Excuse Me Odisha

ଯାହା କହିବୁ ସତ କହିବୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀରେ ଏହି ୭ ଟି ଭୁଲ କାମ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ କୁହାଯାଏ ଯେବେ ଯେବେ ପୃଥିବୀ ଉପରେ ଧର୍ମର ପତନ ହୋଇଥାଏ ସେବେ ସେବେ ଭଗବାନ ମନୁଷ୍ୟ ରୂପ ନେଇ ପୃଥିବୀରେ ଅବତାର ନେଇ ଆସିଥାନ୍ତି। ଆଉ ଏହିଭଳି ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ଅବତାରରେ ଜନ୍ମ ନେଇଥିଲେ। ଆଉ ଏହି ଦିନକୁ ଆମେ କୃଷ୍ଣ ଜନ୍ମାଷ୍ଟମୀ ରୂପରେ ପାଳନ କରାଯାଏ। ବନ୍ଧୁଗଣ ଆମର ଦେଶରେ କୃଷ୍ଣ ଜନ୍ମାଷ୍ଟମୀର ପର୍ବ ବହୁତ ଖୁସିରେ ପାଳନ କରାଯାଇଥାଏ। ଆଉ ଏହିଦିନ ଆମେ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପର ବିଶେଷ ପୂଜା ଆରାଧନା କରିଥାଉ। ଲଡୁ ଗୋପାଳଙ୍କୁ ଘରେ ସ୍ଥାପିତ କରିଥାଉ। ଆଉ ବିଧି ବିଧାନରେ ରାତ୍ରି କାଳରେ ଯେଉଁ ପ୍ରକାରର ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା ଆମେ ସମସ୍ତେ ଆମ ଘରେ ସେହି ପ୍ରକାରର ଖୁସିର ବାତାବରଣରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସ୍ୟବ ପାଳନ କରିଥାଉ। ବନ୍ଧୁଗଣ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ କିଛି ଏମିତି କାମ ଅଛି ଯାହାକୁ ଆପଣ ଭୁଲରେ ବି କରିବା ଉଚିତ ହୋଇନଥାଏ। ଯଦି ଆପଣ ବ୍ରତ କରିବେ ତାହେଲେ ଖାସ କରି ଏହି କଥାକୁ ଧ୍ୟାନ ରଖିବା ଉଚିତ ଅଟେ। ସେଥିପାଇଁ ଆମେ ଆଜିର ଏହି ପୋଷ୍ଟରେ ଗୋଟି ଗୋଟି କରି ଜଣେଇବୁ ସେ କେଉଁ କାମ ଯାହାକୁ ଆପଣ କୃଷ୍ଣ ଜନ୍ମାଷ୍ଟମୀ ଦିନ ଭୁଲରେ କରିବା ଉଚିତ ନୁହେଁ।

ବନ୍ଧୁଗଣ କିଛି ଏମିତି କାମ କୃଷ୍ଣ ଜନ୍ମାଷ୍ଟମୀ ଦିନ ଆପଣ ଭୁଲରେ ବି କରିବେ ନାହିଁ। ଜନ୍ମାଷ୍ଟମୀ ବ୍ରତ ରଖୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଉ ବ୍ରତ ରଖୁ ନଥିବା ବ୍ୟକ୍ତି ମାନଙ୍କ ପାଇଁ ଏହିସବୁ କଥା ସମାନ ଅଟେ। ଜନ୍ମାଷ୍ଟମୀ ଦିନ ତୁଳସୀ ଗଛକୁ ନଷ୍ଟ କରିବା କିମ୍ବା ତୁଳସୀ ପତ୍ର ତୋଳିବା ଶୁଭ ମାନାଯାଇନଥାଏ କାରଣ ତୁଳସୀଙ୍କୁ କୃଷ୍ଣପ୍ରିୟା କୁହାଯାଇଛି। ମାନ୍ୟତା ଅନୁସାରେ ତୁଳସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତି ପ୍ରିୟ ଅଟନ୍ତି। ଏଥିପାଇଁ ଏହିଦିନ ତୁଳସୀର ପତ୍ର ତୋଳିବା କିମ୍ବା ତୁଳସୀ ଗଛକୁ କଷ୍ଟ ଦେବାଭଳି କାମକୁ ବହୁତ ଅଶୁଭ ବୋଲି ମାନାଯାଇଥାଏ। ଏହି ଜାଗାରେ ଯଦି ଜନ୍ମାଷ୍ଟମୀ ଦିନ ନୂଆ ତୁଳସୀ ଗଛ ଆଣି ଘରେ ଲଗାନ୍ତି ତାହେଲେ ବହୁତ ଶୁଭ ମାନାଯାଇଥାଏ। ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯଦି ଜନ୍ମାଷ୍ଟମୀ ଦିନ ଆମେ ତୁଳସୀ ପତ୍ର ତୋଳିବା ନାହିଁ ତାହେଲେ ଆମେ ଭୋଗରେ ତୁଳସୀ ପତ୍ର କେମିତି ବ୍ୟବହାର କରିବା। କାରଣ ବିନା ତୁଳସୀ ପତ୍ରରେ କାହ୍ନାଙ୍କ ଭୋଗ ଲାଗିବ ନାହିଁ। ତେବେ ଏହାର ଉପରେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ଭୋଗ ପାଇଁ ତୁଳସୀ ପତ୍ର ତୋଳିପାରିବେ। ଯଦି ଜନ୍ମାଷ୍ଟମୀରେ ଦ୍ୱିତୀୟ କାମ ଯାହା କରିବା ଉଚିତ ନୁହେଁ ତାହା ହେଲା ଭାତ ଖାଆନ୍ତୁ ନାହିଁ। ଯେଉଁଲୋକ ଜନ୍ମାଷ୍ଟମୀ ବ୍ରତ କରିଥାନ୍ତି ସେମିତିରେ ସେମାନେ ଅନ୍ନର ଭଜନ କରନ୍ତି ନାହିଁ। କିନ୍ତୁ ଯେଉଁଲୋକ ଜନ୍ମାଷ୍ଟମୀର ବ୍ରତ କରି ନଥାନ୍ତି ସେମାନଙ୍କୁ ବି ଏହିଦିନ ଭାତ ନଖାଇବା ଉଚିତ। ଏକାଦଶୀ ଏବଂ ଜନ୍ମାଷ୍ଟମୀ ଦିନ ଭାତ ଖାଇବାକୁ ମନା କରାଯାଇଥାଏ। ଜନ୍ମାଷ୍ଟମୀଦିନ ଖାଇବାରେ ରସୁଣ ପିଆଜ କିମ୍ବା ଆମିଷ ଖାଆନ୍ତୁ ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ସବୁ ମନୁଷ୍ୟ ଏକ ସମାନ ଅଟନ୍ତି। ଭଗବାନ ଶ୍ରୀକୃଷ୍ଣ ଧନୀ ଏବଂ ଗରିବ ଭକ୍ତଙ୍କ ଠାରେ ଅନ୍ତର ପାନ୍ତର କରନ୍ତି ନାହିଁ। ତାଙ୍କ ପାଇଁ ଧନୀ ଏବଂ ଗରିବ ଭକ୍ତ ଏକ ସମାନ ଅଟନ୍ତି। ଏଥିପାଇଁ ଜନ୍ମାଷ୍ଟମୀ ଦିନ ଭୁଲରେ ବି କୌଣସି ଗରିବଙ୍କୁ ଅନାଦର କରନ୍ତୁ ନାହିଁ। ଯଦି ଭୁଲରେ ବି କୌଣସି ଗରୀବର ଅନାଦର କରନ୍ତି ତାହେଲେ ଏଥିରେ ବି ଭଗବାନ ଶ୍ରୀକୃଷ୍ଣ ଅପ୍ରସନ୍ନ ହୋଇଯିବେ। ଜନ୍ମାଷ୍ଟମୀ ଦିନ ଗଛ କାଟିବା ବହୁତ ଅଶୁଭ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟକ ଜୀବଜନ୍ତୁଙ୍କ ଠାରେ ବାସ କରିଥାନ୍ତି ଓ ପ୍ରତ୍ୟକ ଜିନିଷ ତାଙ୍କ ଠାରେ ବାସ କରିଥାଏ। ଏମିତିବି କୁହାଯାଏ ଏହି ଦିନ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ। ଏହା ଦ୍ୱାରା ଘର ପରିବାରରେ ସୁଖ ଶାନ୍ତି ବନିରହିଥାଏ। ଜନ୍ମାଷ୍ଟମୀ ଦିନ ଭୁଲରେ ବି ଗାଈ ମାନଙ୍କର ଅପମାନ କରନ୍ତୁ ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ମାନଙ୍କୁ ଅତିପ୍ରିୟ ହୋଇଥାଏ। ଏମିତି ମାନାଯାଏ ଆଜିର ଦିନରେ ଯେଉଁମାନେ ଗାଈର ସେବା କରନ୍ତି ଗାଈ ମାନଙ୍କୁ ଅଧିକ ଭଲ ପାଇଥାନ୍ତି ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ନିଶ୍ଚୟ ମିଳିଥାଏ। ଯେଉଁ ଲୋକ ଜନ୍ମାଷ୍ଟମୀ ବ୍ରତ ରଖନ୍ତି ସେମାନଙ୍କୁ ରାତି ୧୨ ଟା ପୂର୍ବରୁ ନିଜର ବ୍ରତ ସାରିବା ଉଚିତ ନୁହେଁ। ତାର ପୂର୍ବରୁ ବ୍ରତ ସାରିଲେ ଜନ୍ମାଷ୍ଟମୀ ବ୍ରତର ଫଳ ଅଧାରେ ରହିଯାଏ। ଏବଂ ବ୍ରତକୁ ଅଧା ହିଁ ମାନାଯାଇଥାଏ। ଏହା ସହିତ ଜନ୍ମାଷ୍ଟମୀ ଦିନ ଆଉ କିଛି କଥା ରହିଛି ଯାହାର ଧ୍ୟାନ ଆପଣଙ୍କୁ ନିଶ୍ଚୟ ରଖିବା ଉଚିତ। ଜନ୍ମାଷ୍ଟମୀ ଦିନ ଯଦି ଆପଣ ବ୍ରତ କରି ପାରୁନାହାନ୍ତି ତାହେଲେ ପୂଜା ଆପଣ ନିଶ୍ଚୟ କରନ୍ତୁ। ଯଦି ଶରୀର ଆପଣଙ୍କର ସକ୍ଷମ ନାହିଁ ବ୍ରତ କରିବା ପାଇଁ କିମ୍ବା ଆପଣ ବୀମାର ଅଛନ୍ତି ତାହେଲେ ଆପଣ ପୂଜା ନିଶ୍ଚୟ କରନ୍ତୁ। ତା ସହିତ ଏହିଦିନ ଆପଣଙ୍କୁ ବ୍ରହ୍ମଚାରିଣୀ ପାଳନ କରନ୍ତୁ। ଏହିଦିନ ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଏହିଦିନ ଝଗଡା କରନ୍ତୁ ନାହିଁ। ଖରାପ ଭାଷାର ବ୍ୟବହାର କରନ୍ତୁ ନାହିଁ। ଏହିସବୁ କରିବା ଠିକ ହୋଇନଥାଏ। ଏହା ସହିତ ମସୁର ଡାଲି, ବାଇଗଣ ମୂଳାର ସେବନ ଜନ୍ମାଷ୍ଟମୀ ଦିନ ଯଦି ଆପଣ ବ୍ରତ କଁରୁନାହାନ୍ତି ତାହେଲେ ଭୁଲରେ ବି ଖାନ୍ତୁ ନାହିଁ। ମନରେ କୌଣସି ପ୍ରକାରର ନକାରାତ୍ମକ ବିଚାର ଆଣନ୍ତୁ ନାହିଁ। କିମ୍ବା ଅନ୍ୟ କାହା ପାଇଁ ଖରାପ ବିଚାର ଆଣନ୍ତୁ ନାହିଁ। ଏହିଦିନ ଆପଣ ଭଗବାନଙ୍କ ଧ୍ୟାନରେ ରୁହନ୍ତୁ ଯଦି ଆପଣ ବ୍ରତ କରୁନାହାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *