Excuse Me Odisha

ଯାହା କହିବୁ ସତ କହିବୁ

ଆଲମାରୀରେ ଏହି ୪ ଟି ଜିନିଷ ଭୁଲରେ ବି ରଖନ୍ତୁ ନାହିଁ। ନଚେତ ଧୀରେ ଧୀରେ ହୋଇଯିବ ଭଣ୍ଡାର ଶୂନ୍ୟ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ପଇସା ଆଜିର ସମୟରେ ବହୁତ ଜରୁରୀ ଜିନିଷ ଅଟେ। ଏହା ଆପଣଙ୍କ ପକେଟର ଅଛି ତ ଆପଣଙ୍କର ଆତ୍ମବିଶ୍ବାସ ଭଟି ରହିଥାଏ। ଏହି କାରଣ ପାଇଁ ମଣିଷ ଦିନରାତି ପରିଶ୍ରମ କରିବାରେ ଲାଗିରହିଥାଏ। ଅଧିକାଂଶ ଲୋକ ପଇସା କମାଇବା ପରେ ତାହାକୁ ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି। ଏମତିରେ ବଞ୍ଚିଥିବା ପଇସା ଲୋକମାନେ ବ୍ୟାଙ୍କ ବା ଆଲମାରୀରେ ରଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଆପଣ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା ରଖିପାରନ୍ତି ମାତ୍ର ଜରୁରୀ ସମୟ ଦରକାର ପାଇଁ ଘରର ଆଲମାରୀରେ ପଇସା ରଖିବା ଜରୁରୀ ଅଟେ। ବହୁତ ଲୋକ ଗହଣା ବି ଏଥିରେ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ଏପରି କିଛି ଜିନିଷ ନିଜ ଆଲମାରୀରେ ରଖୁଛନ୍ତି ତାହେଲେ ଆପଣଙ୍କର ସମ୍ପତ୍ତି କମିବାର ଆଶଙ୍କା ରହିଥାଏ। ପଇସା ମାମଲାରେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ନଦେଇପାରେ ଏବଂ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲି ଯାଇପାରନ୍ତି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ଆଲମାରୀରେ କେଉଁ ୪ ଟି ଜିନିଷ ରଖିବା ଅନୁଚିତ। ତେବେ ଆସନ୍ତୁ ଜାଣିବା।

ମଇଳା କପଡା:-

ଘରର ଆଲମାରୀରେ ସବୁବେଳେ ସଫା ସୁତରା ଏବଂ ଧୁଆ ଯାଇଥିବା କପଡା ରଖନ୍ତୁ। ମଇଳା କପଡା ଏବଂ ଗନ୍ଧ ବାହାରୁଥିବା କପଡା ଆଲମାରୀରୁ ଦୂରେଇ ରଖନ୍ତୁ। ଏହି କପଡା ଗୁଡିକ ଆଲମାରୀରେ ପଡି ପଡି ବହୁତ ଖରାପ ପ୍ରଭାବ ପକାଇଥାଏ। ଏହି ପ୍ରଭାବ ଘରର ଆଲମାରୀର ପଇସା ଉପରେ ମଧ୍ୟ ପଡିଥାଏ। ତେଣୁ ଟଙ୍କା ପଇସା ବହୁତ ଜଲଦି ଖର୍ଚ୍ଚ ହେବାକୁ ଲାଗିଥାଏ। ତେଣୁ ଆଲମାରୀରେ ମଇଳା ବା ଗନ୍ଧ ବାହାରୁଥିବା କପଡା ଭୁଲରେ ବି ରଖନ୍ତୁ ନାହିଁ।

ଫାଟି ଯାଇଥିବା କପଡା:-

କିଛି ଲୋକ ଫଟା ଏବଂ ପୁରୁଣା କପଡା ଆଲମାରୀରେ ବର୍ଷ ବର୍ଷ ଧରି ରଖିଥାଆନ୍ତି। କାହାକୁ ମଧ୍ୟ ଦିଅନ୍ତି ନାହିଁ। ଭଲ ହେବକି ଆପଣ ଫଟା କପଡାକୁ ସିଲେଇ କରନ୍ତୁ ଏବଂ ଏମାନଙ୍କୁ ଆଉ କେଉଁଠି ରଖି ଦିଅନ୍ତୁ। କପଡା ବହୁତ ପୁରୁଣା ହୋଇଗଲେ ତାକୁ ଟଙ୍କା ପଇସା ରଖାଯାଉଥିବା ଆଲମାରୀରେ ରଖନ୍ତୁ ନାହିଁ। ଏହି ଜିନିଷ ଗୁଡିକୁ ଅନ୍ୟ କେଉଁ ଆଲମାରୀ କିମ୍ବା ବାକ୍ସରେ ରଖିଦିଅନ୍ତୁ।

ଧୂଳି ମାଟି ଏବଂ ବୁଢିଆଣି ଜାଲ:-

ଘରର ଆଲମାରୀକୁ ସବୁବେଳେ ସଫା ସୁତରା କରି ରଖନ୍ତୁ। ଏଠାରେ କଦାପି ମାଟି ଧୂଳି ଏବଂ ବୁଢିଆଣି ଜାଲ ହେବାକୁ ଦିଅନ୍ତୁ ନାହିଁ। ଯେମିତିକି ଆପଣ ଜାଣିଛନ୍ତି ମା ଲକ୍ଷ୍ମୀ ସଫା ସୁତରା ଜାଗାରେ ରହିବାକୁ ପସନ୍ଦ କରିଥାନ୍ତି। ଏହିସବୁ ଜିନିଷ ଖରାପ ଶକ୍ତି ସୃଷ୍ଟି କରିଥାଏ। ଯାହା ଫଳରେ ମାତା ଲକ୍ଷ୍ମୀ ଏହିସବୁ ଜିନିଷକୁ ପସନ୍ଦ କରନ୍ତି ନାହିଁ। ତେଣୁ ଏଥିପାଇଁ ଆପଣ ଆପଣଙ୍କ ଘରର ସଫା ସୁତରା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

କଳା ରଙ୍ଗର ବସ୍ତୁ:-

ଆପଣ ଆଲମାରୀରେ ଯେଉଁଠି ପଇସା ରଖୁଛନ୍ତି ତାହାର ଆଖପାଖରେ କଳା ରଙ୍ଗର ଜିନିଷ ବା ବସ୍ତୁ ରଖନ୍ତୁ ନାହିଁ। ଆପଣ କଳା ରଙ୍ଗର ପର୍ସରେ ଭୁଲରେ ବି ଟଙ୍କା ପଇସା ରଖନ୍ତୁ ନାହିଁ। ଏହି କଳା ରଙ୍ଗ ପଇସା କୁ ବଢାଇବାକୁ ଦିଅନ୍ତି ନାହିଁ। କଳା ରଙ୍ଗରେ ବି ନକରାତ୍ମକ ଶକ୍ତି ଅଧିକ ରହିଥାଏ। ତେଣୁ ଆପଣ ଯଥା ସମ୍ଭବ ଆପଣଙ୍କର ଟଙ୍କା ପଇସାକୁ ଲାଲ କିମ୍ବା ହଳଦିଆ ରଙ୍ଗର କପଡ଼ାରେ ଗୋଡ଼ାଇ ଆଲମାରୀରେ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ଧନ ସମ୍ପତିରେ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *