Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ବର୍ଷା କରୁଥିବା ଗଛ, କରନ୍ତୁ ଏହି ସହଜ ଉପାୟ, ଏବେ ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଅଶ୍ୱତ୍ଥ ଗଛ ବିଷୟରେ ଏବଂ ତାର ଦୈବୀ ଗୁଣ ବିଷୟରେ। ପୂଜା କରିବାର ବିଧିବିଧାନ, କିପରି ପୂଜା କଲେ ଏବଂ କେଉଁଦିନ ପୂଜା କଲେ ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ଘରେ ଧନଧାନ୍ୟ ପ୍ରାପ୍ତ ହୋଇଥାଏ, ଆସନ୍ତୁ ଜାଣିବା।

ଅଶ୍ୱତ୍ଥ ଗଛକୁ ଅନେକ ଲୋକେ ଭ-ୟ କରି ଥାଆନ୍ତି। ଏମିତି ସମସ୍ତେ କହିଥାନ୍ତି କି ଅଶ୍ୱତ୍ଥ ଗଛରେ ଭୂ-ତ ପ୍ରେତ ବାସ କରି ଥାଆନ୍ତି। ଆହୁରି ଲୋକେ ଅଶ୍ୱତ୍ଥ ଗଛକୁ ପୂଜା ମଧ୍ୟ କରି ଥାଆନ୍ତି। ପ୍ରକୃତ ବାସ୍ତବତା କଣ? ଘର, ଅଫିସ ଆଦି ପାଖରେ ଅଶ୍ୱତ୍ଥ ଗଛ ଥିଲେ ଗଛକୁ କାଟିବା ପାଇଁ ଅନେକ ଲୋକେ ଭ-ୟ କରି ଥାଆନ୍ତି। ଅଶ୍ୱତ୍ଥ ଗଛକୁ କାହିଁକି ପୂଜା କରାଯାଏ? ଯାହାଫଳରେ କଣ ମିଳିଥାଏ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଜାଣିବା। ପ୍ରଥମେ ଜାଣିବା ଏହି ଅଶ୍ୱତ୍ଥ ଗଛକୁ କାହିଁକି ଲୋକେ ଭୟ କରି ଥାଆନ୍ତି? ଅଶ୍ୱତ୍ଥ ଗଛକୁ କେବେବି ଶନିବାର ଦିନ ଛୁଇଁବା ଉଚିତ ନୁହେଁ। ବିଶେଷକରି ରବିବାର ଦିନ ଅଶ୍ୱତ୍ଥ ଗଛକୁ ଛୁଇଁବା ଉଚିତ ନୁହେଁ। ଏହି ଅଶ୍ୱତ୍ଥ ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି, ଏହାର ଖରାପ ପ୍ରଭାବ ରବିବାର ଦିନ ରହିଥାଏ। ଜାଣତରେ ହେଉ ବା ଅଜାଣତରେ ହେଉ ରବିବାର ଦିନ ବା ରାତ୍ରି ସମୟରେ ଅଶ୍ୱତ୍ଥ ଗଛକୁ ସ୍ପର୍ଶ କରିବା ଉଚିତ ନୁହେଁ। ଛୁଇଁବା ଦ୍ଵାରା କ୍ଷୟକ୍ଷତି ହୋଇଥାଏ, ଏଣୁ ପୂର୍ବପୁରୁଷ ବା ପୁରୁଣା ଲୋକ ମାନେ କହିଥାନ୍ତି କି ଅଶ୍ୱତ୍ଥ ଗଛ ପାଖକୁ ଯିବା ଠିକ୍ ନୁହେଁ। ଏବେ ଜାଣିବା ଅଶ୍ୱତ୍ଥ ଗଛକୁ କେଉଁ ଦିନ କିପରି ପୂଜା କଲେ କଣ ଫଳ ମିଳିଥାଏ। ଧର୍ମ ଶାସ୍ତ୍ରରେ ବର୍ଣିତ ଅଛି କି ଅଶ୍ୱତ୍ଥ ଗଛ ମୂଳରେ ବ୍ରହ୍ମା ଓ ଦେହରେ ବିଷ୍ଣୁ ଏବଂ ଶାଖା ମାନଙ୍କରେ ଶିବ ବାସ କରି ଥାଆନ୍ତି ଏବଂ ପତ୍ର ଗୁଡ଼ିକ ମଧ୍ୟରେ ସବୁ ଦେବୀ ଦେବତା ବାସ କରନ୍ତି। ବିଶେଷକରି ଶନିବାର ଦିନ ଭଗବାନ ଶନିଦେବ ବାସ କରି ଥାଆନ୍ତି। ଅଶ୍ୱତ୍ଥ ଗଛକୁ ପୂଜା କରିବା ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ପ୍ରତିଦିନ ଅଶ୍ୱତ୍ଥ ଗଛକୁ ପୂଜା କଲେ ସମସ୍ତ ଦେବାଦେବୀଙ୍କ କୃପା ମିଳିଥାଏ। କୁହାଯାଏ କି ଭଗବାନ ବୁଦ୍ଧ ଏହି ଅଶ୍ୱତ୍ଥ ଗଛ ମୂଳରେ ବସି ଧ୍ୟାନ କରି ଥିଲେ ଏବଂ ତାଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥିଲା। ହିନ୍ଦୁ ଶାସ୍ତ୍ରରେ ଅଛି କି କେବେବି ଅଶ୍ୱତ୍ଥ ଗଛକୁ କାଟିବା ଉଚିତ ନୁହେଁ।ଏପରି କରିବା ଦ୍ବାରା ବ୍ୟକ୍ତି ଅକାଳରେ ମୃ-ତ୍ୟୁବ-ରଣ କରିଥାଏ। ସେମିତି ହେଲେ କୌଣସି ପଣ୍ଡିତଙ୍କୁ ଡାକି ହୋମ ଯଜ୍ଞ କରି ଅଲଗା କୌଣସି ସ୍ଥାନରେ ଅଶ୍ୱତ୍ଥ ଗଛକୁ ରୋପଣ କରନ୍ତୁ। ବନ୍ଧୁଗଣ ଏହି ଅଶ୍ୱତ୍ଥ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କଲେ ଏବଂ ପରିକ୍ରମା କଲେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ରୋଗ, ଋଣ ଶତ୍ରୁ ନାଶ ହୋଇଥାଏ। ଧନଧାନ୍ୟ ବୃଦ୍ଧି ହୋଇଥାଏ। ଜୀବନରେ ଉନ୍ନତି ଆସିଥାଏ। ବିଶେଷକରି ଶନିବାର ଦିନ ଅଶ୍ୱତ୍ଥ ଗଛ ପୂଜା କରିବା ଦ୍ୱାରା ଶନିଦେବ ଏବଂ ଲକ୍ଷ୍ମୀନାରାୟଣଙ୍କ କୃପା ମିଳିଥାଏ। ଏହିଦିନ ଅମାବାସ୍ୟା ଥିଲେ ଶନିଙ୍କ କୃପା ମିଳିଥାଏ ଏବଂ ଏହିଦିନ ପୂର୍ଣ୍ଣିମା ଥିଲେ ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।

ବନ୍ଧୁଗଣ କାହାର ଶନି ଦଶା ଚାଲୁ ଥିଲେ, ଶନିବାର ଦିନ ଅସ୍ଵସ୍ଥ ଗଛ ମୂଳରେ ମାଟି ଦୀପଟିଏ ଜାଳନ୍ତୁ ଓ ରାଶି କିଛି ଅର୍ପଣ କରନ୍ତୁ। ଏହାଦ୍ବାରା ଧନଧାନ୍ୟ ବୃଦ୍ଧି ହୋଇଥାଏ। ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। ବର୍ଷସାରା ସୋରିଷ ତେଲର ଦୀପ ଜାଳି ପାରିବେ। କିନ୍ତୁ କାର୍ତ୍ତିକ ମାସରେ ଘିଅର ଦୀପ ଜାଳିବା ଉଚିତ ହୋଇଥାଏ। ବନ୍ଧୁଗଣ ଅମାବାସ୍ୟା ଦିନ ଏହି ଅଶ୍ୱତ୍ଥ ଗଛ ମୂଳରେ ଯଦି ୧୦୮ ଥର ପରିକ୍ରମା କରନ୍ତି, ତାହେଲେ ଅନେକ ପ୍ରକାରର ସୁଖ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ପୂର୍ଣ୍ଣିମା ଦିନ ଅଶ୍ୱତ୍ଥ ଗଛ ମୂଳରେ ଯଦି ଫୁକ, ଫଳ, ଧୂପ ଦୀପ ଓ ନୈବେଦ୍ୟ ସହିତ ଜଳ ଅର୍ପଣ କରନ୍ତି ତାହେଲେ ମାଆ ଲକ୍ଷ୍ମୀଙ୍କର ଅପାର କୃପା ଲାଭ ହୋଇଥାଏ।ଯାହାଫଳରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ବନ୍ଧୁଗଣ ଅଶ୍ୱତ୍ଥ ଗଛ ମୂଳରେ ଗଙ୍ଗା ଜଳ, କ୍ଷୀର, ଶୁଦ୍ଧ ଜଳ ଅର୍ପଣ କରିବା ଉଚିତ। ନୈବେଦ୍ୟ ରୂପରେ ମିଠା ଦେଇ ପାରିବେ। ଅରୁଆ ଚାଉଳ ଦେଇ ଶନିଦେବଙ୍କ ସମେତ ଲକ୍ଷ୍ମୀନାରାୟଣଙ୍କ କୃପା ପ୍ରାପ୍ତି ହୋଇଥାଏ। ଅଶ୍ୱତ୍ଥ ଗଛ ମୂଳରେ ଧୂପଦୀପ ଦେଇ ପୂଜା କଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ସମସ୍ତ ପ୍ରକାରର ସୁଖ ବୃଦ୍ଧି ହୋଇଥାଏ। କିନ୍ତୁ ଏହା ଜାଣି ରଖିବା ଉଚିତ କି ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥ ଗଛ ମୂଳକୁ ଯିବା ଉଚିତ ନୁହେଁ। ରବିବାର ଦିନ ଅଶ୍ୱତ୍ଥ ଗଛ ମୂଳକୁ ଯିବା ଉଚିତ ନୁହେଁ। ସେଦିନ ଅଲକ୍ଷ୍ମୀ ବାସ କରିଥାନ୍ତି।

ବନ୍ଧୁଗଣ ଶନିବାର ଦିନ ଗୋଟେ କୁମ୍ଭ ପାଣିରେ କିଛି ଚିନି, କିଛି ଗୁଡ଼ , କିଛି ବୁନ୍ଦା ସୋରିଷ ତେଲ, କିଛି ରାଶି, ଅଶ୍ୱତ୍ଥ ଗଛକୁ ଅର୍ପଣ କରନ୍ତି ଏବଂ ଅଶ୍ୱତ୍ଥ ଗଛର ଗୋଟେ ପତ୍ର ନିଜ ପାଖରେ ରଖନ୍ତି, ତାହେଲେ ଧନର ବର୍ଷା ହୋଇଥାଏ। ଆର୍ଥିକ ଅଭାବ କେବେବି ଦେଖା ଦେଇ ନଥାଏ। ଯେଉଁମାନେ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଦୀପଟିଏ ଲଗାଇ ଧଳା ରଙ୍ଗ ପତାକା ଲଗାଇଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣଙ୍କ ଶତ୍ରୁ ବଢ଼ି ଚାଲିଥାନ୍ତି ଏବଂ କଳହ ଝଗଡ଼ା ବଢି ଚାଲିଥାଏ। ତାହେଲେ ଶତ୍ରୁ ମାନଙ୍କ ନାମ ସ୍ମରଣ କରି ଯେତିକି ଶତ୍ରୁ ସେତିକି ଲେମ୍ବୁ ଅଶ୍ୱତ୍ଥ ଗଛ ମୂଳରେ ରଖିଦେଇ ପରିକ୍ରମା କରି ଆସନ୍ତୁ।ଏହା କୁହାଯାଏ କି ମୁଁ ଏଠି ମୋର ଶତ୍ରୁ ମାନଙ୍କୁ ଛାଡି ଚାଲି ଯାଉଛି।

ବନ୍ଧୁଗଣ ଶନି ଦଶା ଯଦି ଅଧିକ କଷ୍ଟ ଦେଉଛି ତାହେଲେ କିଛି ସୁଜି, କିଛି ଶାବୁ ଘିଅରେ ଭାଜି ଗୋଟେ ନଡ଼ିଆ ସଢେଇରେ ପୁରେଇ ଅଶ୍ୱତ୍ଥ ଗଛରେ ମାଟି ଖୋଳି ପୋତି ଦିଅନ୍ତୁ। ଅଶ୍ୱତ୍ଥ ଗଛରେ ଶନିବାର ଦିନ ସୋରିଷ ତେଲ କିମ୍ବା ରାଶି ତେଲ ଅର୍ପଣ କରିବା ଉଚିତ। ଅଶ୍ୱତ୍ଥ ଗଛ ମୂଳରେ ଚାରି ପାଖରେ ପ୍ଲାଷ୍ଟର କଲେ ନିଜ ଘରର ନିର୍ମାଣ ଶୁଭ ରହିଥାଏ। କିନ୍ତୁ ଭୁଲରେ ସେହି ପ୍ଲାଷ୍ଟର ଉପରେ ନିଜର ନାମ ଲେଖନ୍ତୁ ନାହିଁ, ଏହା ଅଶୁଭ ସଂକେତ ଦେଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *