Excuse Me Odisha

ଯାହା କହିବୁ ସତ କହିବୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୀବନରେ ଏହି ୧୦ ଟି ଭୁଲ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଗୃହରେ ଏହି ୧୦ ଟିରୁ କୌଣସି ଗୋଟିଏ ଉପାୟ ଆପଣ କରି ଆପଣଙ୍କ ଜୀବନରେ ଆସୁଥିବା ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରନ୍ତୁ।

ଆପଣଙ୍କ ଦୈନନ୍ଦିନ ଜୀବନରେ ଏପରି କିଛି ଭୁଲ କରିଥାନ୍ତି ଆପଣମାନେ ଯାହାକି ବାସ୍ତୁଦୋଷ ସୃଷ୍ଟି କରିଥାଏ। ତାକୁ ଦୁରେଇ ଦେଲେ ଆପଣଙ୍କ ଜୀବନରେ ପୁନର୍ବାର ସଫଳତା ଫେରିଆସିଥାଏ। ତେବେ ଆସନ୍ତୁ ଜାଣିବା ସେହି ୧୦ ଟି ସହଜ ଉପାୟ କଣ କଣ।

ଭାଙ୍ଗିଯାଇଥିବା ଦର୍ପଣ। ଯଦି ଆପଣଙ୍କ ଘରେ କୌଣସି ଭାଙ୍ଗିଯାଇଥିବା ଦର୍ପଣ ରହୁଛି ତାହେଲେ କିମ୍ବା ଦର୍ପଣ କାଠ ଟିକିଏ ବି ଫାଟି ଥାଉ ତାକୁ ତୁରନ୍ତ ନିଜ ଠାରୁ ଦୂରେଇ ଦିଅନ୍ତୁ। କାରଣ ଏହା ଆପଣଙ୍କ ସୌଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ କରିପାରେ ବା ବାସ୍ତୁଦୋଷ ସୃଷ୍ଟି କରିଥାଏ।

କୌଣସି ପକ୍ଷୀ ଯଦି ଆପଣଙ୍କ ଘରେ ବସା ବାନ୍ଧିଥାନ୍ତି ପ୍ରାୟତଃ ପାରା ମାନେ ଘରେ ବସା ବାନ୍ଧିଥିବାର ଆପଣମାନେ ଦେଖିବାକୁ ପାଆନ୍ତି, ସେ ପାରା ହୁଅନ୍ତୁ କିମ୍ବା ଯେକୌଣସି ପକ୍ଷୀ ହୁଅନ୍ତୁ ଘରକୁ ଆସିଲେ କ୍ଷତି ନାହିଁ କିନ୍ତୁ ଯଦି ଘରେ ବସା ସେମାନେ ବାନ୍ଧନ୍ତି ତାହେଲେ ତୁରନ୍ତ ତାଙ୍କୁ ସେଠାରୁ ଘଉଡ଼ାଇ ଦିଅନ୍ତୁ ଏବଂ ତାଙ୍କ ବସାକୁ ଘରୁ କାଢି ଦିଅନ୍ତୁ। କାରଣ ଏହା ଆପଣ ମାନଙ୍କ ପାଇଁ ଶୁଭ ସଂକେତ ନୁହେଁ।

ଘରେ ଯଦି କୌଣସି ପାଣି ଟ୍ୟାପ ଲିକେଜ ହେଉଛି ଥୋପ ଥୋପ ହୋଇକି ଯଦି ଟିକେ ଟିକେ ହୋଇକି ପାଣି ତା ଭିତରୁ ପଡୁଛି ଏହା ଆପଣଙ୍କ ଘରର ଧନ ସମ୍ପତ୍ତିକୁ କମାଇ ଥାଏ। ତେଣୁ ଅତି ଶୀଘ୍ର ଆପଣ ଏହାକୁ ରିପାରିଙ୍ଗ କରନ୍ତୁ।

ଖରାପ ଘଣ୍ଟା। ଯଦି ଆପଣଙ୍କ ଘରେ କୌଣସି କାନ୍ଥ ଘଣ୍ଟା ଖରାପ ଅଛି ତେବେ ତାକୁ ତୁରନ୍ତ ରିପାରିଙ୍ଗ କରନ୍ତୁ। ନଚେତ ପରିବର୍ତ୍ତନ କରି ନୂଆ ଘଣ୍ଟା ଲଗାନ୍ତୁ ଏବଂ ସେ ଘଣ୍ଟାକୁ ଗୃହରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବାସ୍ତୁଦୋଷ ସୃଷ୍ଟି କରିଥାଏ।

ବାସୀ ଫୁଲ। ଆପଣ ଯେଉଁ ଠାକୁରଙ୍କୁ ପୂଜା କରନ୍ତି ତା ପର ଦିନ ତାହା ବାସୀ ହୋଇଯାଏ। ସେ ଫୁଲକୁ ଯେତେବେଳେ କାଢ଼ନ୍ତି ସେ ବାସୀ ଫୁଲକୁ କେବେବି ଘରେ ରଖିବେ ନାହିଁ। ତାକୁ ତୁରନ୍ତ ଘର ବାହାରେ କୌଣସି ସ୍ଥାନରେ ବାହାର କରିଦିଅନ୍ତୁ କିମ୍ବା ପ୍ରଭାହିତ ଜଳରେ ଭସେଇ ଦିଅନ୍ତୁ। କାରଣ ଏହି ବାସୀ ଫୁଲ ଯଦି ଘରେ ରହେ ତାହେଲେ ଆପଣଙ୍କ ପୂଜା କେବେବି ସଫଳ ହୁଏ ନାହିଁ। ଏହା ବାସ୍ତୁଦୋଷ ମଧ୍ୟ ସୃଷ୍ଟି କରିଥାଏ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ।

ପୁରୁଣା ଜିନିଷ। ଯେକୌଣସି ଆଜିକାଲି ତ ସମସ୍ତଙ୍କ ଘରେ କିଛି ନାଁ କିଛି ଇଲେକ୍ଟ୍ରିକାଲ ଜିନିଷ ଅଛି। ଏବଂ ଯେତେବେଳେ ତାହା ଖରାପ ହୁଏ ତାହା ଇଲେକ୍ଟ୍ରିକାଲ ଜିନିଷ ହେଉ କିମ୍ବା ଯେକୌଣସି ଖରାପ ଜିନିଷ ହେଉ ତାହାକୁ ତୁରନ୍ତ ତାହାକୁ ନଷ୍ଟ କରିଦିଅନ୍ତୁ କିମ୍ବା କୌଣସି କବାଡି ବାଲା ଦୋକାନରେ ଦେଇଦିଅନ୍ତୁ। କିନ୍ତୁ ଘରେ ଖରାପ ହୋଇଯାଇଥିବା ଜିନିଷକୁ ରଖନ୍ତୁ ନାହିଁ। କାରଣ ଏହା ଆପଣଙ୍କ ଘରେ ବହୁତ ବଡ଼ ବାସ୍ତୁଦୋଷର କାରଣ ହୋଇଥାଏ। କୌଣସି ଖରାପ ହୋଇଯାଇଥିବା ବା ଡ୍ୟାମେଜ ଜିନିଷକୁ ଘରେ ରଖନ୍ତୁ ନାହିଁ। ଯାହାର ଆବଶ୍ୟକତା ନାହିଁ ତାହାକୁ ଘରେ ରଖନ୍ତୁ ନାହିଁ।

ଯଦି ଆପଣଙ୍କ ଘରରେ କୌଣସି ଜାଗାର କାନ୍ଥ ଫାଟି ଯାଇଥାଏ ବା ଫଟା ଦାଗ ଦେଖାଯାଏ ତେବେ ତାହାକୁ ତୁରନ୍ତ ରିପାରିଙ୍ଗ କରନ୍ତୁ ଏବଂ ତାହାକୁ ପ୍ଲାଷ୍ଟର କରି କଲର କରିଦିଅନ୍ତୁ। କଲର ନକଲେ ମଧ୍ୟ ତାହାକୁ ପ୍ଲାଷ୍ଟର କରି ମିଶେଇ ଦିଅନ୍ତୁ। ଫଟା ଦାଗ ଆପଣଙ୍କ ଘର ପାଇଁ ବହୁତ ଖରାପ ପ୍ରଭାବ ପକାଇଥାଏ।

ବୁଢିଆଣି ବସା। ଆପଣ ଜାଣିଛନ୍ତି ପ୍ରତ୍ୟକ ଘରେ କିଛି ନାଁ କିଛି ଅଳନ୍ଦୀ ଲାଗି ରହିଥାଏ କିନ୍ତୁ ଯଦି ଆପଣ ଦୁଇ ତିନି ଦିନରେ ଥରେ କମସେକମ ଗୋଟିଏ ଝାଡୁ ମାରିଦେବେ ତାହା ଆପଣଙ୍କ ମାନଙ୍କ ପାଇଁ ବହୁତ ଶୁଭ ହେବ। ଘର ପରିଷ୍କାର ରହିବ ଏବଂ ବୁଢିଆଣି ବସା ଘର ପାଇଁ ବହୁତ ଖରାପ ପ୍ରଭାବ ପକାଇଥାଏ ତା ସହିତ ଆପଣଙ୍କ ମସ୍ତିଷ୍କ ମଧ୍ୟ ନିଶ୍ଚିତ ଖାଲି ଖାଲି ହୋଇରହିବ। ଯେକୌଣସି କାମ କରିବେ ତାହା ସମ୍ପୂର୍ଣ ହୋଇପାରିବ ନାହିଁ ବା ସଫଳ ହୋଇ ପାରିବ ନାହିଁ ସେଥିପାଇଁ ବୁଢିଆଣି ବସା କେବେବି ଘରେ ରଖନ୍ତୁ ନାହିଁ।

ଝାଉଁଣି ପଡିଥିବା ଗଛ। ଆପଣଙ୍କ ଘରେ ତୁଳସୀ ଗଛ କିମ୍ବା ଆପଣଙ୍କ ଘରର ଆଖପାଖରେ କୌଣସି ବି ଝାଉଁଣି ପଡିଥିବା ଗଛ ଥାଏ ତେବେ ତାକୁ ତୁରନ୍ତ ଉପାଡି ଦିଅନ୍ତୁ। ଏହି ଗଛ ଆପଣଙ୍କ ପାଇଁ ବିପ-ଦର ସଂକେତ ଅଟେ। ଏପରି ବି ହୋଇପାରେ କି ଆପଣଙ୍କ ଘରକୁ କୌଣସି ବି-ପଦ ଆସିଥିଲା ସେ ଗଛଟି ତାକୁ ନେଇଯାଇଛି। ଏହା ମଧ୍ୟ ହୋଇଥାଏ। ଏହିଭଳି ଝାଉଁଣି ପଡିଥିବା ଗଛକୁ ଆପଣ ରଖନ୍ତୁ ନାହିଁ। କାରଣ ଏହା ବାସ୍ତୁଦୋଷ ସୃଷ୍ଟି କରିଥାଏ। ତାହା ଜାଗାରେ ଆଉ ଗୋଟିଏ ନୂତନ ଗଛଟିଏ ଲଗାଇ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ।

ଭଙ୍ଗା ଫୋଟ। ଆପଣଙ୍କର ଫୋଟ ହେଉ କିମ୍ବା ଯେକୌଣସି ଘରର ସଦସ୍ୟଙ୍କର ଫୋଟ ହେଉ କିମ୍ବା ଠାକୁରଙ୍କ ଫୋଟ ହେଉ କିମ୍ବା ଯେକୌଣସି ଫୋଟ ହେଉ ଯଦି ଭାଙ୍ଗିଯାଇଛି ଫୋଟ ତାହେଲେ ସେ ଫୋଟକୁ ନିଜ ପାଖରେ କିମ୍ବା ଘରେ ରଖନ୍ତୁ ନାହିଁ। ତାକୁ ତୁରନ୍ତ ନିଜ ଠାରୁ ଦୂରେଇ ଦିଅନ୍ତୁ କାରଣ ଏହା ଆପଣଙ୍କର ବାସ୍ତୁଦୋଷ ସୃଷ୍ଟି କରିଥାଏ।

ବନ୍ଧୁଗଣ ଆପଣ ଜାଣିଲେ ଏଇ ଯେଉଁ ୧୦ଟି କଥା। ତ ଏହି ୧୦ ଟି ମଧ୍ୟରୁ ଏମତିରେ ଗୋଟିଏ ଭୁଲ ଆପଣମାନେ କରୁ ନାହାନ୍ତି ତ ଯଦି କରୁଛନ୍ତି ତାହେଲେ ଆଉ କରନ୍ତୁ ନାହିଁ। ଏହି ସବୁ ଜିନିଷ ଠାରୁ ଆପଣ ଦୁରେଇ ରହିଲେ ଦେଖିବେ ଆପଣଙ୍କ ଜୀବନ ବଦଳିଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *