍ତ୍ରୀକୁ ବଞ୍ଚାଇ ପାଇଁ ଆମେ ଆମର ମର୍ଯ୍ୟାଦାକୁ ତ୍ୟାଗ କରିପାରିବୁ ନାହିଁ। ସେ ମରିଗଲେ କିଛି କ୍ଷତି ହେବନି କିନ୍ତୁ ତାକୁ ବଞ୍ଚେଇବାକୁ ଚେଷ୍ଟା କଲେ ଆମର ଏତେ ବର୍ଷର ତପସ୍ୟା ସମାପ୍ତ ହୋଇଯିବ। ପାଣି ପିଇ ଏଠାରୁ ଚାଲିଯିବା ଦରକାର। ସେମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ ବହୁତ ଦୟାବାନ ଥିଲା।

ସେ କହିଲା ଆମର ଧର୍ମ କଣ କହୁଛି ସେସବୁ ମତେ ଜଣାଅଛି କିନ୍ତୁ ମୋର ମନ ଏ କହୁ ନାହିଁ ତୁମର ସାମ୍ନାରେ କେହି ଜଣେ ମରି ଯାଉଛି ତମେ ଠିଆ ହୋଇ ତାକୁ ଦେଖୁଥାଅ। ଏହା କହି ସେ ସ୍ତ୍ରୀ ଲୋକଟିକୁ ବଞ୍ଚାଇବା ପାଇଁ ନଦୀକୁ ଡେ଼ଇଁ ପଡିଲା। କିଛି ସମୟ ଚେଷ୍ଟା କଲା ପରେ ସ୍ତ୍ରୀ ଲୋକଟିକୁ ନିଜ କାନ୍ଧରେ ବସାଇ ନଦୀକୂଳକୁ ଆଣିଲେ। ଏହା ଦେଖି ଅନ୍ୟ ଦୁଇଜଣ ଶିଷ୍ୟ ତାର ବହୁତ ମଜାକ କଲେ। ଏବଂ କହିଲେ ଏବେ ତୁମର ଧର୍ମ ଭ୍ରଷ୍ଟ ହୋଇଯାଇଛି। ଏବେ ତୁମେ ଆମ ସହ ରହିବା ପାଇଁ ଯୋଗ୍ୟ ନୁହଁ। ତମେ ଆମ ଠାରୁ ଦୂରେଇ ରୁହ ନହେଲେ ତୁମକୁ ବି ସ୍ପର୍ଶ କଲେ ଆମର ଧର୍ମ ଭ୍ରଷ୍ଟ ହୋଇଯିବ। କିଛି ସମୟ ଚାଲିବା ପରେ ତାଙ୍କର ଗୁରୁଙ୍କ ପାଖରେ ପହଁଚି ଥିଲେ। ଏବଂ ରାସ୍ତାରେ ଘଟିଥିବା ସମସ୍ତ କାର୍ଯ୍ୟ ବିଷୟରେ ଗୁରୁଙ୍କୁ ଜଣାଇଥିଲେ। କହିଥିଲେ ଆମେ ଦୁଇଜଣ ତାକୁ ବହୁତ ମନା କରୁଥିଲେ ସେ ସ୍ତ୍ରୀ ଲୋକଟିକୁ ସ୍ପର୍ଶ କରିବା ପାଇଁ ହେଲେ ସେ ଆମ କଥା ମାନି ନଥିଲା। ସେ ସ୍ତ୍ରୀକୁ ସ୍ପର୍ଶ କରି ବହୁତ ପାପ ସେ ଅର୍ଜନ କରିଛି। ତେଣୁ ତାକୁ ତାର ଦ-ଣ୍ଡ ମିଳିବା ଉଚିତ। ଭଗବାନ ଗୌତମ ବୁଦ୍ଧ ଶିଷ୍ୟଙ୍କୁ ପାଖକୁ ଡାକି ପଚାରିଲେ ସେ ଭିଖୁଙ୍କ ଦ୍ୱାରା ସେହି ସ୍ତ୍ରୀଟିକୁ କାଦ୍ଧରେ ସାହାରା ଦେଇ ବାହାରକୁ ଆଣିବାରେ କେତେ ସମୟ ଲାଗିଥିଲା।

ଦୁଇ ଜଣଯାକ ସାଙ୍ଗ ହୋଇ ଉତ୍ତର ଦେଇଥିଲେ କମସେକମ ତାକୁ ପାଣି ଭିତରୁ ଆଣିବା ପାଇଁ ୨୫ ମିନିଟ ସମୟ ଲାଗିଥିଲା। ଭଗବାନ ବୁଦ୍ଧ ପୁଣି ପଚାରିଲେ ଏହି ଘଟଣା ପରେ ତୁମକୁ ଏଠାକୁ ଆସିବା ପାଇଁ କେତେ ସମୟ ଲାଗିଲା। ଦୁଇ ଜଣ ପୁଣି ଉତ୍ତର ଦେଲେ ଏଠାକୁ ଆସିବା ପାଇଁ ପ୍ରାୟ ଆମକୁ ୮ ଘଣ୍ଟା ସମୟ ଲାଗିଲା। ଭଗବାନ ବୁଦ୍ଧ ଟିକିଏ ହସି ଦେଇ ସେ ଦୁଇ ଜଣଙ୍କୁ କହିଲେ ସେ ଭିକ୍ଷୁକ ଜଣଙ୍କ ସ୍ତ୍ରୀ ଲୋକଟିର ଜୀବନ ବଞ୍ଚେଇବାକୁ ଯାଇ କେବଳ ୨୪ ମିନିଟ ନିଜ କାଦ୍ଧରେ ସହାରା ଦେଇଥିଲେ। ଯାହା ଏକ ମହତ କାମ ଯାହା ଏକ ଦୟାବାନ ମଣିଷ ହିଁ କରିଥାଏ। ତମେ ଦୁଇ ଜଣ ତ ପୂର୍ବ ୮ ଘଣ୍ଟା ଧରି ସେ ସ୍ତ୍ରୀଟିକୁ ନିଜ ମନ ଭିତରେ ବସେଇରଖିଛ। କାହିଁକିନା କାହିଁକିନା ଏଠିକୁ ଆସି ମୋ ପାଖରେ ସେ ବିଷୟରେ ସ୍ୟୁକାର କରିପାରିବ। ଏହା ଏକ ଖରାପ କାମ ଏବଂ ନିର୍ଦୟ ମଣିଷ ହିଁ କରିପାରିବ। ତୁମେ ଦୁଇ ଜଣ ମତେ ଏବେ କୁହ ତୁମ ଠାରୁ ବଡ଼ ପାପୀ ଆଉ କିଏ ଅଛି। ଏହା ଶୁଣି ସେ ଦୁଇ ଜଣ ପୁରା ନିରୁତର ହୋଇଯାଇଥିଲେ। ତାଙ୍କ ପାଖରେ କହିବା ପାଇଁ କିଛି ଉତ୍ତର ନଥିଲା। ସେ ଜାଣି ପାରିଥିଲେ କି ପାପ ଶରୀରରେ ନୁହେଁ ମନ ଭିତରୁ ହିଁ ଆସିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *