Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ଗଛ ମୂଳେ ପୋତି ଦିଅନ୍ତୁ ହଳଦୀ, ଧନର ବର୍ଷା ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ଆପଣଙ୍କୁ ଅନେକ ପ୍ରକାରର ଇଛା ପୂରଣ ଉପାୟ ମାନ ଜଣାଇ ଆସିଛୁ। ସହଜରେ ଧନପ୍ରାପ୍ତିର ସରଳ ଉପାୟ ବିଧି ଜଣାଇ ଆସିଛୁ ଏବଂ ଅନେକ ଗଛଲତା ବିଷୟରେ ଜଣାଇ ଆସିଛୁ, ଯାହାଦ୍ଵାରା ଆପଣ ନିଜର ଦରିଦ୍ରତାକୁ ସମାପ୍ତ କରି ପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏଭଳି ଜିନିଷ, ଯାହାକୁ ଆପଣ ନିଜର ଘର ପାଖରେ ପୋତି ଦେଲେ, ଆପଣଙ୍କର ସମସ୍ତ ଇଛା ପୂରଣ ହୋଇଥାଏ। ମନ ଭିତରେ ଲୁଚି ରହିଥିବା ସମସ୍ତ ଇଛା ପୂରଣ ହୋଇଥାଏ, ସେହି ବିଷୟରେ ଆଜି ଆମେ ବିସ୍ତାର ଭାବରେ ଜଣାଇବୁ। ତେବେ ବନ୍ଧୁଗଣ ଏବେ ଶ୍ରାବଣ ମାସ ଚାଲୁ ଅଛି, ଏହି ଶ୍ରାବଣ ମାସରେ କେଉଁ ଗଛ ମୂଳରେ ହଳଦୀ ଦୁଇଟି ପୋତି ଦେଲେ କେଉଁ ପ୍ରକାରର ଇଛା ପୂରଣ ହୋଇଥାଏ, ତାହା ମଧ୍ୟ ଜଣାଇବୁ।

ହଳଦୀ ହେଉଛି ଏପରି ଏକ ପବିତ୍ର ଜିନିଷ ଯାହା ନକାରାତ୍ମକ ଉର୍ଜାକୁ ଦୂର କରି ସକାରାତ୍ମକ ଉର୍ଜା ଉତ୍ପନ୍ନ କରି ଥାଏ। ଖାଲି ଏତିକି ନୁହେଁ ଏହା ମଧ୍ୟରେ ଏପରି ଚମତ୍କାର ଗୁଣ ରହିଛି, ଯାହାଦ୍ଵାରା ଧନଧାନ୍ୟ ଭରି ଯାଏ। ଏହି ଶ୍ରାବଣ ମାସ ଅତ୍ୟନ୍ତ ଶୁଭ ମାସ ଅଟେ। ଏହି ଶ୍ରାବଣ ମାସ ଶିବ ଭଗବାନଙ୍କୁ ସମର୍ପିତ ଅଟେ।

ପ୍ରଥମେ ହେଉଛି ଇଛା ପୂରଣ ପାଇଁ ଏକ କଦଳୀ ଗଛ ମୂଳରେ ହଳଦୀକୁ ନିଜର ଇଛା ସ୍ମରଣ କରି ପୋତି ଦିଅନ୍ତୁ। ଏହାକୁ ଗୁରୁବାର ଦିନ ହିଁ କରିବେ। ସାତଦିନ ପର୍ଯ୍ୟନ୍ତ ସେହି କଦଳୀ ଗଛ ମୂଳରେ ତାହାକୁ ରହିବାକୁ ଦିଅନ୍ତୁ। ଏହାପରେ ସାତଦିନ ପରେ ଠିକ ସେହି ଗୁରୁବାର ଦିନ ହଳଦୀ ଖୋଳି ଆଣନ୍ତୁ। ଏହାଦ୍ବାରା ଇଛା ପୂରଣ ହୋଇଥାଏ। ଏହାକୁ ଆପଣ ପୂଜା ଘରେ ରଖି ପାରିବେ କିମ୍ବା ସିନ୍ଧୁକରେ ରଖି ପାରିବେ। ଏହାଦ୍ବାରା ଆପଣଙ୍କର ସମସ୍ତ ଇଛା ପୂରଣ ହୋଇଥାଏ।

ଦ୍ଵିତୀୟରେ ରୋଗ ନାଶ ପାଇଁ , ଯଦି ଆପଣଙ୍କ ଘରେ କେହି ରୋଗଶଯ୍ୟାରେ ପଡିଛନ୍ତି ଏବଂ ବାରମ୍ବାର ରୋଗରେ ଆକ୍ରାନ୍ତ ହେଉଛନ୍ତି, ତେବେ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀକୁ ନେଇ ପୋତି ଦିଅନ୍ତୁ ଓ ଏହାକୁ ସାତଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ। ଏହାକୁ ରବିବାର ଦିନକୁ ଛାଡ଼ି ଅନ୍ୟ କେଉଁ ବାରରେ କରି ପାରିବେ। ତାହାକୁ ଏକ ତାବିଜରେ ଭରି ପରିଧାନ କରନ୍ତୁ। ଏହାଦ୍ବାରା କୌଣସି ରୋଗ ଗ୍ରାସ କରିବ ନାହିଁ।

ତୃତୀୟରେ ହେଉଛି ଧନ ପ୍ରାପ୍ତି ପାଇଁ ଅଁଳା ଗଛ ମୂଳରେ ଦୁଇଟି ହଳଦୀ ପୋତି ଦିଅନ୍ତୁ। ଏହାକୁ ସାତଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ। ଏହାକୁ ଗୁରୁବାର କିମ୍ବା ଶୁକ୍ରବାର ଦିନ କରି ପାରିବେ। ସାତ ଦିନ ପରେ ଏହାକୁ ଖୋଳି ସିନ୍ଧୁକ ବା ଧନ ଭଣ୍ଡାରରେ ରଖି ଦିଅନ୍ତୁ। ଏହାଦ୍ବାରା ଧନ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଆଉଏକ ଚମତ୍କାର ଉପାୟ ହେଉଛି ଯଦି ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ବା ଧନ ବୃଦ୍ଧି କରିବା ପାଇଁ ବା ରୁଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଅସ୍ତ ଗଛ ମୂଳରେ ଦୁଇଟି ହଳଦୀ ପୋତି ଦିଅନ୍ତୁ ଏବଂ ସାତ ଦିନ ରହିବାକୁ ଦିଅନ୍ତୁ। ଏହାକୁ ଶୁକ୍ରବାର ଓ ଗୁରୁବାର ଦିନ କରି ପାରିବେ। ସାତଦିନ ପରେ ଏହାକୁ ଖୋଲି ଆଣନ୍ତୁ ଏବଂ ଏହାକୁ ପୂଜା ଘରେ ବା ସିନ୍ଧୁକ ମଧ୍ୟରେ ରଖି ପାରିବେ। ଏହାଦ୍ବାରା ଆପଣ ଋଣ ମୁକ୍ତ ରହିବେ ଏବଂ ଧନ ବୃଦ୍ଧି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *