Excuse Me Odisha

ଯାହା କହିବୁ ସତ କହିବୁ

କେବଳ ମନ୍ଦିର ନୁହେଁ ଏହିସବୁ ସ୍ଥାନରେ ମଧ୍ୟ ଚପଲ ବା ଜୋତା ପିନ୍ଧିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ସାଧାରଣତଃ ମନ୍ଦିରକୁ ଯିବା ସମୟରେ ପାଦରୁ ଚପଲ କାଢି ଖାଲି ପାଦରେ ଯାଉଛନ୍ତି। କିନ୍ତୁ ମନ୍ଦିର ବ୍ୟତୀତ ଆଉ ଏମିତି କେତେକ ସ୍ଥାନ ରହିଛି ସେଠାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ ଅଟେ। ଯଦି ଅଜାଣତରେ ସେଠାକୁ ଚପଲ ପିନ୍ଧି ଯାଉଛନ୍ତି ତେବେ ଆପଣ ମାନଙ୍କୁ ପାପର ଭାଗିଦାରୀ ହେବାକୁ ପଡିଥାଏ। ତେଣୁ ଆପଣ ମାନଙ୍କୁ ସେହିସବୁ ସ୍ଥାନ ବିଷୟରେ ଜାଣିନେବା ଆବଶ୍ୟକ ଅଟେ। ବନ୍ଧୁଗଣ ପ୍ରାଚୀନ କାଳରୁ ହିନ୍ଦୁଧର୍ମରେ ପବିତ୍ରତାକୁ ବହୁତ ମହତ୍ୱ ଦିଆଯାଇଛି। ଯେକୌଣସି ଜାଗାକୁ ଯିବା ପୂର୍ବରୁ ଆମେ ସବୁବେଳେ ପ୍ରଥମେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇଥାଉ। ଏମିତିକି ମନ୍ଦିରକୁ ଯିବା ପୂର୍ବରୁ ସ୍ନାନ କରିବା ଆବଶ୍ୟକ ହୋଇଥାଏ। ଠିକ ସେହିପରି ଜୋତା ବା ଚପଲ କାଢି ମନ୍ଦିରକୁ ପ୍ରବେଶ କରାଯାଏ। ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ମନ୍ଦିର ବ୍ୟତୀତ ଆମ ଘର ମଧ୍ୟରେ କେତେକ ସ୍ଥାନ ରହିଛି ସେଠାକୁ ଜୋତା ବା ଚପଲ କାଢି ପ୍ରବେଶ କରାଯାଏ। ଏମିତି ନକରିଲେ ଗୃହ ମଧ୍ୟରେ ଧନର ଅଭାବ ଅନଟନ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଜାଗାକୁ ଜୋତା ବା ଚପଲ ପିନ୍ଧିବା ଅନୁଚିତ।

ପ୍ରଥମ କଥା। ଘରେ ନିଜର ଆଲମାରୀ ରଖା ଯାଇଥିବା ସ୍ଥାନ ନିକଟକୁ ଜୋତା ବା ଚପଲ ପିନ୍ଧି କରି ଯିବା ଅନୁଚିତ। ଧନକୁ ଆମେ ମାତା ଲକ୍ଷ୍ମୀଙ୍କର ସମାନ ମାନିଥାଉ। ଯଦି ଆପଣ ଜୋତା ବା ଚପଲ ପିନ୍ଧି ଟଙ୍କା ରଖିଥିବା ସ୍ଥାନକୁ ଯାଆନ୍ତି ତେବେ ମାତା ଲକ୍ଷ୍ମୀଙ୍କର ଅନାଦର ହୋଇଥାଏ।

ଦ୍ୱିତୀୟ କଥା। ଯେକୌଣସି ନଦୀ କିମ୍ବା ସାଗରକୁ ଜୋତା ବା ଚପଲ ପିନ୍ଧି ଯିବା ଅନୁଚିତ। କାରଣ ନଦୀକୁ ଦେବୀଙ୍କର ରୂପ ମାନାଯାଏ ଏବଂ ସାଗରରେ ବରୁଣଦେବ ବାସ କରନ୍ତି। ତେଣୁ ସେଠାକୁ ଜୋତା ବା ଚପଲ ପିନ୍ଧି ଗଲେ ପାପ ହୋଇଥାଏ।

ତୃତୀୟ କଥା। ରୋଷେଇ ଘର ବା ଭଣ୍ଡାର ଘର ସର୍ବଦା ସଫା ସୁତରା ରଖିବା ଉଚିତ ଓ ଜୋତା ବା ଚପଲ ପିନ୍ଧି ଯିବା ଅନୁଚିତ। ଯେଉଁଠି ରୋଷେଇ ଘର ସବୁବେଳେ ସଫା ସୁତରା ରହିଥାଏ ସେଠାରେ ଦେବାଦେବୀ ବାସ କରିଥାନ୍ତି। ଏମିତି କରିଲେ ଆପଣଙ୍କ ଘରେ ଧନର ଅଭାବ ହୁଏ ନାହିଁ। ତେଣୁ ରୋଷେଇ ଘରକୁ କେବେବି ଜୋତା ବା ଚପଲ ପିନ୍ଧି ଯାଆନ୍ତୁ ନାହିଁ।

ଚତୁର୍ଥ କଥା। ଘରେ ତିଆରି ହୋଇଥିବା ମନ୍ଦିର ବା ଘର ଠାକୁରଙ୍କୁ ପୂଜା କରାଯାଉଥିବା ସ୍ଥାନକୁ ଜୋତା ବା ଚପଲ ପିନ୍ଧି ଯିବା ଅନୁଚିତ। ଏବଂ ତାହାର ଆଖପାଖରେ ଜୋତା ବା ଚପଲ ପିନ୍ଧି ବୁଲିଲେ ମଧ୍ୟ ସେହି ସ୍ଥାନର ଅପମାନ ହୋଇଥାଏ। ତେଣୁ ଘରେ ରଖାଯାଇଥିବା ଠାକୁରଙ୍କ ସ୍ଥାନକୁ କେବେବି ଚପଲ ପିନ୍ଧି ଯିବା ଉଚିତ ନୁହେଁ।

ବନ୍ଧୁଗଣ ଆପଣ ମାନେ ମନ୍ଦିର ବ୍ୟତୀତ ଏହିସବୁ ସ୍ଥାନକୁ ଚପଲ ବା ଜୋତା ପିନ୍ଧି ଯିବା ଅନୁଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *