Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଅଷ୍ଟମୀ ପୂଜାରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ କେବେବି ଧନର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ୩୦ ଅଗଷ୍ଟ ସୋମବାର ଦିନ ଜନ୍ମାଅଷ୍ଟମୀ ପୂଜା ଅଟେ। ଏବଂ ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସ୍ୟବ ପୂଜା ପାଳନ କରାଯାଏ। ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷରେ ଅଷ୍ଟମୀ ତିଥିକୁ ଶ୍ରଦ୍ଧା ଭାବରେ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସ୍ୟବ ପାଳନ କରିଥାନ୍ତି। ଏହି ଦିନ କିଛି ଖାସ ଗୁପ୍ତ ଉପାୟ ଥାଏ ଯାହାକୁ କରିବା ଦ୍ୱାରା ମନୁଷ୍ୟକୁ ଧନ ସମ୍ପତ୍ତି ସମୃଦ୍ଧି ଏବଂ ସଫଳତା ସମାଜରେ ମାନ ସମ୍ମାନ ଏହିସବୁ ପ୍ରାପ୍ତ ହୋଇଥାଏ। କାରଣ ଜନ୍ମାଅଷ୍ଟମୀକୁ ତତ୍ରର ଚାରି ରାତ୍ର ମଧ୍ୟରୁ ଗୋଟିଏ ରାତ୍ରି ମାନାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ହୋଇଥାନ୍ତି ସେମାନଙ୍କ ପାଇଁ ଏହି ବ୍ରତ କରିବା ବହୁତ ଲାଭଦାୟକ ହୋଇଥାଏ। ଯେଉଁ ଲୋକ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ସେମାନଙ୍କୁ ଏହି ବ୍ରତ ନିଶ୍ଚୟ କରିବା ଉଚିତ। ଏବଂ କୁଆଁରୀ ଝିଅମାନେ ବ୍ରତ ରଖି ଭଗବାନ ଶ୍ରୀକୃଷ୍ଣଙ୍କୁ ଝୁଲଣାରେ ଝୁଲେଇଲେ ସେମାନଙ୍କର ବିବାହର ଶୀଘ୍ର ଯୋଗ ବନିଥାଏ। ଏହି ଦିନ ବ୍ରତ ପୂଜା କରିବା ବହୁତ ଭଲ ହୋଇଥାଏ ଆଉ ଯଦି ଆପଣଙ୍କ ଜୀବନରେ ସଙ୍ଘର୍ଷ ଅଧିକା ଅଛି ଟେନସନ ଅଧିକା ଅଛି ତେବେ ଆପଣ ଆପଣଙ୍କର ଭାଗ୍ୟକୁ ବଦଳାଇବା ପାଇଁ ପ୍ରସ୍ତୁତ ହୋଇଯାଅନ୍ତୁ। ଏହିଥର ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କର କିଛି ଜରୁରୀ ଜିନିଷ ଅର୍ପଣ କରିବା ଉଚିତ। ଏଥିରେ ଆପଣଙ୍କର ଉନ୍ନତିର ରାସ୍ତା ଖୋଲିଯିବ ଏବଂ ଯାହାର ସନ୍ତାନ ନାହିଁ ସେମାନେ ଏହି ବ୍ରତକୁ କରି ବାଳ ଗୋପାଳଙ୍କ ପରି ସୁନ୍ଦର ସନ୍ତାନର କାମନା କରିଥାନ୍ତି। ସେମାନଙ୍କୁ ଏହି ଉପାୟ ନିଶ୍ଚୟ କରିବା ଦରକାର। ଯେକୌଣସି ମନକାମନା ହେଉ ଧନଲାଭ ହେଉ ଟଙ୍କା ପଇସାର ବୃଦ୍ଧି ହେଉନାହିଁ କୌଣସି ଜବର ସମସ୍ୟା ହେଉ ଚାକିରୀର ସମସ୍ୟା ହେଉ କୌଣସି ଡିଲ ଚୂଡାନ୍ତ ହେଉନାହିଁ ରାସ୍ତାରେ ବାଧା ଆସୁଥିଲେ ଏହିଭଳି ସବୁ ପ୍ରକାରର ମନକାମନା ବହୁତ ଜଲଦି ପୂରଣ ହୋଇଥାଏ। ଏହିଦିନ ସସକଳ୍ପ ଉପବାସ ରଖିବାକୁ ହେବ। ଅର୍ଦ୍ଧରାତ୍ରିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଜନ୍ମ କରାଇ ପ୍ରସାଦ କରାଇବା ଅତି ଶୁଭଦାୟକ ହୋଇଥାଏ। ଯେଉଁଲୋକ ଏହି ବ୍ରତ ରଖିବାକୁ ଚାହୁଁଥାନ୍ତି ସେମାନେ ଧ୍ୟାନ ରଖିବେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ପୂର୍ବରୁ ୧୧.୩୦ ପୂର୍ବରୁ ଆପଣ ସ୍ନାନ କରିଦିଅନ୍ତୁ। ସ୍ନାନରେ ଅଳ୍ପ କଳା ରାଶି ମିଶାଇ ଦିଅନ୍ତୁ। ଯେଉଁଲୋକଙ୍କୁ ରାତିରେ ସ୍ନାନ କରିବା ସୁଟ କରିନଥାଏ ସେମାନେ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖି ସ୍ନାନ କରିବା ଉଚିତ କିମ୍ବା ହାତ ମୁହଁ ଧୋଇ ବସ୍ତ୍ର ଧାରଣ କରିବା ଉଚିତ। ଏହାପରେ ହିଁ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତି ଏବଂ ତାଙ୍କ ଫୋଟକୁ ଛୁଇଁବା ଉଚିତ। ଧ୍ୟାନ ରଖିଥିବେ ଭଗବାନଙ୍କୁ ଯାହା ସବୁ ଜିନିଷ ବ୍ୟବହାର କରିବେ ସେଥିରେ ଗଙ୍ଗା ଜଳ ଛିଞ୍ଚିବେ ଏବଂ ଡାହାଣ ହାତରେ ହିଁ ପୂଜାର ସବୁ ଜିନିଷ ଅର୍ପଣ କରିବେ। ଏହା ସହିତ ତୁଳସୀ ପତ୍ର ସବୁ ଭୋଗରେ ନିଶ୍ଚୟ ଅର୍ପଣ କରିବା ଉଚିତ। ଏହା ସହିତ ଆପଣ ଖାସ ୫ ଟି ଜିନିଷ ହୋଇଥାଏ ଯାହାକୁ ଆପଣ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଉଚିତ। ପୁରା ଭକ୍ତି ଭାବରେ ଅର୍ପଣ କରନ୍ତୁ। ପୁର୍ଣ ବିଶ୍ୱାସରେ ଅର୍ପଣ କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହିସବୁ କଣ କଣ।

ସର୍ବପ୍ରଥମ ଜିନିଷ ଯାହା ଅର୍ପଣ କରିବାର ଅଛି ତାହା ଗାଈ ଏବଂ ବାଛୁରୀ ଅଟେ। ଯଦି ଆପଣ ଗାଁରେ ରହୁଛନ୍ତି, ଯଦି ରଖିବା ପୋଷିବୁଲ ଅଟେ ତାହେଲେ କିଣିପାରିବେ। ଯଦି ଆପଣ ସହର କିମ୍ବା ବିଦେଶରେ ରହୁଛନ୍ତି ଯଦି ଗାଁରେ ଏହା କିଣିବା ପୋଷିବୁଲ ନଥିବ ତେବେ ଆପଣ ଛୋଟ ରୁପାର ଗାଈ ଏବଂ ବାଛୁରୀର ମୂର୍ତ୍ତି ନେଇକି ଆସନ୍ତୁ। ଏବଂ ଭଗବାନଙ୍କ ପାଖରେ ସ୍ଥାପିତ କରନ୍ତୁ। ଯଦି ଆପଣ ରୁପାର ମୂର୍ତି ଆଣି ପାରୁନାହାନ୍ତି ତେବେ ମାଟିର ମୂର୍ତି ଆଣିପାରିବେ। ଖାସ କରି ଯଦି ଆପଣଙ୍କର ଖରାପ ଆର୍ଥିକ ସ୍ଥିତିରେ ଦିନ ବିତୁଛି ତାହେଲେ ଜନ୍ମାଷ୍ଟମୀ ଦିନ ଆପଣଙ୍କୁ ଗାଈ ଏବଂ ବାଛୁରୀର ମୂର୍ତି ଆଣିବା ଉଚିତ। ଏମିତି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ। ଏହା ସହିତ ସନ୍ତାନ ପ୍ରାପ୍ତି ପାଇଁ ଆପଣଙ୍କୁ ଗାଈ ଏବଂ ବାଛୁରୀର ମୂର୍ତି ଆଣି ଭଗବାନଙ୍କୁ ଅର୍ପଣ କରିବା ଅତି ଶୁଭଦାୟକ ହୋଇଥାଏ।

ଦ୍ୱିତୀୟ ଜିନିଷ ଯାହା ବହୁତ ଚମତ୍କାର ହୋଇଥାଏ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତି ପ୍ରିୟ ହୋଇଥାଏ ଆଉ ତାହା ହେଲା କଇଁଚ ବା କୁଞ୍ଜ। ଆପଣ ମାନେ ଦେଖିଥିବେ ଭଗବାନ ଶ୍ରୀକୃଷ୍ଣଙ୍କୁ କଇଁଚ ମାଳ ପିନ୍ଧା ଯାଇଥାଏ। ଆଉ ଏହି ଦିନ ଆପଣ କଇଁଚ ମାଳ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ବହୁତ ଖାସ ହୋଇଥାଏ। ଏବଂ ପରେ ଆପଣ ଚାହିଁଲେ ସେହି ମାଳାକୁ ନିଜେ ଧାରଣ କରିପାରିବେ। କିମ୍ବା ସେହି ମାଳାରେ ଜପ କରିପାରିବେ ଏହା ସହିତ ଆପଣ ଏହି ମାଳାର ଦାନକୁ ଆପଣ ସିନ୍ଦୁକରେ ରଖିପାରିବେ। କୌଣସି ହଳଦିଆ କିମ୍ବା ସବୁଜ କପଡ଼ାରେ ବାନ୍ଧି ଏହି ଜିନିଷ ରଖିବା ଦ୍ୱାରା ଆପଣ ଧନକୁ ନିଜ ଆଡକୁ ଆକର୍ଷଣ କରିପାରିବେ।

ଜନ୍ମାଅଷ୍ଟମୀରେ ଯେଉଁ ତୃତୀୟ ଜିନିଷଟି ଅଟେ ଯାହା ଆପଣଙ୍କୁ ଆଣିବା ଦରକାର ତାହା ହେଉଛି ଦକ୍ଷିଣବତୀ ଶଙ୍ଖ। କୁହାଯାଏ ଯେଉଁ ଘରେ ଏହି ଶଙ୍ଖ ରହିଥାଏ ସେହି ଘରେ କେବେବି ଧନ ସମ୍ପତ୍ତିର ଅଭାବ ରହେ ନାହିଁ। ଏବଂ ଯେଉଁ ପରିବାରରେ ବିଧି ବିଧାନରେ ଏହି ଶଙ୍ଖର ସ୍ଥାପନା କରାଯାଇଥାଏ ସେଠାକୁ ଭୁତ ପ୍ରେତ ନକାରାତ୍ମକ ଶକ୍ତିର ପ୍ରବେଶ ହୁଏ ନାହିଁ। ଏଥିପାଇଁ ଦକ୍ଷିଣାବତୀ ଶଙ୍ଖକୁ ଘରେ ପ୍ରତିଷ୍ଠା କରିବା ଉଚିତ। ଜନ୍ମାଷ୍ଟମୀ ଦିନ ଏହି ଶଙ୍ଖରେ କ୍ଷୀର ନେଇ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରିବା ଉଚିତ। ଏହା ଅତି ଶୁଭଦାୟକ ହୋଇଥାଏ। ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ଏହି ଶଙ୍ଖର ପ୍ରୟୋଗରେ ଋଣ ହେଉ ରୋଗ ହେଉ ଦରିଦ୍ରତା ହେଉ ସବୁ ନଷ୍ଟ ହୋଇଯାଏ ଏବଂ ସବୁ ପ୍ରକାରର ସମ୍ପୂର୍ଣ୍ଣତା ଆସିଥାଏ।

ଚତୁର୍ଥ ଜିନିଷ ଯାହା ଆପଣ ଘରକୁ ଆଣିବେ ଜନ୍ମାଷ୍ଟମୀରେ ତାହା ହେଉଛି ବଇଁଶି। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ବଇଁଶିକୁ ନିଜ ପାଖରେ ରଖିଥାନ୍ତି। ପ୍ରେମ ଏବଂ ଶାନ୍ତିର ସନ୍ଦେଶ ଦେଉଥିବା ବାଉଁଶର ବଇଁଶି ତାଙ୍କର ଶକ୍ତି ଥିଲା। ଖାସ କରି ଯଦି ଆପଣଙ୍କ ଘରରେ ବାସ୍ତୁଦୋଷ ଯୋଗୁ ଚିନ୍ତିତ ରହୁଛନ୍ତି ତାହେଲେ ଜନ୍ମାଷ୍ଟମୀର ପବିତ୍ର ଦିନ ଆସୁଛି। ଏହା ଠାରୁ ଆଉ ଭଲ ଦିନ କେବେ ମିଳିବନି। ଆପଣ ଘରକୁ ବଇଁଶି ନେଇକି ଆସନ୍ତୁ। ଏବଂ ରାତି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ସେହି ବଇଁଶିକୁ ଅର୍ପଣ କରି ଦିଅନ୍ତୁ। ଆଉ ପର ଦିନ ସକାଳୁ ସେହି ବଇଁଶିକୁ ଆପଣ ଆପଣଙ୍କର ଘରର ପୂର୍ବ ଦିଗର କାନ୍ଥରେ ଲଗାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଘରର ବାସ୍ତୁଦୋଷ ଧୀରେ ଧୀରେ ସମାପ୍ତ ହୋଇଯିବ। ଏମିତି କରିବା ଦ୍ୱାରା ଘରେ ସକାରାତ୍ମକ ବୃଦ୍ଧି ପାଇବ ଏବଂ ଆର୍ଥିକ ଅସୁବିଧା ଦୂର ହେବାରେ ସାହାର୍ଯ୍ୟ କରିବ। ଯଦି ମାନସିକ ଚିନ୍ତା ଅଧିକ ରହିଥାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗଡା ହେଉଥିଲେ ଜନ୍ମାଷ୍ଟମୀ ଦିନ ଯେଉଁ ବଇଁଶି ଆଣିବେ ତାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପରେ ସେହି ବଇଁଶିକୁ ଆପଣଙ୍କ ଶୋଇବା ରୁମର ବେଡ଼ ପାଖରେ ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବାକୁ ଲାଗିବ। ଯଦି ଘରେ କୌଣସି ସଦସ୍ୟ ବୀମାର ରୁହନ୍ତି ତାହେଲେ ତାଙ୍କ ରୁମରେ କବାଟ ଉପରେ କିମ୍ବା ମୁଣ୍ଡ ପାଖରେ ବଇଁଶି ରଖିବା ଦ୍ୱାରା ସ୍ୱାସ୍ଥ୍ୟରେ ଲାଭ ମଧ୍ୟ ମିଳିଥାଏ।

ପଞ୍ଚମ ଜିନିଷ ଯାହା ଆପଣଙ୍କୁ ଅର୍ପଣ କରିବାର ଅଛି ତାହା ହେଉଛି ଗୋମତି ଚକ୍ର। ଧ୍ୟାନ ରଖିଥିବେ ଗୋମତି ଚକ୍ର କିଣିବା ବେଳେ ଦେଖିକି ଆଣିବେ। କାରଣ ସବୁଠୁ ଅଧିକ ନକଲି ମିଳିଥାଏ ଯାହା କ୍ୟାଲସିୟମରେ ତିଆରି ହୋଇଥାଏ। ପଥର ଓ କାଚର ବି ମିଳିଥାଏ। କିଣିଲା ବେଳେ ଦେଖିକି କିଣିବେ। ଜ୍ୟୋତିଷରେ ତିଆରି ଅର୍ଜିନାଲ ହିଁ ନେବେ। ଏବଂ ଗୋମତି ଚକ୍ରକୁ କୌଣସି ବ୍ରହ୍ମଚାରୀ ପଣ୍ଡିତ ଦ୍ୱାରା ୮୮ ହଜାର ଜପ କରାଇ ସିଦ୍ଧ କରି ରଖିବା ଉଚିତ। ଯଦି ଆପଣ ବ୍ୟବସାୟରେ ଚାକିରୀରେ ଏବଂ ଚାକିରୀରେ ପ୍ରୋମଶନ ପାଇଁ ଜନ୍ମାଷ୍ଟମୀ ଦିନ ୧୧ ଟି ଗୋମତି ଚକ୍ର ନେଇ ଲଡୁ ଗୋପାଳଙ୍କୁ ଅର୍ପଣ କରାନ୍ତି ଆପଣଙ୍କ କାର୍ଯ୍ୟରେ ସମ୍ପର୍ଣ୍ଣତା ପାଇଁ ପ୍ରାର୍ଥନା କରନ୍ତି ତାହେଲେ ଆପଣଙ୍କୁ ଅବଶ୍ୟ ହିଁ ସଫଳତା ମିଳିବ। ତାପରେ ସେହି ଚକ୍ରକୁ ଘରର ମୁଖ୍ୟ ଦ୍ୱାରରେ କିମ୍ବା ଅଫିସରେ କିମ୍ବା ଦୋକାନ ଘରେ ଏହାକୁ ହଳଦିଆ ରେଶମ ବସ୍ତ୍ରରେ ବାନ୍ଧିକି ଝୁଲେଇ ଦିଅନ୍ତୁ। ଆପଣ ଚାହିଁଲେ ଏହି ଚକ୍ରକୁ ଆପଣଙ୍କ ଧନ ରଖୁଥିବା ସିନ୍ଦୁକରେ ରଖି ପାରିବେ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ଜୀବନରେ ମତଭେଦ ରହୁଛି ତାହେଲେ ୧୧ ଟି ଗୋମତି ଚକ୍ରକୁ ଧଳା କପଡ଼ାରେ ବାନ୍ଧି ଘରର ଦକ୍ଷିଣ ଦିଗରେ କୌଣସି ଗାମଲାରେ କିମ୍ବା ମାଟି ତଳେ ପୋତି ଦିଅନ୍ତୁ। କିମ୍ବା ଘରର ପଲଙ୍କର ଗଦି ତଳେ ଏହାକୁ ରଖିଦିଅନ୍ତୁ। ଏହା ଦ୍ୱାରା ମତଭେଦ ଦୂର ହୋଇଥାଏ। ଏବଂ ବୈବାହିକ ଜୀବନ ସୁଖରେ କଟିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *