Excuse Me Odisha

ଯାହା କହିବୁ ସତ କହିବୁ

କେହି ଭଲ ନ ପାଇଲେ ଏହି କଥା ଗୁଡିକ ଜାଣି ରଖନ୍ତୁ, ଆପଣଙ୍କ ଜୀବନ ବଦଳି ଯିବ

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ ଭଲ କଥା କହିଥିଲେ, ତୁଝ୍କୋ ହି ବେହେତର ଖୁସି ଦେନେ କେଲିଏ ତୁଝକୋ ହି ୱକ୍ତ ନହିଁ ଦେ ପା ରହେ ହମ୍, ମାଫ କରନା ଏ ଜିନ୍ଦେଗୀ ତୁଝେ ଜି ନହିଁ ପାରେହେ ହମ୍।

ସମୟ ପାଖରେ ଏତେ ସମୟ ନାହିଁ ଯେ ଆପଣଙ୍କୁ ସେ ବାରମ୍ବାର ସମୟ ଦେଉଥିବ। କାହା ଉପରେ ଏତେ ମୋହ କରନ୍ତୁ ନାହିଁ ଯେ ତାହାର ଖରାପ ଗୁଣ ଆପଣଙ୍କ ଆଖିକୁ ଦେଖା ଯିବ ନାହିଁ। କାହାକୁ ଏତେ ଘୃଣା କରନ୍ତୁ ନାହିଁ ଯେ ତାହାର ଭଲ ଗୁଣ ଆପଣଙ୍କୁ ଦେଖା ଯିବ ନାହିଁ। ମଣିଷ ବ-ର୍ବାଦ ହେବାର ୬ଟି କାରଣ ରହିଥାଏ ଯେପରି ଭୟ, ନିଦ, ଆଳସ୍ୟ, ଅଜ୍ଞାନ, କ୍ରୋ-ଧ ଏବଂ କାମ। ଜୀବନରେ ଯଦି ଖୁସିରେ ବଞ୍ଚିବା ପାଇଁ ଚାହୁଁଛନ୍ତି ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ପରି ନିଜକୁ ଖାଲି କରି ଦିଅନ୍ତୁ। ବଂଶୀ ସମ୍ପୂର୍ଣ୍ଣ ଖାଲି ଥାଏ ବୋଲି ସେଥିରୁ ମଧୁର ଧ୍ଵନୀ ଉତ୍ପନ୍ନ ହୋଇଥାଏ। ଠିକ ସେହିପରି ମନକୁ ଖାଲି କରିଦେଲେ ମନରେ ଆଶା ବୋଲି କିଛି ରହିବ ନାହିଁ। ଜୀବନରେ ପାଞ୍ଚଟି ମହାମନ୍ତ୍ର ରହିଛି। ସେଗୁଡିକ ହେଉଛି ଦର୍ପଣ କେବେ ଆପଣଙ୍କୁ ମିଛ କହିବ ନାହିଁ। ଜ୍ଞାନ କେବେ ଆପଣଙ୍କୁ ଭୟଭୀତ କରାଇବ ନାହିଁ। ସତ୍ୟ କେବେ ଆପଣଙ୍କୁ ଦୁର୍ବଳ କରିବ ନାହିଁ। ପ୍ରେମ କେବେ ଆପଣଙ୍କୁ ଈର୍ଷା କରାଇବ ନାହିଁ। ଦୁଃଖ କେବେ ଆପଣଙ୍କୁ ଦୁଃଖୀ କରାଇବ ନାହିଁ। ସାଙ୍ଗ କୁମ୍ଭାର ଯେତେବେଳେ ମାଠିଆ ତିଆରି କରେ ବାହାର ମାଟିକୁ ଥାପି ଥାପି ଭିତରକୁ ତାକୁ ବହୁତ ନରମ କରିଥାଏ। ଠିକ ସେହିପରି ଭଗବାନ ଆମକୁ ଯେତେବେଳେ କଷ୍ଟ ଦେଇଥାନ୍ତି, ସେତେବେଳେ ବୁଝିବାକୁ ପଡ଼ିବ ଯେ ଆଗକୁ ବହୁତ ସୁଖ ଅଛି। ତେଣୁ ଅଧର୍ଯ୍ୟ ନହୋଇ ଭଗବାନଙ୍କ ଉପରେ ସେତିକି ବିଶ୍ୱାସ ଓ ଭରସା ରଖନ୍ତୁ କି ଭଗବାନ ଆପଣଙ୍କର କିଛି ଖରାପ କରିବେ ନାହିଁ। ଯିଏ ସମ୍ମାନରେ କେବେ ଗର୍ବିତ ହୁଏ ନାହିଁ, ଯିଏ ଅପମାନରେ କେବେ କ୍ରୋଧିତ ହୁଏ ନାହିଁ, ଯିଏ କ୍ରୋଧିତ ହେବା ପରେ କେବେ କଠୋର ହୁଏ ନାହିଁ, ବାସ୍ତବରେ ସେ ହିଁ ପ୍ରକୃତ ମଣିଷ ହୋଇଥାଏ। ଧର୍ମର ପାଞ୍ଚଟି ଆଧାର ହୋଇଥାଏ। ଯାହାକି ଜ୍ଞାନ, ପ୍ରେମ, ତ୍ୟାଗ, ସମର୍ପଣ , ଧର୍ଯ୍ୟ।ଇତିହାସ ସାକ୍ଷୀ ଅଛି ଯିଏ ମନ ଭିତରେ ବିଶ୍ୱାସ ରଖି କାମ କରେ, ସେ କେବେବି ଅସଫଳ ହୋଇ ନଥାଏ। ସେହିପରି ମନ ଭିତରେ ଆଶଙ୍କା ରଖି କାମ କରିଲେ କେବେବି ସଫଳ ହେବେ ନାହିଁ। ମନ ଭିତରେ ଯେବେ ଆପଣ ହାରି ଯିବେ, ସେତେବେଳେ ପ୍ରୟାସ କରି ଦେଖନ୍ତୁ। ଯଦି ଆପଣଙ୍କ ମନ ବୁଝୁ ନାହିଁ, ତାହେଲେ ଗୋଟେ ଛୋଟ ପିଲାକୁ ଦେଖନ୍ତୁ। ସେ କିପରି କିଛି କହି ପାରେ ନାହିଁ ଓ ନିଜ ଗୋଡ଼ରେ ଚାଲିବାକୁ ପ୍ରୟାସ କରେ। ସେ ବାରମ୍ବାର ପଡିଗଲେ ମଧ୍ୟ ନିଜେ ଉଠିବା ପାଇଁ ପ୍ରୟାସ କରେ। ସେ ବାରମ୍ବାର ପଡିଗଲେ ମଧ୍ୟ ପ୍ରୟାସ କରିବା ଛାଡ଼ି ନଥାଏ। ଶେଷରେ ସେ ଅତି ସହଜରେ ଚାଲିବା ଶିଖି ଯାଇଥାଏ। ଠିକ୍ ସେହିପରି ଜୀବନରେ କେବେବି ପ୍ରୟାସ କରିବା ଛାଡ଼ନ୍ତୁ ନାହିଁ।

ମଣିଷ କର୍ମ କରିବାରେ ଅଣଦେଖା କରିପାରେ। କିନ୍ତୁ କେବେବି କର୍ମ ଫଳରୁ ବଞ୍ଚିତ ହୋଇ ପାରିବ ନାହିଁ। କର୍ମକୁ ଡର, ଭଗବାନଙ୍କୁ ନୁହେଁ। ଭଗବାନ ଆପଣଙ୍କୁ କ୍ଷମା କରି ଦେଇ ପାରନ୍ତି କିନ୍ତୁ କର୍ମ ଆପଣଙ୍କୁ କେବେ କ୍ଷମା କରିବ ନାହିଁ। କ୍ରୋଧ ସବୁବେଳେ ମୂର୍ଖତାରୁ ଆରମ୍ଭ ହୋଇ ପଶ୍ଚାତାପରେ ଶେଷ ହୋଇଥାଏ। ଯଦି ଆମ ଚିନ୍ତାଧାରା ଖରାପ ତାହେଲେ ପ୍ରକୃତି ଆମକ ଖରାପ ଫଳ ନିଶ୍ଚିତ ଦେବ। ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ , ହେ ମାଧବ ଜୀବନରେ ଆମକୁ କାହିଁକି ଖୁସି ମିଳି ନଥାଏ। ଶ୍ରୀକୃଷ୍ଣ ବହୁତ ସୁନ୍ଦର ଉତ୍ତର ଦେଇ କହିଲେ, ଜୀବନରେ ଆମେ ଆବଶ୍ୟକତା ଠାରୁ ଅଧିକ ଆଶା କରି ଥାଉ। ସେଥିପାଇଁ ଆମକୁ ଜୀବନରେ ଖୁସି ମିଳି ନଥାଏ। ଜ୍ଞାନରୁ ଯଦି ଅହଙ୍କାର ବାହାରେ ତାହେଲେ ସେହି ଜ୍ଞାନ ବି-ଷ ସାବ୍ୟସ୍ତ ହୋଇଥାଏ। ଜ୍ଞାନରୁ ଯଦି ନମ୍ରତା ବାହାରି ଥାଏ, ତାହେଲେ ଜ୍ଞାନ ଅମୃତ ସମାନ ହୋଇଥାଏ। ଇତିହାସ କୁହେ କାଲି ସୁଖ ଥିଲା। ବିଜ୍ଞାନ କହେ କାଲି ସୁଖ ଆସିବ। ଧର୍ମ କହେ ଯଦି ହୃଦୟ ସଫା ରହେ ତାହେଲେ ସୁଖ ସର୍ବଦା ଆସିବ। ଜୀବନରେ କେବେବି କାହା ସହିତ ଛଳନା କର ନାହିଁ। କାରଣ ଛଳନା କଲେ ଆଜି ନୁହେଁ ତ କାଲି ଆପଣଙ୍କୁ ନିଶ୍ଚିତ ଛଳନା ମିଳିବ। ତେଣୁ ଜୀବନରେ କାହା ସହିତ ଛଳନା ବା ଧୋକା କାହା ସହିତ କରିବା ପୂର୍ବରୁ ଏହି କଥାକୁ ସବୁବେଳେ ମନେ ରଖନ୍ତୁ। ନିଜ ସମ୍ପର୍କରେ କେବେବି ସନ୍ଦେହ କରନ୍ତୁ ନାହିଁ। ଅର୍ଥ ଓ ସ୍ବାର୍ଥ ମଣିଷକୁ ଅମଣିଷ କରାଇ ଦେଇଥାଏ, ତେଣୁ ସେଥିରୁ ଦୂରେଇ ରୁହନ୍ତୁ। ଆପଣ ଯେତେ ଦାମୀ ଗାଡ଼ିରେ ଯାତ୍ରା କରନ୍ତୁ ନା କାହିଁକି ଜୀବନର ଶେଷ ଯାତ୍ରା ଛଅ ଖଣ୍ଡ ବାଉଁଶରେ ସମାପ୍ତ ହେବ। ତେଣୁ ସମସ୍ତଙ୍କ ଅସୁବିଧା ସମୟରେ ସାହାଯ୍ୟ କରନ୍ତୁ, କାରଣ ସେହି ଅସୁବିଧା ସିନା ଚାଲି ଯିବ କିନ୍ତୁ ସେହି ଲୋକଟି ଆପଣଙ୍କୁ ଜୀବନସାରା ମନେ ରଖିବ। ଜୀବନରେ ଗୋଟିଏ ନିୟମ ରଖନ୍ତୁ, ସିଧା କୁହନ୍ତୁ, ସତ୍ୟ କୁହନ୍ତୁ, ମୁହଁ ଉପରେ କୁହନ୍ତୁ।ଯିଏ ନିଜର ହୋଇଥିବ ସେ ଆପେ ଆପେ ବୁଝି ଯିବ। ଯିଏ ନାମକୁ ମାତ୍ର ରହିଥିବ, ସେ ଦୂରେଇ ଯିବ। ସୁନ୍ଦରତା ଥାଉ କି ନଥାଉ ସରଳତା ରହିବା ଉଚିତ। ଦେଖା ହେଉ କି ନହେଉ ତୁମ ସମ୍ପର୍କ ବା ପ୍ରେମ ସହିତ କଥା ହେବା ଉଚିତ। ନିଜର ଯତ୍ନ ନିଅ, ଅନ୍ୟର ଯତ୍ନ ନିଅ। ସମସ୍ତଙ୍କୁ ହସାଇ ମିଳିମିଶି ରୁହ। କିଏ କହି ପାରିବ ଆସନ୍ତା କାଲି କଣ ହେବ?

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *