Excuse Me Odisha

ଯାହା କହିବୁ ସତ କହିବୁ

ଫୁଲ ନଥିଲେ ପୂଜା କିପରି କରିବେ। କେଉଁ ଫୁଲ ବାସୀ ଅଟେ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ହିନ୍ଦୁ ଧର୍ମର ପୂଜାରେ ଫୁଲର ବହୁତ ମହତ୍ତ୍ୱ ରହିଥାଏ। ମହାଭାରତରେ ଏମିତି କୁହାଯାଇଛି ଯେବେବି କୌଣସି ଭକ୍ତ ନିଷ୍ଠା ମନରେ ଭଗବାନଙ୍କୁ ଫୁଲ ଅର୍ପଣ କରିଥାଏ ଭଗବାନ ବହୁତ ଖୁସି ହୁଅନ୍ତି ସନ୍ତୁଷ୍ଟ ହୁଅନ୍ତି। ଏବଂ ପରିଣାମ ସ୍ୱରୂପ ଭଗବାନ ଭକ୍ତଙ୍କୁ ସମୃଦ୍ଧି ପ୍ରଦାନ କରିଥାନ୍ତି। କୌଣସି ପ୍ରକାରରେ ଧାର୍ମିକ କାର୍ଯ୍ୟରେ ସେ ପ୍ରାର୍ଥନା ହେଉ କିମ୍ବା ଆରାଧନା। ସବୁ ଜାଗାରେ ଫୁଲ ବିନା ସବୁ ଅଧୁରା ଅଟେ। ପୂଜାରେ ସବୁ ପ୍ରକାରର ଫୁଲର ବ୍ୟବହାର କରାଯାଏ। ଏହା ସହ କିଛି ଫୁଲ ଏମିତି ବି ଅଟେ ଯାହା ଭଗବାନଙ୍କର ବହୁତ ଖାସ ଅଟେ। ଏହି ପୋଷ୍ଟରେ ଆମେ ଜାଣିବା କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢ଼େଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏବଂ ଭଗବାନଙ୍କୁ ଫୁଲ ଅର୍ପଣ କରିବାର କିଛି ନିୟମ ବିଷୟରେ ଜାଣିବା। ଏବେ ଆସନ୍ତୁ ଜାଣିବା କେଉଁ ଫୁଲ ବାସୀ ଅଟେ। ତାକୁ କେମିତି ଠାକୁରଙ୍କ ପାଖରେ ଚଢ଼େଇବେ। ଏବଂ ଜାଣିବା ଫୁଲ ବିନା କିପରି ଆପଣ ପୂଜା କରିବେ।

ଆସନ୍ତୁ ଜାଣିବା ଫୁଲ ବିନା ପୂଜା ଆପଣ କିପରି କରିବେ।

ପ୍ରତିଦିନ ପୂଜାରେ ଯଦି ଆମ ପାଖରେ ଫୁଲ ନାହିଁ ଯଦି ଫୁଲର ଅଭାବ ରହୁଛି ତାହେଲେ ଆପଣ ଶାସ୍ତ୍ରରେ କୁହାଯାଇଥିବା କଥାକୁ ଧ୍ୟାନରେ ପଢ଼ନ୍ତୁ। ଯଦି ନିତ୍ୟ ପୂଜାରେ ଫୁଲର ଅଭାବ ହୁଏ ତାହେଲେ ଜଳ ଦ୍ୱାରା, ଦୁବ ଦ୍ୱାରା କିମ୍ବା ଅକ୍ଷଶତ ପୂଜା କରାଯାଇପାରିବ। ଭଗବାନ ବିଷ୍ଣୁଙ୍କର ପୂଜାରେ ଅକ୍ଷଶସ୍ତ୍ର ବ୍ୟବହାର କରାଯାଇନଥାଏ ସେଥିପାଇଁ ଭଗବାନ ବିଷ୍ଣୁଙ୍କର ପୂଜାରେ ଦୁବର ବ୍ୟବହାର କରିପାରିବେ। ସେହିପରି ମା ଦୁର୍ଗାଙ୍କ ପୂଜାରେ ଦୁବର ବ୍ୟବହାର ହୋଇନଥାଏ। ମା ଦୁର୍ଗାଙ୍କ ପୂଜାରେ ଆପଣ ଅକ୍ଷଶତ ବ୍ୟବହାର କରିପାରିବେ। ଆପଣ ଜାଣିଥିବେ କି ନାହିଁ ଅକ୍ଷଶତ ମାନେ କଣ। ଅକ୍ଷଶତ ମାନେ କହିଲେ ଭାଙ୍ଗି ନଥିବା ଅରୁଆ ଚାଉଳ। ଯାହାକୁ ଅକ୍ଷଶତ ମଧ୍ୟ କୁହାଯାଏ।

ଠାକୁରଙ୍କୁ ବାସୀ ଫୁଲ ଦିଆଯାଏ ନାହିଁ।

ଯଦି ଫୁଲ ତୋଳି ଆଣି ଫ୍ରିଜରେ ରଖନ୍ତି ଏବଂ ତାର ପର ଦିନ ଠାକୁର ପୂଜା କରିବାକୁ ଚାହୁଁଛନ୍ତି ତାହେଲେ ସେହି ଫୁଲ ବାସୀ ଫୁଲ ହୋଇଯାଇଥାଏ। ବଜାରରେ ମିଳୁଥିବା କୁସୁମ ଫୁଲ ମଧ୍ୟ ବାସୀ ଅଟେ। କାରଣ ସେହି ଫୁଲରେ ପାଣି ଛିଞ୍ଚି ଛିଞ୍ଚି ରଖାଯାଇଥାଏ। ସେଥିପାଇଁ ସେହି ଫୁଲ ବାସୀ ଅଟେ। ଶାସ୍ତ୍ରରେ କୁହାଯାଇଛି କେବଳ ପଦ୍ମ ଫୁଲକୁ ଆମେ ବାସୀ ଫୁଲ କହିବା ନାହିଁ। ତାହା ପୁଣି ୫ ଦିନ ପର୍ଯ୍ୟନ୍ତ। ୫ ଦିନରୁ ଯଦି ଅଧିକ ସମୟ ରହୁଛି ତାହେଲେ ୬ ଦିନରେ ପଦ୍ମ ଫୁଲ ବାସୀ ହୋଇଯାଏ। ୫ ଦିନ ପର୍ଯ୍ୟନ୍ତ ପଦ୍ମ ଫୁଲକୁ ଧୋଇ ଧୋଇ ଭଗବାନଙ୍କ ପାଖରେ ଚଢେଇ ପାରିବେ। ସେହିପରି ତୁଳସୀ ପତ୍ର କେବେବି ବାସୀ ହୁଏ ନାହିଁ। ସବୁବେଳେ ସଜ ରହିଥାଏ। ତୁଳସୀ ପତ୍ର ଶୁଖିକି ଗୁଣ୍ଡ ହୋଇଗଲେ ମଧ୍ୟ ସଜ ହୋଇଥାଏ। ସେହିପରି ବେଲ ପତ୍ର ମଧ୍ୟ କେବେବି ବାସୀ ହୁଏନାହିଁ। ସର୍ବଦା ଶୁଦ୍ଧ ଅଟେ। ବେଲ ପତ୍ରକୁ ଧୋଇକି ବାରମ୍ବାର ଭଗବାନଙ୍କ ପାଖରେ ଅର୍ପଣ ଅରିପାରିବେ। ସେମିତି ଅଁଳା ପତ୍ର ଦୁଇ ଦିନ ପର୍ଯ୍ୟନ୍ତ ଶୁଦ୍ଧ ରହିଥାଏ। ଏବଂ ମାଳତୀ ଫୁଲ ଶୁଖିଲା ହୋଇଗଲେ ମଧ୍ୟ ତାହା ଶୁଦ୍ଧ ହୋଇଥାଏ। ଅନ୍ୟାନ୍ୟ ଫୁଲ ଯାହା ସବୁ ରହିଲା ସେହି ସମସ୍ତ ଫୁଲ ଗୋଟିଏ ରାତି ପାହିଗଲା ପରେ ଆମେ ସେହି ଫୁଲକୁ ବାସୀ ବୋଲି କହିଥାଉ। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କୁ ଯେବେବି ଫୁଲ ହାର ଅର୍ପଣ କରନ୍ତି ସେତେବେଳେ ଧ୍ୟାନ ରଖିଥିବେ ସେହି ଫୁଲ ହାରରେ ଗଣ୍ଠି ପକେଇବେ ନାହିଁ। ବିନା ଗଣ୍ଠିର ଫୁଲ ହାର ପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରିବେ ନାହିଁ। ଏହା ସହିତ ଅନ୍ୟାନ୍ୟ ଦେବା ଦେବୀଙ୍କୁ ଯେତେବେଳେ ଆପଣ ପୂଜା କରୁଛନ୍ତି ତାଙ୍କୁ ଯେଉଁ ଫୁଲ ହାର ଅର୍ପିତ କରିବେ ସେଥିରେ ଆପଣ ଗଣ୍ଠି ପକେଇ ପାରିବେ। ଏହା ସହିତ ଆପଣ ଧ୍ୟାନ ରଖିଥିବେ ଭଗବାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ନିଜର ବିଶି ଆଙ୍ଗୁଠିରେ ଫୁଲ ଛୁଇଁବେ ନାହିଁ। ବିଶି ଆଙ୍ଗୁଠି ଛୁଇଁ ଫୁଲ ତୋଳା ଯାଏ ନାହିଁ କି ଫୁଲ ଅର୍ପଣ କରାଯାଇନଥାଏ। ଏହା ସହିତ ଧ୍ୟାନ ରଖନ୍ତୁ ଫୁଲ ତୋଳି ସାରିବା ପରେ ଫୁଲକୁ ଧୋଇକି ଠାକୁରଙ୍କ ପାଖରେ ଚଢାନ୍ତୁ ନାହିଁ। ଫୁଲକୁ ଯେମିତି ହିଁ ତୋଳି ଆଣିବେ ସେହି ଫୁଲକୁ ମାଳ କରି କିମ୍ବା ଗୋଟି ଗୋଟି ଫୁଲ ଠାକୁରଙ୍କ ପାଖରେ ଅର୍ପଣ କରିବେ। ଦେବତାଙ୍କୁ ସବୁବେଳେ ଫୁଲରେ ସଜେଇକି ରଖିବେ। ଫୁଲକୁ ସୁନ୍ଦର ଭାବରେ ସଜେଇବେ। ଫୁଲକୁ କେବେବି ଦୂରରୁ ଫୋପାଡିବେ ନାହିଁ ଠାକୁରଙ୍କ ଉପରକୁ। ଯେତେ ଦୂର ସମ୍ଭବ ଠାକୁରଙ୍କୁ ଫୁଲରେ ସଜେଇ ରଖିବେ। ଯେମିତି ଲାଗିବ ଠାକୁର ଫୁଲ ପିନ୍ଧିଛନ୍ତି। ଦେବତାଙ୍କୁ ଫୁଲ ପିନ୍ଧେଇବାର ଗୋଟିଏ ନିୟମ ଅଛି। ପ୍ରଥମେ ଭଗବାନଙ୍କ ପାଦରେ ଫୁଲ ଅର୍ପଣ କରି ପାଦ ପୂଜା କରାଯାଏ। ଏହା ପରେ ଠାକୁରଙ୍କ ମସ୍ତକ ଏବଂ ଗଳାରେ ଫୁଲ ଦେଇପାରିବେ। ସେହିପରି ଆଳତୀ ମଧ୍ୟ ପାଦରୁ ଆରମ୍ଭ କରାଯାଇଥାଏ। ଅନେକ ଲୋକ ପୂଜା କରିବା ସମୟରେ ଫୁଲ କମ ଥିଲେ ଫୁଲର ପାଖୁଡାକୁ ଖଣ୍ଡ ଖଣ୍ଡ କରି ଠାକୁରଙ୍କୁ ଅର୍ପଣ କରିଥାନ୍ତି। ଏମିତି କରିବା ଅନୁଚିତ ଅଟେ। କାରଣ ଗୋଟିଏ ଫୁଲର ଗୋଟିଏ ରୂପ ଥାଏ ଆଉ ସେହି ଫୁଲକୁ ଖଣ୍ଡ ଖଣ୍ଡ କରି ଠାକୁରଙ୍କୁ ଅର୍ପଣ କରିବା ଠିକ ନୁହେଁ। ଯଦି ଆପଣ ଫୁଲ ତୋଳି ଆସିବା ପରେ ସେହି ଫୁଲର ପାଖୁଡା ଝଡି ପଡିଛି ତାହେଲେ ସେହି ଫୁଲ ପାଖୁଡାକୁ ଆପଣ ଭୋଗ ପାଣି ଛଡେଇବା ସମୟରେ ବ୍ୟବହାର କରିପାରିବେ। ସବୁବେଳେ ଧ୍ୟାନ ରଖିଥିବେ ଗୋଟା ଫୁଲ ଠାକୁରଙ୍କୁ ଚଢାଇବା ପାଇଁ।

ଏବେ ଆସନ୍ତୁ ଜାଣିବା କେଉଁ ଭଗବାନଙ୍କୁ କେଉଁ ଫୁଲ ଅତି ପ୍ରିୟ ହୋଇଥାଏ।

ଭଗବାନ ଗଣେଶଙ୍କୁ ସବୁ ନାଲି ରଙ୍ଗର ଏବଂ ହଳଦିଆ ରଙ୍ଗର ଫୁଲ ପସନ୍ଦ ହୋଇଥାଏ। ଏହା ସହ କେଶର ରଙ୍ଗ ଓ ହଳଦିଆ ରଙ୍ଗର ମଖମଲି ଫୁଲ ଭଗବାନ ଗଣେଶଙ୍କୁ ଅତି ପ୍ରିୟ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଭଗବାନ ଶିବନଙ୍କର ପ୍ରିୟ ଫୁଲ।

୫୨ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ଯେତେବେଳେ ବିଶର ସେବନ କରିଥିଲେ ସେତେବେଳେ ତାଙ୍କ ଶରୀରରୁ ଧୁତୁରା ଗଛର ଜନ୍ମ ହୋଇଥିଲା। ସେବେଠାରୁ ଧୁତୁରା ଫୁଲ ଭଗବାନ ଶିବଙ୍କର ପ୍ରିୟ ଫୁଲ ଅଟେ। ଏମିତି ମାନାଯାଏ ନିଜ ଭିତରେ ଥିବା ଅହଂକାର ଏବଂ ଇର୍ଷାକୁ ନଷ୍ଟ କରିବା ପାଇଁ ଭଗବାନ ଶିବଙ୍କୁ ଧୁତୁରା ଫୁଲ ଅର୍ପଣ କରିବା ଉଚିତ।

ମା କାଳୀଙ୍କ ପ୍ରିୟ ଫୁଲ।

ମା କାଳୀଙ୍କୁ ନାଲି ରଙ୍ଗର ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ। ଏହି ଫୁଲର ଆକାର ମା କାଳୀଙ୍କ ଜିଭ ସହିତ ମେଳ ଖାଇଥାଏ। ତଥା ଫୁଲର ନାଲି ରଙ୍ଗ ମା କାଳୀଙ୍କ ଉଗ୍ର ରୂପର ପ୍ରତୀକ ଅଟେ।

ଭଗବାନ ହନୁମାନଙ୍କ ପ୍ରିୟ ଫୁଲ।

ଭଗବାନ ହନୁମାନଙ୍କୁ ଯସ୍ମୀନ ଫୁଲ ବା ଚମେଲି ଫୁଲ ଅତି ପ୍ରିୟ ଅଟେ। ମାନ୍ୟତା ଏହା ଅଟେ କି ଭଗବାନ ହନୁମାନଙ୍କୁ ୫ ଟି ଜାସ୍ମିନ ଫୁଲ ଅର୍ପଣ କରିବା ଉଚିତ। ଏହା ସହ ଭଗବାନ ହନୁମାନଙ୍କୁ ଜାସ୍ମିନ ଫୁଲରେ ସିନ୍ଦୁର ମିଶେଇ ଅର୍ପଣ କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଫୁଲ।

ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅତି ପ୍ରିୟ ଅଟେ। ତୁଳସୀ ଜଟ ଏବଂ ପତ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଇଥାଏ। ଏହା ସହ ନୀଳ ରଙ୍ଗର ପଦ୍ମ ଫୁଲ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତିପ୍ରିୟ ହୋଇଥାଏ।

ମା ସ୍ୱରସ୍ୱତୀଙ୍କର ପ୍ରିୟ ଫୁଲ।

ମା ସ୍ୱରସ୍ୱତୀଙ୍କୁ ସବୁଠାରୁ ପଳାସ ଫୁଲ ଅତି ପ୍ରିୟ ଅଟେ। ଏବଂ ଆଉ ସବୁ ଧଳା ରଙ୍ଗର ଫୁଲ ମା ସ୍ୱରସ୍ୱତୀଙ୍କୁ ପ୍ରିୟ ହୋଇଥାଏ। ଏହା ସହ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅତି ପ୍ରିୟ ଅଟେ। ଭଗବାନ ବ୍ରହ୍ମାଙ୍କୁ ଧଳା ରଙ୍ଗର ଫୁଲ ଅତି ପ୍ରିୟ ହୋଇଥାଏ। ସୂର୍ଯ୍ୟ ଭଗବାନଙ୍କୁ ବି ପଦ୍ମ ଫୁଲ ଅତି ପ୍ରିୟ ହୋଇଥାଏ। ଭଗବାନ ରାମଙ୍କୁ ଜାସ୍ମିନ ଫୁଲ ଅତି ପ୍ରିୟ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *