Excuse Me Odisha

ଯାହା କହିବୁ ସତ କହିବୁ

ସମୟ ନଷ୍ଟ କରୁଛନ୍ତି କି, ଥରେ ଏହି ପୋଷ୍ଟକୁ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

କଣ ଦେଖୁଛ,ଦୁନିଆରେ ସବୁ ରହିଯିବ କିନ୍ତୁ ସମୟ କେବେବି ରହିବନି। ସମୟ ସବୁଠାରୁ ଉତ୍ତମ ଓ ଅମୂଲ୍ୟ ଅଟେ। ଆପଣ ଏହାକୁ କିଣି ପାରିବେ ନାହିଁ, କିନ୍ତୁ ଭଲ ଭାବରେ ବ୍ୟବହାର କରି ପାରିବେ। ଯଦି ଆପଣ ସମୟକୁ ନଷ୍ଟ କରିଦେଲେ ବା ସଠିକ ଦିଗରେ ଉପଯୋଗ କଲେ ନାହିଁ, ତାହେଲେ ଏହା ପୁନର୍ବାର କେବେବି ଫେରି ଆସିବ ନାହିଁ। ଆପଣ ଜାଣିଥିବେ ସମୟ , ଟଙ୍କା ସହିତ ସମାନ ହୋଇଥାଏ। ଆମେ ସମସ୍ତେ ସମୟର ମୂଲ୍ୟକୁ ଟଙ୍କା ସହିତ ତୁଳନା କରିଥାଉ। ଆମେ ଟଙ୍କା ଭାବିଚିନ୍ତି ଖର୍ଚ୍ଚ କରିଥାଉ। ଯେପରି ଭଗବାନ ଗୌତମ ବୁଦ୍ଧ କହିଥିଲେ, ମଣିଷର ବଡ଼ ଭୁଲ ହେଉଛି ସେ ଭାବେ ତା ପାଖରେ ବହୁତ ସମୟ ଅଛି। ଯେଉଁମାନେ ଭାବୁଛନ୍ତି ଟଙ୍କା ସମୟ ଠାରୁ ବଡ଼ , ତାହେଲେ ଆପଣ ଭୁଲ ଭାବୁଛନ୍ତି। କାରଣ ସମୟ ଦେଇ ଟଙ୍କା ତ ରୋଜଗାର କରି ପାରିବେ। କିନ୍ତୁ ସମୟକୁ କେବେବି ଫେରେଇ ଆଣି ପାରିବେ ନାହିଁ। ଗୋଟେ ସେକେଣ୍ଡକୁ ଆପଣ ଗୋଟେ କୋଟି ଟଙ୍କା ଦେଲେ ମଧ୍ୟ କିଣି ପାରିବେ ନାହିଁ। କିଛି ଲୋକ କହନ୍ତି ସେମାନଙ୍କ ପାଖରେ ସମୟ ନାହିଁ। ସମସ୍ତଙ୍କୁ ଦିନରେ ୨୪ ଘଣ୍ଟା ଦିଆ ଯାଇଛି।ସମୟ ସମସ୍ତଙ୍କୁ ମିଳେ ଜୀବନ ବଦଳେଇବା ପାଇଁ, କିନ୍ତୁ ଜୀବନ ସମସ୍ତଙ୍କୁ ମିଳେ ନାହିଁ ସମୟ ବଦଳେଇବା ପାଇଁ। ସମୟର ସଠିକ ସଦୁପଯୋଗ କରିବା ଉଚିତ। ସାନ ପିମ୍ପୁଡ଼ି ଖରାଦିନେ ମଧ୍ୟ ଖାଦ୍ୟ ସଂଗ୍ରହ କରି କଠିନ ପରିଶ୍ରମ କରେ , ବର୍ଷା ଦିନରେ ତାର ଅସୁବିଧା ନ ହେବା ପାଇଁ। ପ୍ରତ୍ୟେକ ଦିନ ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଭର୍ତି ହୁଏ ନାହିଁ। କିନ୍ତୁ ପ୍ରତ୍ୟେକଦିନ ଆପଣଙ୍କ ଜୀବନରେ ୮୬୪୦୦ ସେକେଣ୍ଡ ଯୋଡି ହୋଇ ଯାଉଛି। ପ୍ରତ୍ୟେକ ସେକେଣ୍ଡକୁ ସଠିକ ଦିଗରେ ସଦୁପଯୋଗ କର। ଯଦି ଆପଣ ନିଜେ ନିଜକୁ ବଦଳିବା ପାଇଁ ଚେଷ୍ଟା କରିବେ, ତାହେଲେ ସମୟ ବଦଳିବ। ଯଦି ସମୟ ଆପଣଙ୍କୁ ବଦଳେଇବା ପାଇଁ ପ୍ରୟାସ କଲା ତାହେଲେ ଆପଣଙ୍କ ପାଇଁ ବହୁତ କଠିନ ରହିବ। ଯେପରି ସେୟାର ବଜାରରେ ବହୁତ ଟଙ୍କା ଲଗାଇଲେ, ଟଙ୍କା ବୁଡି ଯିବାର ସମ୍ଭାବନା ଥାଏ। ସେହିପରି ଆପଣ ଯଦି ସମୟକୁ ଭୁଲ୍ ଜାଗାରେ ଲଗାଇବେ ତାହେଲେ ଜୀବନ ବର୍ବା-ଦ ହୋଇ ଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *